ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ

ୟୁନିଟ୍‌-୧

ୟୁନିଟ୍‌-୧

ଅଶୋକ ନଗରଠାରେ ରହିଛି ୟୁନିଟ୍‌-୧ ସରକାରୀ ଉଚ୍ଚବିଦ୍ୟାଳୟ। ଏହା ୧୯୬୦ରେ ସ୍ଥାପିତ ହୋଇଥିଲା। ବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ ଗୁଣବତ୍ତାଯୁକ୍ତ ଶିକ୍ଷାଦାନ କରାଯାଇଥାଏ। ବିଭିନ୍ନ ଜାତୀୟ ଉତ୍ସବ ଆନନ୍ଦ ଉଲ୍ଲାସରେ ଏଠାରେ ପାଳିତ ହୋଇଥାଏ।

ୟୁନିଟ୍‌-୬

ୟୁନିଟ୍‌-୬

ବନଦୁର୍ଗା ମନ୍ଦିର ନିକଟରେ ରହିଛି ୟୁନିଟ୍‌-୬ ସରକାରୀ ଉଚ୍ଚ ବିଦ୍ୟାଳୟ। ଏହା ୧୯୬୪ରେ ସ୍ଥାପିତ ହୋଇଥିଲା। ବିଦ୍ୟାଳୟରେ ଗଣେଶ ପୂଜା ଓ ସରସ୍ବତୀ ପୂଜା ଆଡ଼ମ୍ବରରେ ପାଳିତ ହୋଇଥାଏ। ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନ ପାଇଁ ନାନା ପ୍ରକାର କାର୍ଯ୍ୟକ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥାଏ।

ୟୁନିଟ୍‌-୮

ୟୁନିଟ୍‌-୮

ସୂର୍ଯ୍ୟ ନଗର ଆଜାଦ୍‌ ମାର୍ଗଠାରେ ରହିଛି ୟୁନିଟ୍‌-୮ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ। ଏହା ୧୯୬୮ରେ ସ୍ଥାପିତ ହୋଇଥିଲା। ପ୍ରତିବର୍ଷ ସ୍କୁଲରେ ବାର୍ଷିକ କ୍ରୀଡ଼ା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଥାଏ।

ୟୁନିଟ୍‌-୯

ୟୁନିଟ୍‌-୯

ୟୁନିଟ୍‌-୯ଠାରେ ରହିଛି ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ। ଏହା ୧୯୬୮ରେ ସ୍ଥାପିତ ହୋଇଥିଲା। ପୂର୍ବରୁ ଏହା ଆଚାର୍ଯ୍ୟ ବିହାରଠାରେ କାର୍ଯ୍ୟ କରୁଥିବାବେଳେ ପରବର୍ତ୍ତୀ ସମୟରେ ନୂତନ ବିଲ୍ଡିଂକୁ ସ୍ଥାନାନ୍ତର ହୋଇଥିଲା।

 ସହିଦ୍‌ ନଗର

ସହିଦ୍‌ ନଗର

ସହିଦ୍‌ ନଗରଠାରେ ରହିଛି ସରକାରୀ ଉଚ୍ଚ ବିଦ୍ୟାଳୟ। ଏହା ୧୯୬୮ରେ ସ୍ଥାପିତ ହୋଇଥିଲା। ବିଦ୍ୟାଳୟରେ ବିଭିନ୍ନ ଜାତୀୟ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥାଏ।

Model This Week

ପ୍ରଭାତ