ଅଗଷ୍ଟ ୮ରୁ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର,୫।୭(ବ୍ୟୁରୋ) : ଆସନ୍ତା ଅଗଷ୍ଟ ୮ ତାରିଖରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କର ପାଠ ପଢା ଆରମ୍ଭ ହେବ। ଏ ନେଇ ଗୁରୁବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁଣି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଅଗଷ୍ଟ ୨୪ରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କର ନିୟମିତ ପାଠ ପଢା ହେବ। ନୂତନ ବିଜ୍ଞପ୍ତିରେ କୁହାଯାଇଛି ଯେ ସେମିଷ୍ଟର ପରୀକ୍ଷା ଓ ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ(ସିବିସିଏସ୍‌) ଯୁକ୍ତ ତିନି ପ୍ରଥମ ବର୍ଷରୁ କାର୍ଯ୍ୟକାରୀ କରାଯାଉଛି। ଯଦି ପାଠ ପଢା ବିଳମ୍ବରେ ଆରମ୍ଭ କରାଯିବ ତେବେ କୋର୍ଷ ଶେଷ ହେବ ନାହିଁ। ଅଗଷ୍ଟ ୮ରୁ ପାଠ ପଢା ଆରମ୍ଭ ହେଲେ ମଧ୍ୟ ନାମଲେଖା କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିସହିତ ପାଠ ପଢା ଆରମ୍ଭ ହେବା ଠାରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଏବଂ ସେଲ୍‌ଫ ଫାଇନାନ୍ସ ଡିଗ୍ରୀ କଲେଜରେ ଛାତ୍ରୀଛାତ୍ରଙ୍କ ଡ୍ରେସ୍‌କୋଡକୁ କଡାକଡି ଭାବେ ପାଳନ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଓ୍ବା ଧକ୍କାରେ ଇନୋଭା ଚୁର୍‌ମାର: ଡ୍ରାଇଭର ମୃତ, ୭ ଗୁରୁତର

କେନ୍ଦୁଝର/ଚମ୍ପୁଆ,୧ା୭(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ନାରଦପୁର ନିକଟ ୫୨୦ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

ରାଜ୍ୟରେ ସୁସ୍ଥ ହେଲେ ୬୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪ା୧୨(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୬୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୭୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୫୪, ବାଲେଶ୍ୱରରୁ ୫୩,...

ବିନା ଡାକ୍ତରରେ ଡାକ୍ତରଖାନା

ହାଟଡିହୀ,୧୬।୭(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିିଛି। ସରକାର ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ନାନା ଜନହିତକର ଯୋଜନା...

ସଟ୍‌ଡାଉନ୍‌ ପରିସୀମା ବଢିଲା

ଭଦ୍ରକ ଅଫିସ, ୪।୪- ଭଦ୍ରକ ପୌରାଞ୍ଚଳ ସମେତ ଆଖପାଖ ଗାଁ ରେ ୪୮ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଶୁକ୍ରବାର ରାତିରେ ଭଦ୍ରକର ଦୁଇ ଜଣ କରୋନା...

ବଜେଟ ଅଧିବେଶନ ପୂର୍ବରୁ କରାଯିବ କୋଭଡ ଟେଷ୍ଟ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଆସନ୍ତା ୨୩ରୁ ବସିବ ବଜେଟ ଅଧିବେଶନ । ଏହାପୂର୍ବରୁ ଆଜି ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ତେବେ ବୈଠକରେ ଅନେକ...

ରାଜ୍ୟବାସୀଙ୍କୁ ଗଣେଶ ଚତୁର୍ଥୀରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩୧।୮(ବ୍ୟୁରୋ): ଆଜି ପବିତ୍ର ଗଣେଶ ଚତୁର୍ଥୀ। ଦୁଇ ବର୍ଷ କରୋନା କଟକଣା ପରେ ଭକ୍ତଙ୍କ ଗହଣରେ ଆଜି ପ୍ରଭୁ ଶ୍ରୀ ଗଣେଶ ପୂଜା ପାଉଛନ୍ତି। ଏହି...

ଦେଶୀ ମାଛରୁ ପ୍ରସ୍ତୁତ ହେବ ମୂଲ୍ୟଯୁକ୍ତ, ପୁଷ୍ଟିକର ଖାଦ୍ୟ

କଟକ ଅଫିସ, ୨।୮ : ଓଡ଼ିଶାରେ ମଧୁରଜଳ ମାଛର ଚାହିଦା ଅଧିକ ଥିବାବେଳେ ଛୋଟ ମାଛଗୁଡ଼ିକ ଅଧିକ ପୁଷ୍ଟିଯୁକ୍ତ ଓ ଅନ୍ୟାନ୍ୟ ଖାଦ୍ୟସାରରେ ପରିପୂର୍ଣ୍ଣ। ତେଣୁ ଏହାର...

‘ଗୁଣାତ୍ମକ ସେବାକୁ ଗୁରୁତ୍ୱାରୋପ’

ମ୍ୟାନେଜ୍‌ମେଣ୍ଟ ପାଠପଢ଼ା ସାରି ବାପା ସୁରେଶ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ୟବସାୟକୁ ସମ୍ଭାଳିବା ସହ ଉକ୍ତ ବ୍ୟବସାୟକୁ ଠିକ୍‌ଭାବେ ଚଳାଇ ଅନେକ ସଫଳତା ହାସଲ...

Advertisement
Archives

Model This Week