ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ଓ ଚର୍ଚ୍ଚା ହେଉଛି। ଏପରିକି ବିଏସ୍‌ଏନ୍‌ଏଲ୍‌ ସାରା ଦେଶରେ ୪ଜି ସେବା ଆରମ୍ଭ କରିବାକୁ ଯାଉଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ସେହିଭଳି ବିଏସ୍‌ଏନ୍‌ଏଲ୍‌ର ୪ଜି ସେବାକୁ ନେଇ ରହିଥିବା କଳ୍ପନା-ଜଳ୍ପନା ଓ ବହୁ ପ୍ରଶ୍ନବାଚୀ ପରେ ମଧ୍ୟ ବିଏସଏନଏଲର ଅଧିକାରୀମାନେ ଦାବି କରିଛନ୍ତି, ବ୍ରାଣ୍ଡ୍‌ର ୪ଜି ନେଟୱର୍କରେ ଅନେକ ପ୍ରକାର ସୁବିଧା ସାଙ୍ଗକୁ ପ୍ରତି ସେକେଣ୍ଡରେ ୪୦-୪୫ ମେଗାବିଟ ଶିଖର ଗତି ରେକର୍ଡ କରାଯାଇଛି, ଯାହା ପାଇଲଟ ପର୍ଯ୍ୟାୟରେ ୭୦୦ ମେଗାହର୍ଜ (ଏମ୍‌ଏଚ୍‌ଜେଡ/Mhz)ର ପ୍ରିମିୟମ ସ୍ପେକ୍ଟ୍ରମ ବ୍ୟାଣ୍ଡରେ ରୋଲ କରାଯାଇଛି। ସେହିପରି ଦେଶର ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାଣ୍ଟି ସିର୍ଭିସ ବା ଟିସିଏସ୍‌ ଏବଂ ରାଷ୍ଟ୍ରାୟତ୍ତ ଟେଲିକମ୍‌ ଅନୁସନ୍ଧାନ ସଂଗଠନ ସି-ଡଟ୍‌-ନେତୃତ୍ୱାଧୀନ କନ୍ସୋର୍ଟିୟମ୍‌ ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳର ବିକଶିତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପଞ୍ଜାବରେ କମ୍ପାନୀ ୪ଜି ସେବା ଆରମ୍ଭ କରିଛି ଏବଂ ପ୍ରାୟ ୮ ଲକ୍ଷ ଗ୍ରାହକଙ୍କୁ ବୋର୍ଡରେ ରଖିଛି। ଏପରିକି ସି-ଡଟ୍‌ ଦ୍ୱାରା ବିକଶିତ ୪ଜି କୋର ପଞ୍ଜାବର ବିଏସ୍‌ଏନ୍‌ଏଲ ନେଟୱର୍କରେ ବହୁତ ଭଲ ପ୍ରଦର୍ଶନ କରୁଛି। ବିଶେଷ କରି ଏହା ଗତ ବର୍ଷ ଜୁଲାଇରେ ସ୍ଥାପିତ ହୋଇଥିଲା। ଏହିପରି ଜଟିଳ ପ୍ରଯୁକ୍ତିବିଦ୍ୟାର ସଫଳତା ପ୍ରମାଣ କରିବାକୁ ଅତି କମରେ ୧୨ ମାସ ସମୟ ଲାଗିଥାଏ। କିନ୍ତୁ ସି-ଡଟ-କୋର ୧୦ମାସ ମଧ୍ୟରେ ଏହାକୁ ପ୍ରମାଣିତ କରିପାରିଛି। ଅପରପକ୍ଷରେ ଆଉ କିଛି ମାସ ମଧ୍ୟରେ ବିଏସ୍‌ଏନ୍‌ଏଲ୍‌ ଆଟମାନୀର ୪ଜି ଟେକ୍ନୋଲୋଜି ଲଞ୍ଚ କରିବ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ବିସ୍ତୃତ ଭାବେ କହିଛନ୍ତି।
ସମଗ୍ର ଭାରତରେ ୪ଜି ଏବଂ ୫ଜି ସେବା ପାଇଁ ବିଏସ୍‌ଏନ୍‌ଏଲ ୧.୧୨ ଲକ୍ଷ ଟାୱାର ନିୟୋଜନ ପ୍ରକ୍ରିୟାରେ ଅଛି। କମ୍ପାନୀ ସାରା ଦେଶରେ ୪ଜି ସେବା ପାଇଁ ୯,୦୦୦ରୁ ଅଧିକ ଟାୱାର ସ୍ଥାପନ କରିଛି, ସେଥିମଧ୍ୟରୁ ପଞ୍ଜାବ, ହିମାଚଳ ପ୍ରଦେଶ, ୟୁପି ୱେଷ୍ଟ ଏବଂ ହରିୟାଣା ସର୍କଲରେ ୬,୦୦୦ରୁ ଅଧିକ ଟାୱାର ସକ୍ରିୟ ଅଛିି। ବିଏସ୍‌ଏନ୍‌ଏଲ ଗତ ୪-୫ବର୍ଷ ମଧ୍ୟରେ ୪ଜି ସକ୍ଷମ ସିମ ବିକ୍ରି କରୁଛି। କେବଳ ସେହି ଗ୍ରାହକମାନଙ୍କର ପୁରୁଣା ସିମ୍‌ ଥିବା ଏହି ସେବାକୁ ଅନୁଭବ କରିବା ପାଇଁ ନୂତନ ସିମ୍‌ ପାଇବାକୁ ପଡ଼ିବ ବୋଲି ବିଏସ୍‌ଏନ୍‌ଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri