ରାଜ୍ୟ

ଅନୁସଚିବଙ୍କ ଲକ୍ଷ୍ମୀପୁର ଗସ୍ତ: ବିଭିନ୍ନ କାର୍ଯ୍ୟ ସମୀକ୍ଷା, ୨୨ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବାକୁ ଦାବି

ଅନୁସଚିବଙ୍କ ଲକ୍ଷ୍ମୀପୁର ଗସ୍ତ: ବିଭିନ୍ନ କାର୍ଯ୍ୟ ସମୀକ୍ଷା, ୨୨ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବାକୁ ଦାବି

ଶେରଗଡ,୪।୫(ଡି.ଏନ୍‌.ଏ.): ଶେରଗଡ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମକୁ ଅଣ୍ଡର ସେକ୍ରେଟେରୀ(ଅନୁ ସଚିବ) ସନ୍ତୋଷ କୁମାର ମିଶ୍ର ପରିଦର୍ଶନରେ ଆସି କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଲକ୍ଷ୍ମୀପୁର କୋଠଘର ସମ୍ମୁଖରେ ଅନୁଷ୍ଠିତ ଏକ ବୈଠକରେ ମିଶ୍ର ଯୋଗଦେଇ କେନ୍ଦ୍ର ସରକାରଙ୍କ ୭ଟି ଯୋଜନାର ସଫଳ ରୂପାୟନ ଦିଗରେ ଲୋକମାନଙ୍କୁ ପଚାରି ବୁଝିଥିଲେ।

ଭିଜିଲାନ୍ସ ଜାଲରେ  କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନ,୪।୫(ଡି.ଏନ.ଏ.)- ଭୁବନ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ସ୍ବାଇଁ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ବମିଖାଲ ଓଭରବ୍ରିଜ୍‌ ଭୁଷୁଡିବା ଘଟଣା: ପୂର୍ତ୍ତ ସଚିବଙ୍କୁ ଭାଜପାର ଟାର୍ଗେଟ

ବମିଖାଲ ଓଭରବ୍ରିଜ୍‌ ଭୁଷୁଡିବା ଘଟଣା: ପୂର୍ତ୍ତ ସଚିବଙ୍କୁ ଭାଜପାର ଟାର୍ଗେଟ

ଭୁବନେଶ୍ୱର, ୪।୫(ବ୍ୟୁରୋ): ବମିଖାଲ ଓଭରବ୍ରିଜ୍‌ ଭୁଷୁଡିବା ଘଟଣାରେ ଭାଜପା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ରାଜନେତା, ଅଫିସର ଏବଂ ଠିକାଦାରଙ୍କ ଅସାଧୁମେଣ୍ଟ ଫଳରେ ଏହିଭଳି ଦୁର୍ଘଟଣା ବାରମ୍ବାର ହେଉଛି। ଶ୍ରମିକ ହେଉ ବା ସାଧାରଣ ଜନତା କାହାର ଜୀବନପ୍ରତି ସରକାର ସଚେତନ ନୁହନ୍ତି।

ବାଇକ୍‌ ଧକ୍କାରେ ଖବରଦାତା ଗୁରୁତର

ବାଇକ୍‌ ଧକ୍କାରେ ଖବରଦାତା ଗୁରୁତର

ଘସିପୁରା,୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୭ ନଂ ଓାର୍ଡ଼ ବ୍ଲକ ଛକ ନିକଟରେ ଶୁକ୍ରବାର ବାଇକ୍‌ ଧକ୍କାରେ ଜଣେ ଖବରଦାତା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଆନନ୍ଦପୁର ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଡି’ ଲିଙ୍କ୍‌ ନେଇ ଖୋଳତାଡ଼: ଧର୍ମଶଳା ବିଧାୟକକୁ ଇଡିର ସମନ

ଡି’ ଲିଙ୍କ୍‌ ନେଇ ଖୋଳତାଡ଼: ଧର୍ମଶଳା ବିଧାୟକକୁ ଇଡିର ସମନ

କଟକ ଅଫିସ/ଭୁବନେଶ୍ୱର (ବ୍ୟୁରୋ), ୪।୫: ଧଳ ସାମନ୍ତ ଭ୍ରାତାଙ୍କ ସହ ସମ୍ପର୍କ (ଡି’ ଲିଙ୍କ୍‌) ନେଇ ହରଡ଼ଘଣାରେ ପଡିଛନ୍ତି ଯାଜପୁର ଜିଲା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ। ଏଥିପାଇଁ ତାଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇଛି। ଆସନ୍ତା ୭ ତାରିଖରେ ଇଡ଼ି ଅଫିସରେ ହାଜର ହେବା ପାଇଁ ତାଙ୍କୁ ନୋଟିସରେ କୁହାଯାଇଛି।

ଓଭରବ୍ରିଜ୍‌ ଭୁଷୁଡିବା ଘଟଣା: ଫୋରେନ୍‌ସିକ୍‌ ଟିମ୍‌ର ତଦନ୍ତ

ଓଭରବ୍ରିଜ୍‌ ଭୁଷୁଡିବା ଘଟଣା: ଫୋରେନ୍‌ସିକ୍‌ ଟିମ୍‌ର ତଦନ୍ତ

ଭୁବନେଶ୍ୱର, ୪।୫ (ବ୍ୟୁରୋ): ବମିଖାଲ ଓଭରବ୍ରିଜ୍‌ ଭୁଷୁଡିବା ଘଟଣାର ୧୫ ଘଣ୍ଟା ପରେ ଫୋରେନ୍‌ସିକ୍‌ ଟିମ୍‌ର ୮ ଜଣ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କେଉଁ କାରଣରୁ ଗୁରୁବାର ରାତିରେ କାମ ଚାଲିଥିବା ବେଳେ ରେଲିଂ ଭୁଶୁଡିଲା।

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରାୟଗଡା ଅଫିସ,୪।୫: ରାୟଗଡା ସହରର ରେଳ ଷ୍ଟେଶନଠାରୁ ପ୍ରାୟ ୨ଶହ ମିଟର ଦୂର ରେଳଧାରଣା ପାର୍ଶ୍ୱସ୍ଥ ଏକ ଗଛରୁ ଶୁକ୍ରବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପକେଟରୁ ୬,୮୩୧ଟଙ୍କା ଜବତ କରାଯାଇଛି। ଯୁବକଙ୍କ ବାମ ହାତ ଶିର କଟି ରକ୍ତ ବୋହୁଥିବା ବେଳେ ତାଙ୍କ ବାମ ଗୋଡ ପାଦ ପାଖରେ କ୍ଷତ ଥିବା ଦେଖାଯାଇଛି।

କୁଆଁଝରଣ ଘାଟିରେ ଦୁର୍ଘଟଣା: ସ୍ବାମୀ, ସ୍ତ୍ରୀ ଗୁରୁତର

କୁଆଁଝରଣ ଘାଟିରେ ଦୁର୍ଘଟଣା: ସ୍ବାମୀ, ସ୍ତ୍ରୀ ଗୁରୁତର

କେନ୍ଦୁଝର,୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ନରଣପୁର-ହରିଚନ୍ଦନପୁର ରାସ୍ତାର କୁଆଁଝରଣ ଘାଟିରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର କାର୍‌କୁ ଧକ୍କା ଦେବା ଫଳରେ କାରରେ ଥିବା ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ଏଥିରୁ ସେମାନଙ୍କର ୪ ବର୍ଷର ଶିଶୁଟି ରକ୍ଷା ପାଇଯାଇଛି।

ନାବାଳିକାଙ୍କୁ ବଳାତ୍କାର, ବୃଦ୍ଧ ଗିରଫ

ବଡ଼ଗାଁ,୪।୫(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଞ୍ଚଳର ଜଣେ ୧୧ ବର୍ଷୀୟ ନାବାଳିକାଙ୍କୁ ୨ ତାରିଖ ସାରେ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ କାଲୁସ ସାଙ୍ଗା (୬୦)ଙ୍କୁ ଗିରଫ କରିଛି। କାଲୁସଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। କାଲୁସ ନାବାଳିକାଙ୍କୁ ଘର ନିକଟ ନାଳ ବନ୍ଧକୁ ଉଠାଇ ନେଇ ବଳାତ୍କାର କରିଥିବା ଅଭିଯୋଗ

ମାଧିଆଖୋଲ ଗାଁ: ନାମଫଳକରେ ହିଁ ସୀମିତ ବିକାଶ

ମାଧିଆଖୋଲ ଗାଁ: ନାମଫଳକରେ ହିଁ ସୀମିତ ବିକାଶ

ରାୟଗଡ (ଗଜପତି), ୪।୫(ଡି.ଏନ୍‌.ଏ)-ଆନ୍ଧ୍ର-ଓଡିଶାର ସୀମାନ୍ତରେ ଥିବା ଗଜପତି ଜିଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ମାଧିଆଖୋଲ ଗ୍ରାମକୁ ଅନୁପ୍ରବେଶ ଉଦ୍ୟମ ଚଳାଇଛନ୍ତି ଆନ୍ଧ୍ର ସରକାର। ଏହା ଗଜପତି ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନର ନିଦ ଭାଙ୍ଗିଛି। ଗତମାସ ୧୪ତାରିଖରେ ଜିଲାପାଳ ଅନୁପ ଶାହା ଉକ୍ତ ଗ୍ରାମକୁ ଯାଇ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାୟଗଡ ବିଡିଓ ନୃସିଂହ ଚରଣ ସେଠୀ ସେଠାକୁ ଯାଇ ପାନୀୟଜଳ ଯୋଗାଣ ଲାଗି ପଦକ୍ଷେପ ନେଇଥିଲେ। ସେହିପରି ଉକ୍ତ ଗ୍ରାମର ନାମଫଳକ ଲଗାଯାଇଥିଲା। ଫଳରେ ଏଠାକାର ବାସିନ୍ଦାଙ୍କ ମନରେ ନୂଆ ଆଶା ଓ ସ୍ବପ୍ନ ଉଜ୍ଜିବୀତ ହୋଇଥିଲା। ସେମାନେ ଭାବିଥିଲେ, ଏଥର ଆଉ ଆନ୍ଧ୍ରର ଲୋଭନୀୟ ଫାଶରେ ଫସିବାକୁ ପଡ଼ିବନି କି ଓଡ଼ିଶା ସରକାରଙ୍କ ଅବହେଳାର ଶିକାର ହେବାକୁ ପଡ଼ିବନି। ଖୁବ୍‌ଶିଘ୍ର ମୌଳିକ ସମସ୍ୟା ଦୂର ହେବା ସହ ବିଭିନ୍ନ ସରକାରୀ ଯୋଜନାରେ ସୁବିଧା ମିଳିବ। ମାତ୍ର ଏପର୍ଯ୍ୟନ୍ତ ଏଠାକାର ଅବ୍ୟବସ୍ଥାର ଚିତ୍ର ବଦଳି ପାରିନାହିଁ। କେବଳ ନାଫଳକରେ ହିଁ ଉନ୍ନୟନ କାର୍ଯ୍ୟ ସୀମିତ ରହିଛି।

