ଅଟୋ ଶିଳ୍ପରେ ସ୍ଥିତାବସ୍ଥା ଶୀଘ୍ର ଫେରିବ: ମର୍ସିଡିଜ୍‌ ଏମ୍‌ଡି

ଭୁବନେଶ୍ୱର, ୨୭-୮(ବ୍ୟୁରୋ): ଘରୋଇ ବଜାରର ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥାର ଶିକାର ହୋଇଛି। ଲକଜ୍ୟୁରି କାର ନିର୍ମାଣକାରୀ କମ୍ପାନୀ ମର୍ସିଡିଜ ବେଞ୍ଜ ଇଣ୍ଡିଆ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କମ୍ପାନୀର ବିକ୍ରି ୧୫% କମିଥିବା ଏହାର ଏମ୍‌ଡି ତଥା ସିଇଓ ମାର୍ଟିନ ସିଓ୍ବେଙ୍କ ସୋମବାର ସୂଚନା ଦେଇଛନ୍ତି। ସ୍ଥାନୀୟ ଫୁଲନଖରାଠାରେ କମ୍ପାନୀର ନୂଆ ଡିଲରଶିପକୁ ଉଦ୍‌ଘାଟନ କରି ସିଓ୍ବେଙ୍କ କହିଛନ୍ତି, ମାନ୍ଦାବସ୍ଥା ସତ୍ତ୍ୱେ ଘରୋଇ ବଜାରର ଲକଜ୍ୟୁରୀ କାର ସେଗ୍‌ମେଣ୍ଟରେ ମର୍ସିଡିଜ୍‌ ବଜାର ଲିଡରର ସ୍ଥାନ ବଜାୟ ରଖିଛି। ଅର୍ଥନୀତିରେ ଆସିଥିବା ମାନ୍ଦାବସ୍ଥାର ମୁକାବିଲା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିବା ଆର୍ଥତ୍କ ପ୍ୟାକେଜ ବଜାରର ନଗଦ ଅସୁବିଧାକୁ ପୂରଣ ଦିଗରେ କାର୍ଯ୍ୟ କରିବ। ଏହା ସହ ଗ୍ରାହକ ଏବଂ ଶିଳ୍ପସଂସ୍ଥାଗୁଡିକର ଆତ୍ମବିଶ୍ୱାସ ବୃଦ୍ଧି ଦିଗରେ ଏହା ସହାୟକ ହେବ। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟାର୍ଦ୍ଧରେ ଅଟୋ ଶିଳ୍ପରେ ସ୍ଥିତାବସ୍ଥା ଫେରିବ ବୋଲି ଆଶାବାଦୀ ଥିବା ସିଓ୍ବେଙ୍କ ପ୍ରକାଶ କରିଛନ୍ତି।
କମ୍ପାନୀର ସ୍ଥିତିକୁ ନେଇ ସେ କହିଛନ୍ତି, ଭାରତରେ ମର୍ସିଡିଜର ଭଲ ବ୍ରାଣ୍ଡ ଇମେଜ ରହିଛି। ଏହାକୁ ଧ୍ୟାନରେ ୪୭ ସହରରେ ରଖି ୯୪ ଫାସିଲିଟିରେ ସେବା ଯୋଗାଇ ଦେଉଛୁ। ଦୃଢ ପ୍ରଡକ୍ଟ ଫୋର୍ଟଫୋଲିଓ, ଗ୍ରାହକ କୈନ୍ଦ୍ରିକ ଷ୍ଟ୍ରାଟେଜି ସହ ବଢୁଛୁ। କମ୍ପାନୀର ଦୁଇ ତୃତୀୟାଂଶ ପ୍ରଡକ୍ଟ ବିଏସ୍‌-୬ ଅନୁପାଳନ ଇଞ୍ଜିନ ସହ ଆସୁଛି। ଏହା ବାଦ ଏସ୍‌ୟୁଭି ପୋର୍ଟଫୋଲିଓରେ ଏକ ଶକ୍ତିଶାଳୀ ଅଫରିଂ ପ୍ରଦାନ କରୁଛୁ। ଗ୍ରାହକଙ୍କ ଲାଗି ନୂଆ ଏବଂ ଓନରଶିପ ମଡେଲ ରହିଛି। ଆକର୍ଷଣୀୟ ଫାଇନାନ୍ସରେ ପ୍ରଡକ୍ଟ ଯୋଗାଣ ଏବଂ କଷ୍ଟମରଙ୍କୁ ନିକଟରେ ପହଞ୍ଚିବାକୁ ସର୍ବଦା ପ୍ରୟାସ ଜାରି ରହିଛି। ମଡେଲ ଭିତ୍ତିକ ନିବେଶ କରାଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ସିଓ୍ବେଙ୍କ କହିଛନ୍ତି, ଓଡ଼ିଶା ବଜାର ଏକ ଅଭିବୃଦ୍ଧିଶୀଳ ବଜାର। ଏଠାରେ କମ୍ପାନୀ ଭଲ ପରଫରମାନ୍ସ କରିବ। ସେହିଭଳି କମ୍ପାନୀ ପକ୍ଷରୁ ଲୋକଙ୍କୁ ଛଟେଇ ଯୋଜନା ନାହିଁ। ବଜାରକୁ ନେଇ ଆମେ ଆଶାବଦୀ ରହିଛୁ। ଶୀଘ୍ର ଭଲ ବିକ୍ରି ଅଭିବୃଦ୍ଧି ଆସିବ। ମର୍ସିଡିଜ ପାଇଁ ଭାରତ ଏକ ପ୍ରମୁଖ ବଜାର ହୋଇଥିବାରୁ ଆଗାମୀ ୩ ମାସରେ ନୂଆ ଏସ୍‌ୟୁଭି ମଡେଲ ଆଣିବା ଲାଗି ଯୋଜନା ରହିଛି। ଘରୋଇ ବଜାରର ମୋଟ ପାସେଞ୍ଜର ଯାନ ମଧ୍ୟରୁ ଲକଜ୍ୟୁରୀ କାରର ଅଂଶ ମାତ୍ର ୧.୩% ରହିଛି। ଏପରିସ୍ଥଳେ ଅଭିବୃଦ୍ଧି ନେଇ ଅନେକ ସୁଯୋଗ ରହିଥିବା ସେ ଆଶା ରଖିଛନ୍ତି।
ଖୋଲିଲା ନୂଆ ଡିଲରଶିପ
ମର୍ସିଡିଜ ଏହାର ସମ୍ପ୍ରସାରଣ ଯୋଜନା ଅନ୍ତର୍ଗତ ନୂଆ ଡିଲରଶିପ ଫୁଲନଖରାଠାରେ ଖୋଲିଛି। ଟି ଆଣ୍ଡ ଟି ମୋଟର୍ସ ଆନୁକୂଲ୍ୟରେ ଏହି ନୂଆ ଡିଲରଶିପ ଶୁଭାରମ୍ଭ ହୋଇଛି। ଏଥିରେ ୩ଏସ୍‌ ସୁବିଧା ଗ୍ରାହକ ଲାଭ କରିପାରିବେ। ଏହି ନୂଆ ଫାସିଲିଟି ଦ୍ୱାରା କମ୍ପାନୀ ଭୁବନେଶ୍ୱର ସମେତ କଟକ, ରାଉରକେଲା, ସମ୍ବଲପୁର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳଗୁଡିକରେ ପ୍ରଡକ୍ଟ ଏବଂ ସେବା ଯୋଗାଇ ଦେବ। ଏଥିରେ ୮.୫ କୋଟି ଟଙ୍କା ନିବେଶ ହୋଇଛି। ମୋଟ ୪୦,୦୦୦ ବର୍ଗଫୁଟ ସ୍ଥାନରେ ଏହା ଅବସ୍ଥିତ। ୩୦ ପେସାଦାର ଷ୍ଟାଫ, ୬ କାର ଡିସ୍ପଲେ, ୧୦ ଉତ୍ପାଦକ ସର୍ଭିସ ବେ ଏବଂ ବର୍ଷକୁ ୩,୫୦୦ କାର ସର୍ଭିସ ହେଲା ଭଳି ସୁବିଧା କରାଯାଇଛି। ଏଠାରେ କାଫେ ମର୍ସିଡିଜ, ମର୍ସିଡିଜ ବେଞ୍ଜ ଆସେସୋରିଜ, ମାର୍ଚାଣ୍ଡାଇଜ ସେକ୍ସନ, ଗ୍ରାହକ ଲାଇଞ୍ଜ ସ୍ଥାପନା କରାଯାଇଛି। କାର୍ଯ୍ୟକ୍ରମ ଅବସରରେ ଟି ଆଣ୍ଡ ଟି ମୋଟର୍ସ ଏମ୍‌ଡି ବିଦୂର ତଲଓ୍ବାର, ଡାଇରେକ୍ଟର ରୋହନ ତଲଓ୍ବାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?