Posted inଜାତୀୟ

ୟୁକ୍ରେନରେ ଫସିରହିଥିବା ୧୮ହଜାର ଭାରତୀୟଙ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲେ ସରକାର: ବିମାନ ଉଡାଣ ଉପରୁ ହଟାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୭।୨: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ବିବାଦ ଭାରତର ଚିନ୍ତା ବଢ଼ାଇ ଦେଇଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତରେ ଥିବା ସେମାନଙ୍କ ପରିବାରର ଏବେ ଚିନ୍ତିତ ଅଛନ୍ତି। ଯେଉଁଥିପାଇଁ ସରକାର ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୂଚନା ମୁତାବକ ୟୁକ୍ରେନରେ ପ୍ରାୟ ୧୮ହଜାର ଭାରତୀୟ ଛାତ୍ର ୟୁକ୍ରେନରେ ଫସିରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମେଡିକାଲ ଛାତ୍ର ରହିଥିବା ଜଣାପଡ଼ିଛି। ସେମାନେ ଭାରତ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଭାରତ ଓ ୟୁକ୍ରେନ ମଧ୍ୟରେ ବିମାନ ଉଡ଼ାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ଯାହାଫଳରେ ଭାରତ ଓ ୟୁକ୍ରେନ ମଧ୍ୟରେ ଯେକୌଣସି ବିମାନ ଚଳାଚଳ କରିପାରିବ। ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସମ୍ପୂର୍ଣ୍ଣ ଆରମ୍ଭ ହୋଇନାହିଁ। ବର୍ତ୍ତମାନ ଚଳାଚଳ କରୁଥିବା ବିମାନଗୁଡ଼ିକ ବାୟୋ ବବଲ ଚୁକ୍ତିନାମା ଅନୁଯାୟୀ ଚଳାଚଳ କରୁଛନ୍ତି। ଏଥିଯୋଗୁ ବିମାନ ଚଳାଚଳ ସଂଖ୍ୟା ସୀମିତ ହୋଇଯାଇଛି। ତେବେ ୟୁକ୍ରେନରେ ଫସିରହିଥିବା ଭାରତୀୟମାନେ ବିମାନ ମିଳୁ ନ ଥିବା ନେଇ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ନିକଟରେ ଅଭିଯୋଗ କରିଛନ୍ତି। ଏହାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୟୁକ୍ରେନକୁ ଯାଉଥିବା ଏବଂ ଆସୁଥିବା ସୀମିତ ବିମାନ ଉଡ଼ାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ଏଣିକି ବିମାନ ସେବାଗୁଡିକ ଯେତେ ସଂଖ୍ୟକ ବିମାନ ଚଳାଚଳ କରିପାରିବେ। ଏଥିସହ ସ୍ବତନ୍ତ୍ର ଚାର୍ଟାର୍ଡ ବିମାନ ମଧ୍ୟ ପରିଚାଳିତ ହୋଇପାରିବ। ଏହାପୂର୍ବରୁ ମଙ୍ଗଳବାର ଭାରତୀୟ ଦୂତାବାସ ୟୁକ୍ରେନରେ ପଢ଼ୁଥିବା ଭାରତୀୟ ଛାତ୍ର ତଥା ଅନ୍ୟ ନାଗରିକଙ୍କୁ ସ୍ବଦେଶ ଫେରିବା ପାଇଁ ଏକ ଆଡଭାଇଜରୀ ଜାରି କରି ପରାମର୍ଶ ଦେଇଥିଲା। ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁ ଭାରତୀୟ ନାଗରିକ ଓ ଛାତ୍ରମାନଙ୍କର ଏଠାରେ କୌଣସି ଆବଶ୍ୟକତା ନାହିଁ ସେମାନେ ନିଜ ଦେଶକୁ ଫେରିଯାଆନ୍ତୁ। ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ସଂଯମତା ଅବଲମ୍ବନ ରକ୍ଷା କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ନାଗରିକମାନେ ଭୟଭୀତ ନ ହେବା ପାଇଁ ଭାରତୀୟ ଦୂତାବାସ ନିବେଦନ କରିଛି। ଆଉ ଯେଉଁମାନେ ଭାରତକୁ ଫେରିବାକୁ ଚାହୁଁଛନ୍ତି ସେମାନେ ବ୍ୟବସାୟିକ ବିମାନରେ ଟିକେଟ କରି ଯିବାକୁ ପରାମଶ ଦେଇଛନ୍ତି। ୟୁକ୍ରେନର ପରିସ୍ଥିତିକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଏବଂ କାଲିଭରେ ଏକ କଣ୍ଟ୍ରୋଲ ରୁମ ଗଠନ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି। ଏଥିସହ ସହାୟତା ପାଇଁ ଏକ ହେଲ୍ପ୍ପଲାଇନ ନମ୍ବର ଏବଂ ଇମେଲ ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ଜଣେ ୨୪ଘଣ୍ଟା ଯୋଗାଯୋଗ କରିପାରିବ ବୋଲି ଅରିନ୍ଦମ ବାଗଚି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri