ଅଗଷ୍ଟରେ ସାର୍ବଜନୀନ ହେବ କାଳିଆ ହିତାଧିକାରୀଙ୍କ ନାମ: ମନ୍ତ୍ରୀ

ଭୁବନେଶ୍ୱର,୨୮।୭(ବ୍ୟୁରୋ): କାଳିଆ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ନାମ ଆସନ୍ତା ଅଗଷ୍ଟରେ ସାର୍ବଜନୀନ କରାଯିବ। କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଗୃହରେ ଆସିଥିବା ମୁଲତବୀ ପ୍ରସ୍ତାବର ଉତ୍ତର ଦେଇ ଏହା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୫୧,୦୫,୨୯୦ ହିତାଧିକାରୀଙ୍କୁ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ସମେତ ମୁକେଶ ମହାଲିଙ୍ଗ, ଜୟନ୍ତ କୁମାର ଷଡ଼ଙ୍ଗୀ, ନବଚରଣ ମାଝି ”କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ“ ଶୀର୍ଷକ ମୁଲବତୀ ପ୍ରସ୍ତାବ ଆଣିଥିଲେ। ଏହା ଉପରେ ମୋହନ କହିବାର କିଛି ସମୟ ପରେ ଉପବାଚସ୍ପତି ରଜନୀକାନ୍ତ ସିଂ ବକ୍ତବ୍ୟ ସଂକ୍ଷିପ୍ତ କରିବାକୁ କହିଥିଲେ। ହେଲେ ଏଥିରେ ମୋହନ ମାଝି ଅସନ୍ତୁଷ୍ଟ ହୋଇ ନିଜ ବକ୍ତବ୍ୟ ବନ୍ଦ କରିଦେଇଥିଲେ। ଏହା ପରେ ଅନ୍ୟ କୌଣସି ଭାଜପା ସଭ୍ୟ ମଧ୍ୟ କହି ନ ଥିଲେ। ମନ୍ତ୍ରୀ ଉତ୍ତର ରଖିବାର କିଛି ସମୟ ପରେ ଉପସ୍ଥିତ ସମସ୍ତ ଭାଜପା ସଦସ୍ୟ କକ୍ଷତ୍ୟାଗ କରିଥିଲେ। ମୋହନ ନିଜ ସ୍ବଳ୍ପ ବକ୍ତବ୍ୟ କାଳରେ କାଳିଆ ଯୋଜନା ହିତାଧିକାରୀ ଚୟନରେ ତ୍ରୁଟି ଏବଂ ତରବରିଆ ଭାବେ ଏହାକୁ ଲାଗୁ କରାଯାଇଥିବା ଅଭିଯୋଗ କରିଥିଲେ। କଂଗ୍ରେସ ଏବଂ ବିଜେଡି ସଦସ୍ୟମାନେ ମୁଲତବୀ ପ୍ରସ୍ତାବରେ ଭାଗ ନେଇଥିଲେ। ମନ୍ତ୍ରୀ ଅରୁଣଙ୍କ ଉତ୍ତର ପରେ ପ୍ରସ୍ତାବଟିକୁ ଉପବାଚସ୍ପତି ଅଗ୍ରାହ୍ୟ କରିଥିଲେ।

କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ରାଜ୍ୟର ପ୍ରାୟ ୮ ଲକ୍ଷ ଅଣଋଣୀ ଚାଷୀ ବୀମାଭୁକ୍ତ ହୋଇସାରିଲେଣି। ରାଜ୍ୟ ସରକାର ନୁହନ୍ତି, କେନ୍ଦ୍ର ସରକାର ତରବରିଆଭାବେ ପିଏମ୍‌-କିଷାନ ଯୋଜନା ଲାଗୁ କରିଥିଲେ। କଂଗ୍ରେସ ସଭ୍ୟ ଚାଷୀଙ୍କୁ ଋଣଛାଡ଼ କଥା କହୁଛନ୍ତି, ହେଲେ ଋଣ ଛାଡ଼ କରିବା ପରେ ମଧ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦଳ ଲୋକ ସଭା ନିର୍ବାଚନରେ ସଫଳତା ପାଇନାହିଁ। ତେଣୁ ଋଣଛାଡ଼ ଅପେକ୍ଷା ଠିକ୍‌ ସମୟରେ ଆର୍ଥିକ ସହାୟତା ଯୋଗାଇଦେବା ଅଧିକ ଲାଭଦାୟକ। ରାଜ୍ୟରେ ଜଣେ ବି ଯୋଗ୍ୟ ଚାଷୀ ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି। କାଳିଆ ଯୋଜନା ହିତାଧିକାରୀଙ୍କ ନାମ ସରକାରୀ ୱେବସାଇଟ୍‌ରେ ଦିଆଯିବ। ସହାୟତା ରାଶି ପାଇବା ପରେ ଚାଷୀ ଏବଂ ତା’ର ପରିବାର କେତେ ଖୁସି ସେ କଥା ସମସ୍ତେ ହୃଦୟଙ୍ଗମ କରିବା ଉଚିତ ବୋଲି ଅରୁଣ କହିଛନ୍ତି। କାଳିଆ ଯୋଜନାର ସୁପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ କମିଟି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲା କମିଟି ଏବଂ ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକ କମିଟି ଗଠନ କରାଯାଇଛି। ରାଜ୍ୟର ୫୦ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଏଥିରେ ସାମିଲ କରାଯିବାର ଲକ୍ଷ୍ୟ ରହିଛି। ଏବେ ସୁଦ୍ଧା ୨୦୧୮-୧୯ ରବି ଋତୁ ଆରମ୍ଭରୁ ୩୬,୩୪,୭୧୦ ଜଣ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ପରିବାରଙ୍କୁ ଏଥିରେ ସାମିଲ କରାଯାଇଛି। ଭୂମିହୀନ କୃଷି ଶ୍ରମିକ ପରିବାରଙ୍କୁ ୧୨,୫୦୦ ଟଙ୍କାର ସହାୟତା ୩ଟି ପର୍ଯ୍ୟାୟରେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିଛି। ଧାର୍ଯ୍ୟ ୨୫ ଲକ୍ଷ ମଧ୍ୟରୁ ୧୪,୭୦,୫୮୦ ପରିବାରଙ୍କୁ ପ୍ରଥମ କିସ୍ତିରେ ୫୦୦୦ ଟଙ୍କା ପ୍ରଦାନ କରାଯାଇଥିବା ଅରୁଣ ସୂଚନା ଦେଇଛନ୍ତି। ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ସରକାର ଭାଗଚାଷୀଙ୍କୁ କିପରି ଅନ୍ତର୍ଭୁକ୍ତ କଲେ, ଭାଗଚାଷୀ ଆଇନସମ୍ମତ ନୁହେଁ। ଗୋଟିଏ ଏକର ଜମି ଚାଷ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ, ସରକାର ଦେଉଥିବା ମାତ୍ର ୧୦,୦୦୦ ଟଙ୍କା କେଉଁ କାମରେ ଆସିବ। ରାଜ୍ୟ ସରକାର ୫୧,୦୫,୨୯୦ ହିତାଧିକାରୀଙ୍କୁ ଅର୍ଥ ଦେଇଥିବା କଥା କହିଛନ୍ତି। ଯଦି ଏହାକୁ ହିସାବ କରାଯାଏ, ତେବେ ଏଥିପାଇଁ ରାଜ୍ୟ ସରକାର ୫୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଏତେ ଟଙ୍କା ସରକାର କେଉଁଠୁ ଆଣିଲେ । ପ୍ରଥମେ ରାଜ୍ୟ ଜରୁରୀକାଳୀନ ପାଣ୍ଠିରୁ ୪୦୦ କୋଟି ଓ ପରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ନେଇ ସରକାର ଅଧ୍ୟାଦେଶ ଆଣିଥିଲେ। ତେବେ ଗୃହରେ ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତାହା ବିଭ୍ରାନ୍ତିକର ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ନିର୍ବାଚନ ପୂର୍ବରୁ ଏହା ଆରମ୍ଭ କରାଗଲା। ଶାସକ ଦଳର କର୍ମୀ, ନେତାମାନଙ୍କୁ କେବଳ ସହାୟତା ପ୍ରଦାନ କରାଗଲା। ପନିପରିବା ଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଚିନ୍ତା କରନ୍ତୁ ବୋଲି ସୁରେଶ କହିଥିଲେ। ସେହିପରି ବିଜେଡି ସଦସ୍ୟ ଅଶୋକ କୁମାର ବଳ, ପ୍ରଫୁଲ୍ଲ ସାମଲ ପ୍ରମୁଖ ଯୋଜନା ସପକ୍ଷରେ ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ନକଲି ଘିଅ କାରଖାନା ଠାବ

ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର, ୧୩।୧(ଡି.ଏନ୍‌.ଏ.): ଭେଜାଲ ଖାଦ୍ୟ ସାମଗ୍ରୀ କାରଖାନା ଏବେ ସାରା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। କେଉଁଠି ନକଲି ମସଲା ତ ଆଉ...

ଏଣିକି ମ୍ୟାଲେରିଆ ପୂର୍ବାନୁମାନ କରିବ ପାଣିପାଗ ବିଭାଗ

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ)- ଏଣିକି ମ୍ୟାଲେରିଆ ସଂକ୍ରମଣର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ...

ବନ୍ଧୁକ କାରବାରରେ କେବିଏନ୍‌ ଗ୍ୟାଙ୍ଗ

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ଅପରାଧ ଘଟାଇ ଭିଡିଓ ଭାଇରାଲ କରି ରାଜଧାନୀରେ ଆତଙ୍କ ଖେଳାଇଥିବା ବୁବୁ ଜେନାଙ୍କ କେବିଏନ୍‌ ଗ୍ୟାଙ୍ଗ ସମ୍ପର୍କରେ ତଦନ୍ତବେଳେ କମିଶନରେଟ ପୋଲିସକୁ ସଫଳତା...

ମାଟ୍ରିକ୍‌ ପାସ୍‌ କଲେ ସୋରଡ଼ା ବିଧାୟକ

ସୋରଡ଼ା,୨୫ା୮(ଡି.ଏନ୍‌.ଏ.): ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଗଞ୍ଜାମ ଜିଲା ସୋରଡ଼ାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିଛନ୍ତି।...

୨୦୦୭ ପକାଇଛି ଚିନ୍ତାରେ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ଆଇଏଏସ୍‌ ଅଫିସରମାନେ ରାଜ୍ୟ କିମ୍ବା କେନ୍ଦ୍ରରେ କାମ କରିବା ସମ୍ପର୍କରେ ବିଭିନ୍ନ ସମୟରେ କେନ୍ଦ୍ରରୁ ବଦଳୁଥିବା ନିୟମ ଆସିଥାଏ। କେତେବେଳେ କେଉଁ ସରକାର ଆସିଲେ...

ମହାନଦୀ ଜଳ ବିବାଦ ମାମଲା: ଡିସେମ୍ବର ୫ରେ ହେବ ଶୁଣାଣି

ଭୁବନେଶ୍ୱର,୭ା୧୧: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ହୋଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୫ରେ ହେବ ବୋଲି ଦିନ ଧାର୍ଯ୍ୟ...

ସାଇବର ଠକେଇ ଜାଲରେ ଓକାକ୍‌ର ମୁଖ୍ୟ

ଭୁବନେଶ୍ବର,୧୧।୧୧(ବ୍ୟୁରୋ): ସାଇବର ଠକେଇ ଜାଲରେ ଓକାକ୍‌ର ମୁଖ୍ୟ ମନୋଜ କୁମାର ପଟ୍ଟନାୟକ। ଓଡିଶା କମ୍ପୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ମୁଖ୍ୟଙ୍କ ହ୍ବାଟ୍ସଆପ ନମ୍ବର ହ୍ୟାକ କରି...

ଟାଟା କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା: କରୋନା ରୋଗୀଙ୍କ ମୃତ୍ୟୁର ୪ ଦିନ ପରେ ପରିବାରକୁ ଖବର

ବ୍ରହ୍ମପୁର ଅଫିସ,୨୯।୭ – ଗଞ୍ଜାମ ଜିଲାରେ ଏବେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଜିଲାର ଶିତଲାପଲ୍ଲୀଠାରେ ଥିବା ଟାଟା କୋଭିଡ ହସ୍ପିଟାଲରେ ସାଙ୍ଘାତିକ ଅବ୍ୟବସ୍ଥା ଦେଖିବାକୁ...

Advertisement


Archives

Model This Week