‘ଏବି ଆନି ସିଡିି’ରେ ଅମିତାଭ

ମୁମ୍ବାଇ: ବିକ୍ରମ୍‌ ଗୋଖ୍‌ଲେଙ୍କ ମରାଠୀ ଚଳଚ୍ଚିିତ୍ର ‘ଏବି ଆନି ସିଡ଼ି’ରେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ଅତିଥି କଳାକାରଭାବେ ଅଭିନୟ କରିବେ। ଚଳଚ୍ଚିତ୍ରଟି ମିଲିନ୍ଦ୍‌ ଲେଲେଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ। ଅମିତାଭ ଏଥିରେ ଜଣେ ମେଗାଷ୍ଟାର୍‌ ଚରିତ୍ରରେ ମାତ୍ର ୧୫ ମିନିଟ୍‌ ଅଭିନୟ କରିବେ ବୋଲି ପ୍ରଯୋଜକ ଅକ୍ଷୟ ବାର୍ଦାପୁର୍‌କର୍‌ ପ୍ରକାଶ କରିଛନ୍ତି। ଗୋଖଲେ ଏନେଇ ଅମିତାଭ୍‌ଙ୍କ ସ୍ବୀକୃତି ଆଣିସାରିଥିବା ସେ କହିଛନ୍ତି। ତାଙ୍କୁ ଭେଟିବା ପରେ ସେ ତତ୍‌କ୍ଷଣାତ୍‌ ଆମ ସହ ଯୋଡ଼ିହେବାକୁ ରାଜିହୋଇ ଯାଇଥିଲେ ବୋଲି ବାର୍ଦାପୁର୍‌କର୍‌ ପ୍ରକାଶ କରିିଛନ୍ତି। ଚଳଚ୍ଚିତ୍ରଟିରେ ବଚ୍ଚନ ଓ ଗୋଖଲେ ପିଲାଦିନର ସାଙ୍ଗଭାବେ ଦେଖାଦେବେ। ଦୀର୍ଘ ୭୦ ବର୍ଷ ପରେ ଏକ ବାର୍ଥ ଡେ’ ପାର୍ଟିରେ ସେମାନଙ୍କ ମଧ୍ୟରେ ସାକ୍ଷାତ ହୁଏ। ଫିିଲ୍ମ ଟାଇଟଲ୍‌କୁ ନେଇ ବାର୍ଦାପୁର୍‌କର୍‌ କହିଛନ୍ତି ଯେ, ‘ଏବି’ ମାନେ ଅମିତାଭ୍‌ ବଚ୍ଚନ ଓ ‘ସିଡିି’ମାନେ ଗୋଖ୍‌ଲେଙ୍କ ଚରିତ୍ର ଚନ୍ଦ୍ରକାନ୍ତ ଦେଶପାଣ୍ଡେଙ୍କ ନାମରେ ନାମିତ। ଏହି କମେଡ଼ି ଡ୍ରାମାଯୁକ୍ତ ଚଳଚ୍ଚିତ୍ରଟି ଚଳିତବର୍ଷ ଡିସେମ୍ବରରେ ମୁକ୍ତିଲାଭ କରିବ। ପ୍ରକାଶଥାଉ କି, ପୂର୍ବରୁ ଅମିତାଭ୍‌ ଓ ଗୋଖ୍‌ଲେ ଏକାଠି ମିଶି ‘ଅଗ୍ନିପଥ’ ଓ ଖୁଦା ଗଓ୍ବା’ ଚଳିଚ୍ଚିତ୍ର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri