ଅଁଳାନବମୀ ପ୍ରଥମ ସମନ୍ବୟ ବୈଠକ: ରାଧାପାଦ ଛୁଁଇବେ ନାହିଁ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ, ୨୩-୧୦(ଡି.ଏନ୍‌.ଏ.):ପୁରୀ ଜିଲା ସତ୍ୟବାଦୀ ବ୍ଲକ ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ଚଳିତ ବର୍ଷ ନଭେମ୍ବର ୫ରେ ଅନୁଷ୍ଠିତ ହେବ। ଏନେଇ ପ୍ରଥମ ସମନ୍ବୟ ବୈଠକ ସାକ୍ଷୀଗୋପାଳ ପାନ୍ଥଶାଳାରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ଭକ୍ତମାନେ ରାଧାପାଦ ନ ଛୁଇଁବାନେଇ ନିଷ୍ପତ୍ତି ହୋଇଥିଲା। ସେବାୟତ ପ୍ରତିନିଧିମାନଙ୍କୁ ମନ୍ଦିର ଟ୍ରଷ୍ଟବୋର୍ଡରେ ସାମିଲ କରାଯାଇ ନ ଥିବାରୁ ସେବାୟତ ସଂଘ ବୈଠକ ବର୍ଜନ କରିଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ସୂଚନା ଦେଇଥିଲେ। ସହକାରୀ ଦେବୋତ୍ତର କମିଶନର ଆଶିଷ କୁମାର ପଟ୍ଟନାୟକ କହିଛନ୍ତି ଯେ, ପୂର୍ବ ଟ୍ରଷ୍ଟବୋର୍ଡ କାର୍ଯ୍ୟକାଳ ପୂରିଯାଇଥିବାରୁ ଯାତ୍ରା ପରିଚାଳନା ପାଇଁ ସରକାରୀ ଅଧିକାରୀମାନଙ୍କୁ ନେଇ ଏକ ଅସ୍ଥାୟୀ ବୋର୍ଡ ଗଠନ କରାଯାଇଛି। ସ୍ଥାୟୀ ବୋର୍ଡ ଗଠନ ସମୟରେ ସେବାୟତ ପ୍ରତିନିଧିଙ୍କୁ ସାମିଲ କରାଯିବ ବୋଲି ସେ କହିଥିଲେ। ତେବେ ଦ୍ୱିତୀୟ ସମନ୍ବୟ ବୈଠକ ପୂର୍ବରୁ ସେବାୟତ ସଂଘ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା ମାଧ୍ୟମରେ ସେମାନଙ୍କର ସମସ୍ୟା ସମାଧାନ କରିବାକୁ ପୁରୀ ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ସାହୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇଲେ ଯୁବକ

ବଡଗାଁ, ୬।୪ (ଡି.ଏନ.ଏ.)-ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ବରଙ୍ଗାକଛାର ଗ୍ରାମର ସ୍କୁଲରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରୁ ରବିବାର ସନ୍ଧ୍ୟାରେ ଜଣେ ଯୁବକ ପାଚେରୀ ଡେଇଁ...

ଭିଜିଲାନ୍ସ ଜାଲରେ ଫରେଷ୍ଟର : ଏକକାଳୀନ ୪ ସ୍ଥାନରେ ଚାଲିଛି ଚଢ଼ାଉ

ବୌଦ୍ଧ,୨୬।୯(ସ୍ବ.ପ୍ର.): ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ବୌଦ୍ଧର କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଚଢ଼ାଉ ଚାଲିଛି। ଗୁରୁବାର ସକାଳୁ ଭିଜିଲାନ୍ସ...

ମୟୂରଭଞ୍ଜ ଚିତ୍ରକଳା ପ୍ରଦର୍ଶନୀ ସରିଲା

ବାରିପଦା ଅଫିସ,୩୦ା୮- ମୟୂରଭଞ୍ଜ ଫାଉଣ୍ଡେଶନ ପକ୍ଷରୁ ବେଲଗଡିଆ ରାଜ ପ୍ରାସାଦରେ ଅନୁଷ୍ଠିତ ହେଉଥିବା ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୟୂରଭଞ୍ଜ ଏମପି ବିଶେଶ୍ୱର...

ଲାଞ୍ଚ ନେଇ ଆର୍‌ଡି କିରାଣି ଗିରଫ

ଫୁଲବାଣୀ ଅଫିସ, ୧୩ା୨-କାମ କରୁନି ସରକାରଙ୍କ ୫-ଟି ଫର୍ମୁଲା । ସାଧାରଣ ଲୋକଙ୍କୁ ସରକାରୀ କର୍ମଚାରୀମାନେ ହଇରାଣ କରିବା କଥା ଛାଡ, ଖୋଦ ନିଜ ବିଭାଗର...

ପରିତ୍ୟକ୍ତ ଗୃହରେ ଚାଲିଛି ‘ସଖୀ’ କେନ୍ଦ୍ର ନିଜସ୍ବ ବିଲ୍ଡିଂ ପାଇଁ ଚିହ୍ନଟ ଜମିକୁ ନେଇ ଦ୍ୱନ୍ଦ୍ୱ

ଜଗତ୍‌ସିଂହପୁର ଅଫିସ୍‌,୧୦।୧: ରାଜଧାନୀ ଦିଲ୍ଲୀରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ମାମଲାର ବିଚାର ସମୟରେ ନିର୍ଯାତନାର ଶିକାର...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୦ ହଜାର ଦାନ

ଛେଣ୍ଡିପଦା,୯ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଗ୍ରାମ୍ୟ କମିଟି ପକ୍ଷରୁ ମୁଖମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା ଦାନ କରାଯାଇଛି। ଗ୍ରାମ୍ୟ କମିଟି ସଭାପତି ଗୋବର୍ଦ୍ଧନ...

ଟ୍ରାଫିକ ନିୟମର ବାର୍ତ୍ତା ବାଣ୍ଟିଲେ ପିଲା

ବେଗୁନିଆ, ୧୩ା୨ (ଡି.ଏନ୍‌.ଏ): ବେଗୁନିଆ ସଦର ମହକୁମାରେ ବୁଧବାର ଟ୍ରାଫିକ ନିୟମର ବାର୍ତ୍ତା ଛୋଟ ପିଲାମାନେ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା। ତେବେ ପିଲାମାନେ ବିଭିନ୍ନ ପ୍ରକାର...

ରାସ୍ତାରେ ପିଟି ବୃଦ୍ଧଙ୍କୁ ହତ୍ୟା

କୋରାପୁଟ/ଲକ୍ଷ୍ମୀପୁର,୭।୮(ସ୍ବ.ପ୍ର./ଡି.ଏନ୍‌.ଏ.): ଜଣେ ବୃଦ୍ଧଙ୍କୁ ଗାଁ ଦାଣ୍ଡରେ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିପିଟି ହତ୍ୟା କରାଯାଇଛି। ପୁଅ ଏବଂ ବୋହୂ ଏବଂ ସାନଭାଇ ମିଶି ଏହି କାଣ୍ଡ...

Advertisement
Archives

Model This Week