ଅଂଶୁଘାତ ମୁକାବିଲା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ: ତୁରନ୍ତ ଅଚଳ ନଳକୂପ, ପାନୀୟ ଜଳ ପ୍ରକଳ୍ପ ମରାମତି କରିବାକୁ ପରାମର୍ଶ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଲାଣି। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ, ପଶ୍ଚିମ ଏବଂ ଉପକୂଳ ଓଡ଼ିଶାର ୧୦ଟି ଜିଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ। ଏପିରି କି ପାରଦ ୪୭ଡିଗ୍ରୀ ସେଲସିୟସ ନିକଟକୁ ଚାଲିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ବିଭାଗ ପକ୍ଷରୁ କେତେକ ଜିଲାରେ ୟେଲୋ ଏବଂ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଂଶୁଘାତ ମୁକାବିଲା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏନେଇ ରବିବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଗ୍ରୀଷ୍ମ ପ୍ରକୋପକୁ ଦେଖି ପରିସ୍ଥିତିର ସମୀକ୍ଷା କରିବା ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଜଳ ଯୋଗାଣ ଅଭାବକୁ ଦୃଷ୍ଟିରେ ରଖି ତୁରନ୍ତ ଅଚଳ ନଳକୂପ ଏବଂ ପାନୀୟ ଜଳ ପ୍ରକଳ୍ପଗୁଡିକୁ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳ ସଙ୍କଟ ଥିବା ଅଞ୍ଚଳରେ ପାଣି ଟ୍ୟାଙ୍କର ଏବଂ ପାନୀୟ ଜଳ କେନ୍ଦ୍ର ସ୍ଥାପନ କରି ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ଅଂଶୁଘାତ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଅଂଶୁଘାତ ପ୍ରସ୍ତୁତି ଓ ପରିସ୍ଥିତି ବିଷୟରେ ନିୟମିତ ଭାବେ ଜଣାଇବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଛେଦ ନ ସରୁଣୁ ତରବରିଆ ନିର୍ମାଣ: ପୂର୍ତ୍ତ ବିଭାଗର କାର୍ଯ୍ୟକୁ ନେଇ ସନ୍ଦେହ

ପୁରୁଣା ଭୁବନେଶ୍ୱର,୨୭।୧୨(ଡି.ଏନ.ଏ.): ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଠିକ୍‌ ଭାବେ ସରିନାହିଁ। ଏଭଳିସ୍ଥଳେ ସମସ୍ତ ନୀତିନିୟମକୁ ଦଳିମକଚି ରାତିଅଧିଆ ପୂର୍ତ୍ତବିଭାଗ ନିର୍ମାଣ କାର୍ଯ୍ୟକୁ...

ଝାରସୁଗୁଡ଼ା ପୌର ନିର୍ବାହୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଦୁର୍ନୀତିଗ୍ରସ୍ତ ଓ ଅମାନିଆ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ଝାରସୁଗୁଡ଼ା ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ...

ମା’-ବାପାଙ୍କୁ ହରାଇଥିବା ଦିବେଶ ମାଟ୍ରିକ ଟପ୍ପର

ଝାରସୁଗୁଡ଼ା ଅଫିସ,୨୯ା୭: କଥାରେ ଅଛି ଇଚ୍ଛାଶକ୍ତି ଥିଲେ ସଫଳତା ଆପଣାଛାଏଁ ମିଳିଥାଏ। ଏହି କଥାର  ବାସ୍ତବତା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲାରେ। ଏହି ଜିଲାର ନିକତିମାଲ...

ନାଚ ଶିଖାଇ ଦେବା ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ: ୪ ଅଟକ

ନିଶ୍ଚିନ୍ତକୋଇଲି,୨୨।୧୧(ସ୍ବ.ପ୍ର.): କଟକ ଜିଲା ନେମାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ହୋଇଥିବା ପୀଡିତାଙ୍କ ବାପା ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ...

ବିଜେପୁର ଉପନିର୍ବାଚନରେ ଟଙ୍କା ଖର୍ଚ୍ଚ କରିବୁ ନାହିଁ, ଲୋକମତ ସଂଗ୍ରହ କରିବୁ: ନିରଞ୍ଜନ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ। ଏଥିରେ ଟଙ୍କା ଖର୍ଚ୍ଚ କରିବୁ ନାହିଁ। କେବଳ ଲୋକମତ ସଂଗ୍ରହ କରିବୁ। ନିରାଡ଼ମ୍ବରରେ ନାମାଙ୍କନ ଦାଖଲ କରିବୁ। ବିଜେଡି...

ରାଜ୍ୟର ସମସ୍ତ ଜେଲ୍‌କୁ ଆଡଭାଇଜରି

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଜେଲ୍‌କୁ କରୋନା ଭୁତାଣୁ ସଂକ୍ରମଣରୁ ରୋକିବା ପାଇଁ କାରାଗାର ମହାନିର୍ଦ୍ଦେଶକ ବୁଧବାର ସ୍ବତନ୍ତ୍ର ଆଡଭାଇଜାରି ଜାରି କରିଛନ୍ତି। କାରାଗାରରେ ରହୁଥିବା ବନ୍ଦୀ ଏବଂ...

କନିକା ପ୍ରଜା ଆନ୍ଦୋଳନ ପାଠ୍ୟପୁସ୍ତକରେ ସ୍ଥାନ ପାଇବ

ରାଜକନିକା,୧୨ା୯(ଡି.ଏନ.ଏ.): ଭାରତ ବର୍ଷର ସ୍ବାଧୀନତା ଇତିହାସର ପ୍ରକୃତ ଘଟଣା ଲୋକଲୋଚନକୁ ଆଣିବାରେ ଯେଉଁ ହୀନମାନ୍ୟତା ରଖାଯାଇଛି ତା’ର ଅନ୍ତ ଘଟାଇ ସତ୍ୟ ଲୋକଲୋଚନକୁ ଆଣିବାକୁ ହେବ।...

କୂଳପତିଙ୍କ ନାଁରେ ଏତଲା ଦେଲା ସଂଘ

ସମ୍ବଲପୁର,୧୭।୫(ଡି.ଏନ୍‌.ଏ.): ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତି ସଞ୍ଜୀବ ମିତ୍ତଲଙ୍କ ନାଁରେ ଲଜପତ ରାୟ ଲ କଲେଜର ଆଲୁମିନି ଆସୋସିଏସନ ମଙ୍ଗଳବାର ଧନୁପାଲି ଥାନାରେ ଏତଲା ଦେଇଛନ୍ତି। ସମ୍ବଲପୁର...

Advertisement
Archives

Model This Week