Posted inଜାତୀୟ

ଏଆଇଏଡିଏମ୍‌କେରେ ଫାଟ ବଢ଼ୁଛି

ଚେନ୍ନାଇ,୫।୧୨ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥାଙ୍କର ଷଷ୍ଠ ଶ୍ରାଦ୍ଧବାର୍ଷିକୀ ସୋମବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଆଇଏଡିଏମ୍‌କେରେ ଗୋଷ୍ଠୀ ବିବାଦ ବଢ଼ୁଥିବା ପୁନର୍ବାର ପଦାରେ ପଡ଼ିଛି। ଓ. ପିନୀରସେଲଭାମ୍‌ ସୋମବାର ଚେପକ୍‌ ଗେଷ୍ଟହାଉସ୍‌ରୁ ଜୟଲଲିଥାଙ୍କ ସ୍ମାରକୀ ପର୍ଯ୍ୟନ୍ତ ରାଲି ବାହାର କରି ସେଠାରେ ସମର୍ଥକମାନଙ୍କୁ ଶପଥ ଗ୍ରହଣ ଲାଗି ଯୋଜନା ପ୍ରସ୍ତୁତ କରିଥିବାବେଳେ ଏଏମ୍‌ଏମ୍‌କେ ମୁଖ୍ୟ ଟି.ଟି.ଭି. ଦିନାକରନ ଆନ୍ନା ଷ୍ଟାଚ୍ୟୁଠାରୁ ରାଲି ବାହାର କରିବେ ଏବଂ ଭି.କେ. ଶଶୀକଳା ଅଲଗା ଯାଇ ଜୟଲଲିଥାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ତେବେ କୌଣସି ରାଲିକୁ ପୋଲିସ ଏପର୍ଯ୍ୟନ୍ତ ଅନୁମତି ଦେଇନାହିଁ। ଅନ୍ୟ ପକ୍ଷରେ ବିଦ୍ରୋହୀ ଏଡାପାଡି ପାଲାନିସ୍ବାମୀ (ଇପିଏସ୍‌) ତାଙ୍କ ସମର୍ଥକମାନଙ୍କ ସହ ଅଲଗା ଯାଇ ଶପଥ ପାଠ କରିବେ ବୋଲି ସୂଚନା ମିଳିଛି। ଏଆଇଏଡିଏମ୍‌କେରେ ନେତୃତ୍ୱକୁ ନେଇ ବିବାଦ ଜାରି ରହିଛି। ମାଡ୍ରାସ ହାଇକୋର୍ଟ ଇପିଏସ୍‌ଙ୍କ ନେତୃତ୍ୱ ସପକ୍ଷରେ ରାୟ ଦେଇଥିବାବେଳେ ଓପିଏସ୍‌ ଗୋଷ୍ଠୀ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତରେ ପିଟିଶନ ଶୁଣାଣି ପୂର୍ବରୁ ଦଳରେ ଗୋଷ୍ଠୀ ବିବାଦ ପୁଣିଥରେ ତୀବ୍ର ହୋଇଥିବା ସ୍ପଷ୍ଟ ହୋଇଛି। ତେବେ ଦଳରେ ଫାଟ ନାହିଁ ବୋଲି ପୂର୍ବତନ ମନ୍ତ୍ରୀ ଡି. ଜୟକୁମାର କହିଛନ୍ତି।

ଦଳକୁ କ୍ଷତି ପହଞ୍ଚାଇବା ପାଇଁ ଯେଉଁ କେତେଜଣ ଡିଏମ୍‌କେ ସହ ଚୁକ୍ତି କରିଥିଲେ ସେମାନଙ୍କୁ ବିଦା କରାଯାଇଥିବା ସେ କହିଛନ୍ତି। ପୂର୍ବରୁ ବରିଷ୍ଠ ନେତାଙ୍କ ଉପରେ ଆକ୍ରମଣ ହୋଇଥିବାରୁ ଇପିଏସ୍‌ ଗୋଷ୍ଠୀ ସୋମବାର କାର୍ଯ୍ୟକ୍ରମ ଲାଗି ପୋଲିସ ସୁରକ୍ଷା ଲୋଡ଼ିଛନ୍ତି। ଗତବର୍ଷ ଜୟଲଲିଥାଙ୍କ ଶ୍ରାଦ୍ଧବାର୍ଷିକୀକୁ ପୋଲିସ ବିଗାଡ଼ିଦେଇଥିଲା ବୋଲି ଏଆଇଏଡିଏମ୍‌କେ ଏବଂ ଏଏମ୍‌ଏମ୍‌କେ କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଥିଲେ। ଏଥର ମାରିନା ବେଳାଭୂମିରେ ଶ୍ରାଦ୍ଧବାର୍ଷିକୀ ପାଳନ ବେଳେ ନେତାମାନଙ୍କୁ କଳା ଶାର୍ଟ ପିନ୍ଧି ରାଲିରେ ସାମିଲ ହେବାକୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri