ଅକ୍ଟୋବରରେ ପାସେଞ୍ଜର ଯାନ ବିକ୍ରି ୦.୨୮% ବୃଦ୍ଧି

ନୂଆଦିଲ୍ଲୀ,୧୨-୧୧: ଅକ୍ଟୋବରରେ ପାସେଞ୍ଜର ଯାନ ବିକ୍ରିରେ ୦.୨୮% ବୃଦ୍ଧି ଘଟିଥିବା ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ ମାନୁଫାକ୍‌ଚରର୍ସ ସୋସାଇଟି(ସିଆମ୍‌) ପକ୍ଷରୁ ସୂଚନା ଦିଆଯାଇଛି। ପାର୍ବଣ ସମୟ ବିକ୍ରି, ନୂଆ ମଡେଲ ଲଞ୍ଚ ଯୋଗୁ ବିକ୍ରି ସାମାନ୍ୟ ବଢିଥିବା ସିଆମ୍‌ ପକ୍ଷରୁ ପ୍ରକାଶ ପାଇଛି। ଅକ୍ଟୋବରରେ ଯାତ୍ରିବାହୀ ଯାନ ବିକ୍ରି ୨.୮୫ ଲକ୍ଷ ୟୁନିଟକୁ ବଢିଛି। ଏହା ଗତ ବର୍ଷ ସମାନ ସମୟରେ ୨.୮୪ ଲକ୍ଷ ୟୁନିଟ ରହିଥିଲା। ସବୁ ବର୍ଗରେ ଯାନ ବିକ୍ରି କଥା ବିଚାର କରିଲେ ଏହା ୧୨.୭୬% ହ୍ରାସ ଘଟିଛି। ଚଳିତ ବର୍ଷ ଅକ୍ଟୋବରରେ ୨୧.୭୬ ଲକ୍ଷ ୟୁନିଟ ଯାନ ବିକ୍ରି ହୋଇଛି। ଏହା ଗତ ବର୍ଷ ସମାନ ସମୟରେ ୨୪.୯୪ ଲକ୍ଷ ୟୁନିଟ ଥିବା ସିଆମ ରିପୋର୍ଟରେ ଉଲ୍ଲେଖ ରହିଛି। ଗତ ମାସରେ ମୋଟର ସାଇକେଲ ବିକ୍ରି ୧୫.୮୮% ହ୍ରାସ ଘଟି ୧୧.୧୬ ଲକ୍ଷ ୟୁନିଟ ରହିଛି। ଏହା ଗତବର୍ଷ ସମାନ ସମୟରେ ୧୩.୨୭ ଲକ୍ଷ ୟୁନିଟ ରହିଥିଲା। ନଭେମ୍ବର ଏବଂ ଡିସେମ୍ବରରେ ଯାନ ବିକ୍ରି ଉନ୍ନତ ରହିବା ନେଇ ସିଆମ୍‌ ଆଶାବାଦୀ ରହିଛି। ସେହିଭଳି ଆଗାମୀ ଦିନରେ ଅଟୋମୋବାଇଲ ଶିଳ୍ପ ମାନ୍ଦାବସ୍ଥାରୁ ବାହାରକୁ ଆସିବାକୁ ସକ୍ଷମ ହେବ ବୋଲି ଏହା ଆଶା ପ୍ରକଟ କରିଛି। ସୂଚନା ମୁତାବକ ଏପ୍ରିଲ-ଅକ୍ଟୋବର ସମୟରେ ଦେଶ ମଧ୍ୟରେ ପାସେଞ୍ଜର ଯାନ ବିକ୍ରି ଗତ ବର୍ଷ ଏହି ସମୟ ତୁଳନାରେ ୨୦% କମିଛି। ଚଳିତ ବର୍ଷ ଅକ୍ଟୋବରରେ କାର୍‌ ବିକ୍ରି ୬.୩୪% ହ୍ରାସ ଘଟି ୧.୭୩ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ମାସରେ ୧.୮୫ ଲକ୍ଷ ୟୁନିଟ ରହିଥିଲା। ଏହାବାଦ ୟୁଟିଲିଟି ଯାନ ବିକ୍ରି କ୍ଷେତ୍ରରେ ୨୨.୨୨% ବୃଦ୍ଧି ଘଟିଛି। ସରକାର ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପ ଅର୍ଥନୀତି ଉପରେ ଉନ୍ନତ ପ୍ରଭାବ ପକାଇବା ନେଇ ଆଶାବାଦୀ ରହିଥିବା ସିଆମ ସଭାପତି ରାଜନ ଓ୍ବାଧେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

ଚାକିରିଆ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଶୀଘ୍ର ଲିଙ୍କ୍‌ କରନ୍ତୁ ଆଧାରକାର୍ଡ ନହେଲେ…

ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri