ଅପରାଧ

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଜବତ

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଜବତ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରବିବାର ପୁଣି ସୁନା ଜବତ ହୋଇଛି। ଏଥର ୧ କି.ଗ୍ରା.ରୁ ଊର୍ଦ୍ଧ୍ୱ ସୁନା ଜବତ କରାଯାଇଥିବା ବେଳେ ୩ ଯାତ୍ରୀଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ। ଜବତ ସୁନାର ମୂଲ୍ୟ ୩୧,୫୪,୬୨୦ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ଘଟଣାକୁ ଲଗାଇ ଗତ ୧୦ ଦିନ ମଧ୍ୟରେ ୩ ଥର ସୁନା ଜବତ ହୋଇଛି।

ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ ମାମଲା ରୁଜୁ, ୩ ଅଟକ

ଚାନ୍ଦବାଲି,୨୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ନାଲଗଣ୍ଡା ପଞ୍ଚାୟତ ପ୍ରତାପପୁର ଗ୍ରାମରେ ଶନିବାର ରାତିରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଟି ମାମଲା ରୁଜୁ ହୋଇଛି। ଏଥିରେ ୧୩ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିବାବେଳେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ରବିବାର ୩ଜଣଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଛି।

ବରଗଡ଼ରେ ଚାଞ୍ଚଲ୍ୟ: ୫୬ବର୍ଷ ପୁଅକୁ ହତ୍ୟା କରି ୭୫ବର୍ଷ ବାପାଙ୍କ ଆତ୍ମହତ୍ୟା

ବରଗଡ଼ରେ ଚାଞ୍ଚଲ୍ୟ: ୫୬ବର୍ଷ ପୁଅକୁ ହତ୍ୟା କରି ୭୫ବର୍ଷ ବାପାଙ୍କ ଆତ୍ମହତ୍ୟା

ସରଣ୍ଡା,୨୪।୬(ଡି.ଏନ.ଏ)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ପାହାଡ଼ଶ୍ରୀଗିଡ଼ା ରାଏପଡ଼ାରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ୭୫ବର୍ଷର ବାପା ନିଜ ୫୬ବର୍ଷ ପୁଅଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକଦ୍ୱୟ ହେଲେ, ପିନ୍‌କେ ବରିଆ (୭୫) ଏବଂ ତାଙ୍କ ପୁଅ ପିନକେ ସୁବାରାଓ(୫୬)। ଘଟଣାସ୍ଥଳକୁ ଅତାବିରା ପୋଲିସ ପହଞ୍ଚି ମୃତଦେହ ଦୁଇଟି ଜବତ୍‌ କରିବା ସହିତ ଘଟଣାର ତଦନ୍ତ କରୁଛି।

ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼

ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼

ଦିଗପହଣ୍ଡିି,୨୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପଦ୍ମନାଭପୁର ଗ୍ରାମର ଶିବାନନ୍ଦ ଦାସ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ଜେଲକୁ ପଠାଯାଇଛି।

ଟ୍ୟାଙ୍କର ଚାଳକଙ୍କୁ ହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଉତ୍ୟକ୍ତ ଲୋକେ ଢାବାରେ ଲଗାଇଲେ ନିଆଁ

ଟ୍ୟାଙ୍କର ଚାଳକଙ୍କୁ ହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଉତ୍ୟକ୍ତ ଲୋକେ ଢାବାରେ ଲଗାଇଲେ ନିଆଁ

ଛେଣ୍ଡିପଦା,୨୩।୬(ଡି.ଏନ୍‌.ଏ.): ପାଣି ଟ୍ୟାଙ୍କର ଚାଳକ ଜ୍ଞାନେନ୍ଦ୍ର ଦେହୁରୀ(୩୯)ଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଶନିବାର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ କତଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଲାସିକ ଢାବା ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି। ସେମାନେ ଗାୟତ୍ରୀ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି।

ଗିରଫ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ

ଗିରଫ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି, ଚିକିଟି୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ପୋଲିସ ଶନିବାର ଗିରଫ ୭ ଜୁଆଡ଼ିଙ୍କୁ ପାତ୍ରପୁର କୋର୍ଟକୁ ଚାଲାଣ କରିଛି।

ଅପହରଣ କରିନେଇ ଗାୟଗଣ୍ଡା ବସ୍‌ଷ୍ଟାଣ୍ଡରେ ଛାଡ଼ିଲେ, ନାବାଳକ ଉଦ୍ଧାର

ଅପହରଣ କରିନେଇ ଗାୟଗଣ୍ଡା ବସ୍‌ଷ୍ଟାଣ୍ଡରେ ଛାଡ଼ିଲେ, ନାବାଳକ ଉଦ୍ଧାର

ଭଞ୍ଜନଗର,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ କରସିଙ୍ଗି ଗୁଡ଼ିସାହିରୁ ଶୁକ୍ରବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଜଣେ ସାଢ଼େ ୩ବର୍ଷର ନାବାଳକଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ନାବାଳକଙ୍କୁ ତାରସିଂ ଥାନା ଅନ୍ତର୍ଗତ ଗାୟଗଣ୍ଡା ବସ୍‌ଷ୍ଟାଣ୍ଡରେ ଛାଡ଼ି ଦେଇଥିଲେ।

ପାଣି ଟ୍ୟାଙ୍କର ଗାଡ଼ିରୁ ଚାଳକଙ୍କ ମୃତଦେହ ଉଦ୍ଧାର, ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ

ପାଣି ଟ୍ୟାଙ୍କର ଗାଡ଼ିରୁ ଚାଳକଙ୍କ ମୃତଦେହ ଉଦ୍ଧାର, ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ

ଛେଣ୍ଡିପଦା,୨୩।୬(ଡି.ଏନ୍‌.ଏ.): ଅନୁଗୋଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡ଼ା ଥାନା କତଡା ଗ୍ରାମ ନିକଟସ୍ଥ ଏକ ରାସ୍ତା ପାର୍ଶ୍ୱରେ ଥିବା ହୋଟେଲ ନିକଟରେ ପାଣି ଟ୍ୟାଙ୍କର ଗାଡି ଚାଳକଙ୍କ ମୃତଦେହ ପୋଲିସ ଶନିବାର ଭୋର ସମୟରେ ଉଦ୍ଧାର କରଛି। ସେ ହେଲେ ଉକ୍ତ ଥାନା ଅଧୀନ ଦୁର୍ଗାପୁର ଗ୍ରାମର ଜ୍ଞାନେନ୍ଦ୍ର ଦେହୁରୀ(୩୯)। ଜ୍ଞାନେନ୍ଦ୍ର ଏକ ଘରୋଇ ଠିକା ସଂସ୍ଥା ରାସ୍ତା ର୍ନିମାଣ କାର୍ଯ୍ୟରେ ଗାଡି ଚାଳକ ଭାବେ କାମ କରୁଥିଲେ।

 ଭିଜିଲାନ୍ସ ଜାଲରେ ଦକ୍ଷିଣ ଘୁମୁସର ଡିଏଫ୍‌ଓ

ଭିଜିଲାନ୍ସ ଜାଲରେ ଦକ୍ଷିଣ ଘୁମୁସର ଡିଏଫ୍‌ଓ

ଭଞ୍ଜନଗର,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ)ଙ୍କ ବାସଭବନରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫ୍‌ଓ ବିଜୟ କେତନ ଆଚାର୍ଯ୍ୟଙ୍କ ବାସଭବନରେ ଭୋର୍‌ରୁ ବ୍ରହ୍ମପୁର ଭିଜିଲାନ୍ସ ଚଢ଼ାଉ କରିଛି।

କୁନ୍ଦୁଲୀ ଗଣବଳାତ୍କାର ଘଟଣା: ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ବଢ଼ିଲା

କୁନ୍ଦୁଲୀ ଗଣବଳାତ୍କାର ଘଟଣା: ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ବଢ଼ିଲା

ଭୁବନେଶ୍ୱର,୨୨।୬(ବ୍ୟୁରୋ): କୋରାପୁଟ ଜିଲାର ବହୁ ଚର୍ଚ୍ଚିତ କୁନ୍ଦୁଲୀ ନାବାଳିକା ବଳାତ୍କାର ଘଟଣାର ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ଶୁକ୍ରବାର ଆଉ ତିନି ମାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି।

ଆଇଆଇସିଙ୍କୁ ଆକ୍ରମଣ ଘଟଣା, ୨ ଗିରଫ

ଆଇଆଇସିଙ୍କୁ ଆକ୍ରମଣ ଘଟଣା, ୨ ଗିରଫ

ବାସୁଦେବପୁର,୨୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତରେ ରଜ ଭସାଣି ବେଳେ ଗଣ୍ଡଗୋଳ ଏବଂ ଆଇଆଇସି ନବକୃଷ୍ଣ ନାୟକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ପୁଣି ୨ଜଣଙ୍କୁ ଗିରଫ କରିଛି।

୫୫ ଲିଟର ମଦ ଜବତ, ୫ ଗିରଫ

୫୫ ଲିଟର ମଦ ଜବତ, ୫ ଗିରଫ

ନିଶ୍ଚିନ୍ତକୋଇଲି,୨୨ା୬(ଡି.ଏନ୍‌.ଏ.): କଟକ ଜିଲା ସାଲେପୁର ଓ ନେମାଳ ଥାନା ଅଞ୍ଚଳର ୫ ସ୍ଥାନରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୫୫ ଲିଟର ମଦ ଜବତ କରାଯାଇଛି।

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ

ସଜନାଗଡ଼,୨୨।୬(ଡି.ଏନ୍‌.ଏ): ବାଲେଶ୍ୱର ଜିଳା ନୀଳଗିରି ଅନ୍ତର୍ଗତ ଜାମୁଢ଼ିଆ ପଞ୍ଚାୟତ ବାଘମରା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସେ ହେଲେ ରାମ ସିଂ। ଏନେଇ ନୀଳଗିରି ଥାନାରେ ରାମଙ୍କ ପୁଅ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ନାଟକୀୟ ଢଙ୍ଗରେ ଗଞ୍ଜେଇ ଜବତ, ଅଭିଯୁକ୍ତ ଘର ବନ୍ଦ କରି ଲଗାଇଲେ ନିଆଁ

ନାଟକୀୟ ଢଙ୍ଗରେ ଗଞ୍ଜେଇ ଜବତ, ଅଭିଯୁକ୍ତ ଘର ବନ୍ଦ କରି ଲଗାଇଲେ ନିଆଁ

ଖଇରା,୨୨।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧିନ ସୁଣ୍ଡିରା ଗ୍ରାମରୁ ସୋର ଅବକାରୀ ବିଭାଗ ନାଟକୀୟ ଢଙ୍ଗରେ ଗଞ୍ଜେଇ ଜବତ କରିଛି। ବିଶେଷ ସୁତ୍ରରୁ ସୁଣ୍ଡିରା ଗ୍ରାମରେ ଗଞ୍ଜେଇ ରଖାଯାଇଥିବା ଖବର ପାଇ ଅବକାରୀ ବିଭାଗ ଗୁରୁବାର ବିଳମ୍ବିତ ରାତିରେ ସୁଣ୍ଡିରା ସରପଞ୍ଚଙ୍କ ଭାଇ ନିରଞ୍ଜନ ସେଠୀଙ୍କ ଘରେ ଚଢ଼ାଉ କରିଥିଲା।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧଙ୍କୁ ହତ୍ୟା, ଥାନାରେ ଅଭିଯୋଗ

