ଆଶାକର୍ମୀଙ୍କ ପୁଅକୁ ପିଟିଲେ ସରପଞ୍ଚ

ଏରସମା,୭ା୬(ସ୍ବ.ପ୍ର.): ଏରସମା ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ସରପଞ୍ଚ ଜଣେ ଆଶାକର୍ମୀଙ୍କ ପୁଅକୁ ପିଟିଥିବା ଶନିବାର ରାତିରେ ଏରସମା ଥାନାରେ ଅଭିଯୋଗ ହୋଇଥିଲା। ରବିବାର ଏରସମା ବିଡିଓ କୈଳସ ଚନ୍ଦ୍ର ବେହେରା, ଥାନା ଆଇଆଇସି ପ୍ରଶାନ୍ତ କୁମାର ମାଝି ଏବଂ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଅମୀୟ ସ୍ବାଇଁ ଗ୍ରାମକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରିଛନ୍ତି।
ସୂଚନା ଅନୁସାରେ, ୮ଦିନ ତଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରାମତରା ଗ୍ରାମ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲା। ତେବେ ଏହି କାର୍ଯ୍ୟ ନିୟମ ଅନୁସାରେ ହେଉ ନ ଥିବା ଦର୍ଶାଇ ଗ୍ରାମର ଆଶାକର୍ମୀ ବିନୋଦିନୀ ଗିରିଙ୍କ ପୁଅ ପବିତ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଥିସହିତ କାର୍ଯ୍ୟର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ। ଏହାକୁ ନେଇ ସରପଞ୍ଚ କେଶବ ପାତ୍ର ଓ ପବିତ୍ରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଆଶାକର୍ମୀ ବିନୋଦିନୀ ଶନିବାର ସନ୍ଧ୍ୟାରେ ପୁଅ ପବିତ୍ରଙ୍କ ବାଇକ୍‌ରେ ବସି ସଙ୍ଗରୋଧ କେନ୍ଦ୍ରକୁ ଯାଉଥିଲେ। ଆଦିବାସୀ ପଡ଼ା ନିକଟରେ ସରପଞ୍ଚ କେଶବ ମା’ପୁଅଙ୍କୁ ଅଟକାଇ ଭିଡିଓ ରେକଡିଂ କାହିଁକି କରୁଥିଲୁ ବୋଲି ପବିତ୍ରଙ୍କୁ ପଚାରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କେଶବ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିବା ବିନୋଦିନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ବିନୋଦିନୀ ତାଙ୍କୁ ଅଟକାଇବାରୁ କେଶବ ତାଙ୍କ ହାତ ମୋଡି ଦେଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଆଶାକର୍ମୀଙ୍କ ପୁଅ ମଧ୍ୟ ଗାଳିଗୁଲଜ କରିଥିବା କେଶବ ପାଲଟା ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ସରପଞ୍ଚ ପାତ୍ର କହିଛନ୍ତି, ମଁୁ ଆକ୍ରମଣ କରିନାହିଁ। ମୋ ନାମରେ ମିଥ୍ୟା ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ପ୍ରଶାନ୍ତ ମାଝି କହିଛନ୍ତି, ଉଭୟଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ଜଗତସିଂହପୁର,୧।୧୨: ଶିଳ୍ପ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ହୋଇଛନ୍ତି। କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଏହି ଦୁର୍ଘଟଣା ହୋଇଛି। ବୃଦ୍ଧ ଜଣଙ୍କ ରାସ୍ତା...

ବାଂଲାଦେଶୀ ଲିଙ୍କ: ସିକନ୍ଦର ଆଲାମଙ୍କ ସହ ଭାଇ ଅବ୍‌ଦୁଲ ଗିରଫ, ପୁଅ ଅଟକ

ଜଗତସିଂହପୁର,୨୨।୧୧: ବାଂଲାଦେଶୀ ଲିଙ୍କରେ ସିକନ୍ଦର ଆଲାମ ଗିରଫ। ତାଙ୍କୁ ଯାଜପୁରରରୁ ଜଗତସିଂହପୁର ପୋଲିସ ଗିରଫ କରିଛି। ସିକନ୍ଦର ଠାରୁ ପାସ୍ପୋର୍ଟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ...

ମାଟିରେ ମିଶିଲା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର

ଜଗତ୍‌ସିଂହପୁର,୧୮ା୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଧନିପୁର ନିକଟ ବେହେରାମପୁରସ୍ଥିତ ଏକ ନିରୋଳା ସ୍ଥାନରେ ସନ୍ଦେହଜନକ ଭାବେ ବାଂଲାଦେଶୀ ଅନୁପ୍ରବେଶକାରୀ ଥିବା ନେଇ ରବିବାର...

ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍‌ଡୋଜର: ଉଠାଇନେଲା…

ଜଗତସିଂହପୁର,୧୭।୧୧: ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଧନିପୁର ନିକଟ ସାତପୁରା ବସ୍ତିରେ। ବସ୍ତିରେ ବୁଲ୍‌ଡୋଜର ବୁଲଛି।...

ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍‌ଡୋଜର

ଜଗତସିଂହପୁର,୧୭।୧୧: ଭାରତରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପସ୍ଥିତିକୁ ନେଇ ସାରା ଦେଶରେ ଚିନ୍ତାପ୍ରକଟ କରାଯାଉଛି। ଏଭଳିସ୍ଥିତିରେ ଜଗତସିଂହପୁର ଜିଲା ସଦର ଥାନା ବେହେରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ...

ବାହୁଦାରେ ନୂଆ ବନ୍ଦର, ମହାନଦୀ ମୁହାଣରେ ଜାହାଜ ନିର୍ମାଣ କେନ୍ଦ୍ର

ପାରାଦୀପ, ୬ା୧୧(ଶରତ ରାଉତ): ଗଞ୍ଜାମ ଜିଲାର ବାହୁଦାରେ ନୂଆ ବନ୍ଦର ଏବଂ ପାରାଦୀପ ନିକଟ ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ନିର୍ମାଣ...

ଡିଜେରେ ଦୁଲୁକିଲା ଘର, ଚାଲିଗଲା ବାପାଙ୍କ ଜୀବନ, ଏମିତି ଅଭିଯୋଗ ଆଣି ଦେବୀ ରଥଙ୍କ ପୁଅ କହିଲେ…

ପାରାଦୀପ,୫ା୧୧: ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁକୁ ନେଇ ପୁଅ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ...

ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ, ଆଉ ଶୁଭିବନି ଦମ୍‌ଦାର ଡାଏଲଗ୍‌, ୪୨ ବର୍ଷ ଧରି…

ପାରାଦୀପ,୫ା୧୧: ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀପ୍ରସାଦ ରଥଙ୍କ ପରଲୋକ ଘଟିଛି। ଜଗତସିଂହପୁର ଜିଲା ପାରାଦୀପଗଡ଼ସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ଦେହାନ୍ତ ହୋଇଛି। ୪୨ ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri