ପୁରୁଣା ଭୁବନେଶ୍ୱର,୨।୩ (ଡି.ଏନ.ଏ.): ମାତ୍ର ୩ ମାସ ମାଲିକ ପାଖରେ କାମ କରି ରାତାରାତି ବଡ ଲୋକ ହେବାର ସ୍ବପ୍ନ ଦେଖିଥିଲେ ଜଣେ ଯୁବକ। ଯୁବକ ଜଣକ କାମ କରୁଥିବା ମାଲିକ ବଇରି ସାଜି ଦୋକାନରୁ ୫ ଲକ୍ଷ ଟଙ୍କାର ଜିନିଷ ନେଇ ପଳାଇଛନ୍ତି। ଘଟଣା ଘଟିଛି ଏୟାରପୋର୍ଟ ଥାନା ଅଧୀନ ପୋଖରୀପୁଟ ଅଞ୍ଚଳରେ।
ଅଭିଯୋଗ ମୁତାବକ, ଏଠାରେ ଜିତେନ୍ଦ୍ର କୁମାର ନାୟକ ଲାଇଟ ଆଣ୍ଡ ସାଉଣ୍ଡ ଦୋକାନ କରିଥିଲେ। ୩ ମାସ ପୂର୍ବେ ସେ ଜଣେ ଯୁବକଙ୍କୁ ଏହି କାମରେ ରଖିଥିଲେ। ଗତ ୨୮ ତାରିଖ ସନ୍ଧ୍ୟାରେ ଯୁବକ ଜଣକ ଜନତା ମଇଦାନଠାରେ ପହଞ୍ଚତ୍ ଜିତେନ୍ଦ୍ରଙ୍କ ଭଣଜା ସାଗର ବେହେରାଙ୍କୁ ଭୁଜାଲି ଦେଖାଇ ଦୋକାନ ଚାବି ଏବଂ ତାଙ୍କର ବାଇକ୍ ଜୋରଜବରଦସ୍ତ ଉଠାଇ ନେଇଥିଲେ। ସେହି ରାତିରେ ଦୋକାନରୁ ଡିଜେ ସାଉଣ୍ଡର ସରଞ୍ଜାମ ପୋପ ମେଶିନ, ବକ୍ସଟପ, କଡ, ହାଲୋଜେନ ଆଦି ପ୍ରାୟ ୫ ଲକ୍ଷ ଟଙ୍କାର ଆସବାବପତ୍ର ନେଇ ଫେରାର ହୋଇଯାଇଥିଲେ। ଚୋରି ସମ୍ପର୍କରେ ଜିତେନ୍ଦ୍ର ଶନିବାର ବୁଝାଶୁଝା କରିଥିଲେ। ସେ ନିରାଶ ହୋଇ ରବିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଏୟାରପୋର୍ଟ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।
ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ
ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...
୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ
ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...
IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…
କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...
ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ
ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...
ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର
ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...
ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍ରେ ଉଠାଇଥିବା ପାପାରାଜିଙ୍କ ଉପରେ...
ବାରବାଟୀ ବ୍ୟାଟଲ୍: ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…
କଟକ,୯ା୧୨: ବାରବାଟୀ ବ୍ୟାଟଲ୍ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...
Archives


