ଅଟୋ ସେକ୍ଟରରେ ଚାକିରି ହରାଇଲେ ୨ଲକ୍ଷ

ନୂଆଦିଲ୍ଲୀ,୫-୮: ଦେଶରେ ମାନ୍ଦାବସ୍ଥା ମାଡି ଆସୁଛି। ଏହାର ସବୁଠୁ ବେଶି ପ୍ରଭାବ ଅଟୋ ସେକ୍ଟର ଉପରେ ପଡିଛି। କାର୍‌, ବାଇକ ବିକ୍ରି ହ୍ରାସ ପାଇବା କାରଣରୁ ସାରା ଦେଶରେ ଅଟୋ ଡିଲର ନିଜର କର୍ମଚାରୀ ସଂଖ୍ୟା କମାଇବାରେ ଲାଗିପଡିଛନ୍ତି। ଉଦ୍ୟୋଗ ସଂଗଠନ ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଫାଡା) ପକ୍ଷରୁ କୁହାଯାଇଛି ଯେ,ଗତ ୩ ମାସ ହେବ ଗାଡ଼ି ବିକ୍ରି ହ୍ରାସ ପାଇ ଚାଲିଛି। ଏହି କାରଣରୁ ଡିଲରମାନେ ଏହି ସମୟ ମଧ୍ୟରେ ପ୍ରାୟ ୨ ଲକ୍ଷ କର୍ମଚାରୀଙ୍‌କୁ ଛଟେଇ କରିସାରିଲେଣି। ନିକଟ ଭବିଷ୍ୟତରେ ସ୍ଥିତିରେ ସୁଧାର ହେବାର ସମ୍ଭାବନା ନାହିଁ। ଏହି କାରଣରୁ ସୋ’ରୁମ୍‌ ସବୁ ବନ୍ଦ ହେବାରେ ଲାଗିଛି। ଏହି କାରଣରୁ ଛଟେଇ ପ୍ରକ୍ରିୟା ଜାରି ରହିବାର ସମ୍ଭାବନା ରହିଛି। ଚଳିତ ଆର୍ଥିକ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ସମସ୍ତ ସେଗମେଣ୍ଟରେ ଗାଡ଼ି ବିକ୍ରି ୧୨.୩୫% ହ୍ରାସ ପାଇ ୬୦,୮୫,୪୦୬ ଯୁନିଟ ହୋଇଛି। ଫାଡା ଅଧ୍ୟକ୍ଷ ଆଶୀଷ ହର୍ଷରାଜ କାଲେ କହିଛନ୍ତି ଯେ, ସାରା ଦେଶରେ ୧୫ ହଜାର ଡିଲର ଦ୍ୱାରା ପରିଚାଳିତ ୨୬ ହଜାର ଗାଡ଼ି ସୋ’ରୁମ୍‌ରେ ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ରୂପରେ ଚାକିରି ମିଳିଛି। ସେହିପରି ସମସଂଖ୍ୟକ ଲୋକ ଅପ୍ରତ୍ୟକ୍ଷ ରୂପେ ରୋଜଗାର ପାଉଛନ୍ତି। ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ୧୮ ମାସ ମଧ୍ୟରେ ଦେଶରେ ୨୭୧ ସହରରେ ୨୮୬ ଗାଡି ସୋ’ରୁମ୍‌ ବନ୍ଦ ହୋଇଗଲାଣି। ଫଳରେ ୩୨ ହଜାର ଲୋକ ନିଯୁକ୍ତି ହରାଇଛନ୍ତି। ଏଥିସହିତ ଅତିରିକ୍ତ ଭାବେ ୨ ଲକ୍ଷ ଲୋକଙ୍କୁ ଚାକିରିରୁ ବିଦା କରାଯାଇଛି ବୋଲି କାଲେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦୦କୋଟି ବିନିଯୋଗ କରିବ ବଜାଜ ଅଟୋ

ମୁମ୍ବାଇ,୩୦।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ବଜାଜ ଅଟୋ ଲିମିଟେଡ୍‌ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ଯେ କମ୍ପାନୀ ପୁଣେର ଆର୍କୁଡିଠାରେ ୩୦୦ କୋଟି ଟଙ୍କା ବିନିଯୋଗରେ...

ଶସ୍ତା ହେବ ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୧।୫: କମିଲା ତୈଳ ଦର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ...

କୋଭିଡ୍‌ ଯୋଗୁ କ୍ଷତିଗ୍ରସ୍ତ ଅଟୋମୋବାଇଲ ବଜାର; ଯାତ୍ରୀବାହୀ ଯାନ ବିକ୍ରି ୪୯.୫୯% ହ୍ରାସ

ନୂଆଦିଲ୍ଲୀ,୧୫।୭: କରୋନା ମହାମାରୀ ପାଇଁ ବଜାର ପ୍ରଭାବିତ ହୋଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ୨ ମାସରୁ ଅଧିକ ସମୟ ଦେଶକୁ ଲକ୍‌ଡାଉନ କରିବା ଫଳରେ...

ସେମିକଣ୍ଡକ୍ଟର ଉତ୍ପାଦନ ଲାଗି ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୬|୧୨: ଭାରତରେ ଦେଖାଦେଇଥିବା ସେମିକଣ୍ଡକ୍ଟର ଚିପ୍ସ ଅଭାବ ଜନିତ ସମସ୍ୟା ଦୂର କରିବା ପାଇଁ ଆଗେଇ ଆସିଛନ୍ତି କେନ୍ଦ୍ର ସରକାର। ସେମିକଣ୍ଡକ୍ଟର ଅଭାବରୁ ଦେଶର କାର୍‌, ଫୋନ୍‌...

ତୁର୍କିରୁ ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର;ଭାରତ ସଂକ୍ରାନ୍ତରେ ଆମେରିକା ଚୁପ୍‌

ଓ୍ବାଶିଂଟନ,୧୮-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁର୍କିଠାରୁ ଟାରିଫ ଛାଡ଼ର ସାମାନ୍ୟ ବ୍ୟବସ୍ଥା(ଜିଏସ୍‌ପି) ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ପି ମାଧ୍ୟମରେ ଗରିବ ତଥା ପଛୁଆ...

ମହିନ୍ଦ୍ରାକୁ ସମ୍ପତ୍ତି ବିକି ଦେଶ ଛାଡ଼ିବ ଫୋର୍ଡ

ନୂଆଦିଲ୍ଲୀ,୨୬ା୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ତଥା ପ୍ରତିଯୋଗିତାର ସମ୍ମୁଖୀନ ହୋଇ ନ ପାରିବା କାରଣରୁ ଫୋର୍ଡ ମୋଟର କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି।...

ଏସ୍‌ବିଆଇ-ଟାଇଟାନର କଣ୍ଟାକ୍ଟଲେସ୍‌ ପେମେଣ୍ଟ ଓ୍ବାଚ୍‌

ଭୁବନେଶ୍ୱର,୧୭।୯: ଟାଇଟନ କମ୍ପାନୀ ଲିମିଟେଡ୍‌ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସହଯୋଗରେ ଏକ ଭିନ୍ନ ଧରଣର ଓ୍ବାଚ୍‌ ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା କଣ୍ଟାକ୍ଟଲେସ୍‌...

ଆହୁରି ବଢ଼ିବ କଞ୍ଜୁମର ପ୍ରଡକ୍ଟ ମୂଲ୍ୟ

ଚଳିତବର୍ଷ ପ୍ରଥମ ମାସରୁ ହିଁ କଞ୍ଜୁମର ଉତ୍ପାଦଗୁଡ଼ିକର ଦର ବୃଦ୍ଧି ଘଟିଛି। ବିଶେଷ କରି ଏୟାର କଣ୍ଡିଶନର ଏବଂ ରେଫ୍ରିଜରେଟରଗୁଡ଼ିକର ମୂଲ୍ୟ ବୃଦ୍ଧି ଘଟିଛି। ଦେଶର...

Advertisement
Archives

Model This Week