ସମ୍ପାଦକୀୟ

 ଦକ୍ଷିଣପନ୍ଥୀ

ଦକ୍ଷିଣପନ୍ଥୀ

ଆକାର ପଟେଲ ବିଶିଷ୍ଟ କର୍ନାଟକୀ ଗାୟକ ଅରୁଣା ରାୟ, ଲେଖକ ଟିଏମ୍‌ କୃଷ୍ଣା ଓ ସାମାଜିକ କର୍ମୀ ନିଖିଳ ଦେ ପ୍ରମୁଖଙ୍କ ସହ ଚଳିତ ସପ୍ତାହରେ ଏକ ଆଲୋଚନାରେ ଭାଗ ନେବାର ସୁଯୋଗ ମିଳିଲା। ରାୟ ଓ ଦେ ହେଉଛନ୍ତି ମଜଦୁର କିଷାନ ଶକ୍ତି ସଂଗଠନର ସଦସ୍ୟ। ଏହି ସଂଗଠନର ଆନ୍ଦୋଳନ ଓ ପ୍ରଚେଷ୍ଟା ଯୋଗୁ ହିଁ ଭାରତରେ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ପ୍ରଣୟନ ସମ୍ଭବ ହୋଇଛି। ରାୟ ମଧ୍ୟ ପୂର୍ବ ସରକାରର ଜାତୀୟ ପରାମର୍ଶଦାତା କମିଟିରେ ଥିଲେ, ଯାହାଙ୍କ ପରାମର୍ଶ ଅନୁସାରେ ଆର୍‌ଟିଆଇ ବ୍ୟତୀତ ଅନେକ ମାନବ କଲ୍ୟାଣକାରୀ ଆଇନ ଯଥା ମନ୍‌ରେଗା, ଖାଦ୍ୟ ଅଧିକାର ଓ ଶିକ୍ଷା ଅଧିକାର ଆଇନ ପ୍ରବର୍ତ୍ତନ ହୋଇଛି।...

ଭିନ୍ନ ଜଣେ ମହାପୁରୁଷ

ଭିନ୍ନ ଜଣେ ମହାପୁରୁଷ

ପ୍ରକାଶ ତ୍ରିପାଠୀ ଜନ୍ମ ଓ ମୃତ୍ୟୁ ମଧ୍ୟରେ ଥିବା ସମୟ ହିଁ ଜୀବନ। ଆପଣା ପାଇଁ ବଞ୍ଚିଥାଏ ସାଧାରଣ ମଣିଷ, ହେଲେ ଦୁନିଆର ଲୋକଙ୍କ ପାଇଁ ବଞ୍ଚିଥାଏ ମହାମାନବ। ପୃଥିବୀରେ ପ୍ରତ୍ୟହ କୋଟି କୋଟି ମଣିଷ ଜନ୍ମ ହେଉଛନ୍ତି, ମୃତ୍ୟୁ ବି ଲଭୁଛନ୍ତି। ସମସ୍ତଙ୍କୁ ଏ ଦୁନିଆ ମନେରଖିପାରେନା। ହାତଗଣତି କିଛି ଲୋକଙ୍କ ପଦଚିହ୍ନ ଅଲିଭା ହୋଇ ରହିଯାଏ ଜନମାନସରେ। ଆଜି ଏଠାରେ ଉପସ୍ଥାପିତ କରୁଛି ମହାମାନବ ପ୍ରଖ୍ୟାତ ବୈଜ୍ଞାନିକ- ଭୂତପୂର୍ବ ରାଷ୍ଟ୍ରପତି ତଥା ସର୍ବୋପରି ଜଣେ ଶ୍ରେଷ୍ଠ ମଣିଷ ଡ. ଏପିଜେ ଅବ୍‌ଦୁଲ କଲାମଙ୍କ ଜୀବନର କିଛି ଅନାଲୋଚିତ ଅଧ୍ୟାୟ, ଯାହାକୁ କି ନିକଟରେ ଅନାବରଣ କରିଛନ୍ତି ପି.ଏମ୍‌. ନାୟର। ଡ. କଲାମ ରାଷ୍ଟ୍ରପତି ଥିବା ...

ସ୍ବାସ୍ଥ୍ୟ ଉପଦେଷ୍ଟା

ସ୍ବାସ୍ଥ୍ୟ ଉପଦେଷ୍ଟା

ବ୍ୟକ୍ତିତ୍ୱ/ସୁଶ୍ରୀ ବିଶ୍ୱର ୩ ପ୍ରମୁଖ କମ୍ପାନୀ ହେଉଛନ୍ତି ଆମାଜନ୍‌, ଓ୍ବର୍କଶାୟାର୍‌ ହାଥାଓ୍ବେ ଏବଂ ଜେପି ମୋର୍ଗାନ୍‌ ଚେଜ୍‌। ଏମାନେ ମିଳିତ ହୋଇ ଏକ ନୂଆ କମ୍ପାନୀ ଗଢ଼ିବେ, ଯାହାକି ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ଦୃଷ୍ଟାନ୍ତ ସୃଷ୍ଟି କରିବ। ଏହି ଯୌଥ ଉଦ୍ୟୋଗର ମୁଖ୍ୟ କାର୍ଯ୍ୟାଳୟ ବୋଷ୍ଟନ୍‌ରେ ରହିବ। ଏକ ସ୍ବାଧୀନ ସଂସ୍ଥା ଭାବେ ଏହି କମ୍ପାନୀ କାର୍ଯ୍ୟ କରିବ। ତେବେ ଗର୍ବର ବିଷୟ ହେଉଛି ଉକ୍ତ କମ୍ପାନୀର ନେତୃତ୍ୱ ନେବେ ଜଣେ ଭାରତୀୟ ବଂଶୋଦ୍ଭବ ଡ. ଅତୁଲ୍‌ ଗଓ୍ବାଣ୍ଡେ। ସେ ହେବେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ...

ଏଇ ଭାରତରେ

ଏଇ ଭାରତରେ

ମାନବ ପରିସ୍ଥିତିରେ ପଡ଼ି ଦାନବ ପାଲଟିଯାଏ। ଆଉ ସେହି ଦାନବ ହୃଦୟରେ ଦେବତାର ସନ୍ଧାନ ମିଳିଲେ ଅନ୍ୟମାନେ ଖୁସି ହୁଅନ୍ତି। ପରିସ୍ଥିତିରେ ପଡି ନକ୍ସଲ ନେତା ସାଜିଥିବା ଜଣେ ବ୍ୟକ୍ତି ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିବା ଭଲ ଖବର ନିଶ୍ଚୟ। ଛତିଶଗଡର କୋଣ୍ଡାଗାଓଁ ଜିଲାର ଜଣେ ନକ୍ସଲ ନେତା ତାଙ୍କ ମୁଣ୍ଡ ପାଇଁ ଘୋଷଣା ହୋଇଥିବା ୩ଲକ୍ଷ ଟଙ୍କା ନିଜେ ଧରି ଆତ୍ମସମର୍ପଣ କରିଛନ୍ତି। ଧନିରାମ୍‌ ଗାବ୍‌ଦେ ନାମକ ଏହି ନକ୍ସଲ ନେତା କୋଣ୍ଡାଗାଓଁ ଏସ୍‌ପି ଅଭିଷେକ ପଲ୍ଲବଙ୍କ ନିକଟରେ ଶନିବାର ଆତ୍ମସମର୍ପଣ କରିଛନ୍ତି। ନକ୍ସଲ ଆନ୍ଦୋଳନର ‘ଫମ୍ପା ଆଦର୍ଶବାଦ’ରେ ସେ ମୋହିତ ହୋଇଯାଇଥିତ୍ଲେ ବୋଲି ଅତିରିକ୍ତ ...

ସମ୍ପ୍ରସାରିତ ଅର୍ଥ ପ୍ୟାନେଲ

ସମ୍ପ୍ରସାରିତ ଅର୍ଥ ପ୍ୟାନେଲ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଡିଜିଟାଲ କାରବାର ବଢ଼ୁଥିବା ବେଳେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ନେଇ ଚିନ୍ତା ବି ବଢ଼ିବାରେ ଲାଗିଛି। ଏ ପରିସ୍ଥିତିରେ ସରକାର ରାଜସ୍ବ ବିଭାଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବମାନଙ୍କୁ ଆର୍ଥିକ ସ୍ଥିରତା ଓ ଉନ୍ନୟନ ପରିଷଦ (ଏଫ୍‌ଏସ୍‌ଡିସି)ର ସଦସ୍ୟ କରିବା ମାଧ୍ୟମରେ ଏହାର ପୁନର୍ଗଠନ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଏଫ୍‌ଏସ୍‌ଡିସିର ଅଧ୍ୟକ୍ଷ ଥିବାବେଳେ ଏଥିରେ ଅନ୍ୟମାନଙ୍କ ...

 ଅବାଟରେ ପଢୁଆ ଯୁବଗୋଷ୍ଠୀ

ଅବାଟରେ ପଢୁଆ ଯୁବଗୋଷ୍ଠୀ

ମନ-ମାନଚିତ୍ର/ ଡ. ନରହରି ବେହେରା ବିଦ୍ୟା ହେଉଛି ମୁକ୍ତିର ମାର୍ଗ। ଏହି ବିଦ୍ୟା ଅଧ୍ୟୟନ କରିଥିବା ବ୍ୟକ୍ତି ବିନୟୀ ହୋଇଥାନ୍ତି। ତେଣୁ କୁହାଯାଏ, ‘ବିଦ୍ୟା ଦଦାତି ବିନୟମ୍‌’। ବିନୟୀ ବ୍ୟକ୍ତି ହିଁ ଜଣେ ଉପଯୁକ୍ତ ମଣିଷ ଭାବରେ ପ୍ରତିଷ୍ଠା ଅର୍ଜନ କରିଥାନ୍ତି। ବିଦ୍ୟାର ପ୍ରୟୋଗାମତ୍କ ଦିଗଟିକୁ ବିଦ୍ୟାର୍ଥୀ ଭୁଲିଗଲେ ଶିକ୍ଷାର ସକଳ ଲକ୍ଷ୍ୟ ବ୍ୟର୍ଥ। ତେଣୁ ପଣ୍ଡିତମାନେ ବିଦ୍ୟାର ଏହି ଦୁଇଟି ରୂପକୁ ପୋଥି ବାଇଗଣ ଏବଂ ବାଡ଼ି ବାଇଗଣ ଭାବରେ ଚିତ୍ରଣ କରିଛନ୍ତି। ଏ ପରିପ୍ରେକ୍ଷୀରେ ଗୋଟିଏ ଲଘୁ କାହାଣୀର କିୟଦଂଶ ଅବତାରଣା କରାଯାଇପାରେ। ..

ଯୁଦ୍ଧ ଯଦି ଲକ୍ଷ୍ୟ ହୁଏ

ଯୁଦ୍ଧ ଯଦି ଲକ୍ଷ୍ୟ ହୁଏ

ରମେଶ ଚନ୍ଦ୍ର ସାମଲ ସମସ୍ତେ ଶାନ୍ତି ଶାନ୍ତି ଚିତ୍କାର କରୁଥିବାବେଳେ ପ୍ରକୃତରେ କେହି ଆନ୍ତରିକତାର ସହ ଏହା ଚାହାନ୍ତିନି। ଶାନ୍ତି ଅଶାନ୍ତି, ବିବାଦ ସମାଧାନର ଖେଳ ଏମିତି ପୃଥିବୀରେ ଅହରହ ଚାଲିଛି। କେତେବେଳେ ଶାନ୍ତି ତ କେତେବେଳେ ଅଶାନ୍ତି। ଅନ୍ତର୍ଜାତୀୟ ବିବାଦ ଥରେ ଦେଖାଦେଲେ ଏହା ଗୁରୁତର ଆକାର ଧାରଣ କରେ। ଏହାର ସମାଧାନ କଷ୍ଟସାଧ୍ୟ ଓ ସମୟସାପେକ୍ଷ। ଆଗ କାଳରେ ପୃଥିବୀରେ ବହୁ ଛୋଟ ଛୋଟ ରାଜ୍ୟ ଥିଲା। ଏସବୁ ରାଜ୍ୟ ଭିତରେ ବିଭିନ୍ନ କାରଣରୁ ବିଶେଷତଃ ଦେଶର ସୀମା ବୃଦ୍ଧି କରିବାକୁ ଯୁଦ୍ଧ ହେଉଥିଲା। ଯୁଦ୍ଧରେ ପରାଜିତ ଦେଶ ବିଜେତା ଦେଶ ସହିତ ମିଶିଯାଉଥିଲା। ଉଭୟ ଦେଶର ନାଗରିକମାନେ...

ଏଇ ଭାରତରେ

ଏଇ ଭାରତରେ

ପିଲାମାନେ ପରବାଡ଼ିରୁ ଆମ୍ବ ତୋଳିବାରେ ଏକ ନିଆରା ମଜା ପାଇଥାନ୍ତି। କିନ୍ତୁ ଏହି ମଜା ଯେ, ମୃତ୍ୟୁର କାରଣ ହେବ ଏ କଥା ଜଣେ ୧୦ବର୍ଷର ବାଳକ କିପରି ଜାଣିବ? ବିହାର ରାଜ୍ୟର ଖଗରିଆ ଜିଲାର ଘଟଣା। ଗୋଗାରି ପୋଲିସ ଷ୍ଟେଶନ୍‌ ଅନ୍ତର୍ଗତ ଶେରଗଡ଼ ଗାଆଁର ୧୦ବର୍ଷର ବାଳକ ଆମ୍ବ ଖାଇବା ପାଇଁ ଜଣଙ୍କ ବଗିଚାରେ ପଶିଥିଲା। ଗଛରେ ଚଢ଼ି କିଛି ଆମ୍ବ ତୋଳିଥିଲା। ଜଗୁଆଳ ରାମ ଯାଦବ ଏହା ଦେଖି ସହ୍ୟ କରିପାରି ନ ଥିଲେ। ସେ ବାଳକକୁ ଆମ୍ବ ତୋଳିବା ବନ୍ଦ କରି ତୁରନ୍ତ ବଗିଚା ଛାଡ଼ି ଚାଲିଯିବା ପାଇଁ ଧମକ ଦେଇଥିଲେ। କିନ୍ତୁ ଅବୋଧ ବାଳକ ଯାଦବର ଭିତିରି ରାକ୍ଷସକୁ ବୁଝି ନ ପାରି ଯିବାକୁ ଇଚ୍ଛା କରି ନ ଥିଲା। ଯାଦବ ଏଥିରେ ଭୀଷଣ କ୍ଷୁବ୍‌ଧ ହୋଇ ପାଖରେ ରଖିଥିବା ବନ୍ଧୁକରୁ ଅଚାନକ ଗୁଳି ଫୁଟାଇଥିଲା। ଗୁଳିଟି ସିଧା ଯାଇ ବାଳକର ମୁଣ୍ଡରେ ବାଜିଲା। ବାଳକର ଚିତ୍କାର ଶୁଣି ଯାଦବ ଘଟଣାସ୍ଥଳ ଛାଡ଼ି ପଳାଇଯାଇଥିଲା। ମୁହୂର୍ତ୍ତକ ମଧ୍ୟରେ ଗ୍ରାମବାସୀମାନେ ରୁଣ୍ଡ ହୋଇଯିବା ସହିତ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ତେବେ ଘଟଣାସ୍ଥଳରେ ହିଁ ବାଳକର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀମାନେ ଅଡି ବସିଥିଲେ। ପୋଲିସ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ଶାନ୍ତ ପଡ଼ିଥିଲେ। ଯାଦବକୁ ଖୋଜିବା ଲାଗି ପୋଲିସ ଅନୁସନ୍ଧାନ ଜାରି ରଖିଛି। ବାଳକର ମନ ଭିତରେ ଯାଦବ ନିଜକୁ ଦେଖିଥିଲେ ବେtାଧହୁଏ ଏହି ହତ୍ୟାକାଣ୍ଡ କରିବାକୁ ସାହସ କରି ନ ଥାନ୍ତା।

 ଆଜିର ଅର୍ଥନୀତି/ପଦକ୍ଷେପ ଯଥେଷ୍ଟ ନୁହେଁ

ଆଜିର ଅର୍ଥନୀତି/ପଦକ୍ଷେପ ଯଥେଷ୍ଟ ନୁହେଁ

ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ସିଇଓ ଏବଂ ଏମ୍‌ଡି (ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ) ଚନ୍ଦା କୋଛରଙ୍କ ବିରୋଧରେ ଶେଷରେ ଯେଉଁ ପଦକ୍ଷେପ ନେଲେ, ତାହା ସେ ବହୁ ଆଗରୁ ନେବାର ଥିଲା। ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଶେଷହେବା ପୂର୍ବରୁ ତାଙ୍କୁ ବାଧ୍ୟତାମୂଳକ ଭାବେ ଛୁଟି ଦିଆଯାଇଛି। କୋଛର ହେଉଛନ୍ତି ଭାରତୀୟ ବ୍ୟାଙ୍କିଙ୍ଗ୍‌ ଶିଳ୍ପର ଜଣେ ପୁରୁଣା ଖେଳାଳି। କର୍ପୋରେଟ୍‌ ଗଭର୍ନାନ୍ସର ନିୟମ ଉଲ୍ଲଂଘନ କରି ଋଣ ପ୍ରଦାନରେ ଅନୁଚିତ ଅନୁକମ୍ପା ଦେଖାଇଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି। କୋଛର ପ୍ରସଙ୍ଗକୁ ପରିଚାଳନା କରିବାରେ ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡର ଭୂମିକା ...

ସେମାନେ ଦେଖିଥିବା ଭାରତ

ସେମାନେ ଦେଖିଥିବା ଭାରତ

ଡ. ବାଞ୍ଛାନିଧି ପଣ୍ଡା ନିଜ ଦେଶର ଅତୀତର ଏକ ଉଜ୍ଜ୍ୱଳ ଚିତ୍ରର କୌଣସି ବିବରଣୀ ଆମେ ଯେତେବେଳେ ପଢିବାକୁ ପାଉ ଦେଶ ବିଷୟରେ ଗର୍ବ ଓ ଗୌରବର ଭାବନା ଆମ ମନରେ ସ୍ବତଃ ସୃଷ୍ଟି ହୁଏ। ଚାରିଜଣ ପରିବ୍ରାଜକଙ୍କ ଲେଖାରୁ ଆମେ ଭାରତବର୍ଷର ଅତୀତର ଏପରି ଏକ ଚିତ୍ର ଦେଖିବାକୁ ପାଉ। ସେମାନେ ହେଲେ ମେଘାସ୍ଥିନିସ, ଫାହିୟାନ, ହୁଏନ୍‌ସାଂ ଓ ଆଲବାରୁଣି। ମେଘାସ୍ଥିନିସ ଓ ଆଲବାରୁଣି ଉଭୟେ ବିଦ୍ୱାନ ସଭାସଦ୍‌ ଥିଲେ। ତେଣୁ ସେମାନେ ତାଙ୍କ ରଚନାରେ ଭାରତର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱାରୋପ କରିଛନ୍ତି। ମାତ୍ର ଫାହିୟାନ ଓ ହୁଏନ୍‌ସାଂ ସନ୍ନ୍ୟାସୀ ପରିବ୍ରାଜକ ହୋଇଥିବାରୁ ସେମାନେ ଧର୍ମ ବିଷୟକ ବିବରଣୀକୁ ...

ଷ୍ଟାର୍‌ ଷ୍ଟାଟସ୍‌

ଷ୍ଟାର୍‌ ଷ୍ଟାଟସ୍‌

ପ୍ରକାଶ କୁମାର ସିଂହ ଷ୍ଟାର୍‌ମାନେ ଖାଲି ଆକାଶରେ ରହନ୍ତିନି, ଏଇ ମାଟିରେ ବି ଲୀଳାଖେଳା କରନ୍ତି ଆଉ ଅନେକଙ୍କର ହୃଦୟ ଜିଣନ୍ତି ଆଜ୍ଞା। ଷ୍ଟାରମାନେ ହେଲେ ଆମର ଆଦର୍ଶ। କିଏ କ୍ରୀଡ଼ା ଜଗତର ଷ୍ଟାର୍‌, କିଏ ଫିଲ୍ମ ଜଗତର ଷ୍ଟାର୍‌, କିଏ ସଙ୍ଗୀତ ଜଗତର ତ କିଏ ବିଜ୍ଞାନ ଦୁନିଆର ଷ୍ଟାର୍‌। ଷ୍ଟାର୍‌- ଯାହାକୁ ଆମେ ତାରକା କହୁ। ସେମାନେ ଆମ ଭଳି ସାଧାରଣ ମଣିଷ କିନ୍ତୁ ଅସାଧାରଣ ସେମାନଙ୍କର ପ୍ରତିଭା, ସେବା ମନୋଭାବ, ଧୈର୍ଯ୍ୟ, ସାହସ ଅବା କୃତିତ୍ୱ। କେଉଁ ଫିଲ୍ମରେ ବସ୍ତିର ପିଲା ଭୂମିକା କରି କିଏ ଷ୍ଟାର୍‌ ଷ୍ଟାଟସ୍‌ ପାଇଛି ତ କିଏ ବାଳକ ବୁଦ୍ଧିଆ ପରି ମାରାଥନ ଦୌଡି ଷ୍ଟାର୍‌ ପାଲଟିଛି। ତିଆରି ହୋଇଛି ଫିଲ୍ମ ବୁଦ୍ଧିଆ ବର୍ନ ଟୁ ରନ୍‌...। କିଏ ଡକାୟତକୁ ଘର ...

ଏଇ ଭାରତରେ

ଏଇ ଭାରତରେ

ଖେଳ ଶାରୀରିକ ବ୍ୟାୟାମ ତଥା ମନୋରଞ୍ଜନର ଏକ ଉତ୍ସ। ଏହା ଶିଶୁ, କିଶୋର ଓ ଯୁବକମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ଏଥିପାଇଁ ଖେଳୁଆଡ଼ ମନୋବୃତ୍ତି ରହିବା ଦରକାର। ତା’ ନ ହେଲେ ଖେଳରୁ ବିବାଦ ସୃଷ୍ଟି ହୋଇ ଗଣ୍ଡଗୋଳ, ମାଡ଼ପିଟ ଓ ବେଳେବେଳେ ମୃତ୍ୟୁର କାରଣ ହୋଇପାରେ। ଦୁଇପକ୍ଷ ମଧ୍ୟରେ ବିଭେଦ ସୃଷ୍ଟିହୋଇ ଗଣ୍ଡଗୋଳ ହୋଇଥାଏ। କ୍ରିକେଟ୍‌ ଖେଳକୁ ନେଇ ଖଣ୍ଡଯୁଦ୍ଧ। ଏଥିରେ ଜଣେ ୧୫ବର୍ଷର ବାଳକ ବଳିପଡିଛନ୍ତି। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବାଲିଆଠାରେ। ମାସକ ତଳେ ଏକ କ୍ରିକେଟ୍‌ ମ୍ୟାଚ୍‌କୁ କେନ୍ଦ୍ରକରି ଭିକପୁର ଏବଂ ଶ୍ରୀପୁର ଗଁାର ଯୁବକଙ୍କ ମଧ୍ୟରେ ମାଡପିଟ ହୋଇଥିଲା। ଦୁଇ ଗଁାର ଭଦ୍ରଲୋକ ମଧ୍ୟସ୍ଥ ସାଜି ଗଣ୍ଡଗୋଳର ସମାଧାନ କରିଥିଲେ। ପରିସ୍ଥିତି କିଛିଦିନ ପାଇଁ ଶାନ୍ତ ପଡ଼ିଯାଇଥିଲା। କିନ୍ତୁ ବୁଧବାର ...

ପ୍ରାଣୀଙ୍କ ଜୀବନ ସହ ଖେଳ

ପ୍ରାଣୀଙ୍କ ଜୀବନ ସହ ଖେଳ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରତିବର୍ଷ ବିଜ୍ଞାନାଗାରରେ କୋଟି କୋଟି ପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗ କଟାଯାଉଛି। ଯେଉଁମାନେ ସରକାରରେ ଅଛନ୍ତି, ସେମାନେ ଭାବୁଛନ୍ତି ମଣିଷଙ୍କ ହିତ ପାଇଁ ଏହା ନିହାତି ଦରକାର। ସେମାନଙ୍କ ଧାରଣା ଯେକୌଣସି ଜିନିଷ ମଣିଷ ପାଖରେ ପହଞ୍ଚିବା ପୂର୍ବରୁ ପ୍ରାଣୀଠାରେ ପରୀକ୍ଷା ହୋଇଥିବା ଜରୁରୀ। ତେବେ ପ୍ରଶ୍ନ ଉଠୁଛି, ଏହା କ’ଣ ସତରେ ମଣିଷକୁ ନିରାପଦ କରୁଛି? ଚିନ୍ତା କରନ୍ତୁ, ପକ୍ଷୀ ପାଇଁ ଉଦ୍ଭାବିତ କୌଣସି ନୂଆ ଔଷଧକୁ କେବଳ ପକ୍ଷୀଠାରେ ହିଁ ପରୀକ୍ଷା କରାଯାଉଛି। ଏହାକୁ କ’ଣ କୁକୁରଠାରେ ପରୀକ୍ଷା କରାଯାଇପାରିବ? ତେଣୁ କାହିଁକି ମୂଷାଠାରେ ପରୀକ୍ଷିତ ଔଷଧ ମଣିଷକୁ ଦିଆଯିବ? ...

 ପରୀକ୍ଷା କେନ୍ଦ୍ରରେ ସିସି ଟିଭି

ପରୀକ୍ଷା କେନ୍ଦ୍ରରେ ସିସି ଟିଭି

ଡ. ସୁବାସ ଚନ୍ଦ୍ର ପାତ୍ର ଏବେ ଯୁକ୍ତ ୨ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସି ଟିଭି ଲାଗିବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେ ତାହା ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟ ସ୍ତରୀୟ ପରୀକ୍ଷା କେନ୍ଦ୍ରରେ ଲଗାଇବାକୁ ମନସ୍ଥ କରାଯାଇଛି। ତେବେ ଏହି ସିସି ଟିଭି ଲାଗିବା ନେଇ ମିଶ୍ର ପ୍ରତିକ୍ରିୟା ଶୁଣିବାକୁ ମିଳୁଛି। କେତେକେ କହୁଛନ୍ତି, କିଛି ନ ହେଲେ ବି ପରୀକ୍ଷାର୍ଥୀ, ପରୀକ୍ଷା ନିୟନ୍ତ୍ରକ, କେନ୍ଦ୍ର ଅଧୀକ୍ଷକ ଓ ଅଭିଭାବକମାନଙ୍କ ମନରେ ଭୟ ଟିକେ ରହିବ। ସେମାନେ ଅସତ୍‌ ଉପାୟ ଅବଲମ୍ବନ ବା ସେ ପାଇଁ ପୃଷ୍ଠପୋଷକତା କରିବା ପୂର୍ବରୁ ଦୁଇଥର ଭାବିବେ। ଅନ୍ୟ ଏକ ଗୋଷ୍ଠୀ ଏହାକୁ ପ୍ରଭାବୀ ବୋଲି ଭାବୁନାହାନ୍ତି। ...

ପ୍ରଜ୍ଞା, ମେଧା ଓ ଯୋଗ

ପ୍ରଜ୍ଞା, ମେଧା ଓ ଯୋଗ

ବ୍ରହ୍ମାନନ୍ଦ ପଣ୍ଡା ଶରୀର ଏକ ରଥ, ଯହିଁରେ ଜୀବ ହେଉଛି ରଥୀ ବା ଆରୋହୀ। ଏ ରଥରେ ବୁଦ୍ଧି ସାରଥି, ମନ ଲଗାମ, ଇନ୍ଦ୍ରିୟମାନେ ହେଉଛନ୍ତି ଅଶ୍ୱ ଏବଂ ବିଷୟ ହେଉଛି ଗନ୍ତବ୍ୟ ମାର୍ଗ। ବିକ୍ଷିପ୍ତ ଆଲୋକରଶ୍ମିକୁ ଯବ କାଚରେ କେନ୍ଦ୍ରୀଭୂତ କରି ଯେପରି ଅଗ୍ନି, ତାପ ଓ ଆଲୋକ ସୃଷ୍ଟି କରାଯାଇପାରେ ଠିକ୍‌ ସେପରି ଯୋଗସାଧନା ଦ୍ୱାରା ଶରୀର, ମନ, ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରି ସୁସ୍ଥ, ସବଳ ଓ ଦୀର୍ଘାୟୁ ଜୀବନ ଲାଭ କରାଯାଇପାରେ। ଯୋଗସାଧନା ଦ୍ୱାରା ଅନ୍ତଃକରଣକୁ ଶୁଦ୍ଧ କରି ପ୍ରାରବ୍ଧ ବା ଭାଗ୍ୟଫଳର ସଦୁପଯୋଗ ...

ଏଇ ଭାରତରେ

ଏଇ ଭାରତରେ

ଲେସ୍‌ବିଆନ୍‌, ଗେ, ବାଇସେକ୍ସୁଆଲ ଆଣ୍ଡ୍‌ ଟ୍ରାନ୍ସଜେଣ୍ଡର (ଏଲ୍‌ଜିବିଟି) ବର୍ଗ ଜୁନ୍‌କୁ ‘ପ୍ରାଇଡ୍‌ ମନ୍‌ଥ’ ବା ଗର୍ବର ମାସ ଭାବେ ପାଳନ କରୁଥିବା ବେଳେ କଲିକତାରେ ଜଣେ କିନ୍ନର ଚାକିରି ପାଇଁ ସାକ୍ଷାତ୍‌କାର ଦେବା ବେଳେ ଅଶ୍ଳୀଳତାର ସମ୍ମୁଖୀନ ହୋଇଥିବା ବିଷୟ ପଦାକୁ ଆସିଛି। ଇଂଲିଶ ଓ ଭୂଗୋଳରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିବା ହରିନ୍ମୟୀ ଦେ ଯୌନ ଅସ୍ତ୍ରୋପଚାର ପରେ ସୁଚିତ୍ରା ଦେ ଭାବେ ପରିଚିତ ହୋଇଥିଲେ। ଘରେ ବୃଦ୍ଧା ମା’ ଥିବାରୁ ସଂସାର ଚଳାଇବା ପାଇଁ ତାଙ୍କୁ ଚାକିରି ଖୋଜିବାକୁ ପଡ଼ିଲା। ...

ସମ୍ପାଦକୀୟ/ ସମୟ ଆଜି

ସମ୍ପାଦକୀୟ/ ସମୟ ଆଜି

୧୭ ଜୁନ୍‌, ୨୦୧୮ରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ୪ର୍ଥ ଗଭର୍ନିଂ କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନ ଥିବାରୁ କେନ୍ଦ୍ରରୁ ରାଜ୍ୟଯାଏ ରାଜନୈତିକ ବାତାବରଣ ସରଗରମ ରହିଛି। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଆକାଂକ୍ଷିତ ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା (ଏନ୍‌ଏଚ୍‌ପିଏସ୍‌) ବା ‘ଆୟୁଷ୍ମାନ୍‌ ଭାରତ’ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ସମ୍ଭବତଃ ଏହି ଯୋଜନାରେ ଓଡ଼ିଶା ସାମିଲ ହେବ ନାହିଁ ବୋଲି ପୂର୍ବରୁ କହି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେଲେ ନାହିଁ ବୋଲି ଆଲୋଚନା ହେଉଛି। ତେବେ ବୈଠକର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ଚିଠିକୁ ତର୍ଜମା କଲେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଅସନ୍ତୋଷ ଜଣାପଡ଼ିଯାଉଛି। ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ବ୍ୟାପାରରେ କେନ୍ଦ୍ରର ଅତ୍ୟଧିକ ହସ୍ତକ୍ଷେପ ମୁଖ୍ୟମନ୍ତ୍ରୀଙ୍କୁ ବୈଠକରୁ ଦୂରେଇ ରଖିଥିବା ବୁଝାପଡ଼ୁଛି। କେବଳ ଓଡ଼ିଶା ନୁହେଁ। ଦିଲ୍ଲୀରେ ମଧ୍ୟ ସଂଘୀୟ ବ୍ୟବସ୍ଥାର ଯେଉଁଭଳି ଉଲ୍ଲଂଘନ କରାଯାଉଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସେହିଭଳି ପଶ୍ଚିମବଙ୍ଗ, ପଞ୍ଜାବ ଭଳି କେତେକ ରାଜ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସହ ଏକମତ ହୋଇପାରି ନ ଥିବା ଦେଖିବାକୁ ମିଳିଛି। ...

 ପାଠକ ଶୂନ, ଲେଖକ ବେଶି

ପାଠକ ଶୂନ, ଲେଖକ ବେଶି

ଡ. ଶରତ ଚନ୍ଦ୍ର ରଥ ତାହା ସାହିତ୍ୟ ପଦବାଚ୍ୟ, ଯାହା ପାଠକ ମନକୁ ସୁନାସୂତାରେ ବାନ୍ଧିରଖେ। ତାହା ସଫଳ ଗଳ୍ପ, ଯାହା ପାଠକ ମନକୁ ଚହଲାଇଦିଏ, କିଛି କିଛି ଭଲ ବାଟ ବତାଏ, ଦରକାର ପଡିଲେ ଚାଲି ଶିଖାଏ। ତାହା ସଫଳ କବିତା, ଯାହା ପାଠକ ମନରେ ଭାବାନ୍ତର ସୃଷ୍ଟି କରେ, ବାସ୍ତବତା ସହିତ କଳ୍ପନାର ସମନ୍ବୟ କରିପାରେ। କବିତା କମ୍‌ ଶବ୍ଦରେ ଅଧିକ କଥା କହେ। ଗଳ୍ପ ସରିଗଲେ ନ ସରିଲା ପରି ଲାଗେ, କବିତା ସରିଗଲେ ଆଉ କିଛି କଥା ବୁଝିବା ପାଇଁ ବାକି ରହିଗଲା ପରି ଲାଗେ। ତାହା ସଫଳ ଉପନ୍ୟାସ, ଯାହା ଆଉ ଏକ ଦୁନିଆକୁ ନେଇଯାଏ, ଯେଉଁଠି ସ୍ନାୟୁରେ ଶିରାରେ ସଞ୍ଚରିତ ହୋଇଯାଏ ଅନେକ ହସଲୁହ, ସୁଖଦୁଃଖ, ଶାନ୍ତି ...

ରାମରାଜ୍ୟ ଓ ଗଣତନ୍ତ୍ର

ରାମରାଜ୍ୟ ଓ ଗଣତନ୍ତ୍ର

ଅରୁଣ ଦାସ ବାଲ୍ମିକୀଙ୍କ ରାମାୟଣ ପଢିଲା ପରେ ସମସ୍ତେ ରାମରାଜ୍ୟ କ’ଣ ଜାଣିଲେ। ମର୍ଯ୍ୟାଦାପୁରୁଷ ରାମ ଜଣେ ପ୍ରଜାବତ୍ସଳ ଓ ଆଦର୍ଶ ରାଜା ଥିଲେ। ଏପରି କି ପ୍ରଜାମାନଙ୍କ ମତକୁ ସମ୍ମାନ ଦେଇ ସେ ନିଜ ପ୍ରିୟତମା ପତ୍ନୀଙ୍କୁ ମଧ୍ୟ ବିତାଡ଼ିତ କରିଥିଲେ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ରାଜତନ୍ତ୍ରରେ ମଧ୍ୟ ଜନତାଙ୍କ କଥାକୁ ସମ୍ମାନ ଦେବାକୁ ଯାଇ ସ୍ବୟଂ ରାଜା ନିଜ ବ୍ୟକ୍ତିଗତ ଜୀବନରେ କଠୋର ନିଷ୍ପତ୍ତି ନେଇପାରନ୍ତି। ସେହିପରି ଖ୍ରୀଷ୍ଟପୂର୍ବ ୩୮୦ରେ ଗ୍ରୀସ୍‌ ଦାର୍ଶନିକ ପ୍ଲାଟୋ ଯେଉଁ ଦି ରିପବ୍ଲିକ ରଚନା କରିଥିଲେ, ସେଥିରେ ମଧ୍ୟ ଆଇଡ଼ିଆଲ ଷ୍ଟେଟ, ବା ଆଦର୍ଶ ରାଜ୍ୟ ଓ ଫିଲୋସଫର କିଙ୍ଗ୍‌ ବା ଦାର୍ଶନିକ ରାଜାର କଥା ଉପସ୍ଥାପନ କରିଛନ୍ତି। ପ୍ରାଚୀନ ...

ଏଇ ଭାରତରେ

ଏଇ ଭାରତରେ

ସମାଜରେ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ଯେ ମଣିଷକୁ କେତେ ତଳକୁ ନେଇଯାଏ, ତା’ର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିହାର ରାଜ୍ୟର ପୁର୍ନିଆ ଜିଲା ଅନ୍ତର୍ଗତ ଆମନା ବଂଶ ବିଟା ଗାଆଁରେ। ୪୦ବର୍ଷ ବୟସ୍କା ଜନୈକା ମହିଳାଙ୍କୁ ଗୁଣିଗାରେଡି ସନ୍ଦେହରେ ତାଙ୍କ ପରିବାର ସଦସ୍ୟମାନେ ପିଟିପିଟି ମାରିଦେଇଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ପାର୍ବତୀ ମୁର୍ମୁ। ମୃତ ମହିଳାଙ୍କ ଝିଅର ବୟାନ ଅନୁଯାୟୀ, ତାଙ୍କର ଦାଦା ଦୀର୍ଘ ଦେଢ଼ବର୍ଷ ହେଲା ରୋଗରେ ପଡ଼ିଥିଲେ। ଯେତେ ଚିକିତ୍ସା କରାଗଲେ ମଧ୍ୟ ସେ ଭଲ ନ ହେବାରୁ ସୋମବାର ମୃତ୍ୟୁବରଣ କଲେ। ଦାଦାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ...

 ସମ୍ପାଦକୀୟ/ ଅନ୍‌ଲାଇନ୍‌ ଠକେଇ

ସମ୍ପାଦକୀୟ/ ଅନ୍‌ଲାଇନ୍‌ ଠକେଇ

ଗ୍ଲୋବାଲ ଫାଇନାନ୍‌ସିଆଲ ଇନ୍‌ଫର୍ମେଶନ କମ୍ପାନୀ ‘ଏକ୍ସପେରିଆନ୍‌’ ୧୮ ଜୁନ୍‌, ୨୦୧୮ରେ ଭାରତୀୟଙ୍କ ଉପରେ ଏକ ରିପୋର୍ଟ ପ୍ରକାଶ କରି କହିଛି ଯେ ଏଠାକାର ୨୫ ପ୍ରତିଶତ ନାଗରିକ ଆର୍ଥିକ ଠକେଇର ସମ୍ମୁଖୀନ ହେଉଛନ୍ତି। ଏହା ପଛରେ ରହିଛି ଅନ୍‌ଲାଇନ୍‌ କାରବାର। କିଛି ସୁବିଧା ଓ ସେବା ପାଇବା ପାଇଁ ୫୧ ପ୍ରତିଶତ ଭାରତୀୟ ସେମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାୟାସରେ ଦେଇଦେଉଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି। ଆଜିର ଡିଜିଟାଲ ଯୁଗରେ ପ୍ରାୟ ପ୍ରତି କ୍ଷେତ୍ରରେ ଇଣ୍ଟରନେଟ୍‌ ମାଧ୍ୟମରେ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏକ ପ୍ରଗତିଶୀଳ ରାଷ୍ଟ୍ର ପାଇଁ ବୈଷୟିକ ବିକାଶ ଅତ୍ୟନ୍ତ ଜରୁରୀ। କିନ୍ତୁ ଯେଉଁମାନେ ଏହାର ପ୍ରୟୋଗାତ୍ମକ ଦିଗ ସହ ଅଭ୍ୟସ୍ତ ହୋଇନାହାନ୍ତି, ସେମାନେ ଅନ୍ୟମାନଙ୍କ ଉପରେ ନିର୍ଭର କରି ପ୍ରବଳ ...

ଦୀପ ତେଜିଲେ ହାତ ଚିକ୍କଣ

ଦୀପ ତେଜିଲେ ହାତ ଚିକ୍କଣ

ବୈକୁଣ୍ଠନାଥ ମିଶ୍ର ମାତ୍ର ଛ’ବର୍ଷର ଝିଅ ଲକ୍ଷ୍ମୀ। ଦରିଦ୍ର ମାତାପିତାଙ୍କ କାରୁଣ୍ୟ ତାକୁ ବିଚଳିତ କରେ। ଗ୍ରାମର ଆରାଧ୍ୟ ଦେବତା ନୀଳମାଧବଙ୍କ ଉପରେ ତା’ର ପ୍ରଗାଢ ବିଶ୍ୱାସ। ପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରି ତା’ ନିଜର ତଥା ପରିବାରର ଦୈନ୍ୟ ପ୍ରକାଶ କରିବାର ଲିପ୍ସା ତା’ ମନ ମଧ୍ୟରେ ଜାଗ୍ରତ ହୋଇଛି। ହେଲେ ଭଜନକୀର୍ତ୍ତନ ଓ ଗହଳଚହଳରେ ସଦା ପ୍ରକମ୍ପିତ ମନ୍ଦିରକୁ ଆସି ପ୍ରଭୁଙ୍କୁ ଦର୍ଶନ କରିବା କଷ୍ଟକର। ଦିନେ ବୈଶାଖର ନିଛାଟିଆ ଝାଞ୍ଜି ଦି’ପହରେ ସେ ସାହସ କରି ଘରୁ ଗୋଡ କାଢିଲା ଓ ମନ୍ଦିର ସଂଲଗ୍ନ ଝଙ୍କାଳିଆ କୃଷ୍ଣଚୂଡା ଗଛମୂଳେ ଠିଆ ହେଲା। କ୍ଷୁଦ୍ର ବାତାୟନ ମଧ୍ୟ ଦେଇ ଦେଖିଲା- ଗର୍ଭଗୃହର ଅନ୍ଧକାର ଭେଦକରି ପ୍ରଭୁ ସତେଯେମିତି ...

ରହସ୍ୟ ଖୋଲିବ କୁଞ୍ଚି

ରହସ୍ୟ ଖୋଲିବ କୁଞ୍ଚି

ସୁଧୀର କୁମାର ନାୟକ କୁଞ୍ଚି ମନ ଦୁଃଖ। ଅନ୍ୟମାନଙ୍କର ଅବହେଳା ପାଇଁ ସେ ଆଜି ଲଜ୍ଜିତ, ଚର୍ଚ୍ଚିତ। ତା’ ହଜିବା କଥାଟା ରାଜ୍ୟ ବାହାରକୁ ବି ଚାଲିଗଲାଣି। ବାସ୍ତବିକ ସେ କ’ଣ ଯାହିତାହି କୁଞ୍ଚି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରନତ୍ଭଣ୍ଡାରର କୁଞ୍ଚି, ଯେଉଁଠି ଅଛି ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ, କାହିଁରେ କେତେ। କୁଞ୍ଚି ନିଜକୁ ନିଜେ ପଚାରୁଛି ଏତେ ନୀତିନିୟମ, କଟକଣାର ଦ୍ୱାର ଡେଇଁ ସେ ହଜିଗଲା କିପରି? ସେ ନିଜେ ହଜିଲା, ନା ତାକୁ କିଏ ହଜାଇଲା? କୁଞ୍ଚି ହଜିବାର ତନାଘନା ଭିତରେ ତାହାର ନକଲ (ଡୁପ୍ଲିକେଟ୍‌ କାଠି) ମିଳିଛି, ...

ଏଇ ଭାରତରେ

ଏଇ ଭାରତରେ

ପୁଅଝିଅଙ୍କ ନାମକରଣ କରିବା ପାଇଁ ବାପାମା’ମାନେ ଶବ୍ଦ ଯୋଗାଡ଼ରେ ଲାଗିଥାଆନ୍ତି କାହିଁ କେତେ ଦିନରୁ। ଏଥିପାଇଁ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ପରାମର୍ଶ ଲୋଡ଼ିଥାଆନ୍ତି। ମହାରାଷ୍ଟ୍ରର ନାଗପୁର ଅଞ୍ଚଳର ଏକ ଦମ୍ପତି ସେମାନଙ୍କ ନବଜାତ ଶିଶୁପୁତ୍ରର ନାମକରଣ କରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେମାନେ ଏଥିପାଇଁ ୩ଟି ନାଁ ବାଛିଥିଲେ। ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବମାନେ ଭୋଟ ଦେଇ ସେଥିମଧ୍ୟରୁ ନାଁ ଚୟନ କରିଛନ୍ତି। ଏଥିରେ ନିର୍ବାଚନ ପ୍ରଚାରପତ୍ର ଲାଗିବା ସାଙ୍ଗକୁ ବାଲାଟ୍‌ ବକ୍ସ ବି ବ୍ୟବହାର ହୋଇଥିଲା। ଗୋଣ୍ଡିଆ ଜିଲାର ଦେଓରି ତାଲୁକା ଅନ୍ତର୍ଗତ ମିଥୁନ ଏବଂ ମାନ୍‌ସି ବ୍ୟାଙ୍ଗ୍‌ ଏଭଳି ଏକ ଅଭିନବ ଉପାୟ ସ୍ଥିର କରିଛନ୍ତି। ଏପ୍ରିଲ ୫ରେ ଜନ୍ମିତ ସନ୍ତାନର ନାମକରଣ ପାଇଁ ଜୁନ୍‌ ୧୫ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ...