ବାଲେଶ୍ୱର

ବଜାରରେ ଚୋରାମଦ ବେପାରକୁ ବିରୋଧ

ବଜାରରେ ଚୋରାମଦ ବେପାରକୁ ବିରୋଧ

ଭଦ୍ରକ ଅଫିସ,୧୯।୯-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ଡା ବଜାର ହାଟପଟି ନିକଟରେ ୧୦ରୁ ଊର୍ଦ୍ଧ୍ୱ ଚୋରା ମଦ ଦୋକାନ ଖୋଲାଯାଇଛି। ବେପାରୀଙ୍କ ବଜାରରେ ଏଭଳି ଖୁଲମଖୁଲା ମଦ ବେପାରକୁ ବିରୋଧ କରାଯାଇଛି। 

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ପଞ୍ଚାୟତସ୍ତରୀୟ ଅନ୍ଦୋଳନ

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ପଞ୍ଚାୟତସ୍ତରୀୟ ଅନ୍ଦୋଳନ

ଭଣ୍ଡାରିପୋଖରୀ,୧୯।୯(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ସ୍କୁଲ, କଲେଜ ମିଳିତ ମଞ୍ଚର ଆନ୍ଦୋଳନ ପଞ୍ଚାୟତସ୍ତରକୁ ବ୍ୟାପିଛି। ବୁଧବାର ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ବାଇକ୍‌ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା କରି ସରକାରଙ୍କ ଶିକ୍ଷକମାରଣ ନୀତି ବିରୋଧରେ ଗର୍ଜିଥିଲେ। 

‘ବୈଦିକ ଗଣିତ ଓ କୃତ୍ରିମ ବୁଧିଶକ୍ତି’ ଶୀର୍ଷକ ଆଲୋଚନା

‘ବୈଦିକ ଗଣିତ ଓ କୃତ୍ରିମ ବୁଧିଶକ୍ତି’ ଶୀର୍ଷକ ଆଲୋଚନା

ବାଲେଶ୍ୱର ଅଫିସ,୧୯।୯- ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଗଣିତ ବିଭାଗ ଛାତ୍ରୀଛାତ୍ର ଏବଂ ଅଧ୍ୟାପିକା, ଅଧ୍ୟାପକଙ୍କ ମଧ୍ୟରେ ବୁଧବାର ‘ବୈଦିକ ଗଣିତ ଓ କୃତ୍ରିମ ବୁଧିଶକ୍ତି’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଗୋରୁ ବୋଝେଇ ପିକ-ଅପ୍‌ ଜବତ, ଡ୍ରାଇଭର ଗିରଫ

ଗୋରୁ ବୋଝେଇ ପିକ-ଅପ୍‌ ଜବତ, ଡ୍ରାଇଭର ଗିରଫ

ଖଇରା,୧୯।୯(ଡି.ଏନ.ଏ)-ସୋର -କୁପାରୀ ରାସ୍ତାରେ  ଏକ ଟାଟା ଏସି ଗାଡିରେ ୬ଟି ଗୋରୁ ବେଆଇନ ଭାବେ ନିଆଯାଉଥିବା ବେଳେ ତୁଡିଗଡିଆ ବଜାରବାସୀ ଅଟକାଇ ଖଇରା ପୋଲିସକୁ ହସ୍ତାନ୍ତର କରିଛନ୍ତି।

ପଲିଥିନ ବ୍ୟବହାର ନିଷେଧ ଉପରେ ଗୁରୁତ୍ୱ

ପଲିଥିନ ବ୍ୟବହାର ନିଷେଧ ଉପରେ ଗୁରୁତ୍ୱ

ଭଦ୍ରକ ଅଫିସ,୧୯।୯-ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ବଚ୍ଛତାକୁ ନେଇ ଚାଲିଥିବା ୨ ଦିନିଆ ସ୍ବଚ୍ଛାଗ୍ରହ ଏକ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ଜିଲା ସଂସ୍କୃତି ଭବନରେ ଉଦ୍‌ଯାପିତ ହୋଇଯାଇଛି। ସ୍ବଚ୍ଛତା ଆନ୍ଦୋଳନକୁ ବ୍ୟାପକ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।  କର୍ମଶାଳାରେ ପଲିଥିନ ବ୍ୟବହାର ନିଷେଧ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ସାପ କାମୁଡ଼ାରେ ବୃଦ୍ଧାଙ୍କ ଜୀବନ ଗଲା

ସାପ କାମୁଡ଼ାରେ ବୃଦ୍ଧାଙ୍କ ଜୀବନ ଗଲା

ଭଦ୍ରକ ଅଫିସ,୧୯।୯-ଚାନ୍ଦବାଲି ବ୍ଲକ ଅଧୀନ ନଳଗୋହିରା ପଞ୍ଚାୟତ ବଡ଼ରୂପା ଗଁ।ର ପାର୍ବତୀ ଧଳ(୬୫) ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। 

ସଂସ୍କୃତ ଦିବସ ସମାରୋହ

ସଂସ୍କୃତ ଦିବସ ସମାରୋହ

ବାସୁଦେବପୁର,୧୯।୯(ଡି.ଏନ.ଏ.)-ବାସୁଦେବପୁର ବେତଡାସ୍ଥିତ ଉତ୍କଳମଣି ଗୋପବନ୍ଧୁ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜିଲା ମଙ୍ଗଳ ଅଧିକାରୀ ବସନ୍ତ କୁମାର ରଥ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। 

ଖାନୁଆ ସରପଞ୍ଚ ନିଲମ୍ବିତ

ଖାନୁଆ ସରପଞ୍ଚ ନିଲମ୍ବିତ

ବାରିପଦା ଅଫିସ,୧୯।୯- ରାଜ୍ୟ ସରକାରଙ୍କ ପଞ୍ଚାୟତ ଓ ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା ମୟୂରଭଞ୍ଜ ଜିଲା ବଡସାହି ବ୍ଳକ ଖାନୁଆ ପଞ୍ଚାୟତର ସରପଞ୍ଚ ଗିତାରାଣୀ ସିଂଙ୍କୁ   ନିଲମ୍ବିତ କରାଯାଇଛି।  ବିଭାଗର ଚିଠି ନଂ ୧୭୪୦୩(୧୭/୪/୨୦୧୮) ରେ ତାଙ୍କୁ ନିଲମ୍ବନ କରାଯାଇଥିବା ଉଲ୍ଲେଖ ରହିଛି। ଗତ ୧୭ ଏପ୍ରିଲରେ ସରପଞ୍ଚ ଗିତାରାଣି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଜିଲା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବଡସାହି ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଏ ନେଇ ଅବଗତ କରାଯାଇଛି। 

ଟ୍ରେନ୍‌ରୁ ଖସି ଯୁବକ ମୃତ

ଟ୍ରେନ୍‌ରୁ ଖସି ଯୁବକ ମୃତ

ରୂପ୍‌ସା,୧୯।୯(ଡି.ଏନ.ଏ.)- ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍‌ସା ଓ ହଳଦୀପଦା ରେଳ ଷ୍ଟେଶନ ମଝିରେ ବୁଧବାର ଟ୍ରେନ୍‌ରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଦର୍ଶ ପ୍ରଧାନ (୨୦)। ସେ ଦାର୍ଜିଲିଂ ଶିରୁବାରି ଗାଁର ନଗ୍ରିଫାର୍ମ ଟି ଗାର୍ଡ଼େନ ଅଞ୍ଚଳର ଗୋପାଳ ପ୍ରଧାନଙ୍କ ପୁଅ ବୋଲି ଜଣାପଡିଛି।  ତାଙ୍କ ନିକଟରୁ ମିଳିଥିବୁ ନିଉଜଲପାଇଗୁଡ଼ିରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଟ୍ରେନ୍‌ ଟିକଟ  ଓ ଆଡ଼ାରକାର୍ଡ଼ରୁ ଏହି ସୂଚନା ମିଳିଛି। ଡାଉନ ଲାଇନ୍‌ରେ ଏହି ଯୁବକ ଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳୂବା ପରେ ଜିଆର୍‌ପିଙ୍କୁ ଖବର ଦିଆଯାଇଥିଲା।

ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚର ପଦଯାତ୍ରା

ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚର ପଦଯାତ୍ରା

ଜଳେଶ୍ୱର,୧୯।୯ (ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ସ୍କୁଲ କଲେଜ  ମିଳିତ ଶିକ୍ଷକ, ଅଧ୍ୟାପକ ମଞ୍ଚ ତରଫରୁ ମଙ୍ଗଳବାର ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ଦାବି ନେଇ ପଦଯାତ୍ରା  କରାଯାଇଥିଲା। ବର୍ତ୍ତନା ସରପଞ୍ଚ ପଦ୍ମଲୋଚନ ବେହେରାଙ୍କ ସମେତ ବିଭିନ୍ନ ରାଜନୈତିକ ସଂଗଠନର ନେତୃବୃନ୍ଦ ମଞ୍ଚର ଦାବିକୁ  ସମର୍ଥନ ଜଣାଇ ପଦଯାତ୍ରାରେ ସାମିଲ ହୋଇଥିଲେ। ଓଡ଼ିଶା ସରକାରଙ୍କ ଉଦାସୀନତା ପ୍ରତିବାଦରେ ଆନ୍ଦୋଳନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମିଳିତ ମଞ୍ଚର ନେତୃବୃନ୍ଦ ପ୍ରକାଶ କରିଥିଲେ। ୪୮୮ ବର୍ଗର ଅଧ୍ୟାପକ ଅନନ୍ତ ଦାସ,ବାଲେଶ୍ୱର ଓଷ୍ଟା ଉପ ସଭାପତି ସୁକୁମାର ମିଶ୍ର ପ୍ରମୁଖ ମଞ୍ଚର  ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। 

ବିଦ୍ୟୁତ ସେବାରେ ଉନ୍ନତି ପ୍ରତି ଗୁରୁତ୍ୱ

ବିଦ୍ୟୁତ ସେବାରେ ଉନ୍ନତି ପ୍ରତି ଗୁରୁତ୍ୱ

ସିମୁଳିଆ,୧୯।୯(ଡି.ଏନ.ଏ.)- ବିଦ୍ୟୁତ ଉପଭୋକ୍ତାଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦର ମହକୁମା ମାର୍କୋଣାରେ ମଙ୍ଗଳବାର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଭାଜପା ଜିଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ପଣ୍ଡା ଏଥିରେର  ଅଧ୍ୟକ୍ଷତା କରିଥିଲେ। ଖାଉଟି ସଚେତକ ନୀଳାମ୍ବର ମିଶ୍ର ଇ-ଅଭିଯୋଗ, ଖାଉଟି ଅଧିକାର, କମ୍ପ୍ଲେନ ହ୍ୟାଣ୍ଡଲିଂ ଫର୍ମ ଓ ବିଭିନ୍ନ ଆଇନ୍‌ ସମ୍ପର୍କରେ ସୂଚନା ଦେଇଥିଲେ । 

ସହାୟତାର ହାତ ବଢାଇଲା ଯୁବ ସ୍ବାଭିମାନ ମଞ୍ଚ

ସହାୟତାର ହାତ ବଢାଇଲା ଯୁବ ସ୍ବାଭିମାନ ମଞ୍ଚ

ଖଇରା୧୯।୯(ଡି.ଏନ.ଏ.)- ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ଯୁବ ସ୍ବାଭିମାନ ମଞ୍ଚ ଗରିବ ଓ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇ ନିଜର ଏକ  ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ନିକଟରେ ସାଦିକପୁର ଗ୍ରାମରେ ସର୍ପାଘାତରେ ଗୁରୁତର ହୋଇପଡିଥିବା କୁଞ୍ଜ ମହାନ୍ତିଙ୍କ ପୁଅ ହରେକୃଷ୍ଣ(୧୨)ଙ୍କ  ଚିକିତ୍ସା ପାଇଁ ମଞ୍ଚର ସଦସ୍ୟମାନେ ଘର ଘର ବୁଲି ୧୦,୧୬୦ଟଙ୍କା ଏବଂ ମୃତ ଝିଅ କରିସ୍ମାଙ୍କ  ଅନ୍ତେଷ୍ଟିକ୍ରିୟା ପାଇଁ ୫ହଜାର ଟଙ୍କା ଆଦାୟ କରି ପରିବାରକୁ ପ୍ରଦାନ କରିଛନ୍ତି।  

‘ପଲିଥିନ ବ୍ୟବହାରରୁ ଦୂରେଇ ରୁହ’

‘ପଲିଥିନ ବ୍ୟବହାରରୁ ଦୂରେଇ ରୁହ’

ଖଇରା୧୯।୯(ଡି.ଏନ.ଏ.)-‘ସ୍ବଚ୍ଛତା ହିଁ ସେବା’ ସଚେତନତା ଅଭିଯାନରେ ସାମିଲ ହୋଇ ଛାତ୍ରୀଛାତ୍ର ପଲିଥିନ ବ୍ୟବହାର ପରିବେଶ ଉପରେ କିପରି କୁପ୍ରଭାବ ପକାଉଛି, ତାହା ଲୋକଙ୍କୁ ବୁଝାଉଛନ୍ତି। ମଙ୍ଗଳବାର ବାଲେଶ୍ୱର ଜିଲା ଖଇରା ବ୍ଲକ ଗରସଙ୍ଗସ୍ଥିତ ରାମଚନ୍ଦ୍ର ହାଇସ୍କୁଲର ଛାତ୍ରୀଛାତ୍ର ମାନେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଗ୍ରାମ ଓ ବଜାର ପରିକ୍ରମା କରି ସ୍ବଚ୍ଛତାର ବାର୍ତ୍ତା ପ୍ରଦାନ କରିଥିଲେ। 

ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଅନୁଦାନ ଦାବି: ବ୍ଲକ ଗ୍ରାଣ୍ଟ ସ୍କୁଲ କଲେଜ ମିଳିତ ମଞ୍ଚ ପକ୍ଷରୁ ପାଟଣା ବ୍ଲକରେ ବାଇକ୍‌ ରାଲି

ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଅନୁଦାନ ଦାବି: ବ୍ଲକ ଗ୍ରାଣ୍ଟ ସ୍କୁଲ କଲେଜ ମିଳିତ ମଞ୍ଚ ପକ୍ଷରୁ ପାଟଣା ବ୍ଲକରେ ବାଇକ୍‌ ରାଲି

ପାଟଣା,୧୯।୯(ସ୍ବ.ପ୍ର.): ରାଜ୍ୟ ବ୍ଲକ ଗ୍ରାଣ୍ଟ ସ୍କୁଲ କଲେଜ ମିଳିତ ମଞ୍ଚ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ଆହ୍ବାନରେ ବୁଧବାର ପାଟଣା ଓ ସାହାରପଡ଼ା ବ୍ଲକର  ବ୍ଲକ ଗ୍ରାଣ୍ଟ ପ୍ରାପ୍ତ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ   ବୁଧବାର ଏକ ବିରାଟ ମୋଟର ସାଇକେଲ ରାଲିରେ ବାହାରିଥିଲେ। ସେମାନେ ପାଟଣା ମୁଖ୍ୟାଳୟ ସ୍ଥିତ  ପରମେଶ୍ୱର ମହାଦେବ ମନ୍ଦିରଠାରୁ   ବାହାରି  ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଛନ୍ତି।

ଗୋପାଳପୁରରେ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ପଦଯାତ୍ରା

ଗୋପାଳପୁରରେ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ପଦଯାତ୍ରା

ବାହାନଗା, ୧୯।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକର ଗୋପାଳପୁର ପଞ୍ଚାୟତରେ ବୁଧବାର ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ବ୍ଲକଗ୍ରାଣ୍ଟ ଶିକ୍ଷକ ମାନଙ୍କ ଦ୍ବାରା ପଦଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି।

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ନବ ନିର୍ମାଣ  ସେନା ପକ୍ଷରୁ ଶୋଭାଯାତ୍ରା

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ନବ ନିର୍ମାଣ ସେନା ପକ୍ଷରୁ ଶୋଭାଯାତ୍ରା

ବାସୁଦେବପୁର,୧୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନବ ନିର୍ମାଣ  ସେନା ପକ୍ଷରୁ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଛି। ଏହା ଏ.ବି.କଲେଜ ଫାଟକ ସମ୍ମୁଖରୁ ବାହାରି ବାସୁଦେବପୁର ସହର ପରିକ୍ରମା କରିଛି।

ଖେଳୁଥିବା ବେଳେ ପୋଖରୀରେ ପଡ଼ି ୨ ଶିଶୁପୁତ୍ରଙ୍କ ମୃତ୍ୟୁ, ଉତ୍ତରବାହା ଗ୍ରାମରେ ଶୋକାକୂଳ ପରିବେଶ

ଖେଳୁଥିବା ବେଳେ ପୋଖରୀରେ ପଡ଼ି ୨ ଶିଶୁପୁତ୍ରଙ୍କ ମୃତ୍ୟୁ, ଉତ୍ତରବାହା ଗ୍ରାମରେ ଶୋକାକୂଳ ପରିବେଶ

ତିହିଡ଼ି,୧୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଚକ ପଞ୍ଚାୟତ ଅଧୀନ ଉତ୍ତରବାହା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଏକ ଅଘଟଣ ଘଟିଛି। ଗ୍ରାମର ୨ଜଣ ଶିଶୁ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଗଣେଷ ମଲ୍ଲିକଙ୍କ ପୁଅ ସ୍ବାଗତ(୩) ଓ ସଞ୍ଜିତ ମଲ୍ଲିକଙ୍କ ପୁଅ ସମରଜିତ୍‌(୩)। 

ରାମଚନ୍ଦ୍ର ହାଇସ୍କୁଲରେ ସ୍ବଚ୍ଛତା ହିଁ ସେବା ସଚେତନତା କାର୍ଯ୍ୟକ୍ରମ

ରାମଚନ୍ଦ୍ର ହାଇସ୍କୁଲରେ ସ୍ବଚ୍ଛତା ହିଁ ସେବା ସଚେତନତା କାର୍ଯ୍ୟକ୍ରମ

ଖଇରା,୧୯।୯(ଡି.ଏନ୍‌.ଏ): ସ୍ବଚ୍ଛତା ହିଁ ସେବା ସଚେତନତା ଅଭିଯାନରେ ମଙ୍ଗଳବାର ଖଇରା ବ୍ଲକ ଅଧୀନ ଗରସଙ୍ଗସ୍ଥିତ ରାମଚନ୍ଦ୍ର ହାଇସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଛାତ୍ରୀଛାତ୍ର ସାମିଲ ହୋଇଛନ୍ତି। 

୯୫ ବର୍ଷରେ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା: ଆବେଦନ କଲେ ବି କର୍ଣ୍ଣପାତ କରୁ ନାହାନ୍ତି ଅଧିକାରୀ

୯୫ ବର୍ଷରେ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା: ଆବେଦନ କଲେ ବି କର୍ଣ୍ଣପାତ କରୁ ନାହାନ୍ତି ଅଧିକାରୀ

ମୋରଡ଼ା,୧୯।୯: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ଗଡ଼ିଘାଟି ପଞ୍ଚାୟତ ଅଧୀନ ବରହମ୍‌ପୁରା ଗ୍ରାମରେ ଅଧିକାଂଶ ବୃଦ୍ଧାବୃଦ୍ଧଙ୍କ ପାଇଁ ଭତ୍ତା ସାତସପନ ପାଲଟିଛି। ଏହି ଗ୍ରାମର ତିଳୋତ୍ତମା ସାମଲଙ୍କ ବୟସ ୯୫। ଏବେ ସେ ଠିକ୍‌ ଭାବେ ଚାଲି ପାରୁ ନାହାନ୍ତି। ବାଡ଼ି ହିଁ ତାଙ୍କ ସାହାରା ପାଲଟିଛି। ହେଲେ ଆଜି ପର୍ଯ୍ୟନ୍ତ ସେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି।

ସର୍ପାଘାତ ଆହତଙ୍କ ଚିକିତ୍ସା ପାଇଁ ଯୁବ ସ୍ବାଭିମାନ ମଞ୍ଚର ସହାୟତା

ସର୍ପାଘାତ ଆହତଙ୍କ ଚିକିତ୍ସା ପାଇଁ ଯୁବ ସ୍ବାଭିମାନ ମଞ୍ଚର ସହାୟତା

ଖଇରା,୧୯।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅମରିଆ ଅଗ୍ନିପୁର ପଞ୍ଚାୟତ ଜେମାଦେଇ ପାଟଣା ଗ୍ରାମରେ ସାପକାମୁଡାରେ ଚିକିତ୍ସାଧୀନ ଥିବା ପ୍ରହଲ୍ଲାଦ ପୃଷ୍ଟିଙ୍କ ପୁଅ ଗୌରାଙ୍ଗଙ୍କ ଚିକିତ୍ସା ପାଇଁ ଯୁବ ସ୍ବାଭିମାନ ମଞ୍ଚ ପକ୍ଷରୁ ବୁଧବାର ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। 

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବଡ଼ସାହି, ୧୯।୯(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ବୈଦ୍ୟପୁରସ୍ଥିତ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଆଦିବାସୀ ଛାତ୍ରୀନିବାସର ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ସନ୍ଦେହଜନକ ମୃତ୍ୟୁ ଘଟିଛି। 

ଋଣ ଖିଲାପିଙ୍କ ଘର ସିଲ କଲା ବ୍ୟାଙ୍କ

ପାଟପୁର,୧୯ା୯(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଳକ ଏରେଣ୍ଡ୍ରା ଓ କଙ୍କୋରଡ଼ା ଗ୍ରାମରେ ସୋମବାର କର୍ପୋରେଟ ବ୍ୟାଙ୍କ ଓ ଜିଲା ପ୍ରଶାସନ ଉପସ୍ଥିତିରେ ୨ ଜଣ ଋଣ ଖିଲାପିଙ୍କ ଘର ଓ ରାଇସ ମିଲକୁ ସିଲ କରାଯିବା ସହ ସର୍ବସାଧାରଣରେ ନିଲାମ ପାଇଁ ବିଜ୍ଞପ୍ତି ଜାରି  ହୋଇଛି। ୨୦୧୩ ରେ ବ୍ରହ୍ମପୁରସ୍ଥିତ କର୍ପୋରେଟ ବ୍ୟାଙ୍କରୁ ଏରେଣ୍ଡ୍ରା ଗ୍ରାମର ଜଣେ ବ୍ୟକ୍ତି ଘର ଓ ରାଇସମିଲ କରିବା ପାଇଁ ୮୦ ଲକ୍ଷ ଟଙ୍କା ଋଣ ନେଇଥିଲେ। ସେହିପରି କଙ୍କୋରଡ଼ା ଗ୍ରାମର ଜଣେ ମହିଳା ମଧ୍ୟ ନିଜ ଘର ବନ୍ଧକ ରଖି ଋଣ ନେଇଥିଲେ। ୨୦୧୭ ମଧ୍ୟରେ ଉଭୟେ ଋଣ ପରିଶୋଧ ନ କରିବାରୁ ବ୍ୟାଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ତଥାପି କେହି ଟଙ୍କା ପରିଶୋଧ କରି ନ ଥିଲେ। ତେଣୁ କର୍ପୋରେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ଦେବବ୍ରତ ସାହୁ, ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ମଧୁସ୍ମିତା ବେହେରା, ପାଟପୁର ଥାନା ଆଇଆଇସି ରମେଶ କୁମାର ପ୍ରଧାନ ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଘର ଓ ମିଲକୁ ସିଲ କରାଯାଇଛି।

ସଙ୍କଟରେ ରାମେୟାପାଟଣା ମତ୍ସ୍ୟଜୀବୀ

ସଙ୍କଟରେ ରାମେୟାପାଟଣା ମତ୍ସ୍ୟଜୀବୀ

ଚିକିଟି,୧୯ା୯(ଡି.ଏନ.ଏ.)-ଚିକିଟି ବ୍ଲକ ସମୂଦ୍ର ତଟବର୍ତ୍ତୀରେ ଅବସ୍ଥିତ ରାମେୟାପାଟଣା ଗ୍ରାମ। ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ। ୯୦ ପ୍ରତିଶତ ଲୋକ ମତ୍ସ୍ୟଜିବୀ। ଏମାନେ ନିକଟରେ ଥିବା ଚିଲିକାରୁ ମାଛଧରି  ପରିବାର ପୋଷଣ କରନ୍ତି। ମାଛ ଧରିବା ପାଇଁ ମୋଟ ୧୨୦ଟି ମୋଟର ଚାଳିତ ଡଙ୍ଗା ରଖି ପ୍ରାୟ ୬୨୦ରୁ ଉର୍ଦ୍ଧ୍ୱ ପରିବାର ଚଳନ୍ତିି। ମାତ୍ର ବିଭିନ୍ନ ସମସ୍ୟା ଦେଇ ଏହି ମତ୍ସ୍ୟଜୀବୀମାନେ ଗତି କରୁଛନ୍ତି। ଗତ ମାସେ ମଧ୍ୟରେ ଲଘୁଚାପ ପ୍ରଭାବରେ ବାରମ୍ବାର ବର୍ଷା ଯୋଗୁ ମସତ୍‌ୟଜିବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇପାରୁନାହାନ୍ତିି। ୫ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ଲଘୁଚାପ ପ୍ରଭାବରେ ବଡବଡ ଜୁଆର ଆସି ଉକ୍ତ ଗ୍ରାମରେ ହୋଇଥିବା ୧୩ଟି ଶୁଖୁଆଖଳା ମଧ୍ୟରୁ ୪ଟି ଭାଙ୍ଗିରୁଜି ଯାଇଛି। ବିଭିନ୍ନ ସମୟରେ ଜାଲ ମଧ୍ୟ ଭସାଇ ନେଉଛି। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କ ପକ୍ଷରୁ ଦୀର୍ଘ ବର୍ଷ ଧରି ସମୂଦ୍ରତଟ ଗୁଡିକରେ ଗାର୍ଡଓାଲ୍‌ ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ଫଳ ମିଳୁନି। ଫଳରେ ସେମାନଙ୍କ ଜୀବିକା ଏବେ ସଙ୍କଟ ଦେଇ ଗତି କରୁଛି।

ଶିକ୍ଷକ କର୍ମଚାରୀଙ୍କ ପଞ୍ଚାୟତ ପଦଯାତ୍ରା

ଶିକ୍ଷକ କର୍ମଚାରୀଙ୍କ ପଞ୍ଚାୟତ ପଦଯାତ୍ରା

ଢେଙ୍କିକୋଟ, ୧୯ା୯(ଡି.ଏନ.ଏ.): କେନ୍ଦୁଝର ଜିଲା ଆଦିବାସୀ ଅଧ୍ୟୁଷିତ ଘଟଗାଁ ଓ ହରିଚନ୍ଦନପୁର ବ୍ଲକର ସ୍କୁଲ କଲେଜର ମିଳିତ ଶିକ୍ଷକ କର୍ମଚାରୀ ଢେଙ୍କିକୋଟ ପଞ୍ଚାୟତ ଟିକିରାସ୍ଥିତ ହାଟପଡ଼ିଆଠାରେ ଏକତ୍ରୀତ ହୋଇଥିଲେ। କେନ୍ଦୁଝର ଜିଲା ବ୍ଲକ ଗ୍ରାଣ୍ଟ ମିଳିତ ସଂଘର ସଭାପତି ସନ୍ତୋଷ କୁମାର ସତପଥୀ ସଭାପତିତ୍ୱରେ ଯୁଗ୍ମ ସମ୍ପାଦକ ଜ୍ଞାାନେନ୍ଦ୍ର ଦେଓ ସଭା ପରିଚାଳନା କରିଥିଲେ। ସଭାରେ ଘଟଗାଁ ବ୍ଲକ ଓ ହରିଚନ୍ଦନପୁର ବ୍ଲକରେ ଥିବା  ୭୦ରୁ ଊର୍ଦ୍ଧ୍ୱ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜର ଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ। ସରକାର ସେମାନଙ୍କ ଦାବିକୁ ପୂରଣ କରିବା ପାଇଁ ଦାବି କରିଥିଲେ।