ଅଗଷ୍ଟରେ ଗୋଲ୍ଡ ଇଟିଏଫ୍‌ରେ ୧୪୫ କୋଟି ନିବେଶ

ନୂଆଦିଲ୍ଲୀ,୧୧-୯: ଗୋଲ୍ଡ ଇଟିଏଫ୍‌(ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌)ରେ ଅଗଷ୍ଟରେ ୧୪୫ କୋଟି ଟଙ୍କା ନିବେଶ କରାଯାଇଛି। ୯ମାସ ମଧ୍ୟରେ ପ୍ରଥମଥର ଗୋଲ୍ଡ ଇଟିଏଫ୍‌ରେ ସର୍ବାଧିକ ନିବେଶ ହୋଇଥିବା ଦେଖାଯାଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ଏବଂ ସୁନା ମୂଲ୍ୟ ବଢ଼ିବା କାରଣରୁ ଗୋଲ୍ଡ ଇଟିଏଫ୍‌ରେ ନିବେଶ ବୃଦ୍ଧି ପାଇଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ନିବେଶକ ଏହାକୁ ସୁରକ୍ଷିତ ନିବେଶ ବୋଲି ମନେକରୁଛନ୍ତି। ସୂଚନାଥାଉ କି, ୨୦୧୨ ଡିସେମ୍ବର ପରେ ଏଥିରେ ସର୍ବାଧିକ ନିବେଶ ହୋଇଛି। ସେହିବର୍ଷ ଇଟିଏଫ୍‌ରେ ୪୭୪ କୋଟି ଟଙ୍କା ନିବେଶ ହୋଇଥିଲା। ଏଥିରେ ମାସିକ ଏବଂ ବାର୍ଷିକ ଆଧାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ଜୁଲାଇରେ ଗୋଲ୍ଡ ଇଟିଏଫରୁ ୧୭.୬୬ କୋଟି ଟଙ୍କା କାଢ଼ି ନିଆଯାଇଛି। ସେହିପରି ଗତବର୍ଷ ଅଗଷ୍ଟରେ ୪୫ କୋଟି ଟଙ୍କା କାଢ଼ିନିଆଯାଇଥିଲା। ଆସୋସିଏଶନ ଅଫ୍‌ ମ୍ୟୁଚୁଆଲ ଫଣ୍ଡସ ଇନ୍‌ ଇଣ୍ଡିଆର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ମାସରେ ଗୋଲ୍ଡ ଇଟିଏଫ୍‌ରେ ୧୪୫.୨୯ କୋଟି ଟଙ୍କା ନିବେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୩ ଆପ୍‌ ବ୍ୟାନ୍‌କୁ ଚାଇନାର ବିରୋଧ

ନୂଆଦିଲ୍ଲୀ: ଦେଶର ସଂହତ୍ତି ଏବଂ ସାର୍ବଭୌମତ୍ୱକୁ ବିପଦ ଥିବା ଆଶଙ୍କା କରି ଭାରତ ସରକାର ୪୩ ଚାଇନା ମୋବାଇଲ ଆପ୍‌କୁ ବ୍ୟାନ କରିଛନ୍ତି। ଭାରତର ଏଭଳି...

ଏବେ ‘ହ୍ବାଟ୍ସଆପ୍‌’ରୁ ମଧ୍ୟ ପଠାଇପାରିବେ ଟଙ୍କା, ଜାଣନ୍ତୁ କିଭଳି

ନୂଆଦିଲ୍ଲୀ,୬।୧୧: ଦୀର୍ଘ ବର୍ଷ ଧରି ଆଇନଗତ ପ୍ରତିବନ୍ଧକକୁ ସାମ୍ନା କରିବା ପରେ ଗୁରୁବାର ରାତିରେ ‘ହ୍ବାଟ୍ସଆପ୍‌’ ପେମେଣ୍ଟ ସର୍ଭିସ(ଟଙ୍କା ନେଣଦେଣ ସେବା)ରେ ପ୍ରବେଶ କରିବାର ସୁଯୋଗ...

ଏୟାର ଇଣ୍ଡିଆ ବିମାନ ବାତିଲ କଲା ହଂକଂ

ନୂଆଦିଲ୍ଲୀ:ହଂକଂ ଚତୁର୍ଥ ଥର ଲାଗି ଏୟାର ଇଣ୍ଡିଆ ବିମାନକୁ ବାତିଲ କରିଛି। ଏହି ବିମାନ କମ୍ପାନୀ ଫ୍ଲାଇଟ୍‌ରେ ଜଣେ କୋଭିଡ୍‌-୧୯ ସଂକ୍ରମିତ ଯାତ୍ରୀ ବାହାରିବାରୁ କଟକଣା...

ଖବରକାଗଜ ଶିଳ୍ପକୁ ପ୍ୟାକେଜ୍‌ ଦିଅ

ନୂଆଦିଲ୍ଲୀ, ୧୩।୧୨(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ଖବରକାଗଜ ଶିଳ୍ପ ଗତ ୮ ମାସରେ ପ୍ରାୟ ୧୨,୫୦୦ କୋଟି ଟଙ୍କା କ୍ଷତି ସହି ଅଭୂତପୂର୍ବ...

ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଚତୁର୍ଥ ଥର ଲାଗି ଏହାର ରେପୋ ରେଟ୍‌ ( କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ହାରରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ...

ପେନଶନ ଦେବାକୁ ରେଲଓ୍ବେର ଅର୍ଥ ନାହିଁ

ନୂଆଦିଲ୍ଲୀ,୨୫।୭: କରୋନା ଯୋଗୁ ଦେଶରେ ରେଳ ଚଳାଚଳ ପ୍ରଭାବିତ ହୋଇ ରହିଛି। ଦେଶ ମଧ୍ୟରେ ଜରୁରୀ ଭିତ୍ତିରେ ମାତ୍ର କିଛି ଟ୍ରେନ ଚାଲୁଛି। ଏଥି ଯୋଗୁ...

ପୂର୍ବତଟ ରେଳପଥର ୧୯୧.୭୪ ନିୟୁତ ଟନ୍‌ ମାଲ ପରିବହନ

ଭୁବନେଶ୍ୱର, ୧୫-୮: ୭୩ତମ ସ୍ବାଧିନତା ଦିବସ ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳପଥ ପରିବାରର ସମସ୍ତ ସଦସ୍ୟ ତଥା ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶର...

ଓଡ଼ିଶାରେ ୧ଲକ୍ଷ ଟପିଲା ଜିଓ ଫାଇବର ଗ୍ରାହକ

ଭୁବନେଶ୍ୱର,୨୨।୨ ରିଲାଏନ୍ସ ଜିଓର ଅଲ୍‌ଟ୍ରା ହାଇ-ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ‘ଜିଓ ଫାଇବର’ର ଗ୍ରାହକ ସଂଖ୍ୟା ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ୧ ଲକ୍ଷ ଅତିକ୍ରମ...

Advertisement
Archives

Model This Week