ବୁଗୁଡ଼ା, ୨୧।୬(ଡି.ଏନ୍‌.ଏ.): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ନୂଆଶାଣିତ ବଜାର ଗ୍ରାମରେ ବୁଧବାର ରାତିରେ ଗୋଟିଏ ପରିବାରର ଲୋକେ ସେହି ଗ୍ରାମର ଅଜ୍ଞାନ ସ୍ବାଇଁ(୬୦)ଙ୍କୁ କାତିରେ ହାଣି ହତ୍ୟା କରିଛନ୍ତି।

ଶିଶୁ ଶ୍ରମିକ ଉଦ୍ଧାର

ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସୁନ୍ଦରପଦା ପେଟ୍ରୋଲ ପମ୍ପ ନିକଟ ଏକ ଗ୍ୟାରେଜରୁ ବୁଧବାର ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ବୟସ ପାଖାପାଖି ୧୨ ହେବ ବୋଲି ଅନୁମାନ କରାଯାଉଛି। ସିଡବ୍ଲ୍ୟୁସି ନିର୍ଦ୍ଦେଶକ୍ରମେ ଚାଇଲ୍ଡଲାଇନ୍‌ ଓ ଏୟାରଫିଲ୍ଡ ପୋଲିସ ଶିଶୁକୁ ଉଦ୍ଧାର କରିଛି।

ଠିକାଦାର ସଂସ୍ଥାରୁ ପାଇପ ଚୋରି, ୩ ଗିରଫ

ଠିକାଦାର ସଂସ୍ଥାରୁ ପାଇପ ଚୋରି, ୩ ଗିରଫ

କଟକ ରୋଡ,୨୦ା୬(ଡି.ଏନ୍‌.ଏ.): ଏକ ଠିକାଦାର ସଂସ୍ଥାରୁ ପାଇପ ଚୋରି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ବୁଧବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମଞ୍ଚେଶ୍ୱର ଥାନା ରସୁଲଗଡ଼ ବେହେରା ସାହିରେ ରହୁଥିବା ଦିଲୀପ ବେହେରା, ଭାଗବତ ସନ୍ଧାନ ଅଞ୍ଚଳର ମହସିନ ଖାନ ଓ ବାଲିଆପଟା ବସ୍ତିରେ ରହୁଥିବା ବିଜୟ କୁମାର ପ୍ରଧାନ।

ବାସୁଦେବପୁର ଆଇଆଇସିଙ୍କୁ ଆକ୍ରମଣ ଘଟଣା: ୨୩ ଗିରଫ ପରେ ଗାଁରେ ପହଞ୍ଚିଲେ ଏସ୍‌ପି, ପୋଲିସ ମୁତୟନ

ବାସୁଦେବପୁର ଆଇଆଇସିଙ୍କୁ ଆକ୍ରମଣ ଘଟଣା: ୨୩ ଗିରଫ ପରେ ଗାଁରେ ପହଞ୍ଚିଲେ ଏସ୍‌ପି, ପୋଲିସ ମୁତୟନ

ବାସୁଦେବପୁର,୨୦।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଲୁଙ୍ଗା ଗ୍ରାମରେ ମଙ୍ଗଳବାର ରାତିରେ ରଜ ଭସାଣି ଚାଲିଥିବା ବେଳେ ଡିଜେ ଶବ୍ଦକୁ କେନ୍ଦ୍ରକରି ଥାନା ଆଇଆଇସି ନବକୃଷ୍ଣ ନାଏକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପୋଲିସ ୩୩ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ବୁଧବାର ୨୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ୨ଟି ଡିଜେ ଗାଡିକୁ ମଧ୍ୟ ଅଟକ ରଖିଛି। ଘଟଣାର ତଦନ୍ତ ପାଇଁ ଭଦ୍ରକ ଏସ୍‌ପି ବାତୁଲ ଗଙ୍ଗାଧର ସଦଳବଳେ ଉକ୍ତ ଗ୍ରାମରେ ପହଞ୍ଚିଛନ୍ତି।