ଡାଲିଆକୁଜି ପଞ୍ଚାୟତ କାର୍ଯ୍ୟାଳୟ ବିବାଦ: ସ୍ଥାନ ପ୍ରଦାନ କରିବାକୁ ଜିଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାୟଗଡା ଅଫିସ୍‌, ୪।୫- ଗତବର୍ଷ ପଞ୍ଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାୟଗଡା ଜିଲାରେ ୧୧ଟି ପଞ୍ଚାୟତ ବୃଦ୍ଧି ଘଟିଲା । ୧୭୧ରୁ ପଞ୍ଚାୟତ ସଂଖ୍ୟା ଯାଇ ପହଞ୍ଚତ୍ଲା ୧୮୨ରେ । ଇତି ମଧ୍ୟରେ ୧ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଗୋଟିଏ ସ୍ଥାନରେ ବି ନୂତନ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ କୋଠା ନିର୍ମାଣ ହୋଇନାହିଁ । ଯଦ୍ୱାରା ପଞ୍ଚାୟତର ଦୈନନ୍ଦିନ କାର୍ଯ୍ୟରେ ବ୍ୟାଘାତ ଘଟୁଛି । ଆଉ ନୂତନ ପଞ୍ଚାୟତ କାର୍ଯ୍ୟାଳୟକୁ ନେଇ ବିଷମକଟକ ବ୍ଲକ୍‌ ଡାଲିଆକୁଜିଠାରେ ୧ ବର୍ଷ ହେବ ଲାଗି ରହିଛି ବିବାଦ । ଏନେଇ ୬ ନମ୍ବର ୱାର୍ଡର ସଭ୍ୟ ରାମେୟା ମିଣିଆକା ଓ ୫ ନମ୍ବର ୱାର୍ଡର ସଭ୍ୟା ସୀତା କାଚିମା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଜୟପୁର ପୌରାଞ୍ଚଳ: ଭୂମିହୀନଙ୍କ ପାଇଁ ସ୍ଥାୟୀ ପଟ୍ଟା ଦାବି

ଜୟପୁର,୪।୫(ନି.ପ୍ର.):ଜୟପୁର ପୌରାଞ୍ଚଳରେ ଦୀର୍ଘଦିନ ଧରି ସରକାରୀ ଜମିରେ ବସବାସ କରୁଥିବା ଭୂମିହୀନ ପରିବାରଙ୍କୁ ସ୍ଥାୟୀ ପଟ୍ଟା ଦେବା ସହ ସେମାନଙ୍କୁ ଉପଯୁକ୍ତ ଥଇଥାନ କରିବା ପାଇଁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି। ବିଧାନସଭାରେ ସେ କହିଥିଲେ ଯେ, ସହରାଞ୍ଚଳ ଭୂମିହୀନଙ୍କ ପାଇଁ ଜମି ଜବରଦଖଲ ପ୍ରତିରୋଧ ଆଇନ ଓ ଓଡ଼ିଶା ଜମିଜମା ବନ୍ଦୋବସ୍ତ ଆଇନ ରହିଛି। ବିଭିନ୍ନ ସମୟରେ ପେଟପାଟଣା ପାଇଁ ସହରକୁ ଆସି ସରକାରୀ ଜମିରେ କୁଡ଼ିଆ କରି ରହୁଥିବା ପରିବାରକୁ ସ୍ଥାୟୀ ପଟ୍ଟା ଦେବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ଏକ ରାୟରେ ଦର୍ଶାଇଛନ୍ତି। ସମ୍ବିଧାନ ଅନୁସାରେ ବଞ୍ଚତ୍ବା ଏକ ମୌଳିକ ଅଧିକାର। ବିଭିନ୍ନ ସହରାଞ୍ଚଳରେ ଭୂମିହୀନ ଓ ବାସହୀନ ପରିବାରକୁ ଭୂମି କିମ୍ବା ବାସଗୃହ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଆଇନ କରିଛନ୍ତି। ଏହି ଆଧାରରେ ତୁରନ୍ତ ଜୟପୁରର ବାସହୀନ ପରିବାରକୁ ଜମି ଯୋଗାଇଦେବା ପାଇଁ ବାହିନୀପତି ଦାବି କରିଥିଲେ। ଏହାସହ ବର୍ତ୍ତମାନ ସୁଦ୍ଧା ଏ ଦିଗରେ ସରକାର କି ପଦକ୍ଷେପ ନେଇଛନ୍ତି, ନିର୍ଦ୍ଦିଷ୍ଟ ଭାବେ କେବେ ସୁଦ୍ଧା ସେମାନଙ୍କୁ ଭୂମି ଓ ଗୃହ ଯୋଗାଇ ଦିଆଯିବ ତା’ ସ୍ପଷ୍ଟ କରିବାକୁ ମଧ୍ୟ ସେ ଦାବି ରଖିଥିଲେ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ:ଫଲୋଅପ୍‌ ଚିକିତ୍ସା ପାଇଁ ଆସିଲେ ରୀମା,ଆଖିକୁ ଭଲ ଦିଶୁନି, କାନକୁ କମ୍‌ ଶୁଭୁଛି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ:ଫଲୋଅପ୍‌ ଚିକିତ୍ସା ପାଇଁ ଆସିଲେ ରୀମା,ଆଖିକୁ ଭଲ ଦିଶୁନି, କାନକୁ କମ୍‌ ଶୁଭୁଛି

କଟକ ଅଫିସ, ୪।୫- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ରୀମା ସାହୁ ଗୁରୁବାର ଫଲୋଅପ୍‌ ଚିକିତ୍ସା ପାଇଁ ଏସ୍‌ସିବି ଆସିଥିଲେ। ପ୍ଲାଷ୍ଟିକ୍‌ ସର୍ଜରି, ଇଏନ୍‌ଟି ଓ ଚକ୍ଷୁ ବିଭାଗରେ ରୀମା ଡାକ୍ତରଙ୍କ ପରାମର୍ଶ କରିଥିଲେ। ରୀମାଙ୍କ ବାମ ଆଖିକୁ ଭଲ ଦିଶୁ ନ ଥିବାବେଳେ ବାମ କାନକୁ କମ୍‌ ଶୁଭୁଛି। ତେଣୁ ଆଖି ଓ କାନର ଚିକିତ୍ସା କରିବା ପରେ ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ଯାଇଥିଲେ। ସେଠାରେ ବୋମା ବିସ୍ଫୋରଣ ଯୋଗୁ ଶରୀରରେ ସୃଷ୍ଟି ହୋଇଥିବା ଦାଗଗୁଡ଼ିକୁ ହଟାଇବା ପାଇଁ ଚିକିତ୍ସା ଆରମ୍ଭ କରାଯାଇଛି। ଏଥିପାଇଁ ରୀମାଙ୍କୁ କେତେକ ଇଞ୍ଜେକ୍‌ସନ ଦିଆଯାଇଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗର ସହଯୋଗୀ ପ୍ରଫେସର ବିଭୁତି ଭୂଷଣ ନାୟକ ସୂଚନା ଦେଇଛନ୍ତି। ଆଉ ୧ ମାସ ପରେ ପୁନର୍ବାର ରୀମା ଫଲୋଅପ୍‌ ଚିକିତ୍ସାରେ ଆସିବା ପାଇଁ ପରାମର୍ଶ ଦିଆଯାଇଥିବା ଡାକ୍ତର ନାୟକ ସୂଚନା ଦେଇଛନ୍ତି।

ସାଲେପୁର ଶିଶୁକନ୍ୟା ବଳାତ୍କାର, ହତ୍ୟା ମାମଲା:ଘଟଣାସ୍ଥଳ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ଆଇଜି,ନିଯୁକ୍ତ ହେଲେ ସ୍ବତନ୍ତ୍ର ପିପି

କଟକ ଅଫିସ, ୪।୫- ସାଲେପୁର ୬ ବର୍ଷିଆ ଶିଶୁକନ୍ୟା ବଳାତ୍କାର ଓ ହତ୍ୟା ମାମଲାରେ ସମସ୍ତ ତଦନ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ଗୁରୁବାର ଅପରାହ୍ନରେ ଘଟଣାସ୍ଥଳକୁ ଆଇଜି ପ୍ରିୟଦର୍ଶୀ ଓ ଗ୍ରାମାଞ୍ଚଳ ଏସ୍‌ପି ମାଧବ ଚନ୍ଦ୍ର ସାହୁ ପରିଦର୍ଶନରେ ଯାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବା ପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଯୋଗାଡ଼ କରିବାକୁ ସାଲେପୁର ଏସ୍‌ଡିପିଓ ଓ ଥାନା ଅଧିକାରୀଙ୍କୁ ଆଇଜି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାର ପରିଚାଳନା ପାଇଁ ସ୍ବତନ୍ତ୍ର ପିପି ଏ.କେ. ନାୟକଙ୍କୁ ନିଯୁକ୍ତ କରାଯାଇଛି। ଶୀଘ୍ର ଚାର୍ଜଶିଟ ଦାଖଲ ହେବ। ଏଥିନିମନ୍ତେ ସମସ୍ତ କାର୍ଯ୍ୟ ଚାଲିଛି ବୋଲି ଆଇଜି ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ନମୁନାର ଡିଏନ୍‌ଏ ଟେଷ୍ଟ ପାଇଁ ରାଜ୍ୟ ଫୋରେନ୍‌ସିକ ସାଇନ୍ସ ଲାବୋରେଟୋରି (ଏଫ୍‌ଏସ୍‌ଏଲ୍‌)କୁ ପଠାଯାଇଛି। ଫିଙ୍ଗରପ୍ରିଣ୍ଟ ଯାଞ୍ଚ ପାଇଁ ଏଫ୍‌ଏସ୍‌ଏଲ୍‌କୁ ପଠାଯାଇଥିବା ସୂଚନା ମିଳିଛି। ନୂଆ ଅପରାଧ ଅଧ୍ୟାଦେଶ ଅନୁଯାୟୀ ଏହି ଘଟଣାକୁ ପୋଲିସ ରେଡ୍‌ଫ୍ଲାଗ ମାମଲାରେ ଅନ୍ତଭୁକ୍ତ କରି ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିଛି। ସମଗ୍ର ଘଟଣାର ଅନୁଧ୍ୟାନ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଉଛି। କ୍ରାଇମବ୍ରାଞ୍ଚର ଏକ ଟିମ୍‌ ସାଲେପୁରକୁ ଯାଇ ଘଟଣାର ତଦନ୍ତ ପ୍ରକ୍ରିୟାକୁ ଯାଞ୍ଚ କରିଛି।

