‘ଅଖଣ୍ଡ ଭାରତ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବଦ୍ଧପରିକର’

ବାଲେଶ୍ୱର ଅଫିସ୍‌, ୧୭ା୮: ୩୭୦ ଧାରା ଉଚ୍ଛେଦ କରି କେନ୍ଦ୍ର ସରକାର କାଶ୍ମୀରବାସୀଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି। ଅଖଣ୍ଡ ଭାରତ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବଦ୍ଧପରିକର ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱର ଏକ ଘରୋଇ ହୋଟେଲ ପରିସରରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ, କେନ୍ଦ୍ର ସରକାର ନିଜର ନିର୍ବାଚନୀ ଇସ୍ତାହାରରେ ଏହି ପ୍ରସଙ୍ଗକୁ ରଖିଥିବା ବେଳେ ନିଜର ପ୍ରତିଶ୍ରୁତି ପାଳନ କରିଛନ୍ତି। ପୂର୍ବରୁ କଶ୍ମୀରର କୌଣସି ଯୁବତୀ ଅନ୍ୟ ରାଜ୍ୟରେ ବିବାହ କଲେ ତାଙ୍କର କଶ୍ମୀର ନାଗରିକତ୍ୱ ଲୋପ ପାଇ ଯାଉଥିଲା। ଅନ୍ୟ ପକ୍ଷରେ ପାକିସ୍ଥାନର ଯୁବକ କଶ୍ମୀର ଯୁବତୀଙ୍କୁ ବିବାହ କଲେ କଶ୍ମୀରର ନାଗରିକତ୍ୱ ପାଇଯାଉଥିଲା। ଗୋଟିଏ ଦେଶ ଭିତରେ ଦୁଇଟି ବ୍ୟବସ୍ଥା ଦୀର୍ଘ ବର୍ଷ ଧରି ଚାଲିଆସୁଥିଲା। ଗୋଟିଏ ଦେଶରେ ଭିନ୍ନ ଭିନ୍ନ ଆଇନ କେମିତି ଚଳି ଆସୁଥିଲା ତାହା ପ୍ରଶ୍ନବାଚୀ। ପୂର୍ବରୁ ସରକାର ରହିଥିବା ନେତାମାନେ ଜାଣିଶୁଣି ଏଭଳି ବ୍ୟବସ୍ଥାକୁ ଚଳାଇ ଆସିଥିଲେ ବୋଲି ମନ୍ତ୍ରୀ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ କଶ୍ମୀରରେ ବିକାଶ ସମ୍ଭବ ହେବ। ଉନ୍ନତମାନର ଡାକ୍ତରଖାନା ହେବ, ଲୋକେ ଚିକିତ୍ସା ସେବା ପାଇବେ, କଳ କାରଖାନା ଗଢ଼ି ଉଠିବ, ଯଦ୍ୱାରା ସ୍ଥାନୀୟ ଲୋକେ ନିଯୁକ୍ତି ପାଇବେ। ଏହା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସ୍ଥାନୀୟ ଲୋକେ ଉପକୃତ ହେବେ। ସବୁଠାରୁ ବଡ଼ କଥା, ନିଯୁକ୍ତି କ୍ଷେତ୍ରରେ ରହିଥିବା ସଂରକ୍ଷଣ ବ୍ୟବସ୍ଥାରେ କଶ୍ମୀରର ଯୁବକମାନେ ଆଦୌ ସୁଫଳ ପାଇ ପାରୁ ନ ଥିଲେ। ଫଳରେ ଦୀଘ ବର୍ଷ ହେଲା କଶ୍ମୀର ଯୁବତୀ, ଯୁବକ ଦିଗହରା ହୋଇ ସନ୍ତ୍ରାସବାଦ ପ୍ରତି ଆକୃଷ୍ଟ ହେଉଥିଲେ। ଭାରତ ଭୂଖଣ୍ଡର ସ୍ବର୍ଗ ଭାବେ ପରିଚିତ କଶ୍ମୀରକୁ ଦୁଇ ତିନୋଟି ପରିବାରର ଲୋକେ ଲୁଟି କରି ନେଉଥିଲେ। କେନ୍ଦ୍ର ସରକାର ବିଶେଷ କରି ଗୃହମନ୍ତ୍ରୀ ଅମିତ ସାହା ଏଥିପାଇଁ ଧନ୍ୟବାଦର ପାତ୍ର ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଥିଲେ। ଖବରଦାତା ସମ୍ମିଳନୀରେ ସଦର ବିଧାୟକ ମଦନମୋହନ ଦତ୍ତ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ମନ୍ତ୍ରୀଙ୍କ ପ୍ରତିନିଧି ଉମାକାନ୍ତ ମହାପାତ୍ର, ମିଡ଼ିଆ ସଂଯୋଜକ ଗୌରାଙ୍ଗ ଦାସ ଓ ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ବାରଣ କରିବାକୁ ପ୍ରୋଟୋକଲ ଅଫିସରଙ୍କୁ ବଦଳି

ପୁରୀ ଅଫିସ,୧।୩: ମୁସଲିମ ହୋଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ଘଟଣାକୁ ନେଇ ଆଇଆର୍‌ଏସ୍‌ ରେସମା ଲେଖାନୀ ତାଙ୍କ ପ୍ରୋଟୋକଲ ଅଫିସରଙ୍କୁ ବଦଳି କରିଦେଇଛନ୍ତି। ତେବେ ଅଫିସରଙ୍କୁ...

ନବାଗତଙ୍କୁ ଦାୟିିତ୍ୱ ନେଇ ଚର୍ଚ୍ଚା

ସମ୍ବଲପୁର,୩୧ା୩(ବ୍ୟୁରୋ): ସମ୍ବଲପୁର ଜିଲା ପର୍ଯ୍ୟବେକ୍ଷକ ଭାବେ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ନିଯୁକ୍ତି ପାଇବା ପରେ ଜିଲା...

ସୁରଟରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଚିକିଟି,୧୫ା୬(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ କଳବାଡ଼ ପଞ୍ଚାୟତ ଅଧୀନ ପାରସମା ଗ୍ରାମ କୁମ୍ଭାର ସାହିର ଜଣେ ଶ୍ରମିକଙ୍କ ଗୁଜରାଟ ସୁରଟରେ ମୃତ୍ୟୁ...

ଜୁଆ ଆଡ୍ଡାରେ ଚଢ଼ାଉ: ୯୬୫୦ ଟଙ୍କା, ୪ ବାଇକ୍‌ ଜବତ; ୪ କୋର୍ଟଚାଲାଣ

ଲୋଇସିଂହା,୬ା୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଆଗଲପୁର ବ୍ଲକ ଅନ୍ତର୍ଗତ କଠିପାଲି ଛକଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ମଙ୍ଗଳବାର ଅପରାହ୍ନରେ ଲୋଇସିଂହା ପୋଲିସ...

ଗ୍ରୀନ୍‌ କରିଡରରେ ଜଣଙ୍କୁ ଏମ୍ସ ସ୍ଥାନାନ୍ତର

କଟକ ଅଫିସ, ୧୨ା୮: କଟକ ଏସ୍‌ସିବି ମେଡିକାଲରେ ଶନିବାର ଏକାଥରକେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କ...

ବିପଦରେ ପାରାଦୀପ ଭ୍ୟୁ ଟାୱାର

ପାରାଦୀପ,୧୨ା୧(ସ୍ବ.ପ୍ର.): ପାରାଦୀପର ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ଆକର୍ଷଣ ସ୍ଥାନ ନେହେରୁବଙ୍ଗଳା ମନ୍ମଦ ଉଦ୍ୟାନ ଅଞ୍ଚଳ। ଏବେ ଏହା ବିପଦରେ। କାରଣ ମହାନଦୀ ମୁହାଣରେ ତଟକ୍ଷୟ ବର୍ଷେ...

ସାବିତ୍ରୀ ପାଳିଲେ ଚୌଦ୍ୱାର ଜେଲରେ ଥିବା ମହିଳା

ଚୌଦ୍ୱାର,୨୨।୫(ଡି.ଏନ୍‌.ଏ): ଆଜି ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ସ୍ତ୍ରୀମାନେ ଏହି ପୂଜା କରିଥାନ୍ତି। ତେବେ କୌଣସି କାରଣରୁ ଜେଲରେ ଥିବା ମହିଳା କଏଦୀମାନେ ମଧ୍ୟ...

ଉଦାସ ଆଶ୍ରମ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ

ବାଲେଶ୍ୱର ଅଫିସ, ୨୦।୪: ଲକ୍‌ଡାଉନ ସମୟରେ ବାଲେଶ୍ୱରସ୍ଥିତ ହଳଦୀପଦା ଏବଂ ରୂପସାର ବିଭିନ୍ନ ସ୍ଥାନରେ ଯାଜପୁର ଜିଲା ସୋଲର ଛତିଆସ୍ଥିତ ଉଦାମ ଆଶ୍ରମ ପକ୍ଷରୁ ରବିବାର...

Advertisement
Archives

Model This Week