ସମ୍ପାଦକୀୟ |

ନୋବେଲ ପୁରସ୍କାର ଓ ଭାରତ

ନୋବେଲ ପୁରସ୍କାର ଓ ଭାରତ

କମଳାକାନ୍ତ ଜେନା
ପ୍ରତିବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ଆସେ ନୋବେଲ-ଋତୁ। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଚିକିତ୍ସା ବିଜ୍ଞାନ, ଶାନ୍ତି ପ୍ରତିଷ୍ଠା ଓ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ନୋବେଲ ବିଜୟୀମାନଙ୍କର ନାମ ଘୋଷଣା କରାଯାଏ। ୧୯୦୧ ମସିହାରୁ ପ୍ରତିବର୍ଷ ସୁଇଡେନ ରସାୟନ ବିଜ୍ଞାନୀ ଆଲ୍‌ଫ୍ରେଡ୍‌ ନୋବେଲଙ୍କ ସ୍ମୃତିରେ ଏହି ଗୌରବମୟ ପୁରସ୍କାର ଦିଆଯାଇ ଆସୁଛି। ଏବେ ପ୍ରତ୍ୟେକ କ୍ଷେତ୍ର ପାଇଁ ପୁରସ୍କାର ସ୍ବରୂପ ୮୦ ଲକ୍ଷ ସୁଇଡେନ କ୍ରାଉନ୍‌ (୬୮୦ ଲକ୍ଷ ଟଙ୍କା), ସ୍ବର୍ଣ୍ଣପଦକ ଓ ଉପାଧିପତ୍ର ଦିଆଯାଉଛି। ନୋବେଲ ଋତୁ ସହିତ ବିଭିନ୍ନ ମହଲରେ ଭାରତୀୟ ବୈଜ୍ଞାନିକମାନଙ୍କର ଗବେଷଣାର ଗୁରୁତ୍ୱ ଓ କାର୍ଯ୍ୟଦକ୍ଷତାକୁ ନେଇ ଚର୍ଚ୍ଚା ଆରମ୍ଭ ହୁଏ। ମନେପଡେ ୧୯୨୧ ମସିହାର କଥା। ତେତିଶ ବର୍ଷର ଜଣେ ଭାରତୀୟ ଯୁବକ ୟୁରୋପ ଗସ୍ତ ସାରି ଜାହାଜରେ ନିଜ ଦେଶକୁ ଫେରୁଥିଲେ। ସାଗରର ନୀଳିମା ତାଙ୍କୁ ବିମୋହିତ କଲା ଓ ପ୍ରକୃତିର ରହସ୍ୟ ବୁଝିବା ପାଇଁ ସେ ମନ ବଳେଇଲେ। ସମୁଦ୍ର ଜଳର ନୀଳ ରଙ୍ଗ ଉପରେ ସେ ଗବେଷଣା ଆରମ୍ଭ କଲେ। ଦୀର୍ଘ ୭ ବର୍ଷ ପରେ ୧୯୨୮ ମସିହା ଫେବୃୟାରୀ ୨୮ରେ ସେ ସତ୍ୟ ଆବିଷ୍କାର କଲେ। ସେହି ମହାର୍ଘ ସତ୍ୟକୁ ଦୁଇ ବର୍ଷ ପରେ ୧୯୩୦ ମସିହାରେ ନୋବେଲ ସ୍ବୀକୃତି ମିଳିଲା। ଅଦ୍ୟାବଧି ଭାରତ ପାଇଁ ତାହା ହେଉଛି ପଦାର୍ଥ ବିଜ୍ଞାନରେ ଏକମାତ୍ର ନୋବେଲ ପୁରସ୍କାର। ସେହି ଗୌରବମୟ ନୋବେଲ ବିଜେତା ହେଉଛନ୍ତି ସାର ଚନ୍ଦ୍ରଶେଖର ଭେଙ୍କଟରମଣ। ଭାରତରେ ଜନ୍ମିତ ହରଗୋବିନ୍ଦ ଖୁରାନା (୧୯୬୮, ଚିକିତ୍ସାବିଜ୍ଞାନ), ସୁବ୍ରହ୍ମଣ୍ୟନ୍‌ ଚନ୍ଦ୍ରଶେଖର (୧୯୮୩, ପଦାର୍ଥ ବିଜ୍ଞାନ) ଓ ଭେଙ୍କଟରମଣ ରାମକ୍ରିଷ୍ଣନ୍‌ (୨୦୦୯, ରସାୟନ ବିଜ୍ଞାନ) ନୋବେଲ ପୁରସ୍କାର ପାଇଛନ୍ତି। କିନ୍ତୁ ଭାରତୀୟ ହିସାବରେ ନୁହେଁ, ଆମେରିକୀୟ ହିସାବରେ। ସତ କହିଲେ ସମ୍ପୂର୍ଣ୍ଣ ଭାରତୀୟ ଭାବରେ ୫ ଜଣ ନୋବେଲ ସମ୍ମାନ ଅର୍ଜନ କରିଛନ୍ତି। ସେମାନେ ହେଉଛନ୍ତି (ସି.ଭି. ରମଣଙ୍କୁ ଛାଡି) ରବୀନ୍ଦ୍ରନାଥ ଠାକୁର (୧୯୧୩, ସାହିତ୍ୟ), ମଦର ଟେରେସା (୧୯୭୯, ଶାନ୍ତି), ଅମର୍ତ୍ତ୍ୟ ସେନ୍‌ (୧୯୯୮, ଅର୍ଥନୀତି) ଓ କୈଳାସ ସତ୍ୟାର୍ଥୀ (୨୦୧୪, ଶାନ୍ତି)। ବିଜ୍ଞାନରେ ଭାରତକୁ ଦ୍ୱିତୀୟ ନୋବେଲ ପ୍ରସଙ୍ଗରେ ୨୦୧୬ ମସିହାରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଓ୍ବାଇ. ଏସ୍‌. ଚୌଧରୀଙ୍କ ମନ୍ତବ୍ୟ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ଆସନ୍ତା ୨୦୩୫ ମସିହା ସୁଦ୍ଧା ଜଣେ ଭାରତୀୟ କିପରି ବିଜ୍ଞାନରେ ନୋବେଲ ପୁରସ୍କାର ପାଇପାରିବେ, ସରକାର ତା’ର ଯୋଜନା କରୁଛନ୍ତି ବୋଲି ସେ ଘୋଷଣା କରିଥିଲେ। ଅବଶ୍ୟ ଏମିତି ଘୋଷଣା ସହିତ ଆମ ଦେଶର ପ୍ରଯୁକ୍ତି ସୂଚନା, ପୂର୍ବାନୁମାନ ଓ ନିର୍ଦ୍ଧାରଣ ପରିଷଦ (ଟାଇଫାକ୍‌) ଦେଇଥିବା ଏକ ରିପୋର୍ଟର ସାମଞ୍ଜସ୍ୟ ରହିଛି। ଗତ ଜାନୁୟାରୀ ୨୦୧୬ରେ ୧୦୩ତମ ଇଣ୍ଡିଆନ୍‌ ସାଇନ୍ସ କଂଗ୍ରେସରେ ଉନ୍ମୋଚିତ ଟାଇଫାକ୍‌ର ଏହି ରିପୋର୍ଟ ‘ଟେକ୍‌ନୋଲୋଜି ଭିଜନ-୨୦୩୫’ରେ ବିଜ୍ଞାନରେ ଭାରତୀୟ ଗବେଷଣାର ଅନ୍ତର୍ଜାତୀୟ ସ୍ବୀକୃତି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏକଥା ସତ ଯେ, ବିଜ୍ଞାନରେ ଦ୍ୱିତୀୟ ନୋବେଲ ଆମ ଦେଶର ସବୁ ସମସ୍ୟାର ସମାଧାନ କରିପାରିବ ନାହିଁ। କିନ୍ତୁ ଦେଶ ପାଇଁ ଯଥେଷ୍ଟ ସମ୍ମାନ ଓ ଖ୍ୟାତି ଆଣିଦେବ। ଏହା ଆମର ଯୁବବିଜ୍ଞାନୀମାନଙ୍କୁ ଉତ୍ସାହିତ କରିବ। ମାତ୍ର ଏଥିପାଇଁ ଆବଶ୍ୟକ ସମ୍ପୂର୍ଣ୍ଣ ମୌଳିକ ଓ ନୂତନ ଚିନ୍ତାଧାରା ସମ୍ପନ୍ନ ଗବେଷଣା। ଆଲୋକର ବିଚ୍ଛୁରଣ ଉପରେ ଗବେଷଣା କରି ରମଣ ନୋବେଲ ପୁରସ୍କାର ପାଇଥିଲେ। ସେତେବେଳେ ଏହା ଉପରେ ଅନେକ ଗବେଷଣା ସରିଥିଲା। କିନ୍ତୁ ଭେଙ୍କଟ ରମଣଙ୍କ ଗବେଷଣାରେ ନୂତନତ୍ୱ ଓ ମୌଳିକତା ଥିଲା। ସେତେବେଳେ ମାତ୍ର ୨୦୦ ଟଙ୍କାର ଉପକରଣ ବ୍ୟବହାର କରି ରମଣ କରିଥିବା ଏହି ଅନନ୍ୟ ମୌଳିକ ଆବିଷ୍କାର ପୃଥିବୀବାସୀଙ୍କୁ ଆଚମ୍ବିତ କରିଥିଲା। ତାଙ୍କର ମୌଳିକ ଗବେଷଣା ଫଳକୁ ନୋବେଲ କମିଟି ସମ୍ମାନିତ କରିଥିଲା। ରମଣ ପ୍ରମାଣ କରିଦେଲେ, ବୈଜ୍ଞାନିକ ହେବା ପାଇଁ ବଡ ବଡ ଯନ୍ତ୍ରପାତି ଜରୁରୀ ନୁହେଁ। ବିଦେଶ ଯିବାର ନିହାତି ଆବଶ୍ୟକତା ନାହିଁ। ଦୃଢ ମନୋବଳ ସାଙ୍ଗକୁ ଏକାଗ୍ରତା ହିଁ ସିଦ୍ଧି ଆଣିଦିଏ। ଆମର ଗବେଷକମାନେ ନିଜର ପଦୋନ୍ନତି ଓ ଅନ୍ୟାନ୍ୟ ଲାଭ ପାଇଁ ଗବେଷଣା କରୁଛନ୍ତି। କିଛି ଗୋଟେ ସମ୍ପୂର୍ଣ୍ଣ ଅଲଗା ଚିନ୍ତାଧାରାକୁ ନେଇ ଗବେଷଣା କରୁନାହାନ୍ତି। ସେଭଳି ପରିବେଶରେ ଆମ ମାଟିରେ ପ୍ରତିବର୍ଷ ଶହ ଶହ ଗବେଷକ ପିଏଚ୍‌.ଡି. ଉପାଧି ଲାଭ କରିବେ ସତ, କିନ୍ତୁ ଆନ୍ତର୍ଜାତିକ ସ୍ତରରେ ପ୍ରଦର୍ଶନ ସେମିତି ନୈରାଶ୍ୟଜନକ ହିଁ ରହିବ। ଏପରି ସ୍ଥିତିରେ ଆମେ ନୋବେଲ ପୁରସ୍କାର କଥା କେମିତି ଚିନ୍ତା କରିବା?
ସହକାରୀ ପ୍ରଫେସର, ଭଦ୍ରକ ସ୍ବୟଂଶାସିତ କଲେଜ, ଭଦ୍ରକ, ମୋ-୯୪୩୯୫୦୧୬୫୧

All Right Reserved By
I&PR

Model This Week

ସନ୍ତୋଷ

ସମ୍ପାଦକୀୟ |

କାର୍ଯ୍ୟକାଳ ବୃଦ୍ଧି ସମ୍ଭାବନା

କାର୍ଯ୍ୟକାଳ ବୃଦ୍ଧି ସମ୍ଭାବନା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଜମ୍ମୁ-କଶ୍ମୀରର ମୁଖ୍ୟ ଶାସନ ସଚିବ ବି.ବି. ବ୍ୟାସଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁଛଅ ମାସ ବୃଦ୍ଧି କରାଯିବାର ସମ୍ଭାବନା ଦେଖାଦେଇଛି। ବ୍ୟାସ ଗତବର୍ଷ ନଭେମ୍ବର ମାସରେ ଅବସର ନେବାର ଥିଲା। କିନ୍ତୁ ତାଙ୍କୁ ଦୁଇଥର ତିନିମାସିଆ ସମ୍ପ୍ରସାରଣ ଦିଆଗଲା। ତାଙ୍କର ଦ୍ୱିତୀୟ ସମ୍ପ୍ରସାରିତ ଅବଧି ଚଳିତ ମାସରେ ପୂରିବାକୁ ଯାଉଛି। ପ୍ରାପ୍ତ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ସୁପାରିସକ୍ରମେ ରାଜ୍ୟ ସରକାର ୧୯୮୬ ବ୍ୟାଚ୍‌ର ଏହି ରାଜସ୍ଥାନ କ୍ୟାଡର ଅଫିସରଙ୍କୁ ଆଉ କିଛି କାଳ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରୁଛନ୍ତି। ଏହା ପୂର୍ବରୁ ବ୍ୟାସ କେନ୍ଦ୍ରୀୟ ଓ ଅନ୍ତର୍ଜାତୀୟ ଡେପୁଟେଶନରେ କାର୍ଯ୍ୟ ...

କଶ୍ମୀର ସମସ୍ୟା

କଶ୍ମୀର ସମସ୍ୟା

ଶରତ ଚନ୍ଦ୍ର ମିଶ୍ର କଶ୍ମୀର ଭାରତର ଏକ ପୁରାତନ ସମସ୍ୟା। ସ୍ବାଧୀନତା ପରେ ପରେ ୧୯୪୭ ମସିହାରେ ବ୍ରିଟିଶ୍‌ ସେନା ଅଫିସରଙ୍କ ସହାୟତାରେ ମୁସଲମାନ ସୈନ୍ୟମାନେ ବଲ୍‌ଟିକ ସ୍ଥାନ ଓ ଗିଲ୍‌ଗିଟ ଅଞ୍ଚଳରେ କଶ୍ମୀର ମହାରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରି ସେଇ ଅଞ୍ଚଳ ଦୁଇଟିକୁ ପାକିସ୍ତାନରେ ମିଶାଇ ଦେଇଥିଲେ। ପାକିସ୍ତାନୀ ଲୋକ ୧୯୪୮ ମସିହାରେ କଶ୍ମୀର ଆକ୍ରମଣ କରି କିଛି ଅଂଶ ଦଖଲ କରିନେଲେ ଓ ମୁଜାଫରବାଦକୁ ରାଜଧାନୀ କରି ଆଜାଦ କଶ୍ମୀର ସରକାର ସ୍ଥାପନ ହୋଇଛି। କଶ୍ମୀର ମହାରାଜା ତାଙ୍କ ରାଜ୍ୟକୁ ଭାରତରେ ମିଶାଇଲା ପରେ ଭାରତୀୟ ସୈନ୍ୟ ପାକିସ୍ତାନୀ ଆକ୍ରମଣକାରୀଙ୍କୁ ପରାସ୍ତ କଲେ। କିନ୍ତୁ ପାକିସ୍ତାନୀମାନେ କଶ୍ମୀରରୁ ସମ୍ପୂର୍ଣ୍ଣ ବିତାଡିତ ହେବା ପୂର୍ବରୁ ଜାତିସଂଘରେ ଭାରତ ଫେରାଦ ହେଲାରୁ ସ୍ଥିତାବସ୍ଥା ଜାରି ରହିଲା ଓ କଶ୍ମୀରର କିଛି ଅଂଶ ...

ସଂକଳ୍ପ ଗଡ଼ ଜିଣେ

ସଂକଳ୍ପ ଗଡ଼ ଜିଣେ

ମନ-ମାନଚିତ୍ର/ ଡ. ନରହରି ବେହେରା ଚେତନାର ଜାଗରଣ ହିଁ ସଭ୍ୟତା ଅଭ୍ୟୁଦୟର ମୂଳମନ୍ତ୍ର। ଚେତନାର ଉତ୍ତରଣ ବିନା ନୂତନ ସର୍ଜନା ଅସମ୍ଭବ। ଆଜି ସମାଜରେ ଯେଉଁ ସବୁ ପରିବର୍ତ୍ତନ ଘଟିଛି, ତାହା କେବଳ ସମ୍ଭବ ହୋଇଛି ଏହି ଚେତନାର ସ୍ବତଃସ୍ଫୂର୍ତ୍ତ ପରିପ୍ରକାଶ ଯୋଗୁ। ଏ ସଂସାର ହେଉଛି ଚେତନାର ଗନ୍ତାଘର। ମାତ୍ର ଏହା ସବୁବେଳେ ସବୁ ବ୍ୟକ୍ତିସତ୍ତାକୁ ସ୍ପର୍ଶ କରେନାହିଁ। କେବଳ ମନନଶୀଳ ଏବଂ ନିଃସ୍ବାର୍ଥପର ବ୍ୟକ୍ତିବିଶେଷଙ୍କୁ ହିଁ ଏହି ମହାଜାଗତିକ ଶକ୍ତି ଛୁଇଁଥାଏ। ପ୍ରଜ୍ୱଳିତ ଅଗ୍ନିକୁ ଜଳ ପ୍ରଶମିତ କରିବାପରି ହୃଦୟରେ ଥିବା ସକଳ ...

ଏଇ ଭାରତରେ

ଏଇ ଭାରତରେ

ସରକାର କାହାକୁ କ’ଣ ଜୀବନସାଥୀ ଦେଇପାରିବେ? କିନ୍ତୁ ରାଜସ୍ଥାନ ଆଜମେର ଜିଲାର ଜଣେ ଯୁବକ ସେମିତି ଦାବି ଉଠାଇଲେ ସରକାରୀ ଭାବେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରରେ। ଯୁବକଙ୍କ ଏଭଳି ଦାବି ଶୁଣି ଶିବିରରେ ଉପସ୍ଥିତ ଲୋକେ ନ ହସି ରହିପାରି ନ ଥିଲେ। ବତୀତଲୋରା ପଞ୍ଚାୟତର ମୁକେଶ ଭଟ୍ଟି ଜଣେ ବିବାହିତ ଯୁବକ। ଦୁଇବର୍ଷ ପୂର୍ବରୁ ସ୍ତ୍ରୀ ତାଙ୍କୁ ଛାଡି ଅନ୍ୟ ଜଣଙ୍କ ସହ ଫେରାର ହୋଇଯାଇଛନ୍ତି। ଏତେଦିନ ବିତିଯାଇଥିଲେ ମଧ୍ୟ ମୁକେଶ ଦ୍ୱିତୀୟ ବିବାହ ପାଇଁ ମନ ବଳାଇ ନ ଥିଲେ। ଏବେ ବାହା ହେବାକୁ ଚାହୁଁଥିଲେ ମଧ୍ୟ ଝିଅ ମିଳୁନାହାନ୍ତି। ତେଣୁ ସେ ଚାହୁଁଛନ୍ତି ତାଙ୍କର ପ୍ରଥମ ସ୍ତ୍ରୀକୁ ଫେରାଇ ଅଣାଯାଉ ନଚେତ୍‌ ଦ୍ୱିତୀୟ ବିବାହ ପାଇଁ ଝିଅଟିଏ ଖୋଜି ଦିଆଯାଉ। ଏଥିପାଇଁ ସେ ପ୍ରଥମେ ପଞ୍ଚାୟତ ବୈଠକରେ କଥା ପକାଇ ଲିଖିତ ଆବେଦନ ...

ଆଜିର ଅର୍ଥନୀତି/ ତୈଳ ବୋମା

ଆଜିର ଅର୍ଥନୀତି/ ତୈଳ ବୋମା

ଦେଶରେ ତୈଳ ଦର କ୍ରମାଗତଭାବେ ବୃଦ୍ଧି ପାଇଚାଲିଛି। ଏହାଦ୍ୱାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ପେଟ୍ରୋଲ ପମ୍ପକୁ ପେଟ୍ରୋଲ ବା ଡିଜେଲ ପକାଇବାକୁ ଗଲାବେଳେ ସାଧାରଣ ଗାଡ଼ିଚାଳକ ମନରେ ଖୁବ୍‌ କ୍ରୋଧ ସୃଷ୍ଟି ହେଉଛି, କିନ୍ତୁ ସେ ନିରୁପାୟ। ଗୁରୁବାର ସୁଦ୍ଧା ତୈଳ କମ୍ପାନୀଗୁଡ଼ିକ କ୍ରମାଗତ ଭାବେ ୧୧ ଦିନ ଧରି ତୈଳ ଦର ବୃଦ୍ଧି କରିଛନ୍ତି। ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ୭୭ ଓ ଡିଜେଲ ଦର ପ୍ରାୟ ୭୪ ଟଙ୍କା ହୋଇଛି। ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ ବ୍ୟବଧାନ ହ୍ରାସ ପାଇଛି, ଯାହା କି ଆଗରୁ ନ ଥିଲା। ଏହା ବିରୋଧରେ ଦେଶ ସାରା ଗରିବ ଧନୀ ନିର୍ବିଶେଷରେ ଖାଉଟିମାନେ ବିକ୍ଷୋଭ ଓ ପ୍ରତିବାଦ କଲେ ମଧ୍ୟ ଆଶ୍ଚର୍ଯ୍ୟଜନକଭାବେ ସରକାର ନୀରବ ରହିଛନ୍ତି। ଯଦି ସରକାର ତୁରନ୍ତ ଦର ହ୍ରାସ ନ କରନ୍ତି, ତେବେ ...

କୁନ୍ଦୁଲିରୁ କାଠୁଆ

କୁନ୍ଦୁଲିରୁ କାଠୁଆ

ଡ. ପ୍ରଫୁଲ୍ଲ କୁମାର ସାହୁ ୨୦୧୨ ମସିହା ଡିସେମ୍ବର ମାସରେ ଦେଶର ସାମୂହିକ ଗଣବିବେକକୁ ଦୋହଲେଇ ଦେଇଥିଲା ରାଜଧାନୀ ଦିଲ୍ଲୀର ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ଘଟଣା। ମହିଳା ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ସାରା ଦେଶର ଲୋକେ। ଏଭଳି ଜନ ଆକ୍ରୋଶର ତାତି ପୁଣି ଥରେ ଦେଖିବାକୁ ମିଳିଲା ଗତ ଏପ୍ରିଲ୍‌ ମାସରେ ଉତ୍ତରପ୍ରଦେଶର ଉନ୍ନାଓ ଓ ଜମ୍ମୁର କାଠୁଆ ଘଟଣା ଗଣମାଧ୍ୟମରେ ପ୍ରଘଟ ହେଲା ପରେ। ଏହାକୁ ନେଇ ରାଷ୍ଟ୍ରବ୍ୟାପୀ କ୍ରୋଧ ଓ ବିରୋଧ ପୃଷ୍ଠଭୂମିରେ ସରକାର ଆଣିଲେ ଶିଶୁ କନ୍ୟା ବଳାକତ୍ାରୀଙ୍କ ପାଇଁ ଫାଶୀ ଦଣ୍ଡବିଧାନର ଅଧ୍ୟାଦେଶ। ଏହି ଅଧ୍ୟାଦେଶ ଅନୁସାରେ ୧୨ବର୍ଷରୁ କମ୍‌ ବର୍ଷ ବୟସର ...

ପଞ୍ଚପୀର

ପଞ୍ଚପୀର

ଦେବଦତ୍ତ ପଟ୍ଟନାୟକ ଦକ୍ଷିଣ ଏସିଆରେ ଇସଲାମ ଧର୍ମରେ ଏକ ସ୍ବତନ୍ତ୍ର ଜିନିଷ ଦେଖିବାକୁ ମିଳେ। ତାହା ହେଉଛି ପାଞ୍ଚଜଣ ମହାପୁରୁଷ ବା ସନ୍ଥ (ଆଉଲିଆ) ଯାହାଙ୍କୁ କୁହାଯାଏ ପଞ୍ଚପୀର। ଅନେକ ସମୟରେ ପୀରବାବାଙ୍କ ସ୍ତୂପାକୃତି କବର ବା ମଜାର ଉପରେ ରଖାଯାଇଥିବା ହାତ ପାପୁଲି ଚିହ୍ନ ସେମାନଙ୍କର ପ୍ରତିନିଧିତ୍ୱ କରେ। ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଆମେ ପଞ୍ଚ ପୀରବାବାଙ୍କ ମଜାର ବା ଦରଘା ଦେଖିବାକୁ ପାଉ। ଅନେକ ସମୟରେ ସେମାନଙ୍କୁ ଶିଆ ଇସଲାମ ସମ୍ପ୍ରଦାୟର ପାଞ୍ଚଜଣ ମହାତ୍ମା ବୋଲି ଚିହ୍ନଟ କରାଯାଏ: ରସୁଲ ମହମ୍ମଦ, ତାଙ୍କ ଝିଅ, ତାଙ୍କ ଜାମାତା ଓ ତାଙ୍କର ଦୁଇଜଣ ନାତି। ଅନ୍ୟମାନେ ସେମାନଙ୍କୁ ...

ଏଇ ଭାରତରେ

ଏଇ ଭାରତରେ

ସମ୍ଭବତଃ କିଛି ଭଲ କାମ ଲୋକଙ୍କ ଆଖିରେ ଯାଏନାହିଁ। ଏପରି କି ନିଜ ପରିବାର ପରିଜନ ସମାଲୋଚନା କରିବାକୁ ପଛାନ୍ତି ନାହିଁ। କେତେକେ ତ ପାଗଳର ଆଖ୍ୟା ଦେଇ ଦିଅନ୍ତି। ମଧ୍ୟପ୍ରଦେଶର ଭୋପାଳ ଅଞ୍ଚଳର ଡା. ଡି.ପି. କନୌଜିୟାଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ମୋଟାଅଙ୍କର ଦରମାରେ ସରକାରୀ ଚାକିରିରେ ଥିବା କନୌଜିୟା ଦୀର୍ଘ ୩୦ବର୍ଷ ଧରି ଗଛର ଯତ୍ନ ପାଇଁ ଯେଉଁଭଳି କାର୍ଯ୍ୟ କରିଆସିଛନ୍ତି ତାହା ଯେ କେହି ବ୍ୟକ୍ତିକୁ ଆଶ୍ଚର୍ଯ୍ୟ କରିବ। କନୌଜିୟାଙ୍କୁ ଇତିମଧ୍ୟରେ ହେଲାଣି ୭୭ବର୍ଷ। ସେ ଯେତେବେଳେ ୪୭ ବର୍ଷର ହୋଇଥିଲେ ସେବେଠାରୁ ତାଙ୍କର ଗଛ ଲଗାଇବାର ନିଶା ଘାରିଲା। ସେ ଭୋପାଳ ନିକଟବର୍ତ୍ତୀ ଏକ ବା ଜମିରେ ଆରମ୍ଭ କଲେ ଚାରାରୋପଣ। ବିଭିନ୍ନ ପ୍ରଜାତିର ପ୍ରାୟ ୬୦ ଚାରା ଆଣି ସେ ସେଠାରେ ଲଗାଇଥିଲେ। ଗାଈଗୋରୁ, ...

ପ୍ରାଣୀଙ୍କ ଉପରେ ପରୀକ୍ଷା

ପ୍ରାଣୀଙ୍କ ଉପରେ ପରୀକ୍ଷା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆପଣ ଯେତେବେଳେ ଜର୍ମାନ୍‌ କାର୍‌ କିଣୁଛନ୍ତି, ସେତେବେଳେ ସେମାନଙ୍କ ମାଙ୍କଡ଼ ଓ ମଣିଷ ମାରିବା ଓ ଆହତ କରିବାକୁ ସମର୍ଥନ ଦେଉଛନ୍ତି। ଡିଜେଲ ଧୂଆଁ ଆଘ୍ରାଣ କଲେ ମାଙ୍କଡ଼ ଓ ମଣିଷଙ୍କ ଉପରେ କି ପ୍ରଭାବ ପଡ଼ୁଛି, ତା’ ଉପରେ ଅନୁଧ୍ୟାନ କରିବା ପାଇଁ ଜର୍ମାନ୍‌ କାର୍‌ ନିର୍ମାତାମାନେ ପାଣ୍ଠି ଯୋଗାଇଛନ୍ତି। ନ୍ୟୁୟର୍କ ଟାଇମ୍ସ ଓ ବିଭିନ୍ନ ଜର୍ମାନ୍‌ ଖବରକାଗଜରେ ପ୍ରକାଶ ପାଇଛି ଯେ, ଭକ୍ସଓ୍ବାଗନ୍‌, ବିଏମ୍‌ଡବ୍‌ଲ୍ୟୁ ଓ ଡେମ୍ଲର ୨୦୧୪ରେ ଅନୁଷ୍ଠିତ ଏକ ଅନୁଧ୍ୟାନ ପାଇଁ ପାଣ୍ଠି ଯୋଗାଇଥିଲେ। ପରିବହନ କ୍ଷେତ୍ର (ଇୟୁଜିଟି) ବା କାର୍‌ ଶିଳ୍ପର ପରିବେଶ ଓ ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପଡ଼ୁଛି ତାହା ଉପରେ ୟୁରୋପୀୟ ରିସର୍ଚ୍ଚ ଗ୍ରୁପ୍‌ ଏହି ଅନୁଧ୍ୟାନ...

ଅମଳ ରଖିବାକୁ ଜାଗା କାହିଁ

ଅମଳ ରଖିବାକୁ ଜାଗା କାହିଁ

ବିଚିତ୍ର ବିଶ୍ୱାଳ ତିନିମାସ ତଳେ ଟମାଟୋ କିଲୋ ଟଙ୍କାଟିଏ ହୋଇଥିଲା ଆମ ରାଜ୍ୟରେ। ବ୍ରହ୍ମପୁରରେ ଚାଷୀମାନେ ଟମାଟୋ କିଲୋ ପ୍ରତି ଏକଟଙ୍କାରେ ବିକିବାରୁ ବିରୋଧୀଦଳମାନେ ବିଧାନସଭା ବି ଅଚଳ କରିଦେଇଥିଲେ। ବଲାଙ୍ଗୀର ଓ ବରଗଡ଼ରେ ଚାଷୀମାନେ ଟମାଟୋ ଜମିରେ ଗୋରୁ ଚରେଇଦେଲେ। କାରଣ ଏତେ କଷ୍ଟରେ ଚାଷ କରି ଟମାଟୋ ଫଳେଇବା ସତ୍ତ୍ୱେ ତା’ର ମୂଲ୍ୟ ଯଦି ମାତ୍ର ଟଙ୍କାଟିଏ ହେବ ତା’ହେଲେ ତାକୁ ଅମଳ କରିବା ଅପେକ୍ଷା ଗୋରୁ ଖୁଆଇଦେଲେ ଅନ୍ତତଃପକ୍ଷେ ତୋଳିବାର ପରିଶ୍ରମ ତ ପଡ଼ିବ ...

ଓଡ଼ିଶା ଓ ମାଓବାଦ

ଓଡ଼ିଶା ଓ ମାଓବାଦ

ଯଶୋବନ୍ତ ସେଠୀ ଦୀର୍ଘ ଷାଠିଏ ଦଶକରେ ନକ୍ସଲବାଡ଼ିରୁ ଅଙ୍କୁରୋଦ୍‌ଗମ ହୋଇଥିବା ଚାରୁ ମଜୁମଦାରଙ୍କ ନକ୍ସଲବାଦ ରୂପକ ଚାରାଗଛଟି ଆଜି ହିଂସ୍ର ମାଓବାଦ ରୂପକ ପୂର୍ଣ୍ଣ ବୟସ୍କ ବୃକ୍ଷରେ ପରିଣତ ହୋଇଯାଇଛି। ମାଓ ସେ ତୁଙ୍ଗଙ୍କର ମୌଳିକ ତତ୍ତ୍ୱକୁ ଅତିରଞ୍ଜିତ କରି ଆଜିର ତଥାକଥିତ ମାଓବାଦୀ ବୋଲାଉଥିବା ଏହି ସଂଗଠନର ପ୍ରତିଟି କାର୍ଯ୍ୟକଳାପକୁ ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଳେଷଣ କରି ଦେଖିଲେ ଆତଙ୍କବାଦୀ, ସନ୍ତ୍ରାସବାଦୀ ଓ ମାଓବାଦୀଙ୍କ ଭିତରେ ବିଶେଷ କିଛି ଫରକ ମିଳିବ ନାହିଁ। ଦେଶର ଅନ୍ତଃସୁରକ୍ଷା ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଥିବା ଏହି ନିଷିଦ୍ଧ ସଂଗଠନ ବରଂ ଆତଙ୍କବାଦଠାରୁ ବହୁ ଗୁଣରେ ଅଧିକ କ୍ଷତିକାରକ ବୋଲି ପ୍ରମାଣିତ ହୋଇ ...

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷା ଗ୍ରହଣରେ କୌଣସି ବୟସର ପ୍ରତିବନ୍ଧକ ନାହିଁ। ପରିଣତ ବୟସରେ ବ୍ୟକ୍ତି ମଧ୍ୟ ସ୍କୁଲ, କଲେଜ ଶିକ୍ଷା ସମ୍ପୂର୍ଣ୍ଣ କରିବା ପାଇଁ ବ୍ୟଗ୍ରତା ଦେଖାଉଥିବାର ନଜିର ରହିଛି। ହରିୟାଣା ଫତେହାବାଦ ଜିଲା ଗୋରଖପୁର ଗ୍ରାମର ଦିବ୍ୟାଙ୍ଗ ମହିଳା ସୁନୀତା ଯାହା କରି ଦେଖାଇଛନ୍ତି ତାହା ଅନନ୍ୟ। ଜଣେ ଦିନମଜୁରିଆଙ୍କ ସ୍ତ୍ରୀ ସୁନୀତା। ଅଳ୍ପ ବୟସରୁ ବିବାହ ହୋଇଯାଇଥିବାରୁ ପାଠପଢାରେ ଡୋରି ବନ୍ଧାଯାଇଥିଲା। କିନ୍ତୁ ପାଠ ପ୍ରତି ତାଙ୍କର ଥିଲା ପ୍ରବଳ ଆଗ୍ରହ। ଦୁଇ ସନ୍ତାନର ମା’ ସୁନୀତାଙ୍କର ଏଭଳି ଆଗ୍ରହ ଦେଖି ସ୍ବାମୀ ତାଙ୍କୁ ସୁଯୋଗ ଦେଲେ। ଗାଁ ସ୍କୁଲରେ ନା ଲେଖାଇଲେ ସୁନୀତା। ପୁଅ ଝିଅଙ୍କ ସହ ସ୍କୁଲ ଗଲେ। ବଡ ଝିଅ ଜେବିକା ଷଷ୍ଠ ଏବଂ ସାନ ପୁଅ ଡେବିଡ ତୃତୀୟ ଶ୍ରେଣୀରେ ପଢୁଛନ୍ତି। ସୁନୀତା ଦିବ୍ୟାଙ୍ଗ ହୋଇଥିବାରୁ ପ୍ରତିଦିନ ସ୍ବାମୀ ତାଙ୍କର ସ୍ତ୍ରୀ, ପୁଅ, ଝିଅଙ୍କୁ ସ୍କୁଲ ଛାଡିବାକୁ ...