ଅଖିଳ ଭାରତୀୟ ଶିଳ୍ପ କୌଶଳ ପ୍ରତିଯୋଗିତା: ଦୁଇ ବିଭାଗରେ ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ୱର, ୨୬।୯ (ବ୍ୟୁରୋ): ୫୫ତମ ଅଖିଳ ଭାରତୀୟ ଶିଳ୍ପ କୌଶଳ ପ୍ରତିଯୋଗିତା(ଅଲ୍‌ ଇଣ୍ଡିଆ ସ୍କିଲ୍‌ କମ୍ପିଟିଶନ୍‌ ଫର୍‌ କ୍ରାଫ୍ଟସମେନ୍‌)ରେ ଓଡିଶାକୁ ମିଳିଛି ଦୁଇ-ଦୁଇଟି ସଫଳତା। ଦୁଇ ଓଡ଼ିଆ ବିକାଶ ଚନ୍ଦ୍ର ନାୟକ ଏବଂ ସଦାଶିବ ସାମନ୍ତରାୟ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ତାଳଚେରସ୍ଥିତ ସରକାରୀ ଆଇଟିଆଇରୁ ଫିଟର୍‌ ଟ୍ରେଡ୍‌ରେ ତାଲିମ ନେଉଥିବା ବିକାଶ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ କୁଶଳୀ କାରିଗର ହେବାର ଗୌରବ ଅର୍ଜନ କରିଛନ୍ତି। ଏହାସହ ତାଳଚେର ସରକାରୀ ଆଇଟିଆଇକୁ ଫିଟର୍‌ ଟ୍ରେଡ୍‌ରେ ସର୍ବଶ୍ରେଷ୍ଠ ତାଲିମ୍‌ ଅନୁଷ୍ଠାନଭାବେ ମାନ୍ୟତା ଦିଆଯାଇଛି। ସେହିଭଳି ସଦାଶିବ ବାଲେଶ୍ୱରସ୍ଥିତ ସରକାରୀ ଆଇଟିଆଇରୁ ଟର୍ନର୍‌ ଟ୍ରେଡ୍‌ରେ ପ୍ରଶିକ୍ଷଣ ନେଇଛନ୍ତି। ବିଭାଗୀୟ ଶିକ୍ଷକଙ୍କର ତାଲିମ ଏବଂ ଉତ୍କୃଷ୍ଟ ଶିକ୍ଷାଦାନ ଯୋଗୁ ୨୦୧୮ରେ ସେ ସର୍ବଭାରତୀୟ ଟ୍ରେଡ୍‌ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଶିଳ୍ପ କୌଶଳ ପ୍ରତିଯୋଗିତାରେ ଆଗ୍ରହୀ ଥିବାରୁ ଆଇଟିଆଇ ଅଧ୍ୟକ୍ଷ ଇଂ କୃଷ୍ଣଚନ୍ଦ୍ର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭାଗୀୟ ଶିକ୍ଷକମାନଙ୍କ ଦ୍ୱାରା ସଦାଶିବଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ଦିଆଯାଇଥିଲା। ଫଳରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବା ସହ ୫୫ତମ ଅଖିଳ ଭାରତୀୟ ଶିଳ୍ପ କୌଶଳ ପ୍ରତିଯୋଗିତାରେ ସେ ଟର୍ନର ଟ୍ରେଡ୍‌ରେ ଶ୍ରେଷ୍ଠ କୁଶଳୀ କାରିଗର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହାସହ ବାଲେଶ୍ୱର ସରକାରୀ ଆଇଟିଆଇକୁ ଟର୍ନର ବିଭାଗରେ ଶ୍ରେଷ୍ଠ ତାଲିମ୍‌ ଅନୁଷ୍ଠାନ ଭାବେ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ହାତଧୂଆ ଦିବସ

ଯାଜପୁର ଅଫିସ,୧୭।୧୦: ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ଆନୁକୂଲ୍ୟରେ ମଙ୍ଗଳବାର ଧନେଶ୍ୱର ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠରେ ବିଶ୍ୱ ହାତଧୁଆ ଦିବସ ପାଳିତ ହେଇଯାଇଛି। ସଂଘର...

ଗାଁ ମାଟିରେ ସଂଗ୍ରାମୀ ଭବାନୀ ଚରଣଙ୍କ ଶେଷକୃତ୍ୟ ସମ୍ପନ୍ନ

ନିମାପଡ଼ା,୫।୫(ଡି.ଏନ୍‌.ଏ.): ଓଡ଼ିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଗାନ୍ଧୀବାଦୀ ନେତା, ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କର ଶେଷକୃତ୍ୟ ପୈତୃକ ଗ୍ରାମ ନିମାପଡ଼ାର ଗଡ଼ଅଣ୍ଢିଆ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟୀୟ...

ଓଡ଼ିଶାରୁ ମୁହଁ ଫେରାଉଛନ୍ତି ଶିଳ୍ପସଂସ୍ଥା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ଆଲୁମିନିୟମ, ଇସ୍ପାତ, ଆଲୁମିନା, ସାର, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ, ସିମେଣ୍ଟ ଭଳି ବୃହତ୍‌ ଶିଳ୍ପ ସାଙ୍ଗକୁ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ, ପର୍ଯ୍ୟଟନ,...

ଏମ୍‌ପି ଜୁଏଲ ଓରାମଙ୍କ ଝିଅ ବାହାଘରରେ ଯୋଗଦେଲେ ଦୁଇ ରାଜ୍ୟପାଳ

ଲହୁଣୀପଡ଼ା,୪।୨(ଡି.ଏନ.ଏ.): ସୁନ୍ଦରଗଡ଼ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଜ୍ୟେଷ୍ଠା କନ୍ୟା ଇନ୍ଦୁମତୀଙ୍କ ସହ ବନ୍ଧମୁଣ୍ଡା ନିବାସୀ ସନ୍ତୋଷ ବାରୁୱାଙ୍କ ସୋମବାର ପାରମ୍ପାରିକ ରୀତିନୀତିରେ...

ସରକାରଙ୍କ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ସେଲୁନ୍‌, ବିୟୁଟିପାର୍ଲର

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଯଦି କୌଣସି ସରକାରୀ କର୍ମଚାରୀଙ୍କଠାରେ କାଭିଡ-୧୯ର କୌଣସି ଲକ୍ଷଣ ଦେଖାଯାଉଛି ସେ କ୍ୱାରାଣ୍ଟାଇନ୍‌ରେ ୧୪ ଦିନ ଘରେ ରହିପାରିବେ। ଏଥିପାଇଁ ସେମାନଙ୍କୁ ଉପରିସ୍ଥ ଅଧିକାରୀଙ୍କଠାରୁ...

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ ଅଫିସ,୧୦ା୧୦: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ଏ ନେଇ ଗୋଇନ୍ଦା ବିଭାଗ ବିଭିନ୍ନ ସମୟରେ ରିପୋର୍ଟ ଦେଉଛି। ସୁରକ୍ଷା...

ମହଙ୍ଗା ଭତ୍ତାକୁ ନେଇ ସଚିବାଳୟରେ ଅସନ୍ତୋଷ: ନିଷ୍ପତ୍ତିକୁ ପୁନର୍ବିଚାର କରା ନ ଗଲେ ଆନ୍ଦୋଳନ

ଭୁବନେଶ୍ୱର,୧୬।୨(ବ୍ୟୁରୋ): କେନ୍ଦ୍ର ସରକାର ଗତବର୍ଷ ଜୁଲାଇ ମାସରୁ୫% ମହଙ୍ଗା ଭତ୍ତା ପ୍ରଦାନ ନେଇ ଘୋଷଣା ହୋଇସାରିଛି। ତେଣୁ ଗତ ଜୁଲାଇମାସରୁ କେନ୍ଦ୍ର ସରକାରୀ କର୍ମଚାରୀମାନେ ଏହି...

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ

ଜୀବଜଗତ ବଞ୍ଚିବା ପାଇଁ ବାୟୁ ଏକ ଅପରିହାର୍ଯ୍ୟ ଉପାଦାନ। ଏଥିରେ ଥିବା ଅମ୍ଳଜାନ ଆମ ରକ୍ତରେ ଥିବା ହିମୋଗ୍ଲୋବିନ୍‌ କଣିକା ସହିତ ଯୁକ୍ତ ହୋଇ ଅକ୍ସିହିମୋଗ୍ଲୋବିନ୍‌...

Coronavirus Update


Archives

Model This Week

Why Dharitri