ନୂଆଦିଲ୍ଲୀ, ୨୬।୭: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଭାରତର ୪୫ତମ ପ୍ରଧାନ ବିଚାରପତି ହେବେ ବୋଲି ଜଣାପଡିଛି । ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିଶ କରିବାକୁ କେନ୍ଦ୍ର ଆଇନ ମନ୍ତ୍ରୀ ପ୍ରଧାନ ବିଚାରପତି ଜଗଦୀଶ ସିଂ ଖେହରଙ୍କୁ ଲିଖିତ ଭାବେ ଜଣାଇଥିଲେ । ଜଷ୍ଟିସ୍ ଖେହର ବିଚାରପତି ଦୀପକ ମିଶ୍ରଙ୍କ ନାମ ଏଥିଲାଗି  ସୁପାରିଶ କରିବା ସହ ଏହାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନିକଟକୁ ପଠାଇ ଦେଇଛନ୍ତି। ଅଗଷ୍ଟ ୨୭ ତାରିଖରେ ଜଷ୍ଟିସ ଖେହର ପ୍ରଧାନ ବିଚାରପତି ଦାୟିତ୍ୱରୁ ଅବସର ଗ୍ରହଣ କରିବେ । ଏହାପରେ ଦୀପକ ପଧାନ ବିଚାରପତି ଭାବେ ନିଯୁକ୍ତ ହେବେ। ସେ ୨୦୧୮ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିବେ। ଉଲ୍ଲେଖଯୋଗ୍ୟ, ରଙ୍ଗନାଥ ମିଶ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କ ପରେ ଦୀପକ ତୃତୀୟ ଓଡ଼ିଆ ଭାବେ ଏହି ପଦବୀରେ ଅଧିଷ୍ଠିତ ହେବେ।

"/>

ପ୍ରଧାନ ବିଚାରପତି ହେବେ ଦୀପକ ମିଶ୍ର

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri