ମେଟ୍ରୋ

ବିଦ୍ୟାଳୟସ୍ତରୀୟ ବୃତ୍ତିମେଳା

ବିଦ୍ୟାଳୟସ୍ତରୀୟ ବୃତ୍ତିମେଳା

ଭୁବନେଶ୍ୱର, ୩।୨(ବ୍ୟୁରୋ): ଭୁବନେଶ୍ୱର ଆଇଆରସି ସେକ୍ଟର ୬ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଶନିବାର ଏକ ବୃତ୍ତିମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ପ୍ରକାରର ୬୦ ଗୋଟି ବୃତ୍ତିକୁ ଛାତ୍ରୀଛାତ୍ରମାନେ ପ୍ରଦର୍ଶନ କରିଥିଲେ।

ନକଲି ଜର୍ଦ୍ଦା କମ୍ପାନୀ ଠାବ

ନକଲି ଜର୍ଦ୍ଦା କମ୍ପାନୀ ଠାବ

କଟକ ଅଫିସ, ୩।୨: କଟକ ଜିଲା ବାଦାମବାଡି ଥାନା ଅନ୍ତର୍ଗତ ଶଙ୍କରପୁର ଅଞ୍ଚଳରେ ଶନିବାର ଏକ ନକଲି ଜର୍ଦ୍ଦା କମ୍ପାନୀ ଠାବ ହୋଇଛି। ସେଠାରୁ ପୋଲିସ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି। ଏଥିସହ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

୩୩ ଡିଗ୍ରୀ ଛୁଇଁଲାଣି ପାରଦ, ବଢ଼ିବ ତାତି

୩୩ ଡିଗ୍ରୀ ଛୁଇଁଲାଣି ପାରଦ, ବଢ଼ିବ ତାତି

ଭୁବନେଶ୍ୱର, ୩।୨(ବ୍ୟୁରୋ): ରାଜ୍ୟରୁ ଶୀତ ସମ୍ପୂର୍ଣ୍ଣ ଭାବେ ଯାଇ ନ ଥିବା ବେଳେ ସୂର୍ଯ୍ୟଙ୍କ ପ୍ରଖର କିରଣ ଏବେ ଅସହ୍ୟ ହେଲାଣି। ଧୀରେ ଧୀରେ ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ବଢ଼ିବାରେ ଲାଗିଛି। ଫେବୃୟାରୀ ପ୍ରଥମ ସପ୍ତାହରୁ ଗରମ ଅନୁଭୂତ ହେଲାଣି। ମାର୍ଚ୍ଚ ବେଳକୁ ସ୍ଥିତି ଅସମ୍ଭାଳ ହେବା ସମ୍ଭାବନା।

ପହଞ୍ଚିଲା ରଥକାଠ

ପହଞ୍ଚିଲା ରଥକାଠ

ପୁରୀ ଅଫିସ, ୩।୨: ଜୁଲାଇ ୧୪ ତାରିଖରେ ରଥଯାତ୍ରା। ତିନିରଥ ନିର୍ମାଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ନୟାଗଡ ବନମଣ୍ଡଳରୁ ୨ ଟ୍ରିପ କାଠ ଆସି ଶନିବାର ପୁରୀରେ ପହଞ୍ଚିଛି। ଏଥିରେ ମୋଟ ୫୪ଖଣ୍ଡ ଅସନ ଓ ଧଉରା କାଠ ରହିଛି।

ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ସ୍ଥାନାନ୍ତରଣକୁ ବିରୋଧ

ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ସ୍ଥାନାନ୍ତରଣକୁ ବିରୋଧ

ପୁରୀ ଅଫିସ,୩।୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ପୁରୀରେ ହୋଇଥିବା ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ଭୁବନେଶ୍ୱର ସ୍ଥାନାନ୍ତରଣକୁ ଭାଜପା ପକ୍ଷରୁ ବିରୋଧ କରାଯାଇଛି। ଏ ନେଇ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପାର ପୁରୀ ସଦର ବିଧାନସଭା ନିର୍ବାଚନମଣ୍ଡଳୀ ନେତା କୃଷ୍ଣଚନ୍ଦ୍ର ପଣ୍ଡା କହିଛନ୍ତି ଯେ, ଅନୁଷ୍ଠାନ ଦୀର୍ଘ ୧୬ ବର୍ଷ ପରେ ମଧ୍ୟ ଅବହେଳିତ ହୋଇ ରହିଛି।

ଘର, ପାନୀୟ ଜଳ ଯୋଗାଣରେ ପୁରୀ ଜିଲା ପଛୁଆ

ଘର, ପାନୀୟ ଜଳ ଯୋଗାଣରେ ପୁରୀ ଜିଲା ପଛୁଆ

ପୁରୀ ଅଫିସ, ୨।୨: ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପାନୀୟ ଜଳ ଯୋଗାଣ ଆଦି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ପଛରେ ପଡିଛି ପୁରୀ ଜିଲା।