ସିଏମ୍‌ସି ବର୍ଜ୍ୟବସ୍ତୁ ଟେଣ୍ଡର ମାମଲା:ରହିତାଦେଶ ବଳବତ୍ତର ରଖିଲେ ହାଇକୋର୍ଟ

କଟକ ଅଫିସ, ୪।୫- କଟକ ମହାନଗର ନିଗମ (ସିଏମ୍‌ସି) ବର୍ଜ୍ୟବସ୍ତୁ ଟେଣ୍ଡର ଉପରେ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରଖିଛନ୍ତି ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଟେଣ୍ଡର ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୭ ତାରିଖକୁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ସୂଚନାଥାଉକି, ସିଏମ୍‌ସିର ବର୍ଜ୍ୟବସ୍ତୁ ଟେଣ୍ଡରକୁ ଚ୍ୟାଲେଞ୍ଜ କରି ଜାଗୃତି ୱେଲଫେୟାର ଅର୍ଗାନାଇଜେଶନ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏଥିସହ ସିଏମ୍‌ସି କର୍ପୋରେଟର ଗିରିବାଳା ବେହେରାଙ୍କ ପକ୍ଷରୁ ମଧ୍ୟ ଅନ୍ୟ ଏକ ମାମଲା ରୁଜୁ ହୋଇଥିଲା। ସିଏମ୍‌ସିର ବର୍ଜ୍ୟବସ୍ତୁ ଟେଣ୍ଡରକୁ ଆବେଦନକାରୀ ଦ୍ୱୟ ଚ୍ୟାଲେଞ୍ଜ କରିଥିଲେ। ଉକ୍ତ ଟେଣ୍ଡରକୁ ରଦ୍ଦ କରିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଥିଲା।

ଗଛମୂଳେ ପାଠ ପଢ଼ୁଛନ୍ତି କୋମଳମତି ଶିଶୁ

ରସୁଲପୁର,୪।୫(ଡିଏନଏ):ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ପଞ୍ଚାୟତର ସରବଣା ଗ୍ରାମର ପାଇକରାପୁର-୨ ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହଟିଏ ନିର୍ମାଣ ହୋଇପାରିଲା ନାହିଁ। ଦୀର୍ଘଦିନ ଧରି ଏ ନେଇ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ ହୋଇଆସୁଛି। ମାତ୍ର ଏ ଦିଗରେ ଜନପ୍ରତିନିଧି ଓ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଫଳରେ କୋମଳମତି ଶିଶୁମାନେ ଗଛମୂଳେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି।

ନାବାଳିକାକୁ ବଳାତ୍କାର ମାମଲା: ଯୁବକ ଗିରଫ

ନାବାଳିକାକୁ ବଳାତ୍କାର ମାମଲା: ଯୁବକ ଗିରଫ

ନୟାଗଡ଼ ଅଫିସ/ରଣପୁର(ସ୍ବ.ପ୍ର.),୪।୫-ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ଖଇରପଲ୍ଲୀ ପଞ୍ଚାୟତରେ ଜଣେ ନାବାଳିକା(୧୦)ଙ୍କୁ ବଳାତ୍କାର କରି ଫେରାର ଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ଖଇରପଲ୍ଲୀ ପଞ୍ଚାୟତ ତାରିଆ ଗ୍ରାମର କାଠିଆ ନାଏକ (୨୬)। କାଠିଆଙ୍କୁ ଗୁରୁବାର ଖୋର୍ଦ୍ଧା ଜିଲା କଳାପଥର ନିକଟରେ ଥିବା କୋଟସିଙ୍ଗା ଗ୍ରାମରେ ଚଢ଼ାଉ କରି ପୋଲିସ ଗିରଫ କରିଥିଲା। ପ୍ରକାଶ ଯେ ନାବାଳିକାଙ୍କୁ କାଠିଆ ବଳାତ୍କାର କରିଥିବା ସୁନାଖଳା ଫାଣ୍ଡିରେ ୨୯ ତାରିଖରେ ଅଭିଯୋଗ ହୋଇଥିଲା। ଉକ୍ତ ଦିନ ଅପରାହ୍ନରେ ନାବାଳିକା ଜଣଙ୍କ ବାହାରକୁ ଶୌଚ ହେବା ପାଇଁ ଯାଇଥିବାବେଳେ ଯୁବକ ଜଣଙ୍କ ନାବାଳିକାଙ୍କୁ କୋଳି ଦେବା ବାହାନାରେ ବୁଦାମୂଳକୁ ଡ଼ାକି ନେଇ ବଳାତ୍କାର କରିଥିଲେ। ଏ ନେଇ ରଣପୁର ଥାନାରେ ୮୧/୧୭ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଗିରିଜା ଶଙ୍କର ରଥ ପ୍ରକାଶ କରିଛନ୍ତି। ସେହିଭଳି ଯୁବକଙ୍କ ଡାକ୍ତରୀମାଇନା କରାଯାଇଥିବା ବେଳେ ଶୁକ୍ରବାର କୋର୍ଟଚାଲାଣ କରାଯିବ ବୋଲି ପ୍ରକାଶ କରିଥିଲେ।

ଦୁର୍ଘଟଣାରେ ବାଇକ୍‌ ଆରୋହୀ ମହିଳା ମୃତ

ଓଡ଼ଗାଁ,୪।୫(ସ୍ବ.ପ୍ର.)-ଓଡଗଁ। ସଦର ବିଜ୍ଞାପିତ ଅଞ୍ଚଳ ଉପକଣ୍ଠ ସିନେମା ହଲ ଛକରେ ଏକ ବାଇକକୁ ପଛରୁ ଧକ୍କା ଦେଲା ଅନ୍ୟ ଏକ ବାଇକ । ପଛ ବାଇକ ଧକ୍କାରେ ଆଗ ବାଇକରେ ବସିଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ଓଡଗଁ। ଥାନା ମହୁଲିଆ ଗ୍ରାମର ଗୀତାଞ୍ଜଳି ନାହାକ(୪୨) । ସକାଳ ପ୍ରାୟ ସାଢେ ଦଶଟାରେ ଓଡଗଁ। ଥାନା ନନ୍ଦିଘୋର ନିକଟସ୍ଥ ମହୁଲିଆ ଗ୍ରାମର ଆନନ୍ଦ ନାହାକ(୫୦), ସ୍ତ୍ରୀ ଗୀତାଞ୍ଜଳି(୪୨) ଓ ପୁଅ ବିଜୁ ନାହାକ(୨୩)ଙ୍କ ସହିତ ଏକ ହିରୋ ବାଇକ(ନଂ.ଓଆର୨୫ସି୪୧୭୯)ରେ ବସି ଗଞ୍ଜାମ ଜିଲା କୁମ୍ପାପଡା ଗ୍ରାମରୁ ନିଜ ଗ୍ରାମକୁ ଫେରୁଥିଲେ । ହେଲେ ଘଟଣାସ୍ଥଳରେ ଓଡି୦୨ଇ୦୬୯୦ ନମ୍ବର ବିଶିଷ୍ଟ ହିରୋ ଇଗ୍ନିନେଟର ବାଇକ ଦ୍ରୁତ ଗତିରେ ଆସି ଗୀତାଞ୍ଜଳି ବସିଥିବା ବାଇକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ଗୀତାଞ୍ଜଳି ବାଇକରୁ ଖସି ତଳେ ପଡିଯାଇଥିଲେ । ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଓଡ଼ଗାଁ ପୋଲିସ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିବା ସହିତ ଏ ନେଇ ଏକ ମାମଲା ରୁଜୁ କରିଛି । ପୋଲିସ ଉଭୟ ବାଇକ ଜବତ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀ ଚତୁରତାର ସହିତ ଖସି ଫେରାର ହୋଇଯାଇଛନ୍ତି ।

ମାଉଜର ଦେଖାଇ ଯାତ୍ରୀବାହୀ ବସ୍‌ ଲୁଟ୍‌ ଉଦ୍ୟମ

ମାଉଜର ଦେଖାଇ ଯାତ୍ରୀବାହୀ ବସ୍‌ ଲୁଟ୍‌ ଉଦ୍ୟମ

ଓଡ଼ଗାଁ,୪।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଥାନା ଓ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବନ୍ଧାଭୂମି-ବେରୁଆଁବାରି ମଝିରେ ଥିବା ଗୋଲା ପଡିଆରେ ଗୁରୁବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସକୁ ମାଉଜର ଦେଖାଇ ଲୁଟ୍‌ ଉଦ୍ୟମ କରାଯାଉଥିବାବେଳେ ତାହା ବିଫଳ ହୋଇଛି । ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ମାଉଜର ଛଡାଇ ଆଣିବାରୁ ଲୁଟେରା ପଳାଇଯାଇଥିଲେ। ପ୍ରାୟ ୬ଟାରେ ଭୁବନେଶ୍ୱରରୁ ବାହାଡ଼ାଝୋଲା ଦେଇ ପଡୋଶୀ ଗଞ୍ଜାମ ଜିଲା କାଦୁଆକୁ ଯାଉଥିବା ଅମ୍ବିକା ନାମକ ଯାତ୍ରୀବାହୀ ବସ ଡ୍ରାଇଭରଙ୍କୁ ଗୋଲା ପଡିଆଠାରେ ବାଇକରେ ବସିଥିବା ଜଣେ ଦୁର୍ବୃତ୍ତ ମାଉଜର ଦେଖାଇ ଅଟକାଇବାକୁ ଉଦ୍ୟମ କରିଥିଲେ ।

ଖଟାପାଣିରେ ମିଶୁଛି ସାଇଟ୍ରିକ ଏସିଡ୍‌

ଖଟାପାଣିରେ ମିଶୁଛି ସାଇଟ୍ରିକ ଏସିଡ୍‌

କେନ୍ଦ୍ରାପଡା ଅଫିସ,୪।୫:ଗୁପଚୁପ ବା ଗୋଲଗପ୍ପା ବ୍ୟବସାୟ କେନ୍ଦ୍ରାପଡା ସହର ସମେତ ଗ୍ରାମାଞ୍ଚଳରେ ବେଶ ଆଦୃତ ହେଉଛି । ଅପରାହ୍ନ ହେଲେ ସହରର ଛକଗୁଡିକରେ ଗୁପଚୁପ ବ୍ୟବସାୟୀଙ୍କ ପସରା ମେଲୁଛି । ଏଥିସହିତ ବିଭିନ୍ନ ୱାର୍ଡର ଗଳିରେ ଏମାନଙ୍କୁ ଦେଖିବାକୁ ମିଳୁଛି । ଶିକ୍ଷାନୁଷ୍ଠାନ ନିକଟରେ ସକାଳୁ ସନ୍ଧ୍ୟା ଯାଏ ଏହି ବ୍ୟବସାୟ ଏକ ପ୍ରକାର କିଶୋରୀ କିଶୋରଙ୍କ ଆକର୍ଷଣ ସାଜିଥିବା ବେଳେ ଗୁପଚୁପ ଖାଇବା ପାଇଁ ପିଲାଙ୍କ ଠାରୁ ମହିଳା ପୁରୁଷ ଭିଡ ଲଗାଉଛନ୍ତି । ତେବେ ଗୁପଚୁପ କିପରି ତିଆରି ହେଉଛି ଓ ଏହା ଖାଇବା ଦ୍ୱାରା କ’ଣ ହେଉଛି, ସେ ସମ୍ପର୍କରେ ଖାଇବା ବ୍ୟକ୍ତିର ଆଗ୍ରହ ନ ଥାଏ । ପାଟି ସୁଆଦ ପାଇଁ ଗୁପଚୁପକୁ ସମସ୍ତେ ଆଦର କରନ୍ତି । ତେବେ ଏହି ବ୍ୟବସାୟର ମୁଖ୍ୟ ଆକର୍ଷଣ ଖଟାପାଣିକୁ ନେଇ ପରୀକ୍ଷାଗାରରେ ପରୀକ୍ଷା କଲେ ଏଥିରେ ସାଇଟ୍ରିକ ଏସିଡ ମିଶା ହେଉଥିବା ଜଣା ପଡିଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ମିର୍ଜା ବାବର ବେଗ ସୂଚନା ଦେଇଛନ୍ତି । ଯାହା ଏକ ପ୍ରକାର ବିଷ ଓ ସ୍ବାସ୍ଥ୍ୟହାନି କାରକ ବୋଲି ଡା. ବେଗ ପ୍ରକାଶ କରିବା ସହ ପେଟ ରୋଗ ବଢିବାର ଅନ୍ୟତମ କାରଣ ବୋଲି କହିଛନ୍ତି । ସହରର ଜନୈକ ଗୁପଚୁପ ବ୍ୟବସାୟୀ ହେଲେ ରମେଶ ।

୧. ୮୪ ଲକ୍ଷ ହେକ୍ଟରରେ ଚାଷ ଲକ୍ଷ୍ୟ

୧. ୮୪ ଲକ୍ଷ ହେକ୍ଟରରେ ଚାଷ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୪।୫:ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଗୁରୁବାର ଖରିଫ୍‌ ଚାଷ-୨୦୧୮ ପାଇଁ ଜିଲା କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଅଧ୍ୟକ୍ଷତା କରି ଚାଷୀ ଏବଂ ଚାଷର ଉନ୍ନତି ପାଇଁ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଜଳସେଚନ ସୁବିଧା ପାଇଁ ସମସ୍ତ ଅଚଳ ଉଠା ଜଳସେଚନ ପଏଣ୍ଟ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦକ୍ଷିଣକାଳୀ ମନ୍ଦିରରୁ ମୂଲ୍ୟବାନ ସାମଗ୍ରୀ ଚୋରି

ଦକ୍ଷିଣକାଳୀ ମନ୍ଦିରରୁ ମୂଲ୍ୟବାନ ସାମଗ୍ରୀ ଚୋରି

ସାତମାଇଲ, ୪।୫-ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅନ୍ତର୍ଗତ ଗୁଳେହି ଗ୍ରାମସ୍ଥିତ ଦକ୍ଷିଣକାଳୀ ମନ୍ଦିରରୁ ବୁଧବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ କଂସା, ପିତଳ, ଦାନବାକ୍ସ ସମେତ ବହୁ ମୂଲ୍ୟବାନ ଉପକରଣ ଚୋରି କରି ନେଇଯାଇଛନ୍ତି। ଗୁରୁବାର ମନ୍ଦିର ଆଖପାଖ ଅଞ୍ଚଳରେ ବିଭିନ୍ନ ସାମଗ୍ରୀ ପଡ଼ିଥିବା ଦେଖି ସନ୍ଦେହ ହୋଇଥିଲା। ପୂଜକ ମନ୍ଦିରକୁ ଯାଇ ଦେଖିବା ବେଳକୁ ଚୋରି ହୋଇଥିବା ସ୍ପଷ୍ଟ ହୋଇଥିଲା। ଏ ନେଇ ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ଥାନାରେ ନଂ. ୨୯/୧୮ରେ ମାମଲା ରୁଜୁ କରାଯାଇଛି। ଖବର ଲେଖାଯିବା ସୁଦ୍ଧା ଥାନାଧିକାରୀ ଆଶିଷ କୁମାର ଜେନା ସନ୍ଧାନୀ କୁକୁର ସହାୟତାରେ ଛାନ୍‌ଭିନ୍‌ ଜାରି ରଖିଛନ୍ତି।

୧ରୁ ମହିମା ପୁସ୍ତକ ମେଳା

୧ରୁ ମହିମା ପୁସ୍ତକ ମେଳା

ଢେଙ୍କାନାଳ ଅଫିସ, ୪।୫:ଆସନ୍ତା ଜୁନ୍‌ ୧ରୁ ୮ ତାରିଖ ଯାଏ ଢେଙ୍କାନାଳ ମିନି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ମହିମା ପୁସ୍ତକମେଳା। ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ଏହି ଅବସରରେ ବୁକ୍‌ବ୍ୟାଙ୍କ ଓ ଜିଲାସ୍ତରୀୟ ପାଠାଗାର ଖୋଲିବା ନେଇ ଆଲୋଚନା ହୋଇଥିଲା। ପୁସ୍ତକମେଳାରେ ୫୦ଟି ଷ୍ଟଲ ଖୋଲିବ। ଏଥିପାଇଁ ମେ ୨୦ ସୁଦ୍ଧା ପ୍ରକାଶନ ସଂସ୍ଥାସହ ଯୋଗାଯୋଗ କରାଯିବ। ଅପରାହ୍ନ ୪ଟାରୁ ରାତି ୯ଟା ଯାଏ ପୁସ୍ତକ ମେଳା ପରିସର ଖୋଲାରହିବ ବୋଲି ସ୍ଥିର କରାଯାଇଛି। ଅତିରିକ୍ତ ଜିଲାପାଳ ଅବନୀକାନ୍ତ ପଟ୍ଟନାୟକ, ଜିଲା ସଂସ୍କୃତି ଅଧିକାରୀ ଲକ୍ଷ୍ମୀଧର ରାଉତ, ଆଇନଜୀବୀ ଦୀପ୍ତୀଶ ପ୍ରସାଦ ପଟ୍ଟନାୟକ, ପ୍ରସନ୍ନ ପଟ୍ଟନାୟକ, ନିରଦାନନ୍ଦ ନନ୍ଦ, ଜିଲା ଓକିଲ ସଂଘ ସଭାପତି ଶିବସାଇ ମହାପାତ୍ର, ଜିଲା ସଂସ୍କୃତି ପରିଷଦ ସଭ୍ୟ ଶତ୍ରୁଘ୍ନ ମାଟି, ସତ୍ୟ ନାରାୟଣ କର, ଅଥୟ ସାହୁ, ଅଧ୍ୟାପକ ଡ. ପୁଷ୍ପଲତା ରଥ, ଗଣେଶ ବଜାର ପୂଜା କମିଟି ସମ୍ପାଦକ ବିଶ୍ୱନାଥ ବେହେରା, ଅମରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ପୁସ୍ତକ ମେଳାକୁ ସଫଳ କରାଇବାକୁ ନିଜସ୍ବ ମତ ଦେଇଥିଲେ।

ଡମ୍ପିଂୟାର୍ଡକୁ ଦେଲେ ପାର୍କ ରୂପ

ଡମ୍ପିଂୟାର୍ଡକୁ ଦେଲେ ପାର୍କ ରୂପ

ଢେଙ୍କାନାଳ ଅଫିସ,୪।୫:ନିଷ୍ଠାପର ଉଦ୍ୟମରେ କରାଯାଇଥିବା କୌଣସି କାର୍ଯ୍ୟ ବ୍ୟର୍ଥ ଯାଏନାହିଁ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଢେଙ୍କାନାଳ ସହରର ୪୫ ବର୍ଷୀୟ ସୁରେନ୍ଦ୍ର କୁମାର ସ୍ବାଇଁ ଓରଫ୍‌ ପପୁ । ତାଙ୍କ ଉଦ୍ୟମରେ ଭାଗୀରଥି ସାଗର ନୂଆପୋଖରୀ କୂଳର ପୂତ୍ତିଗନ୍ଧମୟ ପରିବେଶ ସବୁଜ ବନାନୀରେ ଝଲସୁଛି। ପୋଖରୀ କୂଳରେ ପାର୍କ ତିଆରି କରି ସେ ସହରବାସୀଙ୍କ ପାଇଁ ଅବସର ବିନୋଦନର ବାଟ ଖୋଲିଛନ୍ତି। ନୂଆପୋଖରୀ କୂଳରେ ଜମୁଥିବା ଆବର୍ଜନା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଥିଲା। ଏହାର ପ୍ରଭାବ ନିକଟରେ ଥିବା ଶ୍ରୀ ଆଖଣ୍ଡଳମଣି ମନ୍ଦିର ଉପରେ ପଡୁଥିଲା। ଏହାକୁ ସଫା ସୁତରା କରିବାକୁ ପ୍ରଥମେ ପପୁ ଲୋଡ଼ିଥିଲେ ପୌରସଂସ୍ଥାର ସହାୟତା। ହେଲେ ସେଠାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଲା। ପ୍ରଶାସନ ଖାଲି ହାତରେ ଫେରାଇଦେବା ପରେ ତାଙ୍କ ମୁଣ୍ଡରେ ପଶିଥିଲା ପାର୍କ ତିଆରି କରିବା ଚିନ୍ତା। ପ୍ରତିଦିନ ସେ ପୋଖରୀ କୂଳକୁ ଆସି ଅପରିଷ୍କାର ପରିବେଶ ସଜାଡ଼ିବାରେ ଲାଗି ପଡ଼ିଲେ। ପୋଖରୀ କୂଳରେ ବାଡ଼ ପକାଇଲେ। ସ୍ଥାନୀୟ ଏକ କେବୁଲ୍‌ ସଂସ୍ଥାରେ କାମ କରି ସଞ୍ଚତ୍ଥିବା ୨୫ ହଜାର ଟଙ୍କା ସେ ଏଥିରେ ଖର୍ଚ୍ଚ ମଧ୍ୟ କଲେ। ତାଙ୍କର ଏପରି ମହତ୍‌ କାର୍ଯ୍ୟ ଦେଖି ଅନେକ ବଦାନ୍ୟ ବ୍ୟକ୍ତି ବଢ଼ାଇଲେ ସହାୟତାର ହାତ।