ଜଗତ୍‌ସିଂହପୁର ଜିଲା ଚିଠି: ସରିଯାଉଛି ଟୋକନ ଅବଧି, ସମସ୍ୟାରେ ପଡୁଛି ଚାଷୀ

ଓଡ଼ିଶାରେ ଚଳିତବର୍ଷ ପ୍ରଥମ ଥର ପାଇଁ ଟୋକନ୍‌ ମାଧ୍ୟମରେ ମଣ୍ଡିରୁ ଧାନ ଉଠୁଛି। ଏହାର ପ୍ରଭାବ ଜଗତ୍‌ସିଂହପୁର ଜିଲାର ଚାଷୀଙ୍କ ଉପରେ ବି ପଡିଛି। ଟୋକନ ବ୍ୟବସ୍ଥା ଜିଲାର ଅଧିକାଂଶ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କାରଣ ଟୋକନ୍‌ ପାଇଥିବା ଚାଷୀ ୭ଦିନ ଭିତରେ ମଣ୍ଡିରେ ଧାନ ବିକ୍ରି କରି ନ ପାରିଲେ ଏହା ବାତିଲ ହୋଇଯିବ। ଅର୍ଥାତ୍‌ ନୂଆ ଟୋକନ୍‌ ପାଇବା ପର୍ଯ୍ୟନ୍ତ ଧାନ ବିକ୍ରି କରିପାରିବେ ନାହିଁ। ଦୁଃଖର କଥା ହେଲା, ଜିଲାର ଅନେକ ସ୍ଥାନରେ ମିଲରମାନେ ଚାଷୀଙ୍କ ଉପରେ ଭାରି ପଡିଛନ୍ତି। ସେମାନେ ବିଭିନ୍ନ  ଆଳ ଦେଖାଇ ମଣ୍ଡିରୁ ଧାନ ନ ଉଠାଇବାରୁ ଟୋକନ ଅବଧି ସରିଯାଉଛି। ଏହାପରେ ଯଥାଶୀଘ୍ର ଟୋକନ ନବୀକରଣ ହେବା କଥା। କିନ୍ତୁ ନବୀକରଣରେ ଯଥେଷ୍ଟ ବିଳମ୍ବ ଯୋଗୁ ଚାଷୀ ସମସ୍ୟାରେ ପଡୁଛି। ଏପରି କି ଅନେକ ଚାଷୀ ମାସାଧିକ କାଳ ହେବ ନୂଆ ଟୋକନ ପାଇବା ପାଇଁ ଅପେକ୍ଷା କରି ନିରାଶ ହେଉଛନ୍ତି। ବାରି, ଦାଣ୍ଡରେ ଅସୁରକ୍ଷିତ ଭାବେ ଧାନ ବସ୍ତା ଗଦା କରି ରଖିଥିବାରୁ ଚାଷୀମାନେ କ’ଣ କରିବେ କିଛି ନିଷ୍ପତ୍ତି ନେଇପାରୁନାହାନ୍ତି। ଏଣେ କାଳବୈଶାଖୀ ଦାଉ ସାଧୁଛି। ଏହି କିଛି ଦିନ ଭିତରେ ବର୍ଷା, ପବନର ତାଣ୍ଡବ ଚାଷୀଙ୍କ ପାଇଁ ବିପଦ ଆଣିଦେଇଛି। ଚାଷୀ କୌଣସି ମତେ ଏହାକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଅନେକ ସ୍ଥାନରେ ଧାନ ଓଦା ହୋଇଯାଇଥିବାରୁ ଚାଷୀମାନେ ବେପାରୀଙ୍କୁ କମ୍‌ ଦରରେ ବିକ୍ରି କରିଦେବାକୁ ମନସ୍ଥ କରିଛନ୍ତି। ଟୋକନ ନବୀକରଣରେ ବିଳମ୍ବ ଯୋଗୁ ଚାଷୀ ବାହାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ନିକଟରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ନିମନ୍ତେ ଅନୁଷ୍ଠିତ ୨ୟ ଜିଲାସ୍ତରୀୟ କମିଟି ବୈଠକରେ ଏନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏଥିରେ ଟୋକନ ଅବଧି ୭ଦିନ ପରିବର୍ତ୍ତେ ୧ ମାସ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ, ବାସ୍ତବରେ ଟୋକନ ଅବଧି ବଢିଗଲେ ଆଉ ବାତିଲ ହେବ ନାହିଁ। ସରକାର ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଦେଲେ ତାହା କାର୍ଯ୍ୟକାରୀ କରାଯିବ। ଏପରି କି ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ, ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ଟୋକନ ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଜିଲାରେ ୧୦୫ଟି ସମିତିି ମାଧ୍ୟମରେ ଧାନ ସଂଗ୍ରହ ଚାଲିଛି। ଏହି ଧାନ ଉଠାଇବା ଦାୟିତ୍ୱରେ ଜିଲାର ୨ଟି ଓ ଅନ୍ୟ ଜିଲାର ୨୯ଟି ମିଲର ରାଜ୍ୟ ଯୋଗାଣ ନିଗମ ଦ୍ୱାରା ନିଯୁକ୍ତ ହୋଇଛନ୍ତି। କିନ୍ତୁ ସେମାନଙ୍କ ମନମାନି ଯୋଗୁ ଅନେକ ସ୍ଥାନରୁ ଧାନ ଉଠିବାରେ ବିଳମ୍ବ ହେଉଛି। ଟୋକନ ବାତିଲ ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଛି। ଏହାର ପ୍ରତିକାର ପାଇଁ ପଦକ୍ଷେପ ନିଆଯିବା ଜରୁରୀ ବୋଲି ମତପ୍ରକାଶ ପାଇଛି।

– ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri