Posted inଜାତୀୟ

ଅଗଷ୍ଟ ୨୦ ସୁଦ୍ଧା ଚନ୍ଦ୍ର କକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨

ଶ୍ରୀହରିକୋଟା,୨୫ା୭(ପି.ଟି.): ଚନ୍ଦ୍ରୟାନ-୨ ଜୁଲାଇ ୨୨ରେ ପୃଥିବୀ କକ୍ଷପଥରେ ଅବସ୍ଥାପିତ ହୋଇଥିବାବେଳେ ଏହା ଅଗଷ୍ଟ ୨୦ ସୁଦ୍ଧା ଚନ୍ଦ୍ରର କକ୍ଷପଥରେ ପହଞ୍ଚତ୍ବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ଅପରାହ୍ନରେ ଚନ୍ଦ୍ରୟାନ-୨ର ପ୍ରଥମ ଅର୍ବିଟ ରେଜିଂ ହୋଇଛି। ଏଥିରେ ଥିବା ମୋଟରକୁ ୫୭ ସେକେଣ୍ଡ ପାଇଁ ଫାୟାରିଂ କରାଯାଇଥିଲା। ଦ୍ୱିତୀୟ ଅର୍ବିଟ ରେଜିଂ ଗତି ୨୬ ତାରିଖ ରାତି ୧ଟା ୯ ମିନିଟରେ ହେବ। ଅଗଷ୍ଟ ୧୪ରେ ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା କରି ୨୦ ତାରିଖ ସୁଦ୍ଧା କକ୍ଷପଥରେ ପହଞ୍ଚତ୍ବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବର ୭ରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଥିଲାବେଳେ ଉକ୍ତ ସ୍ଥାନର ନାମକରଣକୁ ନେଇ ଇସ୍ରୋ ଏବଂ ସରକାରଙ୍କ ଉଚ୍ଚ ପଦାଧିକାରୀମାନେ ଚିନ୍ତିତ ଅଛନ୍ତି। ସେମାନେ ଏକାଧିକ ନାଁ ସଂଗ୍ରହ କରିଥିବା ଜଣାପଡିଛି। ଚୂଡାନ୍ତ ନାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିପାରନ୍ତି ବୋଲି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌ ସୂଚନା ଦେଇଛନ୍ତି। ତେବେ ସଫଳ ଅବତରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ପରେ ନାଁ ଘୋଷଣା କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀନଗରରେ ୨ ଡଜନ ଆତଙ୍କବାଦୀ: ଦୋକାନୀଙ୍କୁ ଦେଉଛନ୍ତି ଖୋଲା ଧମକ

ଶ୍ରୀନଗର,୧୬ା୯(ପି.ଟି.): ଶ୍ରୀନଗରରେ ଏବେ ଦୁଇ ଡଜନ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ସେମାନେ ସହର ଓ ଏହାର ଆଖପାଖରେ ଅବାଧରେ ବୁଲୁଛନ୍ତି ଏବଂ ବ୍ୟବସାୟୀମାନଙ୍କୁ ଦୋକାନ ନ...

ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଯିବେ ବିଶ୍ୱର ଆଉ ୯.୫ କୋଟି

ନୂଆଦିଲ୍ଲୀ,୭।୪: କରୋନାର ଦ୍ୱିତୀୟ ଲହର ବିଶ୍ୱକୁ ସଙ୍କଟ ଆଡ଼କୁ ନେଲାଣି। ବିଭିନ୍ନ ଦେଶର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଲୋକଙ୍କ ଜୀବନଜୀବିକା ଉପରେ ମହାମାରୀ ଗଭୀର ପ୍ରଭାବ...

ମୁମ୍ବାଇରେ ପିଆଜ କିଲୋ ୮୦ଟଙ୍କା

ମୁମ୍ବାଇ,୨୪।୯: ସମଗ୍ର ଦେଶରେ ପିଆଜର ଦରଦାମ୍‌ ଆକାଶ ଛୁଆଁ ହୋଇଛି। ବିଭିନ୍ନ ସହରରେ ପିଆଜର ଦରଦାମ୍‌ ବୃଦ୍ଧିକୁ ନେଇ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ନିକଟରେ...

ପୃଥିବୀକୁ ବହୁ ଶିକ୍ଷା ଦେଇଛି ୯/୧୧…

ନୂଆଦିଲ୍ଲୀ,୧୧।୯: ପୃଥିବୀବାସୀଙ୍କୁ ସେପ୍ଟେମ୍ବର ୧୧(୯/୧୧) ବହୁ ଶିକ୍ଷା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜୁରାଟର ଅହମଦାବାଦଠାରେ ସର୍ଦ୍ଦାରଧାମ ଭବନ ଲୋକାର୍ପଣ ସହିତ ସର୍ଦ୍ଦାରଧାମ ଦ୍ୱିତୀୟ...

ମତେ ବି ମିଳିଥିଲା ଗୁଆହାଟୀ ଯିବାକୁ ଅଫର, କହିଲେ ସଞ୍ଜୟ…

ମୁମ୍ବାଇ, ୨।୭ : ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ଶନିବାର ପ୍ରକାଶ କରିଛନ୍ତି ଯେ ତାଙ୍କୁ ମଧ୍ୟ ଗୁଆହାଟୀ ଯିବାକୁ ଅଫର ମିଳିଛି। ରାଉତ...

ସୋସିଆଲ ମିଡିଆରେ ବିକୁଥିଲେ ବନ୍ଧୁକ

କୋଲକାତା,୧।୮: ହ୍ବାଟ୍ସଆପ୍‌ ଓ ଫେସ୍‌ବୁକରେ ଗ୍ରୁପ କ୍ରିଏଟ୍‌ କରି ବନ୍ଧୁକ ବିକ୍ରି କରିବାକୁ ଉଦ୍ୟମ କରାଯାଉଥିଲା। ଏ ଘଟଣାରେ ସମ୍ପୃକ୍ତ ୨୪ ବର୍ଷୀୟ କିଷନ ଜୈଶ୍ୱାଲଙ୍କୁ...

୧୫ରେ କୃଷକ ଅଧିକାର ଦିବସ ପାଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୯।୧: କୃଷି ଆଇନକୁ ବିରୋଧ କରିବା ସହ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଜାନୁୟାରୀ ୧୫ରେ କୃଷକ ଅଧିକାର ଦିବସ ପାଳନ କରିବାକୁ କଂଗ୍ରେସ ପକ୍ଷରୁ...

ଜଲିଗଲା ସ୍କୁଲ ବସ୍‌

ଜଳନ୍ଧର,୪।୫: ପଞ୍ଜାବର ବଟାଲାରେ ଏକ ଅଭାବନୀୟ ଘଟଣା ଘଟିଛି। କିଲା ଲାଲ ସିଂରେ ପିଲାମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍‌ ଜଳିଯାଇଛି। ଫଳରେ ୩...

Advertisement
Archives

Model This Week