Posted inଜାତୀୟ

ଅଟୋ ସହ ଧକ୍କା ହେବା ପରେ କୂଅରେ ପଡ଼ିଲା ବସ୍‌: ୧୧ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନାସିକ୍‌,୨୮।୧: ମହାରାଷ୍ଟ୍ରର ନାସିକ୍‌ ଅନ୍ତର୍ଗତ ଦେଓଲା ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମାଲାଗାଓଁରୁ କଲଓ୍ବାନ୍‌ ଯାଉଥିବା ଏକ ବସ୍‌ ଅଟୋ ସହ ଧକ୍କା ଖାଇ କୂଅ ଭିତରକୁ ପଶିଯାଇଛି। ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ବସ୍‌ର ପଛ ଟାୟାର ପଂକ୍ଚର ହୋଇଯିବା ହେତୁ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇଥିଲେ। ଅଟୋ ଧକ୍କା ଖାଇ ପ୍ରଥମେ କୂଅରେ ପଡ଼ିଥିଲା। ଏହା ଉପରେ ବସ୍‌ଟି ପଡ଼ିଥିଲା। ଏଣୁ ଅଟୋରେ ଥିବା ସମସ୍ତ ୭ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେହିଭଳି ବସ୍‌ରେ ଥିବା ୪ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଆହତମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬୬ମୌଲାନାଙ୍କ ସହ ସ୍କାଉଟ ଟ୍ରେନିଂ ନେଲେ ମୌଲାନା ମହୁମୁଦ୍‌ ମଦନି

ଭୋପାଳ,୧୬।୯: ଦେଶର ସବୁଠାରୁ ବଡ଼ ମୁସଲିମ ସଙ୍ଗଠନ ଜମିୟତ ଓଲେମା-ଇ-ହିନ୍ଦ ସହ ଜଡିତ ଥିବା ୬୬ ମୌଲାନା ସ୍କାଉଟ ଟ୍ରେନିଂ ନେଉଛନ୍ତି। ଶାରୀରିକ ଓ ମାନସିକ...

ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରି ଏଥର ରେକର୍ଡ କରିବେ ମୋଦି

ନୂଆଦିଲ୍ଲୀ,୧୩।୮: ଦେଶର ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାର ପ୍ରତିକ ଲାଲାକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ୧୫ ଅଗଷ୍ଟରେ ପତାକା ଉତ୍ତୋଳନ କରିବେ। ଏହାସହ ସେ ଏଥର...

ଆମ ଭିତରେ ଜଣେ ନୁହେଁ ଶହେ ସିସୋଡିଆ ଅଛନ୍ତି, ରାମଲିଳା ମଇଦାନରେ ବର୍ଷିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୬: ଦିଲ୍ଲୀର ରାମଲିଲା ମଇଦାନରେ ଏକ ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ରାଲିରେ ସମ୍ବୋଧିତ କରିଛନ୍ତି।...

ସ୍ତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ୨,୭୪୦ କିମି ନନ୍‌ଷ୍ଟପ୍‌ ଗାଡି ଚଳାଇଲେ ସ୍ବାମୀ

ଅହମଦାବାଦ,୨୨।୭: ଅହମଦାବାଦରେ ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଛି। ନିଆଁରେ ପୋଡି ହୋଇଯାଇଥିବା ସ୍ତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ବାମୀ ୨,୭୪୦ କିଲୋମିଟର ନନ୍‌ଷ୍ଟପ୍‌ ଗାଡି...

ରାହୁଲଙ୍କ ବଦାନ୍ୟତା: ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ୍‌ ପାଠପଢା ପାଇଁ ଦାନକଲେ ୧୭୫ ସ୍ମାର୍ଟ ଟିଭି

ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ତଥା ଓ୍ବାୟନାଡର ଏମ୍‌ପି ନିଜ ନିର୍ବାଚନ ମଣ୍ଡଳୀର ଆଦିବାସୀ ପିଲାଙ୍କ ପାଠପଢା ପାଇଁ ୧୭୫ଟି ସ୍ମାର୍ଟ ଟିଭି ଦାନ କରିଥିବା ଜଣାପଡିଛି।...

କରମା ଡାଳ ବିସର୍ଜନ ବେଳେ ଅଘଟଣ, ୭ ବାଳିକାଙ୍କର ମୃତ୍ୟୁ…

ଲାଟେହାର,୧୮।୯: କରୋନା ଡାଳ ବିସର୍ଜନ ସମୟରେ ଅଘଟଣ ଘଟିଛି। ୭ ବାଳିକାଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡର ଲାଟେହାର ଜିଲାର ବାଲୁମାଥ ଅଞ୍ଚଳର ଶେରେଗଡା...

ମୃତ୍ୟୁ ପରେ ଶରୀର ଦାନ ଦ୍ୱାରା ଉପକୃତ ହୁଅନ୍ତି ଲୋକେ: ୯୯ ତମ ମନ କି ବାତ୍‌ରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ମନ କି ବାତ କାର୍ଯ୍ୟକ୍ରମର ୯୯ ତମ ସଂସ୍କରଣରେ ଦେଶବାସୀଙ୍କୁ କହିଛନ୍ତି ଆମର ଏବଂ ତୁମର...

ନୀତୀଶଙ୍କୁ ଝଟ୍‌କା, କୃଷିମନ୍ତ୍ରୀ ସୁଧାକର ସିଂ ଦେଲେ ଇସ୍ତଫା…

ପାଟନା,୨।୧୦ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବଡ଼ ଝଟ୍‌କା ଲାଗିଛି। ନୀତୀଶ ସରକାରଙ୍କ କୃଷି ମନ୍ତ୍ରୀ ସୁଧାକର ସିଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।...

Advertisement
Archives

Model This Week