ଅଜଣା ଜନ୍ତୁ ଆକ୍ରମଣରେ ୨୫ମେଣ୍ଢା ମୃତ

ଅମରପାଲି, ୧୩।୧୧ (ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କୁମୁରସିଂହା ଗ୍ରାମରେ ସୋମବାର ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୨୫ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୮ ମେଣ୍ଢା ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ସୂଚନାମତେ କୁମୁରସିଂହା ଗ୍ରାମରୁ ଟିକିଏ ଦୂରରେ ଗ୍ରାମର କପିଳ ମହାକୁର ଗୁହାଳ କରି ସେଠାରେ ପ୍ରାୟ ୫୨ଟି ମେଣ୍ଢା ପାଳନ କରିଥିଲେ। ଗତ ରାତିରେ କୌଣସି ବନ୍ୟଜନ୍ତୁ ଆସି ଗୁହାଳରେ ଥିବା ମେଣ୍ଢାପଲଙ୍କୁ ଆକ୍ରମଣ କରିଥିଲା। କାର୍ତ୍ତିକ ଚତୁର୍ଦ୍ଦଶୀ ଥିବାରୁ ଗାଁରେ ଡାକବାଜି ଯନ୍ତ୍ର ବାଜୁଥିଲା। ଫଳରେ ଆକ୍ରମଣ ସମୟରେ ମେଣ୍ଢାମାନଙ୍କର ଶଦ୍ଦ ଶୁଭାଯାଇ ନଥିଲା । ଏପରିକି ମେଣ୍ଢା ଗୁହାଳ ପାଖରେ କୌଣସି ବ୍ୟକ୍ତି ମଧ୍ୟ ଜଗୁ ନ ଥିଲେ । ଏହାର ସୁଯୋଗ ନେଇ ପ୍ରାୟ ୫ଟି ମେଣ୍ଢାଙ୍କୁ ଆକ୍ରମଣ କରିଥିଲା ବନ୍ୟଜନ୍ତୁ । ଆକ୍ରମଣ ପରେ ଜନ୍ତୁଟି ୧୪ ମେଣ୍ଢାଙ୍କୁ ଖାଇ ଦେଇଥିବା ଅନୁମାନ କରାଯାଇଛି। ଅନ୍ୟ ୧୧ ମେଣ୍ଢାଙ୍କ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇଛି। ଆକ୍ରମଣରେ ଗୁରୁତର ହୋଇଥିବା ୮ ମେଣ୍ଢାଙ୍କୁ ଚିକିତ୍ସା କରାଯାଇଥିବା ବୀରମହାରାଜପୁର ଭିଏସ୍‌ ଡା. ସୁବ୍ରତ ପୁରୋହିତ ପ୍ରକାଶ କରିଛନ୍ତି । ମାତ୍ର କପିଳଙ୍କ ଅଭିଯୋଗ ମତେ ତାଙ୍କର ୫୨ଟି ମେଣ୍ଢାରୁ ୨୫ ମେଣ୍ଢାଙ୍କ ମୃତ୍ୟୁ ହୋଇଛି । କପିଳ ମେଣ୍ଢା ପାଳନ କରି ଏଥିରେ ପରିବାର ଚଳାଉଥିଲେ । ମୃତ ମେଣ୍ଢାଙ୍କର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ। ତେଣୁ ତାଙ୍କୁ କ୍ଷତିପୁରଣ ଦେବାକୁ ଦାବି ହେଉଛି । ଏ ନେଇ ସୋନପୁର ଡିଏଫ୍‌ଓ ସୁଶାନ୍ତ ସାମନ୍ତରାୟଙ୍କୁ ପଚାରିବାରୁ କହଛନ୍ତି ଯେ, ବନ ବିଭାଗ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। କୌଣସି ବନ୍ୟଜନ୍ତୁ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ୧୧ ମୃତ ମେଣ୍ଢାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛୁ । ବିଭାଗ ପକ୍ଷରୁ ଯଥାଶୀଘ୍ର କ୍ଷତିପୂରଣ ଯୋଗାଇ ଦିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri