ଅଟୋଶିଳ୍ପ ମାନ୍ଦାବସ୍ଥାର ତଜର୍ମା ହେବ

ନୂଆଦିଲ୍ଲୀ,୨-୧୧: ଦେଶର ଅଟୋମୋବାଇଲ ଶିଳ୍ପରେ ଆସିଥିବା ମାନ୍ଦାବସ୍ଥାର ତଜର୍ମା ଶିଳ୍ପ ସଂକ୍ରାନ୍ତ ସଂସଦୀୟ କମିଟି କରିବ। ଏହି ଶିଳ୍ପରେ ସ୍ଥିତାବସ୍ଥା ଲାଗି ସରକାର କିଭଳି ବ୍ୟବସ୍ଥା ଗ୍ରହଣ କରିଛନ୍ତି ତାହା କମିଟି ତଦାରଖ କରିବ। ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ ବିଭିନ୍ନ ବିଭାଗ ସହ ଜଡିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟୟନ କରିବା ସହ ଅଂଶୀଦାରଙ୍କ ସହ ଆଲୋଚନା ମଧ୍ୟ କରିବ। ଏଥିରୁ ବାହାରିଥିବା ନିର୍ଯାସକୁ ରିପୋର୍ଟ ଭାବେ ସଂସଦରେ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଲଘୁ ଉଦ୍ୟୋଗ ମନ୍ତ୍ରଣାଳୟ ଏସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ ଲାଗି ଫର୍ମାଟ ପ୍ରସ୍ତୁତ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଦିଗ ଉପରେ ଏହି କମିଟି ବିଚାର କରିବ। ପ୍ରଥମ କେତୋଟି ବୈଠକରେ ଅଟୋ ଶିଳ୍ପର ମାନ୍ଦାବସ୍ଥା ଏହାର ପୁନରୁଦ୍ଧାର ଉପରେ ବିଚାର କରାଯିବ। ପ୍ରଥମ ବୈଠକରେ ଲଘୁ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ସଂସଦୀୟ କମିଟି ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖିବେ। ଏବେ ଅଟୋ ଶିଳ୍ପରେ ମାନ୍ଦାବସ୍ଥା ଯୋଗୁ ବିଭିନ୍ନ ମାନୁଫାକଚରର ସେମାନଙ୍କ ଉତ୍ପାଦନ କମାଇଛନ୍ତି। ଏକ ଅଧ୍ୟୟନ ମୁତାବକ ଦେଶର ଅଟୋ ଶିଳ୍ପ ପ୍ରତ୍ୟକ୍ଷ ଭାବେ ୮ ନିୟୁତ ଲୋକଙ୍କୁ ନିଯୁକ୍ତି ଦେଇଥିବା ବେଳେ ପରୋକ୍ଷ ଭାବେ ୨୯ ନିୟୁତ ଲୋକଙ୍କୁ ରୋଜଗାର ଦେଇଛି। ଏହାର କାରବାର ୮.୨ ଲକ୍ଷ କୋଟି ଟଙ୍କା ରହିଛି। ଦେଶର ମୋଟ ମାନୁଫାକଚରିଂ କ୍ଷେତ୍ରର ଏହା ୪୯% ଅଂଶ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri