Posted inUncategorized

ସ୍ବର୍ଣ୍ଣ ପଦକ ଜିତି ୨୦୨୫ ସିଜନ ଆରମ୍ଭ କଲେ ନୀରଜ

ନୂଆଦିଲ୍ଲୀ,୧୭ା୪: ଅଲିମ୍ପିକ୍‌ ମେଡାଲିଷ୍ଟ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରୁମଠାରେ ପୋଚ ଇଭାଇଟେଶନାଲ ଟ୍ରାକ ଇଭେଣ୍ଟ ଜିତି ସିଜନ ଆରମ୍ଭ କରିଛନ୍ତି। ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ଚ୍ୟାଲେଞ୍ଜର ଇଭେଣ୍ଟରେ ନୀଜର ୮୪.୫୨ ମିଟର ଥ୍ରୋ ସହିତ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଦକ୍ଷିଣ ଆଫ୍ରିକାର ଡୌ ସ୍ମିଥ (୮୨.୪୪ ମି.) ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ଚୋପ୍ରା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ରେକର୍ଡ ୮୯.୯୪ ମି.ଠାରୁ ଖୁବ୍‌ ଦୂରରେ ରହିଥିଲେ। କେବଳ ଚୋପ୍ରା ଓ ସ୍ମିଥ ପ୍ରତିଯୋଗିତାରେ ୮୦ ମିଟର ମାର୍କ ଅତିକ୍ରମ କରିଥିଲେ। ଦକ୍ଷିଣ ଆଫ୍ରିକାର ଅନ୍ୟତମ ଜାଭେଲିନ ଥ୍ରୋୟର ଡନକାନ ରବର୍ଟସନ ୭୧.୨୨ ମି. ସହ ତୃତୀୟ ସ୍ଥାନରେ ରହିଥିଲେ।

୨୭ ବର୍ଷୀୟ ନୀରଜ ପୋଚେଫଷ୍ଟ୍ରୁମଠାରେ ନୂଆ କୋଚ୍‌ ଚେକ ଗଣତନ୍ତ୍ରର ୩ ଥରର ଅଲିମ୍ପିକ ଚାମ୍ପିୟନ ଓ ବିଶ୍ୱ ରେକର୍ଡଧାରୀ ଜାନ ଜେଲେଜନିଙ୍କ ମାର୍ଗଦର୍ଶନରେ ଟ୍ରେନିଂ କରୁଛନ୍ତି। ସେ ମେ ୧୬ରେ ଦୋହା ଡାଇମଣ୍ଡ ଲିଗ୍‌ ଅଂଶଗ୍ରହଣ କରିବା ସହ ଏଲିଟସ୍ତରରେ ଅଭିଯାନ ଆରମ୍ଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌

ସୋହେଲା,୬ା୬(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକ୍‌ଙ୍କ ଶୁକ୍ରବାର ୭୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।...

ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ RCBକୁ ବଡ଼ ଝଟକା: ବାଦ୍‌ ପଡ଼ିପାରନ୍ତି…

ନୂଆଦିଲ୍ଲୀ,୩।୬: ଆଜି IPL 2025ର ଟାଇଟଲ ମୁକାବିଲା ପୂର୍ବରୁ RCBକୁ ଏକ ବଡ଼ ଝଟକା ପାଇଛି। RCBର ଜଣେ ଶକ୍ତିଶାଳୀ ଖେଳାଳି ଆହତ ହୋଇଛନ୍ତି ଏବଂ...

ଏ କ’ଣ ଦୁର୍ଘଟଣା

ଜ୍ରପାତ ନେଲା ଛଅ ଜୀବନ, ବାଇକ ଦୁର୍ଘଟଣାରେ କାକା ପୁତୁରା ମୃତ, ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ମୃତ, ଏସବୁ ହେଉଛି ଗତ ସପ୍ତାହର ଏକ...

ଆତଙ୍କବାଦ ବିରୋଧରେ ଭାରତକୁ ମିଳିଲା ବଡ଼ ସମର୍ଥନ, ଖୁସି ବ୍ୟକ୍ତ କଲେ ଜୟଶଙ୍କର

ନୂଆଦିଲ୍ଲୀ/ଆମଷ୍ଟରଡମ,୨୧।୫: ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଡିକ ସ୍କୁଫ ମଙ୍ଗଳବାର ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ସୁରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ପାଇଁ ବୈଦେଶିକ ମନ୍ତ୍ରୀ ଏସ...

ମୁକେଶ-ନୀତା ଅମ୍ବାନୀଙ୍କ ବଡ଼ ଉପଲବ୍ଧି: ଟାଇମ୍‌ ୧୦୦ ଫିଲାନ୍‌ଥ୍ରୋପି ତାଲିକାରେ ସାମିଲ

ମୁମ୍ବାଇ,୨୧।୫:ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ଟାଇମ୍‌ ୧୦୦ ଫିଲାନ୍‌ଥ୍ରୋପି ୨୦୨୫ ବିଶ୍ୱ ତାଲିକାରେ ସାମିଲ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକୀୟ ପତ୍ରିକା...

ସରକାରଙ୍କ ବଡ଼ ପଦକ୍ଷେପ: ସାଇବର ଅପରାଧ ରୋକିବ ଇ-ଜିରୋ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ,୨୦ା୫: ଦେଶରେ ସାଇବର ଅପରାଧ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଥିବାବେଳେ ଅପରାଧୀଙ୍କୁ ତୁରନ୍ତ ଧରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନୂଆ ଇ-ଜିରୋ ଏଫ୍‌ଆଇଆର୍‌ ବ୍ୟବସ୍ଥା ଆଣିଛନ୍ତି। ମନ୍ତ୍ରଣାଳୟ...

ଶିକ୍ଷକଙ୍କ ବାଇକ୍‌ ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା

ଛତ୍ରପୁର,୮ା୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଛତ୍ରପୁର ସହର ମୁଖ୍ୟ ବଜାର ରାସ୍ତାରୁ ଗୁରୁବାର ଜଣେ ଶିକ୍ଷକଙ୍କ ବାଇକ୍‌ ଡିକି ଭାଙ୍ଗି ସେଥିରେ ଥିବା ବ୍ୟାଗରୁ ୫୫...

Operation Sindoor ବଡ଼ ଆଟାକ୍‌ କରିବ ପାକିସ୍ତାନ! ଏୟାରଷ୍ଟ୍ରାଇକ୍‌ ପରେ ଶେହବାଜଙ୍କ ଧମକ

ନୂଆଦିଲ୍ଲୀ, ୭।୫: ଭାରତୀୟ ସେନା ବୁଧବାର ମଧ୍ୟରାତ୍ରିରେ ‘ଅପରେଶନ ସିନ୍ଦୁର’ ନାମକ ଏକ ସାମରିକ ଅଭିଯାନ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri