ବାଣିଜ୍ୟ |

ଶୀଘ୍ର ଆସିବ ୫ଜି ଟେକ୍ନୋଲୋଜି

ଶୀଘ୍ର ଆସିବ ୫ଜି ଟେକ୍ନୋଲୋଜି


ନୂଆଦିଲ୍ଲୀ, ୧୩-୨
ବର୍ତ୍ତମାନ ଇଣ୍ଟରନେଟ ଦୈନଦିନ ଜୀବନରେ ଏକ ପ୍ରମୁଖ ଆବଶ୍ୟକତା ଭାବେ ଉଭା ହୋଇଥିବା ବେଳେ ୪ଜି ଟେକ୍ନୋଲୋଜି ବ୍ୟାପକ ହେଉଛି। ମାତ୍ର ଇଣ୍ଟରନେଟର ସ୍ପିଡ୍‌ ଦେଖିଲେ ଆଗାମୀ ଦିନ ମାନଙ୍କରେ ଏହା ଠାରୁ ଦ୍ରୁତ ବେଗରେ ଇଣ୍ଟରନେଟ ଆସିବ ବୋଲି ଘୋଷଣା ହୋଇସାରିଛି। ବହୁ ପ୍ରତୀକ୍ଷିତ ୫ ପୀଢିର (୫ଜି) ଟେକ୍ନୋଲୋଜି ଶୀଘ୍ର ଆସିବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ଆସନ୍ତା ଶୀତକାଳୀନ ଅଲମ୍ପିକ କ୍ରୀଡା ସମୟରେ ବିଶ୍ୱ ସ୍ତରରେ ଶୁଭାରମ୍ଭ ହେବ। ୟୁଙ୍ଗଚାଙ୍ଗ ଠାରେ ଆୟୋଜନ ହେବାକୁ ଠାରେ ଏହି କ୍ରୀଡା ମହାକୁମ୍ଭରେ ୫ଜି ଟେକ୍ନୋଲୋଜିର ଶୁଭାରମ୍ଭ ଘୋଷଣା କରାଯିବ। ୨୦୨୦ ବେଳକୁ ସାରା ବିଶ୍ୱରେ ଏହି ଭଳି ଏକ ଟେକ୍ନୋଲୋଜି ଆସିବ ବୋଲି ପୂର୍ବାନୁମାନ ହେଉଥିବା ବେଳେ ଦକ୍ଷିଣ କୋରିଆ କିନ୍ତୁ ଏହା ଠାରୁ ଢେର ଆଗୁଆ ଏହାକୁ ଶୁଭାରମ୍ଭ କରୁଛି। ୫ଜି ଟେକ୍ନୋଲୋଜି ୪ଜି ଠାରୁ ଶତ ପ୍ରତିଶତ ତ୍ୱରିତ ହେବ । ଏହା ଦ୍ୱାରା ହାଇ ଡେଫିନେଶନ ଫିଲ୍ମଗୁଡିକୁ ମାତ୍ର କେଇ ସେକେଣ୍ଡରେ ଅନ୍ୟ ଜଣଙ୍କୁ ପଠାଇ ହେବ। ସେହିଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଉନ୍ନତିକରଣ, ଡ୍ରୋନ୍‌ ପରିଚାଳନା, ସେଲ୍ଫ ଡ୍ରାଇଭିଂ ଭେଇକିଲ୍‌, ରୋବୋ ଏବଂ ଅନ୍ୟାନ୍ୟ ମେଶିନ, ରିୟଲ ଟାଇମ୍‌ ଡାଟା ଟ୍ରାନ୍ସମିଶନ ୫ଜି ଦ୍ୱାରା ତ୍ୱରାନ୍ବିତ ହୋଇ ପାରିବ ବୋଲି ପ୍ରକ୍ରିୟା ସହ ଜଡିତ କାଲିଫର୍ଣ୍ଣିଆ ଭିତ୍ତିକ ନେଟଓ୍ବର୍କ ପ୍ଲାଟଫର୍ମର ବରିଷ୍ଠ ଉପସଭାପତି ସାଣ୍ଡ୍ରା ରିଭେରା ପ୍ରକାଶ କରିଛନ୍ତି। ଆଗାମୀ ୫ ବର୍ଷରେ ୧୦୦ କୋଟି ଲୋକ ୫ଜି ଟେକ୍ନୋଲୋଜି ପରିସରକୁ ଆସିବେ ବୋଲି ରିଭେରା କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ବାଣିଜ୍ୟ |

ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଏକ୍ସପର୍ଟ ଗ୍ରୁପ୍‌ ଗଠିତ

ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଏକ୍ସପର୍ଟ ଗ୍ରୁପ୍‌ ଗଠିତ

ନୂଆଦିଲ୍ଲୀ,୨୫-୫(ପି.ଟି.) ଦେଶର ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ପକ୍ଷରୁ ଏକ ଏକ୍ସପର୍ଟ ଗ୍ରୁପ୍‌ ଗଠିତ ହୋଇଛି। ଏହି ଗ୍ରୁପ୍‌ର ଆବାହକ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ରହିବେ। ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ମେଦାନ୍ତ ସିଟି ହସ୍‌ପିଟାଲ୍‌ର ଡ. ନରେଶ ତ୍ରେହାନ୍‌, ବାଙ୍ଗାଲୋରସ୍ଥିତ ନାରାୟଣ ହେଲ୍‌ଥ ସିଟିର ଅଧ୍ୟକ୍ଷ ଡ. ଦେବୀ ସେଟ୍ଟି ଏବଂ କଲିକତାସ୍ଥିତ ଆର୍‌. ଜି. କର ମେଡିକାଲ୍‌ କଲେଜ୍‌ର କୋର୍ଡିଓ ଥୋରେସିସ୍‌ ସର୍ଜରୀ ବିଭାଗର ଏଚ୍‌ଓଡି ଡ. ଭାବାତୋଷ ବିଶ୍ୱାସ ଆଦି ଅଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୧୨.୪ କୋଟି ଟଙ୍କା ଦରମା ନେଲେ ଟିସିଏସ୍‌ ସିଇଓ

୧୨.୪ କୋଟି ଟଙ୍କା ଦରମା ନେଲେ ଟିସିଏସ୍‌ ସିଇଓ

ନୂଆଦିଲ୍ଲୀ,୨୫-୫(ପି.ଟି.) ୨୦୧୭-୧୮ ଆର୍ଥିକବର୍ଷରେ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ରାଜେଶ ଗୋପିନାଥନ୍‌ ୧୨.୪୯ କୋଟି ଟଙ୍କା ଦରମା ନେଇଛନ୍ତି। ପୂର୍ବରୁ ଗୋପିନାଥନ୍‌ କମ୍ପାନୀର ମୁଖ୍ୟ ବିତ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ସମୟରେ ଏନ୍‌. ଚନ୍ଦ୍ରଶେଖରନ୍‌ କମ୍ପାନୀର ସିଇଓ ଥିଲେ

ପିଏନ୍‌ବି ଠକେଇ:ନୀରବଙ୍କ ବିରୋଧରେ ଇଡିର ଚାର୍ଜଶିଟ

ପିଏନ୍‌ବି ଠକେଇ:ନୀରବଙ୍କ ବିରୋଧରେ ଇଡିର ଚାର୍ଜଶିଟ

ବମ୍ବେ,୨୫ା୫(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି)ରେ ହୋଇଥିବା ୧୩,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହାର ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଛି। ୧୨,୦୦୦ ପୃଷ୍ଠାବିଶିଷ୍ଠ ଏହି ଚାର୍ଜଶିଟ୍‌ରେ ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ଏବଂ ତାଙ୍କର କେତେକ ସହଯୋଗୀଙ୍କ ନାମ ଉଲ୍ଲେଖ କରାଯାଇଛି।

୨୦ ଧନୀ ହରାଇଲେ ୧୭.୮୫ ବିଲିୟନ ଡଲାର: ପ୍ରଭାବିତ ଗୌତମ ଆଦାନୀ

୨୦ ଧନୀ ହରାଇଲେ ୧୭.୮୫ ବିଲିୟନ ଡଲାର: ପ୍ରଭାବିତ ଗୌତମ ଆଦାନୀ

ନୂଆଦିଲ୍ଲୀ,୨୫-୫ ଚଳିତ ବର୍ଷ ଆରମ୍ଭରୁ ହିଁ ଦେଶର କୋଟିପତିମାନଙ୍କ ନେଟ୍‌ ସମ୍ପତ୍ତିରେ ବିପୁଳ ପରିମାଣର ହ୍ରାସ ଘଟିଲାଣି। ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଶ୍ରେଷ୍ଠ ୨୦ ଧନୀ ବ୍ୟକ୍ତିଙ୍କ ମିଳିତ କ୍ଷତି ୧୭.୮୫ ବିଲିୟନ ଡଲାରରେ ପହଞ୍ଚିଲାଣି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶର ଶ୍ରେଷ୍ଠ ୫ ଜଣ ଧନୀ ବ୍ୟକ୍ତି ଏକାକୀ ୧୫ ବିଲିୟନ ଡଲାର ହରାଇଛନ୍ତି। ବ୍ଲୁମ୍‌ବର୍ଗ ବିଲିୟନେୟାର୍‌ ସୂଚୀରୁ ଏହା ପ୍ରକାଶ।

୯ ଲକ୍ଷରୁ ଊର୍ଦ୍ଧ୍ୱ ଯାନ ଡେଲିଭରୀ କଲା ଫକ୍ସଓ୍ବାଗନ୍‌

୯ ଲକ୍ଷରୁ ଊର୍ଦ୍ଧ୍ୱ ଯାନ ଡେଲିଭରୀ କଲା ଫକ୍ସଓ୍ବାଗନ୍‌

ଭୁବନେଶ୍ୱର,୨୫-୫ ଚଳିତ କ୍ୟାଲେଣ୍ଡର ବର୍ଷର ଏପ୍ରିଲ ମାସରେ ଫକ୍ସଓ୍ବାଗନ୍‌ ଗ୍ରୁପ୍‌ ୯,୨୭,୨୦୦ ୟୁନିଟ୍‌ ଯାନର ଡେଲିଭରୀ କରିଛି। ଗତବର୍ଷ ଏପ୍ରିଲ ତୁଳନାରେ ଏଥିରେ ୧୦.୨% ବୃଦ୍ଧି ଘଟିଛି। ଚଳିତ ବର୍ଷର ପ୍ରଥମ ୪ ମାସରେ କମ୍ପାନୀ ୩.୬ ନିୟୁତରୁ ଊର୍ଦ୍ଧ୍ୱ ଯାନ ଡେଲିଭରୀ କରିଛି, ଯାହାକି ପୂର୍ବବର୍ଷ ତୁଳନାରେ ୮.୧% ଅଧିକ। ୟୁରୋପୀୟ ବଜାରରେ ଉତ୍ସାହ, ଜର୍ମାନୀ ଏବଂ ଦକ୍ଷିଣ ଆମେରିକାରେ ଚାହିଦା ବୃଦ୍ଧି କମ୍ପାନୀ ପାଇଁ ସକାରାତ୍ମକ ସାବ୍ୟସ୍ତ ହୋଇଛି। କମ୍ପାନୀ ଏହାର ବ୍ରାଣ୍ଡଗୁଡିକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଜାରି ରଖିବ ବୋଲି ଫକ୍ସଓ୍ବାଗନ୍‌ ଆକ୍‌ତିଏଞ୍ଜ୍‌ସେଲ୍‌ସଚାଫ୍ଟର ମୁଖ୍ୟ(ଗ୍ରୁପ୍‌ ସେଲ୍‌ସ) ଫେଡ୍‌ କ୍ୟାପ୍‌ଲର୍‌ ପ୍ରକାଶ କରିଛନ୍ତି।

ଆଦିତ୍ୟ ହ୍ୟୁଣ୍ଡାଇରେ ନ୍ୟୁ ୨୦୧୮ କ୍ରେଟା

ଆଦିତ୍ୟ ହ୍ୟୁଣ୍ଡାଇରେ ନ୍ୟୁ ୨୦୧୮ କ୍ରେଟା

ଭୁବନେଶ୍ୱର,୨୫-୫ ରାଜ୍ୟର ପ୍ରମୁଖ କାର୍‌ ଡିଲର୍‌ ଆଦିତ୍ୟ ହ୍ୟୁଣ୍ଡାଇ ପକ୍ଷରୁ ଏହାର ଟମାଣ୍ଡୋସ୍ଥିତ ଶୋ’ରୁମ୍‌ରେ ନ୍ୟୁ ୨୦୧୮ କ୍ରେଟାର ବଜାର ପ୍ରବେଶ କରାଯାଇଛି। ଏହି ଅବସରରେ ଏଚ୍‌ଡିଏଫ୍‌ସି କାର୍‌ ଲୋନ୍‌ ବିଭାଗ ଏଏସ୍‌ଏମ୍‌ ଶକ୍ତି ରଞ୍ଜନ ସ୍ବାଇଁ, ଆଦିତ୍ୟ ହ୍ୟୁଣ୍ଡାଇର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପାତ୍ର, ହ୍ୟୁଣ୍ଡାଇ ମୋଟର୍‌ ଇଣ୍ଡିଆ ଲିମିଟେଡ୍‌ର ଏପିଏସ୍‌ଏମ୍‌ ସୌମ୍ୟ ଘୋଷ ଏବଂ ଆଦିତ୍ୟ ହ୍ୟୁଣ୍ଡାଇର ସହ ଉପସଭାପତି ହର୍‌ମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନ୍ୟୁ ୨୦୧୮ କ୍ରେଟାରେ ଷ୍ଟାଇଲ୍‌ ଏବଂ ପ୍ରଦର୍ଶନ ଉଭୟକୁ ସମ ପରିମାଣରେ ପ୍ରାଧାନ୍ୟ ଦିଆଯାଇଛି। ଏହା ଜରିଆରେ ହ୍ୟୁଣ୍ଡାଇ ଏସ୍‌ୟୁଭି ସେଗ୍‌ମେଣ୍ଟରେ ଏହାର ପଦଚିହ୍ନକୁ ଆହୁରି ସୁଦୃଢ଼ କରିବାର ଲକ୍ଷ୍ୟ ରଖିଛି।

ସାମ୍‌ସଙ୍ଗ୍‌ ଅନ୍‌ଲାଇନ୍‌ ଶପ୍‌ ସମର୍‌ ଫେଷ୍ଟ୍‌

ସାମ୍‌ସଙ୍ଗ୍‌ ଅନ୍‌ଲାଇନ୍‌ ଶପ୍‌ ସମର୍‌ ଫେଷ୍ଟ୍‌

ଗୁର୍‌ଗାଓଁ,୨୫-୫ ଦେଶର ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ଏବଂ ମୋବାଇଲ୍‌ ଫୋନ୍‌ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ ଇଣ୍ଡିଆ ପକ୍ଷରୁ ଏହାର ଅନଲାଇନ୍‌ ଷ୍ଟୋର୍‌ ସାମସଙ୍ଗ ଅନଲାଇନ୍‌ ଶପ୍‌ରେ ‘ସମର୍‌ ଫେଷ୍ଟ୍‌ ୨୦୧୮’ ଆରମ୍ଭ ହୋଇଛି। ମେ’ ୨୨ରୁ ଆରମ୍ଭ ହୋଇଥିବା ଏହି ଫେଷ୍ଟ୍‌ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଗା ସେଲ୍‌ ମାଧ୍ୟମରେ ଗ୍ରାହକ ସାମସଙ୍ଗ ମୋବାଇଲ୍‌, ଟେଲିଭିଜନ୍‌, ଏୟାର କଣ୍ଡିଶନର, ମାଇକ୍ରୋୱେଭ୍‌, ଓ୍ବେରେବଲ୍‌ ଏବଂ ମୋବାଇଲ୍‌ ଆସେସରିଜ୍‌ ଉପରେ ସ୍ବତନ୍ତ୍ର ଡିଲ୍‌ ପାଇପାରିବେ।

ଟିଭିଏସ୍‌ ସ୍ପୋର୍ଟ ସିଲ୍‌ଭର୍‌ ଆଲୟ ଏଡିଶନ୍‌

ଟିଭିଏସ୍‌ ସ୍ପୋର୍ଟ ସିଲ୍‌ଭର୍‌ ଆଲୟ ଏଡିଶନ୍‌

ଭୁବନେଶ୍ୱର, ୨୫-୫ ଟିଭିଏସ ମୋଟର କମ୍ପାନୀ ପକ୍ଷରୁ ଟିଭିଏସ୍‌ ସ୍ପୋର୍ଟ ସିଲଭର ଆଲୟ ଏଡିଶନ୍‌ର ବଜାର ପ୍ରବେଶ କରାଯାଇଛି ା ସିଲ୍‌ଭର ଆଲୟ ହ୍ବିଲସ୍‌ ମୁଖ୍ୟତଃ ଦୁଇଟି ରଙ୍ଗ ଯଥା, ବ୍ଲାକ୍‌ ସିଲଭର ଏବଂ ଭୋଲକାନୋ ରେଡ୍‌ରେ ଉପଲବ୍ଧ ହେବ ା

ତୈଳ ଉତ୍ପାଦନ କମ୍ପାନୀ:ସରକାର ଲାଗୁ କରିବେ ଓ୍ବିଣ୍ଡ୍‌ଫଲ୍‌ ଚ୍ୟାକ୍ସ

ତୈଳ ଉତ୍ପାଦନ କମ୍ପାନୀ:ସରକାର ଲାଗୁ କରିବେ ଓ୍ବିଣ୍ଡ୍‌ଫଲ୍‌ ଚ୍ୟାକ୍ସ

ନୂଆଦିଲ୍ଲୀ, ୨୫-୫ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିଜନିତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ଭଳି ତେଲ ଉତ୍ପାଦନକାରୀ କମ୍ପାନୀ ଉପରେ ଓ୍ବିଣ୍ଡ୍‌ଫଲ ଟ୍ୟାକ୍ସ ଲାଗୁ କରିବେ। ଏହାକୁ ଏକ ଉପ ଟିକସ ଭାବେ ଲାଗୁ କରାଯିବ। ଯେତେବେଳେ ଅଶୋଧିତ ତୈଳଦର ମୂଲ୍ୟ ବ୍ୟାରେଲ ପିଛା ୭୦ ଡଲାର ଅତିକ୍ରମ କରିବ ସେହି ସମୟରେ ଓ୍ବିଣ୍ଡ୍‌ଫଲ୍‌ ଟାକ୍ସ ଲାଗୁ ହେବ। ସରକାରଙ୍କ ଏହି ବିଚାର ସମ୍ପର୍କରେ ଜାଣିଥିବା ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ଏହା କହିଛନ୍ତି।

ବ୍ୟାଙ୍କ କର୍ମଚାରୀଙ୍କ ଦୁଇଦିନିଆ ବନ୍ଦ ପାଳନ ମେ ୩୦ରୁ

ବ୍ୟାଙ୍କ କର୍ମଚାରୀଙ୍କ ଦୁଇଦିନିଆ ବନ୍ଦ ପାଳନ ମେ ୩୦ରୁ

ନୂଆଦିଲ୍ଲୀ, ୨୫-୫(ପି.ଟି.) ଇଣ୍ଡିଆନ୍‌ ବ୍ୟାଙ୍କସ୍‌ ଆସୋସିଏଶନ(ଆଇବିଏ) ବିରୋଧରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନେ ମେ ୩୦ରୁ ଦେଶବ୍ୟାପି ଦୁଇଦିନିଆ ବନ୍ଦ ଡାକରା ଦେଇଛନ୍ତି। ନିକଟରେ କର୍ମଚାରୀମାନଙ୍କ ବେତନ ବୃଦ୍ଧି ସଂକ୍ରାନ୍ତ ଆଇବିଏର ସୁପାରିସ୍‌କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ୟୁନାଇଟେଡ୍‌ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ(ୟୁଏଫ୍‌ବିୟୁ)ର ସଂଯୋଜକ ଦେବିଦାସ ତୁଲଜାପୁରକର କହିଛନ୍ତି।

ଗ୍ରେଟ୍‌ ବ୍ରିଟେନ୍‌ ପର୍ଯ୍ୟଟନ ସ୍ଥଳକୁ ପ୍ରୋତ୍ସାହିତ କରିବ କକ୍ସ ଆଣ୍ଡ୍‌ କିଙ୍ଗ୍‌ସ୍‌

ଗ୍ରେଟ୍‌ ବ୍ରିଟେନ୍‌ ପର୍ଯ୍ୟଟନ ସ୍ଥଳକୁ ପ୍ରୋତ୍ସାହିତ କରିବ କକ୍ସ ଆଣ୍ଡ୍‌ କିଙ୍ଗ୍‌ସ୍‌

ବମ୍ବେ, ୨୫-୫ ଗ୍ରେଟ୍‌ ବ୍ରିଟେନ୍‌ ଭଳି ଦୀପପୁଞ୍ଜରେ ରହିଥିବା ପର୍ଯ୍ୟଟନ ସ୍ଥଳକୁ ପ୍ରମୁଖ ଟୁର୍‌ ଅପରେଟର ସଂସ୍ଥା କକ୍ସ ଆଣ୍ଡ୍‌ କିଙ୍ଗସ୍‌ ଲିମିଟେଡ ଭାରତରେ ପ୍ରୋତ୍ସାହିତ କରିବ। ଏଥିପାଇଁ ବ୍ରିଟିଶ୍‌ ଟୁରିଜମ ଅଥରିଟି ତଥା ଭିଜିଟ୍‌ ବ୍ରିଟେନ୍‌ ସହିତ କକ୍ସ ଆଣ୍ଡ୍‌ କିଙ୍ଗସ୍‌ ସହବନ୍ଧିତ ହୋଇଛି। ଭାରତୀୟ ବଜାରରେ ଗ୍ରେଟ୍‌ ବ୍ରିଟେନ୍‌ର ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ କକ୍ସ ଆଣ୍ଡ୍‌ କିଙ୍ଗ୍‌ସ୍‌ ବିଜ୍ଞାପନ ସମେତ ବିଭିନ୍ନ ଉପାୟରେ ପ୍ରଚାର ପ୍ରସାର କରାଇବ ବୋଲି କମ୍ପାନୀ ସୂଚନା ଦେଇଛି।

୨୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ:ବାପା, ପୁଅ ଗିରଫ

୨୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ:ବାପା, ପୁଅ ଗିରଫ

ନୂଆଦିଲ୍ଲୀ,୨୫-୫ ପରୋକ୍ଷ ଟିକସ କ୍ଷେତ୍ରରେ ପାଖାପାଖି ୨୮ କୋଟି ଟଙ୍କାର ଠକେଇ କରିଥିବାରୁ ଦିଲ୍ଲୀର ଦୁଇ ବାପପୁଅଙ୍କୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଅଧିକାରୀ ଗିରଫ କରିଛନ୍ତି। ଜିଏସ୍‌ଟି ଠକେଇ ଧରାପଡିବାରେ ରାଜଧାନୀ ଦିଲ୍ଲୀରେ ଏହା ପ୍ରଥମ ବୋଲି ଅର୍ଥମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତମ୍ବା ବ୍ୟବସାୟରେ ସମ୍ପୃକ୍ତ ଏହି ଦୁଇ ବାପପୁଅ ଇନ୍‌ପୁଟ୍‌ ଟାକ୍ସ କ୍ରେଡିଟ୍‌ ହାସଲ କରିବା ପାଇଁ ଚଳିତ ମାସ ୨୨ରେ ଜାଲ୍‌ ରସିଦ୍‌ କାରବାର କରିଥିଲେ।