ଅକ୍ଟୋବର ପରେ ଦରମା ଦେଇପାରିବନି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୩-୭: ଘରୋଇ କ୍ଷେତ୍ରର ଏୟାର ଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅର୍ଥ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ବେଳେ ଏବେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ମଧ୍ୟ ସମାନ ସଙ୍କଟ ଦେଖାଦେଇଛି। କମ୍ପାନୀ ନିକଟରେ ଅକ୍ଟୋବର ପରେ କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥ ନାହିଁ। ଦୁଇ ଜଣ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ସରକାର ଏୟାର ଇଣ୍ଡିଆ ପାଇଁ ୭ ହଜାର କୋଟି ଟଙ୍କା ବାବଦରେ ସଭରେନ ଗ୍ୟାରେଣ୍ଟି ଦେଇଥିଲେ। ଏବେ କମ୍ପାନୀ ନିକଟରେ ୨୫୦୦କୋଟି ଟଙ୍କା ଅବଶିଷ୍ଟ ରହିଛି। ଏହା ଖୁବ୍‌ଶୀଘ୍ର ଖର୍ଚ୍ଚ ହୋଇଯିବ। ଅନ୍ୟଜଣେ ଅଧିକାରୀ କହିଛନ୍ତି ଯେ, ତୈଳ କମ୍ପାନୀ, ଏୟାରପୋର୍ଟ ଅପରେଟର ଓ ଅନ୍ୟ ଭେଣ୍ଡରଙ୍କ ବକେୟା ପ୍ରଦାନ କରିବା ଏବଂ କିଛି ମାସର ଦରମା ଦେବା ଲାଗି ଏହି ଅର୍ଥକୁ ରଖାଯାଇଛି। ଦରମା ବାବଦରେ ଏୟାର ଇଣ୍ଡିଆ ପ୍ରତି ମାସରେ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଥାଏ। ଏବେ ଦରମା ଦେବା ମଧ୍ୟ ବିଳମ୍ବିତ ହେବାରେ ଲାଗିଛି। ଏପରିକି ମେ’ର ଦରମା ୧୦ ଦିନ ବିଳମ୍ବରେ ଦିଆଯାଇଥିଲା। ସୂଚନାଥାଉ କି, ଚଳିତ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆ ବକେୟା ଋଣ ବାବଦରେ ପ୍ରାୟ ୯ ହଜାର କୋଟି ଟଙ୍କା ପରିଶୋଧ କରିବାକୁ ପଡିବ। କିନ୍ତୁ କମ୍ପାନୀ ନିକଟରେ ଏତେ ବିଶାଳ ପରିମାଣର ଅର୍ଥ ନାହିଁ। ଏଥିପାଇଁ କମ୍ପାନୀ ସରକାରଙ୍କଠାରୁ ସହାୟତା ମାଗିଛି। ତେବେ ଏହା ଗ୍ରହଣଯୋଗ୍ୟ ହେବ କି ନା ଏବେ କହିହେବ ନାହିଁ। କମ୍ପାନୀ ବଜେଟ ଉପରେ ନିର୍ଭର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଲ୍‌କହଲ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ,୧୪।୭: ଆଲ୍‌କହଲ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮% ଜିଏସ୍‌ଟି ଲାଗୁ ହେବ। ଏହା ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଆସୁଥିଲେ ମଧ୍ୟ ଏହା ଉପରେ ଉଚ୍ଚ ହାରର...

ବ୍ୟାଙ୍କିଙ୍ଗ ସଂସ୍କାର,ମିଶ୍ରଣ ନେଇ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୦-୬: ଆଗାମୀ ବଜେଟରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସଂସ୍କାର ଏବଂ ବ୍ୟାଙ୍ଗ ମିଶ୍ରଣ ନେଇ ବିଭିନ୍ନ ପଦକ୍ଷେପ ଉପରେ ସରକାର ଘୋଷଣା କରିପାରନ୍ତି। ଦେଶର ଅର୍ଥନୀତିକୁ...

ଭାରତରୁ ପ୍ରଡକ୍ଟ ରପ୍ତାନି ବଢାଇବ ଓ୍ବାଲମାର୍ଟ

ନୂଆଦିଲ୍ଲୀ: ଭାରତରେ ଉତ୍ପାଦନ ହେଉଥିବା ପ୍ରଡକ୍ଟ ରପ୍ତାନି ବଢାଇବା ନେଇ ଓ୍ବାଲମାର୍ଟ ଯୋଜନା ରଖିଛି। ଆଗାମୀ ୨୦୨୭ ସୁଦ୍ଧା ପ୍ରାୟ ୭୪ ହଜାର କୋଟି ଟଙ୍କାର...

ଅର୍ଚ୍ଚନା ଏକ୍କା ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୧୦: ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ ଲ’ କଲେଜ ସମ୍ମୁଖ ଶହୀଦନଗରଠାରେ ଅର୍ଚ୍ଚନା ଏକ୍କା ମେକପ୍‌ ଷ୍ଟୁଡିଓ ଓ ଏକାଡେମୀ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି...

ମୁନ୍ଦ୍ରା-ପାନିପତ ପାଇପ୍‌ ଲାଇନ୍‌ ପାଇଁ ଜମି ଅଧିଗ୍ରହଣ ଆରମ୍ଭ…

ନୂଆଦିଲ୍ଲୀ, ୧୩।୯ : ଅଶୋଧିତ ତୈଳ ପାଇପଲାଇନ ପାଇଁ କେନ୍ଦ୍ର ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁଜରାଟର କଚ୍ଛ ଜିଲାର ଚୁଡୱା ଠାରୁ...

ସାପୁରଜୀ ଗ୍ରୁପ୍‌ ବିରୋଧରେ ସୁପ୍ରିମକୋର୍ଟରେ ଟାଟା ସନ୍ସ

ନୂଆଦିଲ୍ଲୀ,୧୩।୯:ଟାଟା ଗ୍ରୁପ୍‌ କମ୍ପାନୀ ପରିଚାଳନା କରୁଥିବା ଟାଟାସନ୍ସର ୨% ଅଂଶଧନ ବନ୍ଧକ ରଖିବା ଲାଗି ସାପୁରଜୀ ଗ୍ରୁପ୍‌ ଚାହୁଁଛି। ଏହାକୁ ନେଇ ପୁଣି ଥରେ ଦୁଇ...

ୱିଣ୍ଡଫଲ୍‌ ଟ୍ୟାକ୍ସ ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୩ା୯: ଚଳିତ ବର୍ଷ ସେପ୍ଟେମ୍ବର ୧ରୁ କେନ୍ଦ୍ର ସରକାର ପୁଣି ଥରେ ୱିଣ୍ଡଫଲ୍‌ ପ୍ରଫିଟ୍‌ ଟ୍ୟାକ୍ସ ବଢ଼ାଇଛନ୍ତି। ଏହା ପରେ ତେଲ କମ୍ପାନୀଗୁଡିକ ବିଦେଶକୁ ଡିଜେଲ...

ଫେବୃୟାରୀ ୨୩ରେ ୫ମ ଓଟିସି

ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ଶିଳ୍ପ ସଂଘ ‘ହୋଟେଲ ଏବଂ ରେଷ୍ଟରାଣ୍ଟ ଆସୋସିଏଶନ ଓଡ଼ିଶା (ହାରୋ) ପକ୍ଷରୁ ଚଳିତ ବର୍ଷ ଫେବୃୟାରୀ ୨୩ରେ ଓଡ଼ିଶା ଟୁରିଜମ୍‌...

Advertisement
Archives

Model This Week