ଶ୍ରୀମନ୍ଦିର ସୁରକ୍ଷାରେ ବିପଦ ସାଜିପାରେ ଭାରା

ଶ୍ରୀମନ୍ଦିର ସୁରକ୍ଷାରେ ବିପଦ ସାଜିପାରେ ଭାରା

ପୁରୀ ଅଫିସ,୨।୨: ଶ୍ରୀମନ୍ଦିର ମେଘନାଦ ପାଚେରି କାମ ଚାଲିଛି। ଏଏସ୍‌ଆଇ ପକ୍ଷରୁ ପର୍ଯ୍ୟାୟକ୍ରମେ ଏହା କରାଯାଉଛି। ପାଚେରି ଏବଂ ଏହାର ବ୍ୟାଟେଲମେଣ୍ଟ (ଉପରି ଭାଗ ଡିଜାଇନ)ରୁ ଚୂନ ଛଡ଼ାଯାଇ ଯାଞ୍ଚ ହେଉଛି।

ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଦିଆଗଲା ଡାଟ୍‌ ମେଶିନ

ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଦିଆଗଲା ଡାଟ୍‌ ମେଶିନ

ପୁରୀ ଅଫିସ, ୨।୨: ବିପଦ ସମୟରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ସୁରକ୍ଷା ଦେବ ଡାଟ୍‌ (ବିପଦ ସତର୍କ ସୂଚନା ପ୍ରସାରଣକାରୀ) ମେଶିନ। ଏହାକୁ ଲକ୍ଷ୍ୟ କରି ଶୁକ୍ରବାର ପେଣ୍ଠକଟାର ୨୦୦ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଡାଟ୍‌ ମେଶିନ ପ୍ରଦାନ କରିଛନ୍ତି ରାଜ୍ୟ ମତ୍ସ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ (ଉପକୂଳ) ପ୍ରତାପ ରଞ୍ଜନ ରାଉତ।

ଛୁରି ଭୁସି ଖୁଡ଼ୀଙ୍କୁ ହତ୍ୟା କଲା ପୁତୁରା

ଛୁରି ଭୁସି ଖୁଡ଼ୀଙ୍କୁ ହତ୍ୟା କଲା ପୁତୁରା

ଜଟଣୀ,୨।୨(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ କଲେଜରୋଡ଼ରେ ଭଡାରେ ରହୁଥିବା ଦୁଇଭାଇ ବିପିନ ସ୍ବାଇଁ ଓ ବାବୁଲିଙ୍କ ପରିବାର ମଧ୍ୟରେ କିଛିଦିନ ହେବ ଲାଗି ରହିଥିବା ବିବାଦରୁ ଶେଷରେ ହତ୍ୟାକାଣ୍ଡ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ବିଚାର ଅପେକ୍ଷାରେ ୬୭ହଜାର ମାମଲା

କଟକ ଅଫିସ, ୨।୨: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌)ରେ ବିଚାର ବିଭାଗୀୟ ଓ ପ୍ରଶାସନିକ କ୍ଷେତ୍ରରେ ୫ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ଫଳରେ ପ୍ରାୟ ୬୭ ହଜାର ମାମଲା ବିଚାର ନ ହୋଇ ପଡ଼ିରହିଛି।

ଡ୍ୟୁଟି ସମୟରେ ନିଶା ଖାଇ ରାସ୍ତାରେ ଗଡିବା ପଡିଲା ମହଙ୍ଗା: ପୋଲିସ ଏଏସ୍‌ଆଇ ନିଲମ୍ବିତ

ଭୁବନେଶ୍ୱର, ୨ା୨(ବ୍ୟୁରୋ)- ନିଶାଗ୍ରସ୍ତ ଅବସ୍ଥାରେ ରାସ୍ତାରେ ଗଡ଼ିବା ଜଣେ ପୋଲିସ ଏଏସ୍‌ଆଇଙ୍କ ପାଇଁ ମହଙ୍ଗା ହୋଇଛି। ଏଥିପାଇଁ ତାଙ୍କୁ କମିଶନରେଟ ପୋଲିସ ମୁଖିଆ ନିଲମ୍ବନ କରିଛନ୍ତି।

୫ କୋଟି ଠକେଇ ଅଭିଯୋଗ: ବଳଦେବଜୀଉ ଇନ୍‌ଫ୍ରା ଏମ୍‌ଡି ଗିରଫ

୫ କୋଟି ଠକେଇ ଅଭିଯୋଗ: ବଳଦେବଜୀଉ ଇନ୍‌ଫ୍ରା ଏମ୍‌ଡି ଗିରଫ

ଭୁବନେଶ୍ୱର, ୨।୨(ବ୍ୟୁରୋ)- ଫ୍ଲାଟ ଦେବା ନାଁରେ ୫ କୋଟି ଠକେଇ କରିଥିବା ବଳଦେବଜୀଉ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡି ଦୁର୍ଗାପ୍ରସନ୍ନ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଶୁକ୍ରବାର ଗିରଫ କରିଛି।

ସାଂସ୍କୃତିକ ଐତିହ୍ୟ ପାଇଁ ଓଡ଼ିଶା ସମୃଦ୍ଧ: ମୁଖ୍ୟମନ୍ତ୍ରୀ

ସାଂସ୍କୃତିକ ଐତିହ୍ୟ ପାଇଁ ଓଡ଼ିଶା ସମୃଦ୍ଧ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ବ୍ୟୁରୋ)/ଚନ୍ଦ୍ରଶେଖରପୁର(ଡି.ଏନ.ଏ.), ୨।୨- ଓଡ଼ିଶା ତା’ର ସାଂସ୍କୃତିକ ଐତିହ୍ୟ ପାଇଁ ସମୃଦ୍ଧ। ଓଡ଼ିଶାର କୀର୍ତ୍ତି ଓ ସାଂସ୍କୃତିକ କ୍ରିୟାକଳାପ ଓଡ଼ିଶାର ଲୋକମାନଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥାଏ।

ବାଣୀବିହାରରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ପ୍ରସଙ୍ଗ: ହିଂସା ରୂପ ନେଲା ବିରୋଧ

ବାଣୀବିହାରରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ପ୍ରସଙ୍ଗ: ହିଂସା ରୂପ ନେଲା ବିରୋଧ

ଭୁବନେଶ୍ୱର, ୨।୨(ବ୍ୟୁରୋ)- ଉକତ୍ଳ ବିଶ୍ୱବିଦ୍ୟାଳୟ(ବାଣୀବିହାର)ରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ କରାଯିବା ନିଷ୍ପତ୍ତିକୁ ନେଇ ବିରୋଧ ଥମିବାରେ ନାଁ ଧରୁନି। ୩ଦିନ ଧରି ବାଣୀବିହାରରେ ଛାତ୍ରୀଛାତ୍ରଙ୍କ ସମେତ ତିନି ପ୍ରମୁଖ ଛାତ୍ର ସଙ୍ଗଠନ, ଶିକ୍ଷକ ଏବଂ କର୍ମଚାରୀ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଥିଲା।

ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ

ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ

ଜଟଣୀ, ୨।୨(ଡି.ଏନ୍‌.ଏ.): ଜଟଣୀ ନିକଟସ୍ଥ ବାଛରା ଗାଁରେ ଶୁକ୍ରବାର ଅପରାହ୍ନ ସାଡ଼େ ୪ଟାରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ଗଙ୍ଗାଧର ସେଠୀ(୬୩)ଙ୍କର ମୃତ୍ୟୁ ଘଟିଛି।

ସତ୍ୟବାଦୀରେ ଉପଜିଲାପାଳଙ୍କ କ୍ୟାମ୍ପ କୋର୍ଟ

ସତ୍ୟବାଦୀରେ ଉପଜିଲାପାଳଙ୍କ କ୍ୟାମ୍ପ କୋର୍ଟ

ସାକ୍ଷୀଗୋପାଳ, ୨।୨(ଡି.ଏନ୍‌.ଏ): ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ପୁରୀ ଉପଜିଲାପାଳ ମଧୁସୂଦନ ଦାସ କ୍ୟାମ୍ପ କୋର୍ଟ କରିଛନ୍ତି।

ବିଜେପୁର ଉପନିର୍ବାଚନ: ଶ୍ରୀକାନ୍ତ-ନବ କଥା କଟାକଟି

ବିଜେପୁର ଉପନିର୍ବାଚନ: ଶ୍ରୀକାନ୍ତ-ନବ କଥା କଟାକଟି

ଭୁବନେଶ୍ୱର, ୨।୨(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ତରଫରୁ ପ୍ରାର୍ଥୀ କିଏ ହେବ ତାହା ଚୁଡାନ୍ତ ହେଉ ନ ଥିବାବେଳେ ପରୋକ୍ଷରେ ମୁହାଁମୁହିଁ ହୋଇଛନ୍ତି ଦୁଇ କଂଗ୍ରେସ ନେତା।

ମଠସାହିରେ ଅଗ୍ନିକାଣ୍ଡ

ମଠସାହିରେ ଅଗ୍ନିକାଣ୍ଡ

ବାଲିଅନ୍ତା, ୨।୨(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ କାକରୁଦ୍ରପୁର ପଞ୍ଚାୟତ ମଠସାହିରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ବେଣୁଧର ଓଝାଙ୍କ ଗୋଟିଏ ବଖରା ଘର ସହ ଆସବାବପତ୍ର ଜଳି ଯାଇଥିବା ସୂଚନା ମିଳିଛି।

୭ ଦିନରେ ଶ୍ରୀମନ୍ଦିର ଠିକା ପରିମଳ କର୍ମଚାରୀ ସଂଘ ଧାରଣା: ଠିକାଦାରଙ୍କ କୁଶପୁତ୍ତଳିକା ଦାହ

୭ ଦିନରେ ଶ୍ରୀମନ୍ଦିର ଠିକା ପରିମଳ କର୍ମଚାରୀ ସଂଘ ଧାରଣା: ଠିକାଦାରଙ୍କ କୁଶପୁତ୍ତଳିକା ଦାହ

ପୁରୀ ଅଫିସ, ୨।୨: ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ଶ୍ରୀଜଗନ୍ନାଥ ମନ୍ଦିର ଠିକା ପରିମଳ କର୍ମଚାରୀ ସଂଘ ପକ୍ଷରୁ ଶୁକ୍ରବାର ସମ୍ପୃକ୍ତ ଠିକାଦାରଙ୍କର କୁଶପୁତ୍ତଳିକା ଦାହ କରାଯାଇଛି।

ପାରିବାରିକ କଳହରୁ ଅଭାବନୀୟ ଘଟଣା: ପୁତୁରା ଛୁରାମାଡରେ ଖୁଡ଼ୀ ମୃତ

ପାରିବାରିକ କଳହରୁ ଅଭାବନୀୟ ଘଟଣା: ପୁତୁରା ଛୁରାମାଡରେ ଖୁଡ଼ୀ ମୃତ

ଖୋର୍ଦ୍ଧା ଅଫିସ, ୨।୨: ପାରିବାରିକ କଳହକୁ କେନ୍ଦ୍ର କରି ପୁତୁରାଙ୍କ ଆକ୍ରମଣରେ ଖୁଡୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ଜଟଣୀ ଥାନା ମେଡିକାଲ ରୋଡର ସବିତା ସ୍ବାଇଁ(୪୦)।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ

ପୁରୀ ଅଫିସ, ୨।୨: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଏବଂ ସିଂହଦ୍ୱାରଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ରହିଥିବା ଜବରଦଖଲକୁ ଶୁକ୍ରବାର ଉଚ୍ଛେଦ କରାଯାଉଛି। ଜିଲା ପ୍ରଶାସନ ଓ ପୌରସଂସ୍ଥା ପକ୍ଷରୁ ପୂର୍ବାହ୍ନରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପୌର କର୍ମଚାରୀ ଓ ପୋଲିସ ବାହିନୀ ଏହି ଉଚ୍ଛେଦ ଅଭିଯାନରେ ସାମିଲ ହୋଇଛନ୍ତି।

ଏମ୍‌ପି ତାପସ ପାଲ୍‌ଙ୍କୁ ସର୍ତ୍ତମୂଳକ ଜାମିନ

ଏମ୍‌ପି ତାପସ ପାଲ୍‌ଙ୍କୁ ସର୍ତ୍ତମୂଳକ ଜାମିନ

କଟକ ଅଫିସ, ୧।୨- ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ ଏମ୍‌ପି ତାପସ ପାଲ୍‌ଙ୍କୁ ଗୁରୁବାର ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ସେ ନଗଦ ୧ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ପାସ୍‌ପୋର୍ଟ ଦାଖଲ କରିବା ସହ ୨ ଲକ୍ଷ ଟଙ୍କା ଲେଖାଏ ୨ ଜଣ ଜାମିନଦାରଙ୍କ ବିନିମୟରେ ଜାମିନରେ ଯିବେ।

ଶ୍ରୀମନ୍ଦିରରେ ବନକଲାଗି ନୀତି

ଶ୍ରୀମନ୍ଦିରରେ ବନକଲାଗି ନୀତି

ପୁରୀ ଅଫିସ, ୧।୨: ଶ୍ରୀମନ୍ଦିରରେ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି। ଏଥିପାଇଁ ଅପରାହ୍ନ ୫ଟା ୪୦ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିଲା। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା।

ରୋଗୀଙ୍କୁ ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା

ରୋଗୀଙ୍କୁ ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା

ପୁରୀ ଅଫିସ, ୧।୨: ରୋଗୀଙ୍କଠାରୁ ଲାଞ୍ଚ ନେବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି। ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯାଇଛି। ସେ ହେଲେ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ପ୍ରଣବ ପ୍ରକାଶ ପୂର୍ଣ୍ଣ। ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଲାଗି ସେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ମାଗିଥିଲେ।