ଅଟୋ ଶିଳ୍ପ ଉପରେ କରୋନା ପ୍ରଭାବ: କାର୍‌ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୨।୩: କରୋନା ସଂକ୍ରମଣର ପ୍ରଭାବ ଧୀରେଧୀରେ ବିଭିନ୍ନ ଶିଳ୍ପସଂସ୍ଥା ଉପରେ ପଡ଼ିବାରେ ଲାଗିଛି। କରୋନା ସଂକ୍ରମଣ ହେବାକୁ ଇତିମଧ୍ୟରେ ଗତ ୨ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ବଜାରରେ କାରବାରରେ ସଙ୍କଟ ଦେଖାଦେଇଛି। କରୋନାର ପ୍ରଭାବ ଭାରତୀୟ ଅଟୋ ଶିଳ୍ପ ଉପରେ ଅନୁଭୁତ ହୋଇଛି। ଏହାଯୋଗୁ ଟାଟା-ମହିନ୍ଦ୍ରା-ହୋଣ୍ଡା-ଏମ୍‌ଜି ଆଦି କମ୍ପାନୀର କାର୍‌ ବିକ୍ରି ହ୍ରାସ ପାଇବା ସହିତ କାରବାର ଅନ୍ୟ ବର୍ଷ ତୁଳନାରେ ଆଶା ଜନକ ସ୍ଥିତିରେ ନ ଥିବା କୁହାଯାଉଛି। ଚାଇନାରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ତାଲା ପଡ଼ିବା ଯୋଗୁ କାର୍‌ ଯନ୍ତ୍ରାଶଂ ନିର୍ମାଣ ସମ୍ଭବ ହୋଇପାରୁ ନାହିଁ। ତେଣୁ ଏଭଳି ଅବସ୍ଥା ଦେଖାଦେଇଛି ବୋଲି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାରବିକ୍ରି ଏବଂ ବିପଣନ ମୁଖ୍ୟ ବିଜୟ ରାମ ନାକରା କହିଛନ୍ତି। ଫେବୃୟାରୀ ମାସରେ କମ୍ପାନୀର ବିକ୍ରିରେ ୪୬ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇ ଏହା ୩୨,୪୭୬ ୟୁନିଟ୍‌ ରହିଛି। ସେହିପରି ହୋଣ୍ଡା କାର୍‌ ବିକ୍ରିରେ ୪୬.୨୬ ପ୍ରତିଶତ ହ୍ରାସ ହୋଇ ଏହା ୭,୨୬୯ ୟୁନିଟ୍‌ରେ ପହଞ୍ଚିଛି। ଗତବର୍ଷ ଫେବୃୟାରୀରେ ଏହା ୧୩,୫୨୭ ୟୁନିଟ୍‌ ଥିଲା। ଟାଟା କାର୍‌ ବିକ୍ରିରେ ଫେବୃୟାରୀରେ ୩୪ ପ୍ରତିଶତ ହ୍ରାସ ଦୃଷ୍ଟି ଗୋଚର ହୋଇ ଏହାର ବିକ୍ରି ୩୮,୦୦୨ ୟୁନିଟ୍‌ ରହିଛି। ଗତବର୍ଷ ଫେବୃୟାରୀରେ ଏହା ୫୭,୨୨୧ ୟୁନିଟ୍‌ ବିକ୍ରି କରିଥିଲା। ଏମ୍‌ଜି ମୋଟରର୍ସର କାର୍‌ ବିକ୍ରି ଫେବୃୟାରୀରେ ୧,୩୭୬ ୟୁନିଟ୍‌ ରହିଛି। ଅପରପକ୍ଷରେ ହୁଣ୍ଡାଇ ବିକ୍ରିରେ ୧୦.୩ ପ୍ରତିଶତ ହ୍ରାସ ଦୃଷ୍ଟିଗୋଚର ହୋଇଛି। ତେବେ ମାରୁତି ସୁଜ୍‌କି, ଟୟୋଟା ଆଦି କମ୍ପାନୀର କାରବାର ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଭାବ ପଡ଼ି ନ ଥିବା ସମ୍ପୃକ୍ତ କମ୍ପାନୀ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ପ୍ରତିକୂଳ ସ୍ଥିତିର ମୁକାବିଲା ପାଇଁ ଯୋଜନା କରାଯାଉଥିବା ଏସବୁ କମ୍ପାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri