ଅଗଷ୍ଟରେ ଜିଏସ୍‌ଟି ସଂଗ୍ରହ ୧.୪୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨।୯:ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଫଳରେ କ୍ରମାଗତ ଭାବେ ଟିକସ ଆଦାୟ ପୂର୍ବ ଅପେକ୍ଷା ଅଧିକ ହୋଇଥିବା ସରକାର ମଧ୍ୟ ସ୍ବୀକାର କରିଛନ୍ତି। ବିଶେଷକରି ଏକକ ଟିକସ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ପ୍ରଚଳନ ହେବାଠାରୁ ଟିକସ ସଂଗ୍ରହ ମଧ୍ୟ ପ୍ରତି ମାସ ବୃଦ୍ଧି ପାଉଛି। ଏପରିକି ଗୁରୁବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ଅଗଷ୍ଟରେ ଦେଶର ଜିଏସ୍‌ଟି ରାଜସ୍ବ ସଂଗ୍ରହ ୧.୪୩ ଲକ୍ଷ କୋଟରୁ ଅଧିକ ହୋଇଛି। ଏପରିକି କ୍ରମାଗତ ୬ଷ୍ଠ ମାସ ପାଇଁ ୧.୪ ଟ୍ରିଲିୟନରୁ ଅଧିକ ଜିଏସ୍‌ଟି ସଂଗ୍ରହ ରାଶି ରହିଛି। ହେଲେ ଚଳିତ ବର୍ଷ ଜୁଲାଇର ଜିଏସ୍‌ଟି ରାଜସ୍ବ ସଂଗ୍ରହ ୧.୪୯ ଲକ୍ଷ କୋଟି ତୁଳନାରେ ୪% କମ୍‌ ରହିଛି। କିନ୍ତୁ ୨୦୨୧ ଅଗଷ୍ଟ ତୁଳନାରେ ଏହା ୨୮% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୨୦୨୧ ଅଗଷ୍ଟରେ ଜିଏସ୍‌ଟି ସଂଗ୍ରହ ୧.୧୨ ଟ୍ରିଲିୟନ ହୋଇଥିଲା।
ଚଳିତ ବର୍ଷ ଅଗଷ୍ଟ ମାସରେ ସଂଗ୍ରହ ହୋଇଥିବା ମୋଟ ୧,୪୩,୬୧୨ କୋଟିର ଜିଏସ୍‌ଟି ମଧ୍ୟରୁ କେନ୍ଦ୍ରୀୟ ଜିଏସ୍‌ଟି ୨୪,୭୧୦ କୋଟି ଟଙ୍କା ରହିଥିବା ବେଳେ ରାଜ୍ୟ ଜିଏସ୍‌ଟି ୩୦,୯୫୧ କୋଟି ଟଙ୍କା ରହିଛି। ସେହିଭଳି ଇଣ୍ଟିଗ୍ରେଟେଡ୍‌ ଜିଏସ୍‌ଟି ବାବଦକୁ ୭୭,୭୮୨ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ସେସ୍‌ ବାବଦକୁ ମୋଟ ୧୦,୧୬୮ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଚଳିତ ବର୍ଷ ଅଗଷ୍ଟରେ ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ ୧୭% ବୃଦ୍ଧି ପାଇ ୩୮୮୪ କୋଟିରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଭି ଚାର୍ଜିଂ କରିଡର ନିର୍ମାଣ କରିବ ବିପିସିଏଲ୍‌

ନୂଆଦିଲ୍ଲୀ, ୧୪।୪:  ଦେଶର ୧ଶହ ବ୍ୟସ୍ତବହୁଳ ଜାତୀୟ ରାଜପଥରେ ୧୦୦ଟି ଫାଷ୍ଟ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି) କରିଡର ନିର୍ମାଣ ସମ୍ପର୍କରେ ରାଷ୍ଟ୍ରାୟତ୍ତ ପେଟ୍ରୋଲିୟମ୍‌ ମାର୍କେଟିଂ କମ୍ପାନୀ ଭାରତ...

୮% ଅଭିବୃଦ୍ଧି ହାସଲ ସମ୍ଭବ: ନୀତି ଆୟୋଗ

ନୂଆଦିଲ୍ଲୀ,୨୧-୯: ଜୁନ୍‌ରେ ଜିଡିପି ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ଛୁଇଁବା ପରେ ଦେଶରେ ଅର୍ଥନୀତିକୁ ନେଇ ସୃଷ୍ଟି ହୋଇଥିବା ନକାରାମତ୍କତା ଭିତରେ ନୀତି...

ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତାଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ,୧୦-୧: ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ଭାରତ ଗସ୍ତ କରିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି। ଏହାବାଦ...

ଗ୍ରାହକ ସମ୍ପର୍କ ବୃଦ୍ଧି ଲାଗି ଏଲ୍‌ଜିର ପଦକ୍ଷେପ

ଭୁବନେଶ୍ୱର,୧୦-୬: ପ୍ରମୁଖ କମ୍ପାନୀ ଏଲ୍‌ଜି ପକ୍ଷରୁ ଗ୍ରାହକ ସମ୍ପର୍କ ବୃଦ୍ଧି କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥି ଲାଗି କମ୍ପାନୀ ଇନଫୋବିପ ସହ...

ମାଲାବାର ବିଶ୍ୱର ୬ଷ୍ଠ ଗହଣା ବ୍ରାଣ୍ଡ୍‌

ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ, ବିଶ୍ୱର ୬ଷ୍ଠ ବୃହତ୍‌ ଗହଣା ଗ୍ରୁପ୍‌ର ମାନ୍ୟତା ହାସଲ କରିଛି। ଏହି ପରିପ୍ରେକ୍ଷୀରେ...

ଭୁବନେଶ୍ୱରରେ ବିଗ୍‌ ବଜାରର ୬ ନମ୍ବର ଷ୍ଟୋର

ଭୁବନେଶ୍ୱର,୨୯-୬-ପ୍ରମୁଖ ସୁପରମାର୍କେଟ ଚେନ୍‌ ବିଗ୍‌ ବଜାର ପକ୍ଷରୁ ସ୍ଥାନୀୟ ପାହାଳ, ରୁଦ୍ରପୁରସ୍ଥିତ ସିମ୍ଫୋନୀ ମଲ୍‌ଠାରେ ନୂଆ ବିଗ୍‌ ବଜାର ଷ୍ଟୋର ଶୁଭାରମ୍ଭ ହୋଇଛି। ଏହା ସହରରେ...

ଓଡିଶା ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ପକ୍ଷରୁ ଦାନ

ଭୁବନେଶ୍ୱର,୧୭।୪ : କୋଭିଡ୍‌-୧୯ ଲଢେଇରେ ଯୋଗଦାନ ସ୍ବରୂପ ଓଡିଶା ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩.୪୦ ଲକ୍ଷ ଟଙ୍କାର ସହାୟତା ରାଶି...

ୟେସ୍‌ ବ୍ୟାଙ୍କ ଉପରୁ ୧୮ରେ ଉଠିବ କଟକଣା

ନୂଆଦିଲ୍ଲୀ,୧୫।୩: କେନ୍ଦ୍ର ସରକାର ୟେସ୍‌ ବ୍ୟାଙ୍କ ପୁନର୍ଗଠନ ଯୋଜନାର ବିଜ୍ଞପ୍ତି ଶନିବାର ଜାରି କରିଛନ୍ତି। ଏହା ଯୋଜନା ଅଧିନରେ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ଉପରେ ଲଗାଇଥିବା...

Advertisement
Archives

Model This Week