ପରଦା କଳାର ସହର ଧଳାପଥର

ଖୋର୍ଦ୍ଧା ଅଫିସ,୧୭ା୬:  ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଧଳାପଥର ପରଦା କଳାର ସହର ଭାବେ ପରିଚିତ। ଘର ସାଜସଜ୍ଜାଠାରୁ ଅଫିସ ଆଦି ସ୍ଥାନରେ ପରଦା ଲାଗିଥାଏ। ଦୀର୍ଘ ବର୍ଷ ପୂର୍ବେ ହସ୍ତତନ୍ତରେ ଏହି କଳାକୁ ଧଳାପଥର ଅଞ୍ଚଳର ଉଦୟନାଥ ସାହୁ ଅତି ନିଖୁଣ ଭାବେ ଚିତ୍ରଣ କରିପାରୁଥିଲେ। ପରଦାରେ ଉଦୟନାଥ ଶ୍ରୀମନ୍ଦିର, କୋଣାର୍କ, ଖଣ୍ଡଗିରି, ଉଦୟଗିରି, ଧଉଳି ସ୍ତୂପ, ତାଜମହଲ, ଅଶୋକ ଚକ୍ର, ଓଡ଼ିଶାର ମାନଚିତ୍ର, ମହାପ୍ରଭୁଙ୍କ ବିଭିନ୍ନ ବେଶ, ନବଗୁଞ୍ଜର, କଳସ, ଦେବଦେବୀ, ପଶୁପକ୍ଷୀ, ଗଛଲତା ଆଦି ପ୍ରସ୍ତୁତ କରି ଦେଶ ତଥା ବିଦେଶରେ ସୁନାମ ଅର୍ଜନ କରିଥିଲେ। ତାଙ୍କ ଦ୍ୱାରା ପ୍ରସ୍ତୁତ ପରଦାରେ ରହିଥିଲା ଏକ ବିଶେଷ ଆକର୍ଷଣ, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଥିଲା।
ଉଦୟନାଥ ନିଜ ପ୍ରଚେଷ୍ଟାରେ ପ୍ରଥମେ ବୁଣାଲୁଗାରେ ଏକ ଶ୍ରୀମନ୍ଦିରର କଳାକୃତି ପ୍ରସ୍ତୁତ କରିଥିଲେ। ବିଭିନ୍ନ ଗଛର ଛେଲି, ପତ୍ର ଫଳ ଆଦିରୁ ସେ ଭିନ୍ନ ରଙ୍ଗ ପ୍ରସ୍ତତ କରିବାରେ ସିଦ୍ଧହସ୍ତ ଥିଲେ। ଶାଢି, ପାଟଲୁଗା, ବସ୍ତ୍ର ଆଦି ବିଭିନ୍ନ ଶୈଳୀରେ ବୁଣୁଥିଲେ। ସେହି ସମୟରେ ହସ୍ତତନ୍ତ ଏବଂ ହାତ ତିଆରି ଶାଢିର ଚାହିଦା କମିବା ବେଳେ ସେ ପରଦା କଳା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଏହି ପରଦା କଳାକୁ ଲୋକପ୍ରିୟ ଲାଗି ସେ ଉକ୍ତ ସମୟରେ ବୁଣାକାରଙ୍କୁ ନେଇ ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ କରିଥିଲେ, ଯାହାକି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଥିଲା। ପରଦା କଳା ପାଇଁ ଉଦୟନାଥଙ୍କୁ ୧୯୪୬ ମସିହାରେ ତତ୍‌କାଳନୀ ଓଡ଼ିଶା ଗଭର୍ନର ହାର୍ଥୋନ୍‌ ଲୁଇସ୍‌ ସମ୍ମାନିତ କରିଥିଲେ। ସେହିପରି ୧୯୫୫ରେ ସୌରାଷ୍ଟ୍ର ଖଦି ବୋର୍ଡ ଏବଂ ୧୯୫୬ରେ ବନାରସ ଖଦି ବୋର୍ଡ ଠାରୁ ସେ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ। ସେହି ସମୟରେ ହସ୍ତତନ୍ତକୁ ଉଜ୍ଜୀବିତ କରିବା ଲାଗି ସେ ଧଳାପଥର ତନ୍ତବାୟ ସହଯୋଗ ସମିତି ପ୍ରତିଷ୍ଠା କରିଥିଲେ। ଉଦୟନାଥଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି କଳା ଦେଶରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏହି ପରଦା କଳାକୁ ଧଳାପଥର ଅଞ୍ଚଳର ବୁଣାକାରମାନେ ମଧ୍ୟ ଆପଣାଇ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri