ଜାତୀୟ

୧୦ ଜିଲାରେ ଏନ୍‌କାଉଣ୍ଟର, ୨୪ ଅପରାଧୀ ଗିରଫ

୧୦ ଜିଲାରେ ଏନ୍‌କାଉଣ୍ଟର, ୨୪ ଅପରାଧୀ ଗିରଫ

ଲକ୍ଷ୍ନୌ,୩।୨: ଉତ୍ତରପ୍ରଦେଶର ୧୦ ଜିଲାରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ୧୫ଟି ଏନ୍‌କାଉଣ୍ଟରରେ ୪୮ ଘଣ୍ଟା ମଧ୍ୟରେ ପୋଲିସ ଟାର୍ଗେଟରେ ଥିବା ୨୪ ଅପରାଧୀ ଗିରଫ ହେବା ସହ ଜଣେ ଗ୍ୟାଙ୍ଗଷ୍ଟରର ମୃତ୍ୟୁ ଘଟିଛି।

ହୀମସ୍ଖଳନରେ ଦବିଲା ସେନା ଶିବିର: ୩ ଯବାନ ମୃତ

ହୀମସ୍ଖଳନରେ ଦବିଲା ସେନା ଶିବିର: ୩ ଯବାନ ମୃତ

ଜମ୍ମୁ-କଶ୍ମୀର,୩।୨: ଉତ୍ତର କଶ୍ମୀରର କୁପ୍‌ଓ୍ବାଡା ଜିଲାରେ ଥିବା ଏକ ସେନାଶିବିର ଉପରେ ଶୁକ୍ରବାର ହୀମସ୍ଖଳନ ହୋଇଛି। ଏଥିରେ ୩ ଯବାନ ଶହୀଦ ହେବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ପୁଞ୍ଜି ବଜାର ଉପରେ ବଜେଟ ପ୍ରହାର

ପୁଞ୍ଜି ବଜାର ଉପରେ ବଜେଟ ପ୍ରହାର

ବମ୍ବେ,୨ା୨(ପି.ଟି.): ନରେନ୍ଦ୍ର ମୋଦି ସରକାରଙ୍କ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ୍‌ ପୁଞ୍ଜି ବଜାର ପାଇଁ ନକାରାତ୍ମକ ସାବ୍ୟସ୍ତ ହୋଇଛି। ନିବେଶକଙ୍କୁ ନିରାଶ କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଦୀର୍ଘମିଆଦୀ ପୁଞ୍ଜି ଲାଭ (ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍‌) ଉପରେ ୧୦% ଟିକସ ଘୋଷଣା କରିଛନ୍ତି।

୧୦ ଟଙ୍କିଆ କଏନ୍‌କୁ ନେଇ ଦ୍ୱନ୍ଦ୍ୱ: ବିଶ୍ୱସନୀୟତା ହରାଉଛି ଭାରତୀୟ ମୁଦ୍ରା

୧୦ ଟଙ୍କିଆ କଏନ୍‌କୁ ନେଇ ଦ୍ୱନ୍ଦ୍ୱ: ବିଶ୍ୱସନୀୟତା ହରାଉଛି ଭାରତୀୟ ମୁଦ୍ରା

ବମ୍ବେ, ୨। ୨: ଭାରତୀୟ ଅର୍ଥନୀତିକୁ ଏହାର ମୁଦ୍ରା ବିଶ୍ୱ ଦରବାରରେ ପରିଚିତ କରାଇଥାଏ । ଅନ୍ୟାନ୍ୟ ଦେଶରେ ପ୍ରଚଳିତ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟକୁ ପ୍ରତିଦିନ କାରବାରରେ ମୂଲ୍ୟାୟନ କରାଯାଇଥାଏ।

ସୁରଜକୁଣ୍ଡ ମେଳା ଉଦ୍‌ଘାଟନ କଲେ ୨ମୁଖ୍ୟମନ୍ତ୍ରୀ

ସୁରଜକୁଣ୍ଡ ମେଳା ଉଦ୍‌ଘାଟନ କଲେ ୨ମୁଖ୍ୟମନ୍ତ୍ରୀ

ଫରିଦାବାଦ,୨।୨: ଶିଳ୍ପ ଓ କଳାର ଅନ୍ତଃରାଷ୍ଟ୍ରୀୟ ମିଳନ ସୁରଜକୁଣ୍ଡ ମେଳାର ଉଦ୍‌ଘାଟନ ଶୁକ୍ରବାର ହୋଇଛି। ମେଳାରେ ଦେଶ ବିଦେଶର ଅନେକ କଳାକୃତି ଦେଖିବାକୁ ମିଳିଛି।

ବଜେଟର ପ୍ରଭାବ: ଶେୟାର ବଜାରରେ ଭୂକମ୍ପ

ବଜେଟର ପ୍ରଭାବ: ଶେୟାର ବଜାରରେ ଭୂକମ୍ପ

ବମ୍ବେ, ୨।୨: ବଜେଟର ନକାରାତ୍ମକ ପ୍ରଭାବ ଶେୟାର ବଜାର ଉପରେ ପଡିଛି। ଫଳରେ ଶୁକ୍ରବାର ସେନସେକ୍ସ ୭୩୦ ପଏଣ୍ଟ ଖସିବା ସହିତ ନିଫ୍ଟି ୧୦,୮୦୦ ତଳକୁ ଆସିଯାଇଛି। ଆଇଟି, ଫାର୍ମା ଓ ବ୍ୟାଙ୍କିଂ ସେକ୍ଟରର ଶେୟାରରେ ହ୍ରାସ ଦୃଷ୍ଟି ଗୋଚର ହୋଇଛି।

ସ୍କୁଲ ଶୌଚାଳୟରେ ଛାତ୍ରଙ୍କ ମୃତଦେହ: ଚିନ୍ତାରେ ଅଭିଭାବକ

ସ୍କୁଲ ଶୌଚାଳୟରେ ଛାତ୍ରଙ୍କ ମୃତଦେହ: ଚିନ୍ତାରେ ଅଭିଭାବକ

ନୂଆଦିଲ୍ଲୀ,୨।୨: ଗୁରୁଗ୍ରାମ ଓ ଲକ୍ଷ୍ନୌ ପରେ ଏବେ ଦିଲ୍ଲୀର ଏକ ବେସରକାରୀ ସ୍କୁଲରେ ଜଣେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ସ୍କୁଲର ସୁରକ୍ଷା ଉପରେ ପ୍ରଶ୍ନବାଚୀ ଉଠିଛି। ଉତ୍ତର-ପୂର୍ବ ଦିଲ୍ଲୀର କରାବଲ ନଗରରେ ଥିବା ଏକ ବେସରକାରୀ ସ୍କୁଲରେ ସହପାଠୀଙ୍କ ମାଡରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି।

ସୁପ୍ରିମକୋର୍ଟ ସମ୍ବିଧାନ ପୀଠ କରିବେ ଜାଲିକାଟୁ ମାମଲାର ଶୁଣାଣି

ସୁପ୍ରିମକୋର୍ଟ ସମ୍ବିଧାନ ପୀଠ କରିବେ ଜାଲିକାଟୁ ମାମଲାର ଶୁଣାଣି

ନୂଆଦିଲ୍ଲୀ,୨।୨: ସୁପ୍ରିମକୋର୍ଟରେ ଚାଲୁଛି ଜାଲିକାଟୁ ମାମଲା। ଶୁକ୍ରବାର ଏହି ମାମଲାର ଶୁଣାଣି ସମୟରେ କୋର୍ଟ ନିଷ୍ପତ୍ତି ନେଇଛନ୍ତି କି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ କରିବ। ପୀଠ ନିର୍ଣ୍ଣୟ କରିବ

ଜୋତା କାରଖାନାରେ ଅଗ୍ନିକାଣ୍ଡ: ଜଣେ ଅଗ୍ନିଶମ କର୍ମଚାରୀ ଆହତ

ଜୋତା କାରଖାନାରେ ଅଗ୍ନିକାଣ୍ଡ: ଜଣେ ଅଗ୍ନିଶମ କର୍ମଚାରୀ ଆହତ

ନୂଆଦିଲ୍ଲୀ, ୨।୨: ନୂଆଦିଲ୍ଲୀ ନିକଟରେ ଥିବା ଏକ ଜୋତା କାରଖାନରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। କାରଖାନାର ପ୍ରଥମ ମହଲା ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବାର ଖବର ପାଇ ଘଟଣାସ୍ଥଳକୁ ୨୦ ଦମକଳ ଗାଡି ଆସି ନିଆଁ ଲିଭାଇବାର ଉଦ୍ୟମ କରିଥିଲେ।

ସିଲିଙ୍ଗ ବିରୋଧରେ ୪୮ ଘଣ୍ଟିଆ ଦିଲ୍ଲୀ ବନ୍ଦ

ସିଲିଙ୍ଗ ବିରୋଧରେ ୪୮ ଘଣ୍ଟିଆ ଦିଲ୍ଲୀ ବନ୍ଦ

ନୂଆଦିଲ୍ଲୀ,୨।୨: ରାଜଧାନୀ ଦିଲ୍ଲୀରେ ସିଲିଙ୍ଗକୁ ବିରୋଧ କରି ଶୁକ୍ରବାର ୪୮ ଘଣ୍ଟା ପାଇଁ ଦୋକାନ ବଜାର ବନ୍ଦ କରାଯାଇଛି।

ଟ୍ୟୁଶନ୍‌ ସାର୍‌ଙ୍କ ଛୁରା ମାଡରେ ଅନ୍ୟଜଣେ ଟ୍ୟୁଶନ୍‌ ସାର୍‌ଙ୍କ ମୃତ୍ୟୁ

ଟ୍ୟୁଶନ୍‌ ସାର୍‌ଙ୍କ ଛୁରା ମାଡରେ ଅନ୍ୟଜଣେ ଟ୍ୟୁଶନ୍‌ ସାର୍‌ଙ୍କ ମୃତ୍ୟୁ

ବମ୍ବେ,୨।୨: ବମ୍ବେର ମାଲଦା ଅଞ୍ଚଳରେ ଜଣେ ଟ୍ୟୁଶନ୍‌ ସାର୍‌ଙ୍କ ଛୁରାମାଡରେ ଅନ୍ୟଜଣେ ଟ୍ୟୁଶନ୍‌ ସାର୍‌ଙ୍କ ମୃତ୍ୟୁ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗରୁବାର ସଂନ୍ଧ୍ୟା ପ୍ରାୟ ୮.୩୦ ମିନିଟ୍‌ ସମୟରେ ଅରୂପ ବିଶ୍ୱାସ ନାମକ ଜଣେ ଟ୍ୟୁଶନ୍‌ ସାର୍‌ ନିଜ ଘର ନିକଟରେ ବସିଥିଲେ।

ଭାଜପାକୁ ଶିବସେନାର ସମାଲୋଚନା

ଭାଜପାକୁ ଶିବସେନାର ସମାଲୋଚନା

ନୂଆଦିଲ୍ଲୀ, ୨।୨: ରାଜସ୍ତାନ ଉପ ନିର୍ବାଚନରେ ଭାଜପା ବିଫଳ ହୋଇଛି। ଭାଜପାର ବିଫଳତା ନେଇ ଶିବସେନା ପକ୍ଷରୁ ଶୁକ୍ରବାର କଟାକ୍ଷ କରାଯାଇଛି। ଶିବସେନା କହିଛି ଯେ, ଗୁଜରାଟ ନିର୍ବାଚନ ଫଳାଫଳ ଭାଜପା ପତନର ଟ୍ରେଲର ଥିଲା।

ସାମ୍ବା ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ସାମ୍ବା ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଶ୍ରୀନଗର, ୨।୨: ଜମ୍ମୁ-କଶ୍ମୀର ସାମ୍ବା ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ସୀମା ସୁରକ୍ଷା ବଳ ଅନ୍ତର୍ଜାତୀୟ ରେଖାଠାରେ ଅନୁପ୍ରବେଶ ଜାଣିପାରି ସତର୍କ ସୂଚନା ଦେଇଥିଲେ। ପରେ ସୀମା ସୁରକ୍ଷା ବଳଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା।

ଟ୍ରେନ୍‌ ଧକ୍କା: ୪ ମୃତ

ଟ୍ରେନ୍‌ ଧକ୍କା: ୪ ମୃତ

ପାଟନା, ୨।୨: ବିହାର ସିଓ୍ବାନଠାରେ ଏକ ପାସେଞ୍ଜର ଟ୍ରେନ୍‌ ଧକ୍କାରେ ଶୁକ୍ରବାର ୪ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭାରତୀୟ ରେଳବାଇ ଲୋକ ସମ୍ପର୍କ ଅଧିକାରୀ ସୂଚିତ କରିଛନ୍ତି।

ଭୋଟ ଉପରେ ଜେଟ୍‌ଲୀଙ୍କ ନଜର

ଭୋଟ ଉପରେ ଜେଟ୍‌ଲୀଙ୍କ ନଜର

ନୂଆଦିଲ୍ଲୀ,୧।୨ (ପି.ଟି./ ଆଇ.ଏ.ଏନ୍‌.ଏସ୍‌.) : ଗ୍ରାମାଞ୍ଚଳ, ଗରିବ ଜନତା, କୃଷକଙ୍କୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଗୁରୁବାର ଲୋକ ସଭାରେ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି ।

ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ

ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୧।୨(ପି.ଟି) : ଗତବର୍ଷଠାରୁ ସାଧାରଣ ବଜେଟ୍‌ରେ ମିଶିଯିବା ପରେ ପୂର୍ବରୁ ପୃଥକ ଭାବେ ପ୍ରସ୍ତୁତ ହେଉଥିବା ରେଳ ବଜେଟ୍‌ ତା’ର ଗୁରୁତ୍ୱ ହରାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଗୁରୁବାର ଲୋକ ସଭାରେ ସାଧାରଣ ବଜେଟ୍‌ ୨୦୧୮-୧୯ ଉପସ୍ଥାପନ ବେଳେ ରେଲଓ୍ବେ ପାଇଁ ବ୍ୟୟବରାଦ ସମ୍ପର୍କରେ ସୂଚନା ଦେଇଛନ୍ତି।

ସହିଦଙ୍କ ପରିବାରକୁ କ୍ଷତିପୂରଣ ରାଶି ବଢ଼ାଇଲେ ମହାରାଷ୍ଟ୍ର ସରକାର

ସହିଦଙ୍କ ପରିବାରକୁ କ୍ଷତିପୂରଣ ରାଶି ବଢ଼ାଇଲେ ମହାରାଷ୍ଟ୍ର ସରକାର

ବମ୍ବେ,୧।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ବୁଧବାର ରାଜ୍ୟରେ ସହିଦମାନଙ୍କ ପରିବାରକୁ ଦିଆଯାଉଥିବା କ୍ଷତିପୂରଣ ରାଶିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ପରିବାରକୁ ୨୦ଲକ୍ଷ ଟଙ୍କା ଦିଆଯାଉଥିବା ବେଳେ ଏବେ ଏହାକୁ ୨୫ ଲକ୍ଷକୁ ବୃଦ୍ଧି କରାଯାଇଛି।

ଭାଜପାକୁ ରାଜସ୍ତାନରେ ଝଟକା: ମାଣ୍ଡଳଗଡ଼ ଆସନ ହାତେଇଲା କଂଗ୍ରେସ

ଭାଜପାକୁ ରାଜସ୍ତାନରେ ଝଟକା: ମାଣ୍ଡଳଗଡ଼ ଆସନ ହାତେଇଲା କଂଗ୍ରେସ

ଜୟପୁର, ୧।୨: ରାଜସ୍ତାନର ୩ଟି ବିଧାନସଭା ଆସନରେ ଜାନୁୟାରୀ ୨୯ରେ ଉପନିର୍ବାଚନ ହୋଇଥିଲା। ଏହାର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ଏହି ଆସନଗୁଡିକ ମଧ୍ୟରୁ ମାଣ୍ଡଳଗଡ଼ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

୧୦ ବର୍ଷ ପର୍ଯ୍ୟନ୍ତ ଶିଶୁକନ୍ୟାଙ୍କୁ ବଳତ୍କାର ମାମଲା: ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ

୧୦ ବର୍ଷ ପର୍ଯ୍ୟନ୍ତ ଶିଶୁକନ୍ୟାଙ୍କୁ ବଳତ୍କାର ମାମଲା: ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ, ୧।୨: ଦେଶର ସମସ୍ତ ଅଦାଲତଗୁଡିକରେ ପଡିରହିଥିବା ୧୦ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ମାମଲାର ହିସାବ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଜଣେ ଆଠମାସର ଶିଶୁକନ୍ୟାକୁ ବଳାତ୍କାର ମାମଲାର ଶୁଣାଣି କରିବା ସମୟରେ କୋର୍ଟ ଏହା ପିଟିଶନର୍‌ଙ୍କୁ କହିଛନ୍ତି। ଏ ସଙ୍କ୍ରାନ୍ତରେ କୋର୍ଟ ତାଙ୍କୁ ଖୁବ୍‌ଶୀଘ୍ର ସବିଶେଷ ରିପୋର୍ଟ ମାଗିଛନ୍ତି।

ୟୁପି: ଗୋଟିଏ ରାତିରେ ୩ ଜିଲାରେ ଏନ୍‌କାଉଣ୍ଟର

ୟୁପି: ଗୋଟିଏ ରାତିରେ ୩ ଜିଲାରେ ଏନ୍‌କାଉଣ୍ଟର

ଲକ୍ଷ୍ନୌ, ୧।୨: ଉତ୍ତରପ୍ରଦେଶରେ ଅପରାଧୀଙ୍କ କାର୍ଯ୍ୟକଳାପକୁ ରୋକିବା ପାଇଁ ଯୋଗୀ ସରକାର ପ୍ରଚେଷ୍ଟା କରୁଛନ୍ତି। ଏହି କ୍ରମରେ ବୁଧବାର ବିଳମ୍ବିତ ରାତିରେ ରାଜ୍ୟର ତିନୋଟି ଜିଲାରେ ପୋଲିସ ଏନ୍‌କାଉଣ୍ଟର କରିଛି। ଏଥିରେ ୩ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି।

କଶ୍ମୀର ଉପତ୍ୟକାରେ ସୌର ଉପକରଣର ଚାହିଦା ବୃଦ୍ଧି

କଶ୍ମୀର ଉପତ୍ୟକାରେ ସୌର ଉପକରଣର ଚାହିଦା ବୃଦ୍ଧି

ଶ୍ରୀନଗର,୧।୨: କଶ୍ମୀର ଉପତ୍ୟକାବାସୀଙ୍କ ମଧ୍ୟରେ ବୃଦ୍ଧିପାଉଛି ସୌରଚାଳିତ ଉପକରଣର ବ୍ୟବହାର। ଫଳରେ ସେଠାରେ ଦୀର୍ଘଦିନ ଧରି ଚାଲିଆସୁଥିବା ବିଜୁଳି କାଟ୍‌ ସମସ୍ୟାରୁ କିଛିମାତ୍ରାରେ ଆଶ୍ୱସ୍ତି ମିଳିପାରିଛି।

ଏଲ୍‌ସିଏଚ୍‌ର ପ୍ରଥମ ଉଡାଣ ସଫଳ

ଏଲ୍‌ସିଏଚ୍‌ର ପ୍ରଥମ ଉଡାଣ ସଫଳ

ବାଙ୍ଗାଲୋର ୧।୨: ଭାରତ ନିର୍ମାଣ ପ୍ରୟାସ ଅନ୍ତର୍ଗତ ହିନ୍ଦୁସ୍ତାନ ଏରୋନଟିକାଲ ଲିମିଟେଡ୍‌(ଏଚ୍‌ଏଏଲ୍‌) ପକ୍ଷରୁ ଘରୋଇ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଲାଇଟ୍‌ କମ୍ବାଟ୍‌ ହେଲିକପ୍ଟର(ଏଲ୍‌ସିଏଚ୍‌) ଏହାର ପ୍ରଥମ ଉଡ଼ାଣ ସଫଳତାର ସହ ସମ୍ପନ୍ନ କରିଛି।

ଆୟ ବର୍ହିଭୁତ ସମ୍ପତ୍ତି ମାମଲା: ଅଡ଼ୁଆରେ ବୀରଭଦ୍ର ସିଂ

ଆୟ ବର୍ହିଭୁତ ସମ୍ପତ୍ତି ମାମଲା: ଅଡ଼ୁଆରେ ବୀରଭଦ୍ର ସିଂ

ନୂଆଦିଲ୍ଲୀ, ୧।୨: ଆୟ ବର୍ହିଭୁତ ସମ୍ପତ୍ତି ମାମଳାରେ ହିମାଚଳପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂ ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ ନାମରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ପାତିଆଲା ହାଉସ୍‌ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି।

କେନ୍ଦ୍ରୀୟ ବଜେଟ: ପୁରୁଣା ପ୍ରତିଶ୍ରୁତିକୁ ନୂଆ ଢ଼ଙ୍ଗରେ ଉପସ୍ଥାପନ

କେନ୍ଦ୍ରୀୟ ବଜେଟ: ପୁରୁଣା ପ୍ରତିଶ୍ରୁତିକୁ ନୂଆ ଢ଼ଙ୍ଗରେ ଉପସ୍ଥାପନ

ନୂଆଦିଲ୍ଲୀ, ୧।୨: ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗୁରୁବାର ୨୦୧୮-୧୯ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପୁରୁଣା ପ୍ରତିଶ୍ରୁତିକୁ ନୂଆଢ଼ଙ୍ଗରେ ଉପସ୍ଥାପନ କରିଥିବା ବିରୋଧୀ ଦଳ କହିଛନ୍ତି। ବଜେଟରେ କୃଷି ଓ ଗ୍ରାମ୍ୟ ଉନ୍ନୟନକୁ ଅଧିକ ଗୁରୁତ୍ୱ ଦିଆଯାଇଛି।