 ବିଦେଶୀ ମଦ ଜବତ, ଜଣେ ଗିରଫ

ବିଦେଶୀ ମଦ ଜବତ, ଜଣେ ଗିରଫ

ନୀଳଗିରି,୨୦।୬ (ଡି.ଏନ୍‌.ଏ.) ବାଲେଶ୍ବର ଜିଲା ନୀଳଗିରି ବ୍ଲକର ବରହମପୁର ପୋଲିସ କଳାକାଦ ଗାଁରୁ ଗିରଫ ବିଦେଶୀ ଚୋରା ମଦ ବେପାରିଙ୍କୁ ବୁଧବାର ସ୍ଥାନୀୟ କୋର୍ଟରେ ହାଜର କରିଛି। ସେ ହେଲେ ଗୋପବନ୍ଧୁ ବିଶ୍ବାଳ।

ଭସାଣୀ ବେଳେ ତାଗିଦକୁ ନେଇ ବାସୁଦେବପୁର ଆଇଆଇସିଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସ ଗାଡ଼ି ଭଙ୍ଗାରୁଜା, ୨୫ ଅଟକ

ଭସାଣୀ ବେଳେ ତାଗିଦକୁ ନେଇ ବାସୁଦେବପୁର ଆଇଆଇସିଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସ ଗାଡ଼ି ଭଙ୍ଗାରୁଜା, ୨୫ ଅଟକ

ବାସୁଦେବପୁର,୨୦।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଲୁଙ୍ଗା ଗ୍ରାମରେ ମଙ୍ଗଳବାର ରାତିରେ ରଜ ଭସାଣି ଚାଲିଥିବା ବେଳେ ଡିଜେ ଶଦ୍ଦକୁ କେନ୍ଦ୍ରକରି ଥାନା ଆଇଆଇସି ନବକୃଷ୍ଣ ନାଏକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।

ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ୍‌ରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର: ବଳାତ୍କାର ପରେ ହତ୍ୟା  ସନ୍ଦେହ

ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ୍‌ରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର: ବଳାତ୍କାର ପରେ ହତ୍ୟା ସନ୍ଦେହ

ପୁରୀ ଅଫିସ,୨୦।୬: ଗୁଣପୁର-ପୁରୀ ପାସେଞ୍ଜର ଟ୍ରେନ୍‌(୫୮୪୧୭)ର ଟଏଲେଟ(ଶୌଚାଳୟ)ରୁ ଜଣେ ବିବାହିତ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଛି। ମହିଳାଜଣଙ୍କ ଆଣ୍ଠୁମାଡ଼ି ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ମହିଳାଙ୍କ ପରିଚୟ ମିଳିପାରିନାହିଁ। ଜିଆର୍‌ପି ଓ ଆରପିଏଫ୍‌ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିଭଳି ଡେଲାଙ୍ଗ ଷ୍ଟେଶନରୁ ଏକ କଟାମୁଣ୍ଡ ଉଦ୍ଧାର କରାଯାଇଛି। ଉଦ୍ଧାର କଟାମୁଣ୍ଡ ଉକ୍ତ ମହିଳାଙ୍କର ହୋଇଥିବା ସନ୍ଦେହ କରାଯାଉଛି।

ନଦୀପଠାରେ ନାବାଳିକାଙ୍କୁ ବଳାତ୍କାର: ଗୁରୁତର ଅବସ୍ଥାରେ ବଣାଇଁ ଡ଼ାକ୍ତରଖାନାରେ ଭର୍ତ୍ତି

ନଦୀପଠାରେ ନାବାଳିକାଙ୍କୁ ବଳାତ୍କାର: ଗୁରୁତର ଅବସ୍ଥାରେ ବଣାଇଁ ଡ଼ାକ୍ତରଖାନାରେ ଭର୍ତ୍ତି

ବଣାଇଁ,୧୯।୬(ସ୍ବ.ପ୍ର.)-ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଶୁଣ୍ଢିକୋଣ ନିକଟସ୍ଥ ବ୍ରାହ୍ମଣୀ ନଦୀପଠାରେ ମଙ୍ଗଳବାର ସନ୍ଧ୍ୟାରେ ଜନୈକା ୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

କୁଆଁରମୁଣ୍ଡାରେ ବନ୍ଧୁକ ଦେଖାଇ ବ୍ୟାଙ୍କ ଅଫ ବରୋଦା କ୍ୟାଶିୟରଙ୍କଠାରୁ ୪ଲକ୍ଷ ଟଙ୍କା ଲୁଟ୍‌ : ୩ ଲୁଟେରା ଫେରାର୍‌

କୁଆଁରମୁଣ୍ଡାରେ ବନ୍ଧୁକ ଦେଖାଇ ବ୍ୟାଙ୍କ ଅଫ ବରୋଦା କ୍ୟାଶିୟରଙ୍କଠାରୁ ୪ଲକ୍ଷ ଟଙ୍କା ଲୁଟ୍‌ : ୩ ଲୁଟେରା ଫେରାର୍‌

କୁଆଁରମୁଣ୍ଡା,୧୯।୬(ଡି.ଏନ.ଏ.)-ମଙ୍ଗଳବାର ରାଉରକେଲାସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୪୫ ଲକ୍ଷ ଟଙ୍କା ଲୁଟ୍‌ ହେବାର ଘଣ୍ଟାଏ ମଧ୍ୟରେ ରାଉରକେଲାଠାରୁ ୧୮ କି.ମି. ଦୂର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପସରାଛକ ନିକଟରେ ରାସ୍ତାରେ ଯାଉଥିବା ବ୍ୟାଙ୍କ ଅଫ୍‌ ବରୋଦାର କ୍ୟାଶିୟରକୁ ବନ୍ଧୁକ ଦେଖାଇ ଲୁଟ୍‌ ହୋଇଛି। ୩ ଦୁବୃର୍ତ୍ତ କ୍ୟାଶିୟର ପ୍ରବୀଣ ଟିଗ୍‌ଗାଙ୍କ ନିକଟରୁ ୪ଲକ୍ଷ ଟଙ୍କା ଲୁଟ୍‌ କରି ଫେରାର୍‌ ହୋଇଯାଇଛନ୍ତି।

ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୪୫ଲକ୍ଷ ଲୁଟ୍‌: ବନ୍ଧୁକ ମୁନରେ କର୍ମଚାରୀଙ୍କୁ ଆଣ୍ଠେଇଲେ : ମହିଳା କର୍ମଚାରୀଙ୍କ ସୁନା ଚେନ, ମୋବାଇଲ ଲୁଟିଲେ

ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୪୫ଲକ୍ଷ ଲୁଟ୍‌: ବନ୍ଧୁକ ମୁନରେ କର୍ମଚାରୀଙ୍କୁ ଆଣ୍ଠେଇଲେ : ମହିଳା କର୍ମଚାରୀଙ୍କ ସୁନା ଚେନ, ମୋବାଇଲ ଲୁଟିଲେ

ରାଉରକେଲା ଅଫିସ, ୧୯। ୬-ରାଉରକେଲା ରେଳ ଷ୍ଟେଶନଠାରୁ ମାତ୍ର ୫ଶହ ମିଟର ଦୂର ମଧୁସୂଦନ ମାର୍ଗ ମୁଖ୍ୟ ରାସ୍ତା ପାର୍ଶ୍ୱ ଉପର ମହଲାରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ବଜାର ଶାଖାରୁ ମଙ୍ଗଳବାର ସକାଳ ୧୦ଟା ବେଳେ ଏକ ବଡ ଧରଣର ଡକାୟତି ଘଟଣା ଘଟିଛି। ବନ୍ଧୁକ ମୁନରେ ଡକାୟତ ଦଳ ପ୍ରାୟ ୪୫ଲକ୍ଷ ଲୁଟ କରି ନିର୍ବିଗ୍ନରେ ଖସି ଚାଲିଯାଇଛନ୍ତି।