ଅଟକିଛି ଶିଖରଚଣ୍ଡୀର ବିକାଶ : ସୁଧୁରିନି ଫନୀ ପରର ସ୍ଥିତି

ଭୁବନେଶ୍ୱର,୧୩।୯ : ବାତ୍ୟା ଫନୀରେ ଶିଖରଚଣ୍ଡୀ ପାହାଡ ବିଶେଷଭାବେ କ୍ଷତିଗସ୍ତ ହୋଇଥିଲା। ବହୁ ଗଛ ଭାଙ୍ଗି ଯାଇଥିବାବେଳେ ବିଦ୍ୟୁତ ଖୁଣ୍ଟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ଏହାମଧ୍ୟରେ ୪ମାସ ବିତିଯାଇଥିଲେ ମଧ୍ୟ ଗଛଗୁଡିକ ଏବେ ବି ସେମିତି ରାସ୍ତା ଉପରେ ପଡ଼ିଥିବାବେଳେ ବିଦ୍ୟୁତ ଖୁଣ୍ଟଗୁଡ଼ିକ କେଉଁଠି ଉପୁଡ଼ି ପଡ଼ିଛି ତ କେଉଁଠି ନଇଁବା ଅବସ୍ଥାରେ ରହିଛି। ପାହାଡ଼ ଅବସ୍ଥା ଦିନକୁ ଦିନ ଅଧିକ ଖରାପ ହେଉଥିବାବେଳେ ପାହାଚରେ ଲାଗିଥିବା ବ୍ୟାରିକେଡ୍‌ ଭାଙ୍ଗିଯାଇଛି। ପାହାଡ଼ ଉପରକୁ ଯାଇଥିବା ରାସ୍ତାରେ ଖାଲଖମା ଯୋଗୁ ପର୍ଯ୍ୟଟକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଅସାମାଜିକଙ୍କ ଦ୍ୱାରା ମଧ୍ୟ ଅସଦାଚରଣର ଶିକାର ହେଉଛନ୍ତି। ପାହାଡ଼ ଉପରକୁ ଯାତାୟାତ ନିୟନ୍ତ୍ରଣ ପାଇଁ ରହିଥିବା ଗେଟ୍‌ ଅଚଳ ହୋଇପଡ଼ିଛି।

ଭୁବନେଶ୍ୱରକୁ ଆସୁଥିବା ପର୍ଯ୍ୟଟକ ଓ ରାଜଧାନୀବାସୀଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିଥିବା ଶିଖରଚଣ୍ଡୀ ପାହାଡ଼ର ବିକାଶ ଲାଗି ୨୦୧୩ରେ ଯୋଜନା କରିଥିଲେ ରାଜ୍ୟ ସରକାର। ପର୍ଯ୍ୟଟନ ଓ ସାଧାରଣ ପ୍ରଶାସନ ବିଭାଗ ମିଳିତଭାବେ ଏହାକୁ ରାଜ୍ୟର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଥିଲେ। ୮ କୋଟି ଟଙ୍କା ବ୍ୟୟରେ ‘ଟେମ୍ପଲ୍‌ ସର୍କିଟ୍‌’ ଭାବେ ଶିଖରଚଣ୍ଡୀର ଉନ୍ନତୀକରଣ ପାଇଁ ସ୍ଥିର ହୋଇଥିଲା। ଉଭୟ ବିଭାଗର ଏକ ଟିମ୍‌ ସେଠାକୁ ଏକାଧିକଥର ଗସ୍ତ କରିବା ସହ ପର୍ଯ୍ୟଟକଙ୍କ ଲାଗି କେଉଁଠି କେଉଁ ସୁବିଧା ହେବ ସେନେଇ ଆଲୋଚନା କରିଥିଲେ। ଇତିମଧ୍ୟରେ ୬ବର୍ଷ ବିତିଲାଣି। ଶିଖରଚଣ୍ଡୀର ବିକାଶ ଦୂରର କଥା ଦିନକୁ ଦିନ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି। ସନ୍ଧ୍ୟାହେଲେ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଥିବାବେଳେ ଦିନ ଦ୍ୱିପ୍ରହରରେ ବି ପର୍ଯ୍ୟଟକ ନିଜକୁ ସୁରକ୍ଷିତ ମଣୁନାହାନ୍ତି। କେବଳ ପର୍ଯ୍ୟଟନ ଋତୁ ଆସିଲେ ଏଠାରେ ଭୋଜିଭାତ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବାବେଳେ ଅନ୍ୟ ସମୟରେ ଫାଙ୍କା ପଡ଼ୁଛି। ଟୁରିଷ୍ଟ ଆକ୍ଟିଭିଟି ନ ଥିବାରୁ ଏହି ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ଆସୁନାହାନ୍ତି। ଅନ୍ୟପକ୍ଷରେ ଶିଖରଚଣ୍ଡୀରୁ ନନ୍ଦନକାନନର ଦୂରତା ମାତ୍ର ୮ କିମି ହୋଇଥିବାବେଳେ ଚନ୍ଦକା ଓ ଡମପଡ଼ା ପର୍ଯ୍ୟଟନସ୍ଥଳୀର ଦୂରତା ୧୨ରୁ ୧୪ କିମି ହେବ। ତଥାପି ସହରର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ରାଜ୍ୟ ସରକାର କାହିଁକି ଆଗଭର ହେଉନାହାନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଶିଖରଚଣ୍ଡୀକୁ ଲାଗି ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ସହ କିଟ୍‌ ବିଶ୍ୱବିଦ୍ୟାଳୟ, ଇନ୍‌ଫୋସିଟି ଆଦି ବହୁ ଶିକ୍ଷା ଓ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ଚାରିପାଖରେ ଚନ୍ଦ୍ରଶେଖରପୁର, ପଟିଆ, ନନ୍ଦନକାନନ ପର୍ଯ୍ୟନ୍ତ ବଡ଼ ବଡ଼ ଜନବସତି ରହିଛି। ମନୋରଞ୍ଜନ ପାଇଁ ନା ଏକ ଭଲ ପାର୍କ ଅଛି ଅବା କୌଣସି ଚିତ୍ତବିନୋଦନ କେନ୍ଦ୍ର। ଏହାକୁ ଦୃଷ୍ଟିରେ ରଖି ଶିଖରଚଣ୍ଡୀ ପାହାଡ଼କୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ। ୨୦୧୩ରେ ହୋଇଥିବା ଯୋଜନା ଅନୁଯାୟୀ, ଶିଖରଚଣ୍ଡୀ ପାଦଦେଶରେ ଏକ ରିକ୍ରିଏଶନାଲ ହବ୍‌ ବା ଚିତ୍ତବିନୋଦନ କେନ୍ଦ୍ର ନିର୍ମାଣ ହୋଇଥାନ୍ତା। ପର୍ଯ୍ୟଟକଙ୍କ ଲାଗି ଏକ ପାର୍କ ନିର୍ମାଣ ସହ ଆଲୋକୀକରଣ ଏବଂ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥାନ୍ତା। ଜୈବ ବିବିଧତା ଦୃଷ୍ଟିରୁ ଏହି ପାହାଡ଼ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ହୋଇଥିବାବେଳେ ଏହାକୁ ନଜରରେ ରଖି ଶିଖରଚଣ୍ଡୀର ବିକାଶ କରାଯାଇଥାନ୍ତା। ଅନ୍ୟପକ୍ଷରେ ସବୁଜ ବନାନୀ ସହ ଏହି ଅଞ୍ଚଳରେ ଥିବା ଶତାଧିକ ମୟୂର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଥାଏ। ମାତ୍ର ସହରୀକରଣ ପ୍ରଭାବ ଓ ପ୍ରଶାସନିକ ଅବହେଳା ଯୋଗୁ ଶିଖରଚଣ୍ଡୀର ସବୁଜ ବନାନୀ ନଷ୍ଟ ହେଉଥିବାବେଳେ ଗତ ୨ବର୍ଷ ହେଲା ମୟୂରଙ୍କୁ ଆଉ ଦେଖିବାକୁ ମିଳୁନି। ପାହାଡ଼ରେ ବହୁ ବିରଳ ବୃକ୍ଷରାଜି ରହିଥିଲେ ମଧ୍ୟ ଜଙ୍ଗଲ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ଏହା କ୍ଷୟ ହେବାରେ ଲାଗିଛି।
ଅନ୍ୟପକ୍ଷରେ ୨୦୧୮ରେ ବିଡିଏ ଏବଂ ପର୍ଯ୍ୟଟନ ବିଭାଗ ମଧ୍ୟରେ ଶିଖରଚଣ୍ଡୀର ବିକାଶ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାନସଭା ଷ୍ଟାଣ୍ଡିଂ କମିଟି ମଧ୍ୟ ପାହାଡ଼ର ବିକାଶ ଲାଗି ପ୍ରସ୍ତାବ ଦେଇଥିଲା। ହେଲେ ଏପର୍ଯ୍ୟନ୍ତ ଏହାର ଡିଟେଲ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର୍‌) ପ୍ରସ୍ତୁତ କରାଯାଇନାହିଁ। ଏନେଇ ଭୁବନେଶ୍ୱର ଟୁରିଷ୍ଟ ଅଫିସର ଅଜୟ କୁମାର ରାଉତ କହିଛନ୍ତି, ଏଥିପାଇଁ ଆମେ ଇଡ୍‌କୋକୁ ୧କୋଟି ଟଙ୍କା ଦେଇଛୁ। ଡିପିଆର୍‌ ମିଳିବା ପରେ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

G7 ସମ୍ମିଳନୀରେ ମୋଦିଙ୍କୁ ନେଇ ଏମିତି କ’ଣ କହିଲେ ଟ୍ରମ୍ପ? ହସି ହସି ବେଦମ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮।୬: ଫ୍ରାନ୍ସର ଏଭିଆନଠାରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦ୍ୱିପାକ୍ଷିକ ବୈଠକ ଅବସରରେ ଟ୍ରମ୍ପ…

ଦେବଗଡ଼ରେ ବଢିଲା ଖରାଦିନ ସ୍କୁଲ ଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ…

ଦେବଗଡ,୧୮।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ୨୨ ତାରିଖରେ ଖୋଲିବ ସ୍କୁଲ। ୨୦ ତାରିଖ ଯାଏ ବଢ଼ିଲା ଖରାଦିନ ସ୍କୁଲ ଛୁଟି ଅବଧି। ଗ୍ରୀଷ୍ମ ପ୍ରବାହ ଯୋଗୁ…

ପାଣିପାଗ ବିଭାଗର ସୂଚନା, ବର୍ଷା ନେଇ ଏହି ୨୧ ଜିଲାକୁ ୱାର୍ନିଂ

ଭୁବନେଶ୍ୱର,୧୮।୬(ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ। ତେବେ ମୌସୁମୀ ଓ…

କେସିଙ୍ଗାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ଭ, ମିଳିବ ଏତିକି ଚାଉଳ

କେସିଙ୍ଗା,୧୮।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ବୁଧବାର ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା ହୋଇଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ଓଡ଼ିଶାରେ ବଦଳିଲା ସ୍କୁଲ ଖୋଲିବା ସମୟ, କେଉଁଠି ଛୁଟି ତ କେଉଁଠି ସକାଳୁଆ କ୍ଲାସ୍…

ଭୁବନେଶ୍ୱର,୧୮।୬: ଓଡ଼ିଶାର ବିଭିନ୍ନ ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରାଛୁଟିକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। କେତେକ ଜିଲା ଗ୍ରୀଷ୍ମକାଳୀନ ଛୁଟି…

୧୪୩ କୋଟିର ସମ୍ପତ୍ତି ସହ କୋଟି କୋଟିର ଋଣ! ଜାଣନ୍ତୁ ଉଦ୍ଧବ ଠାକରେଙ୍କ ନେଟଓ଼୍ବର୍ଥ…

ମୁମ୍ୱାଇ,୧୮।୬: ଉଦ୍ଧବ ଠାକରେ ନିଜ ଦଳରେ ବିଭାଜନକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ସେ କେତେ କୋଟି ସମ୍ପତ୍ତିର ମାଲିକ…

ବିଶ୍ୱ ଅଟିଷ୍ଟିକ ପ୍ରାଇଡ୍‌ ଦିବସ, ଅଧିକ ସଚେତନତା ଆବଶ୍ୟକ

ଅଟିଜିମ୍‌ ସମସ୍ୟା ଶିଶୁମାନଙ୍କଠାରେ ଦେଖିବାକୁ ମିଳିଥାଏ। ଏକ ଆକଳନରୁ ଜଣାପଡିଛି ଯେ, ଶତକଡା ତିନି ଭାଗ ଶିଶୁ ଅଟିଜିମ୍‌ର ଶିକାର ହୋଇଥାଆନ୍ତି। ଏ କ୍ଷେତ୍ରରେ ସଚେତନତା ବୃଦ୍ଧି…

୨ ଫାଇଲ ହଜିବା ଘଟଣା, ନବୀନ ଜେରା ହୋଇପାରନ୍ତି କହିଲେ ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୧୮।୬(ସୁନିତ୍‌ ମିଶ୍ର):ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ୍‌ ହଜିଥିବା ଅଭିଯୋଗ ହୋଇଛି। ଗୃହ ବିଭାଗ ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ମଧ୍ୟ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri