ପାଟନା, ୨୮।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପା ସହିତ ମେଣ୍ଟ କରିବାରୁ ଜେଡିୟୁର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ଯାଦବ ଅସନ୍ତୁଷ୍ଟ ଥିଲେ। ତେଣୁ ମେଣ୍ଟ ସରକାରକୁ ସଶକ୍ତ କରିବା ପାଇଁ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଫୋନକରି ଶରଦଙ୍କୁ ମନାଇଛନ୍ତି। ଫଳରେ ନୀତୀଶ ସରକାର ଉପରୁ ବିପଦ ହଟିଯାଇଥିବା ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି। ଇତିମଧ୍ୟରେ ନୀତୀଶ ଶରଦଙ୍କ ସହିତ ଆଲୋଚନା କରି ସମସ୍ତ ବିଷୟ ଅବଗତ କରାଇଛନ୍ତି। ବିହାର ବିଧାନସଭାର ସଦସ୍ୟ ସଂଖ୍ୟା ୨୪୩ ଥିବାବେଳେ ନୀତୀଶଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ୧୨୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ସୂଚନାଯୋଗ୍ୟ, ସମ୍ପ୍ରତି ଗୃହରେ ଆରଜେଡିର ୮୦, ଜେଡିୟୁର ୭୧, ଏନଡିଏର ୫୮, କଂଗ୍ରେସର ୨୭ ଏବଂ ଅନ୍ୟ ସଦସ୍ୟ ୭ ଜଣ ରହିଛନ୍ତି।

"/>

ଶରଦଙ୍କୁ ମନାଇଲେ ଜେଟଲୀ: ନୀତୀଶଙ୍କ ଉପରୁ ବିପଦ ଟଳିଲା

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri