ଶ୍ରେଷ୍ଠ ପାଞ୍ଚ: ମହିଳା ମହାବିଦ୍ୟାଳୟ

ଶୈଳବାଳା ମହିଳା ମହାବିଦ୍ୟାଳୟ

ଶୈଳବାଳା ମହିଳା ମହାବିଦ୍ୟାଳୟ

କଟକ ମଧୁସୂଦନ ରୋଡ୍‌ଠାରେ ରହିଛି ଶୈଳବାଳା ମହିଳା ମହାବିଦ୍ୟାଳୟ। ଶୈଳବାଳା ମହାବିଦ୍ୟାଳୟ ୧୯୧୩ରେ ସ୍ଥାପିତ ହୋଇଥିଲା। ଏହା ଓଡ଼ିଶାର ପ୍ରଥମ ମହିଳା ମହାବିଦ୍ୟାଳୟ। ଏଠାରେ ଯୁକ୍ତ ୨, ଯୁକ୍ତ ୩ ଓ ପୋଷ୍ଟ ଗ୍ରାଜୁଏଟ୍‌ ପାଠ୍ୟକ୍ରମ ଉପରେ ଶିକ୍ଷାଦାନ କରାଯାଏ।

ସରକାରୀ ମହିଳା ମହାବିଦ୍ୟାଳୟ

ସରକାରୀ ମହିଳା ମହାବିଦ୍ୟାଳୟ

ପୁରୀ ବଡ଼ସିରେଇଠାରେ ରହିଛି ସରକାରୀ ମହିଳା ମହାବିଦ୍ୟାଳୟ। ଏହା ପୁରୀ ରେଳ ଷ୍ଟେଶନ ନିକଟରେ ରହିଛି। ମହାବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ରହିଛି।

ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ

ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ

କଟକ ଶେଲ୍‌ଟର ଛକଠାରେ ରହିଛି ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ। ଏଠାରେ ଯୁକ୍ତ ୨ ଓ ଯୁକ୍ତ ୩ ପାଠ୍ୟକ୍ରମ ଉପରେ ଶିକ୍ଷାଦାନ କରାଯାଏ।

ନଳିନୀଦେବୀ ମହିଳା ମହାବିଦ୍ୟାଳୟ

ନଳିନୀଦେବୀ ମହିଳା ମହାବିଦ୍ୟାଳୟ

ଭୁବନେଶ୍ୱର ଖାରବେଳନଗରଠାରେ ନଳିନୀଦେବୀ ମହିଳା ମହାବିଦ୍ୟାଳୟ ରହିଛି। ଏହା ୧୯୮୦ରେ ସ୍ଥାପିତ ହୋଇଥିଲା। ମହାବିଦ୍ୟାଳୟରେ ବିଏଡ୍‌ ପାଠ୍ୟକ୍ରମ ଉପରେ ଶିକ୍ଷାଦାନ କରାଯାଏ।

କମଳା ନେହେରୁ ମହାବିଦ୍ୟାଳୟ

କମଳା ନେହେରୁ ମହାବିଦ୍ୟାଳୟ

ଭୁବନେଶ୍ୱର ୟୁନିଟ୍‌-୧ରେ ରହିଛି କମଳା ନେହେରୁ ମହିଳା ମହାବିଦ୍ୟାଳୟ। ଏହା ୧୯୭୯ରେ ସ୍ଥାପିତ ହୋଇଥିଲା। ଧୀରେନ୍‌ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ଥିଲେ। ଏଠାରେ ଯୁକ୍ତ ୨, ଯୁକ୍ତ ୩ ପାଠ୍ୟକ୍ରମ ଉପରେ ଶିକ୍ଷାଦାନ କରାଯାଏ।

I&PR

Model This Week

ସନ୍ତୋଷ