ଶ୍ରେଷ୍ଠ ପାଞ୍ଚ: ନଦୀ ପୋଲ

କୁଆଖାଇ

କୁଆଖାଇ

ମହାନଦୀର ଶାଖା କୁଆଖାଇ ଉପରେ ବାଲିଅନ୍ତା ଗଣ୍ଡରପୁରଠାରେ ପୋଲ ନିର୍ମାଣ କରାଯାଇଛି। ଏହା ଉପର ଦେଇ ଭୁବନେଶ୍ୱର କଟକ ମଧ୍ୟରେ ଯୋଗାଯୋଗ ସ୍ଥାପିତ ହୋଇଥାଏ। ବର୍ଷା ଋତୁରେ ନଦୀରେ ପ୍ରବଳ ଜଳ ଦୃଷ୍ଟିଗୋଚର ହୋଇଥାଏ।

ଦୟା

ଦୟା

ଦୟା ନଦୀ ଉପରେ ନିର୍ମିତ ହୋଇଥିବା ପୋଲ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିଥାଏ। ଦୟାନଦୀ କୂଳରେ କଳିଙ୍ଗ ଯୁଦ୍ଧ ହୋଇଥିଲା। ନଦୀର ଦୁଇ କୂଳରେ ଭଲ ଫସଲ ହୋଇଥାଏ। ଏହାର କୂଳରେ ଧଉଳି ପାହାଡ଼ ରହିଛି।

ମହାନଦୀ

ମହାନଦୀ

କଟକର ଯୋବ୍ରାଠାରେ ମହାନଦୀ ଉପରେ ଆନିକଟ ନିର୍ମିତ ହୋଇଛି। ଏଠାରେ ବନ୍ୟାଜଳକୁ ନିୟନ୍ତ୍ରିତ କରାଯାଇଥାଏ। ବନ୍ୟା ସମୟରେ ଏଠାରେ ବନ୍ୟା ଜଳ ଦେଖିବା ପାଇଁ ଲୋକଙ୍କ ଗହଳି ହୋଇଥାଏ।

କାଠଯୋଡ଼ି

କାଠଯୋଡ଼ି

ଭୁବନେଶ୍ୱରରୁ କଟକ ପ୍ରବେଶ ଦ୍ୱାରାରେ କାଠଯୋଡ଼ି ପୋଲ ରହିଛି। ଏହା ପ୍ରେସ୍‌ ଛକ ଲିଙ୍କ୍‌ ରୋଡଠାରେ ଶେଷ ହୋଇଛି।

ହାତୀ ନଦୀ

ହାତୀ ନଦୀ

କଳାହାଣ୍ଡି ଜିଲା ଜୁନାଗଡ଼ର ଜାତୀୟ ରାଜପଥ ୨୦୧ରେ ରହିଛି ହାତୀ ନଦୀ ପୋଲ। ବନ୍ୟା ସମୟରେ ଏହି ପୋଲର ଦୁଇପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଥାଏ।

I&PR

Model This Week

ସନ୍ତୋଷ