Posted inଜାତୀୟ

ପ୍ରାର୍ଥୀପତ୍ର ଦାଖଲ କଲେ ଗୃହମନ୍ତ୍ରୀ

ଲକ୍ଷ୍ନୌ,୧୬।୪: କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଲକ୍ଷ୍ନୌ ଲୋକସଭା ଆସନର ଭାଜପାର ଆଶାୟୀ ପ୍ରାର୍ଥୀ ରାଜନାଥ ସିଂହ ମଙ୍ଗଳବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜନାଥ ସିଂହ ପ୍ରଥମେ ହନୁମାନ ସେତୁ ମନ୍ଦିରରେ ପୂଜା କରିଥିଲେ। ଏହାପରେ ଲକ୍ଷ୍ନୌରେ ଥିବା ଭାଜପା କାର୍ଯ୍ୟାଳୟଠାରୁ ପ୍ରାୟ ୧୨ କିଲୋମିଟର ପର୍ଯ୍ୟନ୍ତ ଏକ ରୋଡ ଶୋ’ କରିଥିଲେ। ରାଜନାଥ ତାଙ୍କ ସମର୍ଥକଙ୍କ ସହ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ସମୟରେ ତାଙ୍କ ସହ ଦଳର ବହୁ ନେତା ଏବଂ ଜେଡିୟୁ ସାଧାରଣ ସଂପାଦକ କେ ସି ତ୍ୟାଗୀ ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ଏହି ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇନଥିଲେ। ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ବୟାନ ଦେଇଥିବା ଯୋଗୁ ନିର୍ବାଚନ ଆୟୋଗ ତାଙ୍କ ଉପରେ ୭୨ ଘଣ୍ଟିଆ ପ୍ରତିବନ୍ଧକ ଲଗାଇଛନ୍ତି। ଅପରପକ୍ଷରେ ଏହି ରାଲିରେ ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ସମେତ ଯୋଗୀ ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ, ୨୦୧୪ରେ ରାଜନାଥ ସିଂହ ଏହି ଆସନରୁ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।


All Right Reserved By

ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ‘ଫନୀ’

ନୂଆଦିଲ୍ଲୀ,୨୯।୪: ଆଇଏମ୍‌ଡିର ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ଼ ‘ଫନୀ’ ଅଧିକ ଘନିଭୁତ ହୋଇ ୩୦ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଛୁଇଁବ। ମେ ୧ ସୁଦ୍ଧା ଏହା...

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଦିନରେ ସ୍ବପ୍ନ ଦେଖିବା ଠିକ୍‌ ନୁହେଁ କହିଲେ ପ୍ରକାଶ ରାଜ

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ସରିଥିବା ବେଳେ ଏବେ ଅପେକ୍ଷା ଫଳାଫଳକୁ । ରବିବାର ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ପ୍ରାୟ ସବୁ...

ବାଲାକୋଟ୍‌ ଷ୍ଟ୍ରାଇକ୍‌ ପରେ ଭାରତ ସୀମାରେ ପ୍ରବେଶ କରିନି ପାକିସ୍ତାନ ବିମାନ: ଧନୋଓ୍ବା

ନୂଆଦିଲ୍ଲୀ, ୨୪।୬: ବାଲାକୋଟ ଷ୍ଟ୍ରାଇକ୍‌ ପରେ ଫେବୃୟାରୀ ୨୭ରେ ଭାରତୀୟ ସୀମାରେ ପାକିସ୍ତାନ ଯୁଦ୍ଧ ବିମାନ ପ୍ରବେଶ କରି ନ ଥିଲା ବୋଲି ଏୟାର ଚିଫ୍‌...

ମୋଦି ସରକାରରେ ମନ୍ତ୍ରୀ ହେବାର ଥିଲେ ଟେଲିଫୋନ୍‌ ଚାର୍ଜ ରଖିବା ଜରୁରୀ

ନୂଆଦିଲ୍ଲୀ,୩୦।୫: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି...

ଜିଆଇ ଟ୍ୟାଗ୍‌ ପାଇଁ ପ୍ରସ୍ତୁତି ପଥେ ଇନ୍ଦୋର ପୋହା

ଇନ୍ଦୋର,୧୫।୭: ମଧ୍ୟ ପ୍ରଦେଶର ଏକ ଖାଦ୍ୟ ଉତ୍ପାଦନକାରୀ ସଂସ୍ଥା ଏବେ ଜିଓଗ୍ରାଫିକାଲ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ପାଇଁ ଇନ୍ଦୋରର ପ୍ରସିଦ୍ଧ ପୋହା ଓ ମାଲଓ୍ବା ଅଞ୍ଚଳର ଆଉ...

ଜେଲରେ କଏଦୀଙ୍କ ହାତରେ ବନ୍ଧୁକ: କହିଲେ କିଛି ବିଗାଡି ପାରିବେନି ଯୋଗୀ ସରକାର

ଉନ୍ନାଓ,୨୭।୬: ଉତ୍ତର ପ୍ରଦେଶର ଉନ୍ନାଓ ଜେଲରେ ଅପରାଧିମାନେ ହାତରେ ବନ୍ଧୁକ ଧରିଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସାମ୍ନାକୁ ଆସିବା...

୧୩ ଇସ୍ତଫା ପତ୍ର ମଧ୍ୟରୁ ୮ଟିକୁ ପ୍ରତ୍ୟାଖ୍ୟାନ କଲେ ବାଚସ୍ପତି

ବେଙ୍ଗାଲୁରୁ,୯।୭: କର୍ନାଟକ ସରକାର ଏବେ ସଙ୍କଟରେ ଥିବା ବେଳେ ବିଧାୟକମାନଙ୍କ ଇସ୍ତଫା ଦେବା କାର୍ଯ୍ୟକ୍ରମ ଯେମିତି ଏକ ପ୍ରକାର ଜାରି ରହିଛି। ଏବେ ୧୩ କଂଗ୍ରେସ...

ବାବରି ମସଜିଦ୍‌ ପ୍ରସଙ୍ଗରେ ପ୍ରଜ୍ଞା ଦେଲେ ବିବାଦୀୟ ମନ୍ତବ୍ୟ: ପୁଣି ଇସି ଜାରି କଲେ ନୋଟିସ୍‌

ଭୋପାଳ, ୨୧।୪: ମାଲେଗାଓଁ ବିସ୍ଫୋରଣ ଅଭିଯୁକ୍ତ ତଥା ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁର ବାବରି ମସଜିଦ୍‌ ସମ୍ପର୍କରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *