ଅଗଷ୍ଟରେ ଶିଳ୍ପ ଉତ୍ପାଦନ ୧.୧%କୁ ହ୍ରାସ

ନୂଆଦିଲ୍ଲୀ,୧୨-୧୦: ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ ୧.୧%କୁ ହ୍ରାସ ଘଟିଛି। ମାନୁଫାକ୍‌ଚରିଂ, ଶକ୍ତି ଉତ୍ପାଦନ ଏବଂ ଖଣି କ୍ଷେତ୍ରରେ କାର୍ଯ୍ୟକଳାପ ଉନ୍ନତ ନ ହେବାରୁ ଏଭଳି ସ୍ଥିତି ଉପୁଜିଥିବା ସରକାରୀ ତଥ୍ୟରୁ ଜଣାପଡିଛି। ୨୦୧୮ ଅଗଷ୍ଟରେ ଔଦ୍ୟୋଗିକ ଉତ୍ପାଦନ ସୂଚୀ(ଆଇଆଇପି) ଅଭିବୃଦ୍ଧି ଘଟି ୪.୮% ରହିଥିଲା। ଆଇଆଇପିକୁ ୭୭% ଅବଦାନ ରଖୁଥିବା ମାନୁଫାକ୍‌ଚରିଂ କ୍ଷେତ୍ରରେ ଉତ୍ପାଦନ ୧.୨%କୁ ଖସିଛି। ଏହା ଗତ ବର୍ଷ ଅଗଷ୍ଟରେ ୫.୨%କୁ ଅଭିବୃଦ୍ଧି ଘଟିଥିଲା। ସେହିଭଳି ବିଦ୍ୟୁତ ଉତ୍ପାଦନ ଅଭିବୃଦ୍ଧି ଗତ ବର୍ଷ ଅଗଷ୍ଟରେ ୭.୬% ରହିଥିବା ବେଳେ ଏହା ଚଳିତ ବର୍ଷ ୦.୯%କୁ ଖସିଛି। ଖଣି କ୍ଷେତ୍ର ଅଭିବୃଦ୍ଧି ୦.୧% ରହିଛି। ଏପ୍ରିଲ-ଅଗଷ୍ଟ ସମୟରେ ମୋଟ ଆଇଆଇପି ଅଭିବୃଦ୍ଧି ୨.୪% ରହିଛି। ଏହା ଗତବର୍ଷ ସମାନ ସମୟରେ ୫.୩% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୧୧।୯(ପି.ଟି.): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ କ୍ରୁଡ୍‌) ଦର ବୃଦ୍ଧି ଏବଂ ବୈଦେଶିକ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ବଡ଼ ଧରଣର…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର! ୨୦%ରୁ ଅଧିକ ଇଥାନଲ ମିଶିବ ପେଟ୍ରୋଲରେ, ସ୍ପଷ୍ଟ କଲେ…

ଦେଶରେ ପ୍ରଚଳିତ ୨୦% ଇଥାନଲ୍‌ ମିଶ୍ରିତ ପେଟ୍ରୋଲ (ଇ-୨୦) ଯୋଗୁ ଗାଡ଼ି ଯନ୍ତ୍ରାଂଶ ଖରାପ ହେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ଦୃଢ଼ ବିରୋଧ…

ଗ୍ରାହକଙ୍କୁ ଆପଲର ବଡ଼ ଝଟକା! ୧୭ ହଜାର ମହଙ୍ଗା ହେଲା iPhone 17, 17e ସହ…

ନୂଆଦିଲ୍ଲୀ, ନିକଟରେ ଆପଲ (Apple) ନିଜର ନୂଆ ଆଇଫୋନ ୧୮ ପ୍ରୋ ସିରିଜ (iPhone 18 Pro Series) ଏବଂ ପ୍ରଥମ ଫୋଲ୍ଡେବଲ ଫୋନ ଆଇଫୋନ ଡୁଓ…

ଲଞ୍ଚ ହେଲା iPhone 18 Pro- Pro Max: ଦାମ୍‌, ଫିଚର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: Apple ନିଜର ସେପ୍ଟେମ୍ବର ଲଞ୍ଚ ଇଭେଣ୍ଟରେ iPhone 18 Pro ଓ iPhone 18 Pro Maxକୁ ବଜାରକୁ ଆଣିଛି। ନୂଆ Pro ମଡେଲର କ୍ୟାମେରା,…

ସକାଳୁ ସକାଳୁ ତେଲ ବଜାରରେ ହଲଚଲ, ପେଟ୍ରୋଲକୁ ନେଇ ଆସିଲା ବଡ଼ ଅପଡେଟ୍‌!

ନୂଆଦିଲ୍ଲୀ,୧୦।୯: ଅନ୍ତର୍ଜାତୀୟ ବଜାରରେ କଚ୍ଚା ତେଲ (ଅଶୋଧିତ ତେଲ)ର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ପାର୍‌ କରିଛି। ଏହାଯୋଗୁଁ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକର…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

ଚାକିରିଆ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଶୀଘ୍ର ଲିଙ୍କ୍‌ କରନ୍ତୁ ଆଧାରକାର୍ଡ ନହେଲେ…

ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri