Posted inଜାତୀୟ

ଅଖିଳେଶଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା ହଟିବ: ରହିବେନି ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ

ଲକ୍ଷ୍ନୌ,୨୩।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସୁରକ୍ଷା ଦଳରେ ଏଣିକି ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ ରହିବେନି। ତାଙ୍କର ଜେଡ୍‌ ପ୍ଲସ୍‌ ସୁରକ୍ଷା ହଟାଇବା ପାଇଁ ଯୋଜନା ହୋଇଛି। ତେବେ ମୁଲାୟମ୍‌ ସିଂ ଯାଦବ ଏବଂ ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀଙ୍କର ଏହି ସୁରକ୍ଷା କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କୁହାଯାଉଛି। ଏନେଇ ଏନ୍‌ଏସ୍‌ଜିକୁ ଶୀଘ୍ର ସୂଚିତ କରାଯିବ। ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ମେଣ୍ଟର ବିଫଳତା ପରେ ଅଖିଳେଶଙ୍କ ସୁରକ୍ଷା ବ୍ୟବସ୍ଥାରେ କେତେକ ପରିବର୍ତ୍ତନ କରାଯାଇଛି। ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହୋଇଥିଲା। ଚନ୍ଦ୍ରାବାବୁଙ୍କୁ ପୂର୍ବରୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳୁଥିଲା। ତେବେ ଏହା ଏବେ ଓ୍ବାଇ ସୁରକ୍ଷାକୁ ପରିବର୍ତ୍ତନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣବଳାତ୍କାର ଶିକାର ହେଲେ ନାବାଳିକା

ମୁମ୍ବାଇ,୧୫।୧୧: ମହାରାଷ୍ଟର ବିଡ ଅଞ୍ଚଳରେ ଏକ ଅଭାବନୀୟ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକା ବିବାହିତା ଯୁବତୀଙ୍କୁ ଦୀର୍ଘ ୬ମାସ ଧରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ...

ମୁମ୍ବାଇ ବିସ୍ଫୋରଣ: ୪ ଆତଙ୍କବାଦୀ ଗିରଫ

ଗାନ୍ଧୀନଗର,୧୮ା୫: ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ୧୯୯୩ ମୁମ୍ବାଇ ସିରିଜ୍‌ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ...

ସିଦ୍ଧୁଙ୍କ ଉପରେ ବର୍ଷିଲେ ଆଡଭୋକେଟ ଜେନରାଲ

ଚଣ୍ଡିଗଡ଼,୬ ।୧୧: ପଞ୍ଜାବର ଆଡଭୋକେଟ ଜେନରାଲ ପଦରୁ ନିକଟରେ ଇସ୍ତଫା ଦେଇଥିବା ଏପିଏସ୍ ଦେୱଲ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଉପରେ ଗୁରୁତର ଅଭିଯୋଗ...

ଗ୍ରୀଷ୍ମୀ ପ୍ରବାହ ପାଇଁ ରାଜଧାନୀରେ ୟେଲୋ ଆଲର୍ଟ ଜାରି

ନୂଆଦିଲ୍ଲୀ,୩୧।୫: ଗ୍ରୀଷ୍ମପ୍ରବାହ ପାଇଁ ସିଝୁଛି ସାରା ଦେଶ। ବିଭିନ୍ନ ସହରରେ ଭୀଷଣ ଗରମ ସହ ଗୁଳଗୁଳି ଅନୁଭୂତ ହେଉଛି। ବହୁ ସ୍ଥାନରେ ତାପମାତ୍ରା ୪୮ ଡିଗ୍ରୀ...

‘ଲୋକଙ୍କୁ ବିଭ୍ରାନ୍ତ କରୁଛି କଂଗ୍ରେସ’

ନୂଆଦିଲ୍ଲୀ,୨୭-୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ନେଇ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଦ୍ୱନ୍ଦ୍ୱ ସୃଷ୍ଟିକରିବା ସହ ଲୋକଙ୍କୁ ବିଭ୍ରାନ୍ତ କରି ରାଜଧାନୀର ବାତାବରଣକୁ ନଷ୍ଟ...

ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କରିବ ତାଲିବାନ

ନୂଆଦିଲ୍ଲୀ,୭।୧୦: ଆଫଗାନିସ୍ତାନ ବନ୍ଧୁତ୍ୱର ପୁନଃ ସ୍ଥାପନ ପାଇଁ ନିଯୁକ୍ତ ଆମେରିକାର ବିଶେଷ ପ୍ରତିନିଧି ଜାଲମେ ଖଲିଲଜାଦ ଓ ତାଲିବାନ ମଧ୍ୟରେ ଇସଲାମାବାଦରେ ହୋଇଥିବା କଥାବାର୍ତ୍ତାର ପରିଣାମ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨୮।୭: ଦଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର...

କିଛି ଦିନ ଏକାଠି ରହିବା ଲିଭ୍‌-ଇନ୍‌ ରିଲେଶନଶିପ୍‌ ନୁହେଁ

ଚଣ୍ଡିଗଡ଼, ୧୭ା୧୨:ଯଦି ଦୁଇ ପ୍ରାପ୍ତବୟସ୍କ ଯୁବତୀ ଯୁବକ କିଛି ଦିନ ପାଇଁ ସହମତିରେ ଏକାଠି ରୁହନ୍ତି ତେବେ ସେମାନେ ବାସ୍ତବରେ ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ରହୁଛନ୍ତି ବୋଲି...

Advertisement
Archives

Model This Week