ଅକ୍ଟୋବରରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୮-୯: ଆସନ୍ତା ମାସରେ ବ୍ୟାଙ୍କରେ ଜରୁରୀ କାମ କରିବା ଲାଗି ଯୋଜନା ପ୍ରସ୍ତୁତ କରିବା ପୂର୍ବରୁ ସାମାନ୍ୟ ଭାବିବା ଉଚିତ୍‌ ହେବ। କାରଣ ଅକ୍ଟୋବରରେ ଦଶହରା, ଦୀପାବଳୀ ଭଳି ବଡ଼ ପର୍ବ ସହ ଅନ୍ୟାନ୍ୟ କାରଣରୁ ୮ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି କାରଣରୁ ବ୍ୟାଙ୍କ ସହ ଜଡିତ ସମସ୍ତ ପ୍ରକାର କାମକୁ ଯଥାଶୀଘ୍ର ସାରି ନେବା ସହ ପର୍ବପର୍ବାଣୀରେ ଖର୍ଚ୍ଚ ପାଇଁ ହାତରେ ଯଥେଷ୍ଟ ଅର୍ଥ ଆଗୁଆ ସଞ୍ଚୟ କରିନେବା ଉଚିତ୍‌ ହେବ। କାରଣ ଆସନ୍ତା ମାସରେ ବ୍ୟାଙ୍କ ଛୁଟି ଅକ୍ଟୋବର ୨ରୁ ଆରମ୍ଭ ହେବ। ଗାନ୍ଧୀ ଜୟନ୍ତ୍ରୀ ଅବସରରେ ଏହି ଦିନ ବ୍ୟାଙ୍କ ବନ୍ଦ ରହିବ। ଏହାପରେ,୬ ଓ ୮ ଅକ୍ଟୋବରରେ କ୍ରମାଗତ ୨ ଦିନ ବ୍ୟାଙ୍କରେ କୌଣସି କାମ ହେବ ନାହିଁ। କାରଣ ୬ ତାରିଖ ରବିବାର ମହାନବମୀ ପଡୁଥିବା ବେଳେ ୮ରେ ବିଜୟାଦଶମୀ ବା ଦଶହରା ପାଳନ କରାଯିବ। ଏହି କାରଣରୁ ବ୍ୟାଙ୍କ ଛୁଟି ରହିବ। ଏହାପରେ ୧୨ରେ ମାସର ଦ୍ୱିତୀୟ ଶନିବାର, ୧୩ରେ ରବିବାର ପଡୁଛି। ସେହିପରି ପରବର୍ତ୍ତୀ ରବିବାର ୨୦ରେ ପଡୁଛି। ଏହାବାଦ୍‌ ୨୬ରେ ମାସର ଚତୁର୍ଥ ଶନିବାର, ୨୭ରେ ରବିବାର ତଥା ଦୀପାବଳି ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଡିପିର ଭରସା ଦେଲେ ରାଜୀବ କୁମାର

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷରେ କରୋନା ମହାମାରୀ ପ୍ରଭାବ ଯୋଗୁ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଲଗାତର ଖସିଚାଲିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି।...

ସିବିଓଆଇ ପକ୍ଷରୁ ଋଣ ଶିବିର

ଭୁବନେଶ୍ୱର,୨୪ା୯: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ସିବିଓଆଇ) ପକ୍ଷରୁ ନିକଟରେ ଉଭୟ କଟକ ଓ ଭୁବନେଶ୍ୱରରେ ୨ଟି ମେଗା କ୍ଲଷ୍ଟର ଋଣ ଶିବିରର ଆୟୋଜନ କରାଯାଇଥିଲା।...

ନିବେଶକଙ୍କ କ୍ଷତି ୨.୨୨ ଲକ୍ଷ କୋଟି

ମୁମ୍ବାଇ: ଗତ କିଛିଦିନ ଧରି ଦେଶର ପୁଞ୍ଜିବଜାରରେ କାରବାର ବଢ଼ି ଚାଲିଥିଲା। ବୁଧବାର ଏଥିରେ ଝଟକା ଲାଗିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) କାରବାର ଖସିଥିବା ନଜରକୁ...

ରାମମନ୍ଦିର ଲାଗି ଏମ୍‌ଡିଏଚ୍‌ ଦେଲା ୧ କୋଟି

ନୂଆଦିଲ୍ଲୀ,୧୮ା୩: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣରେ ଏମ୍‌ଡିଏଚ୍‌ ପ୍ରାଇଭେଟ ଲିମିଟେଡ୍‌ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି। କମ୍ପାନୀର ଅଧ୍ୟକ୍ଷ ରାଜୀବ ଗୁଲାଟି ଉପସ୍ଥିତ ରହି ଏହି...

ଆଇଟି ଶିଳ୍ପରେ ୨ ଲକ୍ଷ କର୍ମଚାରୀଙ୍କ ଛଟେଇ ଆଶଙ୍କା

ନୂଆଦିଲ୍ଲୀ,୨୭-୧୧: ଦେଶର ଆଇଟି ଶିଳ୍ପରେ ଛଟେଇ ଧାରା ବନ୍ଦ ହେବାର ନାଁ ଧରୁନାହିଁ। ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଆଇଟି ଶିଳ୍ପରେ ୧ ରୁ ୨...

ଆମେରିକାର ସରକାରୀ ସିକ୍ୟୁରିଟିଜରେ ଭାରତର ନିବେଶ ୬ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୧୯-୮: ଆମେରିକାରେ ଭାରତର ନିବେଶ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସେ ଦେଶର ସରକାରୀ ସିକ୍ୟୁରିଟିଜରେ ଭାରତର ନିବେଶ ୬ ବିଲିୟନ ଡଲାର ବୃଦ୍ଧି ପାଇ...

୫ ଦିନ ବନ୍ଦ ରହିବ ବ୍ୟାଙ୍କ କାରବାର

ନୂଆଦିଲ୍ଲୀ,୨୩-୯: ଚଳିତ ମାସ ୨୯ରୁ ନବରାତ୍ର ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ନଗଦ ନିଜ ନିକଟରେ ରଖିବା ବୁଦ୍ଧିମାନ କାମ ହେବ। କାରଣ ଚଳିତ...

ମୋଦିଙ୍କ ନିର୍ବାଚନୀ ପ୍ରତିଶ୍ରୁତି; ଅର୍ଥନୀତିକୁ ମିଳିବ ୧୦୦ ଲକ୍ଷ କୋଟି

ନୂଆଦିଲ୍ଲୀ,୨୬-୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଖୁବଶୀଘ୍ର ଦ୍ୱିତୀୟ କାର୍ଯ୍ୟକାଳ ସମ୍ଭାଳିବାକୁ ଯାଉଛିି। ନୂଆ ସରକାର ଗଠନ ପରେ ଭାଜପାର ନିର୍ବାଚନୀ ପ୍ରତିଶ୍ରୁତି...

Advertisement
Archives

Model This Week