ମେଟ୍ରୋ |

ଶରଧାବାଲିରୁ ଉଦ୍ଧାର ହୋଇଥିଲେ ଦୁଇ ଭଉଣୀ: ୮ ମାସ ପରେ ମା’ ମୁହଁ ଦେଖିଲେ

ଶରଧାବାଲିରୁ ଉଦ୍ଧାର ହୋଇଥିଲେ ଦୁଇ ଭଉଣୀ:  ୮ ମାସ ପରେ ମା’ ମୁହଁ ଦେଖିଲେ

ପୁରୀ ଅଫିସ, ୯।୨: ଶରଧାବାଲିରୁ ଉଦ୍ଧାର ହୋଇଥିବା ୨ କୋମଳମତି ଶିଶୁକନ୍ୟା ଦୀର୍ଘ ୮ମାସ ପରେ ନିଜ ମା’ଙ୍କୁ ଦେଖିଛନ୍ତି। ମା’ ବାପାଙ୍କ ମନୋମାଳିନ୍ୟରୁ ଅଲଗା ହୋଇଥିବା ଦୁଇ ଉଭଣୀ ଏବେ ମା’ କୋଳକୁ ଫେରିବାର ଆଶା ଉଜ୍ଜୀବିତ ହୋଇଛି। ପୁରୀ ଜିଲା ଶିଶୁ ସୁରକ୍ଷା ୟୁନିଟର୍‌ ଉଦ୍ୟମ ବଳରେ ମା’ ଝିଅଙ୍କ ମିଳନ ସମ୍ଭବ ହୋଇଛି। ଯାଜପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଶୁକ୍ରବାର ଶିଶୁକନ୍ୟାଦ୍ୱୟଙ୍କୁ ପୁରୀ ଶିଶୁ କଲ୍ୟାଣ କମିଟି ହସ୍ତାନ୍ତର କରିଛି। ସେମାନେ ଶିଶୁଦ୍ୱୟଙ୍କୁ ନେଇ ଯାଜପୁର ଯାଇଛନ୍ତି।
୨୦୧୭ ଜୁନ୍‌ ୨୭ ତାରିଖ ଅପରାହ୍ନ ପ୍ରାୟ ୩ଟା। ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ଦେଖିବା ପାଇଁ ଶରଧାବାଲିରେ ଧୀରେ ଧୀରେ ଭିଡ଼ ବଢ଼ୁଥିଲା। ଏହି ସମୟରେ ଭିଡ଼ ଭିତରେ ଦୁଇ ଶିଶୁଙ୍କୁ ଠାବ କରିଥିଲେ କେତେଜଣ ଶ୍ରଦ୍ଧାଳୁ। ଏ ନେଇ ସେମାନେ ସୂଚନା କେନ୍ଦ୍ରରେ ଜଣାଇଥିଲେ। ସେଠାରେ ଡାକବାଜି ଯନ୍ତ୍ରରେ ଘୋଷଣା କରାଗଲା। କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ବି କେହି ଆସି ନ ଥିଲେ। ଗଁା ଠିକଣା ପଚାରିଲେ ବଡ଼ ଝିଅଟି ନ କହି କେବଳ କାନ୍ଦି ଚାଲିଥିଲା। ସେମିତି ବଡ଼ର କୋଳରେ ସାନ ଝିଅଟି ଅଝଟ ହେଉଥିଲା। ଧୀରେ ଧୀରେ ସଞ୍ଜ ନଇଁଆସିଥିଲା। ଏହାପରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ଖବର ଦିଆଯାଇଥିଲା। ୟୁନିଟ୍‌ର ସଦସ୍ୟମାନେ ପହଞ୍ଚତ୍ ଶିଶୁଦ୍ୱୟଙ୍କୁ କଣାସସ୍ଥିତ ନୀଳାଚଳ ସେବା ପ୍ରତିଷ୍ଠାନର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗୃହକୁ ପଠାଇଥିଲେ। ପ୍ରତିଷ୍ଠାନରେ ରଖାଯିବା ବେଳେ ଝିଅଦ୍ୱୟଙ୍କୁ କାଉନ୍‌ସେଲିଂ କରାଯାଇଥିଲା। ବଡଝିଅର ବୟସ ୪ ବର୍ଷ ହୋଇଥିବା ବେଳେ ନାମ ନିନ୍ଦିନୀ ପ୍ରଧାନ ବୋଲି କହିଥିଲା। ଆଉ ସାନ ଝିଅର ବୟସ ୬ମାସ ହୋଇଥିଲା। ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡିଥିଲା ଶିଶୁ ସୁରକ୍ଷା ୟୁନିଟ। ଶିଶୁଦ୍ୱୟଙ୍କ ସମ୍ପର୍କରେ ଠିକ୍‌ ତଥ୍ୟ ମିଳିପାରି ନ ଥିଲା। ୨୦୧୭ ଅଗଷ୍ଟ ୨୪ରେ ପିଲାଦ୍ୱୟଙ୍କ ସଂକ୍ରାନ୍ତରେ ଗଣମାଧ୍ୟମରେ ବିଜ୍ଞାପନ ଦେଇଥିଲା ପ୍ରଶାସନ। ଏ ସବୁ ସତ୍ତ୍ବେ ପିଲାଦ୍ୱୟର କେହି ଦାବିଦାର ନ ରହିବାରୁ ଶେଷରେ ପୋଷ୍ୟ ସନ୍ତାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଭଳି ସ୍ଥିତିରେ ବଡଝିଅଟି ଦିନେ କହୁ କହୁ ଗାଁ ନାଁ ବରୁଣିଆ ବୋଲି କହିଥିଲା। ଝିଅଟିର ଏହି ପଦକ କଥା ହିଁ ଠିକଣା ଖୋଜିବାରେ ଶିଶୁ ସୁରକ୍ଷା ୟୁନିଟ୍‌କୁ ସାହାଯ୍ୟ କରିଥିଲା। ଜିଲା ଶିଶୁ ସୁରକ୍ଷା ୟୁନିଟର ଅଣଆନୁଷ୍ଠାନିକ ଯତ୍ନ ଓ ସୁରକ୍ଷା ଅଧିକାରୀ ସ୍ନିଗ୍ଧାରାଣୀ ସାହୁ ଏହାର ଖୋଳତାଡ କରିଥିଲେ। ଯାଜପୁର ଜିଲା ବଇରୀ ଥାନା ଅନ୍ତର୍ଗତ ବରୁଣିଆ ଗ୍ରାମର ଦିବ୍ୟ ପ୍ରକାଶ ପଣ୍ଡା ଓ ମମତା ପ୍ରଧାନଙ୍କ ବଡଝିଅ ନନ୍ଦିନୀ ଓ ସାନଝିଅ ଚାନ୍ଦିନୀ ବୋଲି ଜଣାପଡିଥିଲା। ଯାଜପୁର ଡିସିପିଓ ନିରଞ୍ଜନ କର, ସାମାଜିକ କର୍ମୀ ମିହିର କୁମାର ଜେନା, ବଇରୀ ପୋଲିସ ଏବଂ ଝିଅଦ୍ୱୟଙ୍କ ମା’ ମମତା ପ୍ରଧାନ ଶୁକ୍ରବାର ଆସି ପୁରୀ ଶିଶୁ ସୁରକ୍ଷା କାର୍ଯ୍ୟାଳୟରେ ପହଞ୍ଚତ୍ଲେ। କଣାସସ୍ଥିତ ପ୍ରତିଷ୍ଠାନରୁ ଶିଶୁଦ୍ୱୟକୁ ଅଣାଯାଇ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ନିକଟରେ ହାଜର କରାଯାଇଥିଲା। ସିଡବ୍ଲ୍ୟୁସି ଶିଶୁ ଦ୍ୱୟଙ୍କୁ ଯାଜପୁର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଛି। ଯାଜପୁର ଶିଶୁ ସୁରକ୍ଷା ଅଧିକାରୀ ଶିଶୁଦ୍ୱୟଙ୍କୁ ଯାଜପୁର ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରିବେ। ଶିଶୁଦ୍ୱୟଙ୍କ ପରିବାର ସ୍ଥିତି ଉପରେ ଅନୁଧ୍ୟାନ କରି ଯାଜପୁର ଶିଶୁ କଲ୍ୟାଣ କମିଟି ଏ ଦିଗରେ ନିଷ୍ପତ୍ତି ନେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ଶରଧାବାଲିରୁ ୨ଝିଅ ଉଦ୍ଧାର ହୋଇଥିବା ଖବର ଜୁଲାଇ ୮ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା।
ପାରିବାରିକ କଳହର ଶିକାର ହେଲେ ଦୁଇ ଝିଅ
ଦିବ୍ୟ ପ୍ରକାଶ ମମତାଙ୍କୁ ପ୍ରେମ ବିବାହ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟର ଲାଗି ରହିଥିଲା। ମମତା ତାଙ୍କ ବାପଘରେ ରହୁଥିଲେ। ୨୦୧୭ ଜୁନ୍‌ରେ ଝିଅଦ୍ୱୟ ଦାଣ୍ଡରେ ଖେଳୁଥିବା ବେଳେ ଦିବ୍ୟ ପ୍ରକାଶ ଆସି ନେଇଯାଇଥିଲେ। ମମତା ଏ ସଂକ୍ରାନ୍ତରେ ବଇରୀ ଥାନାରେ ଏକ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ କେସ୍‌ ରୁଜୁ କରିଥିଲେ ହେଁ ଏହାକୁ ଗମ୍ଭୀରତାର ସହ ନେଇ ନ ଥିଲା। ଏହାପରେ ଦିବ୍ୟ ପ୍ରକାଶ ଝିଅଦ୍ୱୟଙ୍କୁ ଆଣି ଶରଧାବାଲିରେ ଛାଡି ପଳାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ମେଟ୍ରୋ |

କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ

କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ

କଟକ ଅଫିସ, ୨୫।୫- କୁଆଖାଇ ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଛି। ତହସିଲଦାର, ପୋଲିସ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାରବାର। ଏହି କାରବାର ପାଇଁ ସରକାର ବହୁ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି।

ଚେକ୍‌ ବାଉନ୍ସ ମାମଲା :୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ

ଚେକ୍‌ ବାଉନ୍ସ ମାମଲା :୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ

କଟକ ଅଫିସ, ୨୫।୫- ଚେକ୍‌ ବାଉନ୍ସ ମାମଲାରେ ଭୁବନେଶ୍ୱରର ପୋଖରୀପୁଟର ଭବାନୀଶଙ୍କର ମହାନ୍ତି ଓ ଭୁବନେଶ୍ୱର ୟୁନିଟ-୯ର ଚିତ୍ରକୂଟ ଲେନର ଜିତେନ୍ଦ୍ର ନାଥ ପଲାଇଙ୍କ ବିରୋଧରେ କଟକ ଜେଏମ୍‌ଏଫ୍‌ସି ଅଦାଲତ ୱାରେଣ୍ଟ ଜାରି କରିଥିଲେ।

ଆନ୍ତର୍ଜାତିକ କାର୍ଯ୍ୟକ୍ରମ ପାଇଁ ଅଖଣ୍ଡ ମନୋନୀତ

କଟକ ଅଫିସ, ୨୫।୫- ମାନବାଧିକାର କର୍ମୀ ଅଖଣ୍ଡ ଆର୍ମେନିଆରେ ହେବାକୁ ଥିବା ଆନ୍ତର୍ଜାତୀୟ ଡିଜିଟାଲ୍‌ କ୍ୟାମ୍ପେନିଂ ତାଲିମ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି ା ଏସିଆ ଓ ୟୁରୋପ ମହାଦେଶରୁ ୧୦ ଜଣ ଲେଖାଏ ସାମାଜିକ କର୍ମୀଙ୍କୁ ନେଇ ଏହି ତାଲିମ କାର୍ଯ୍ୟକ୍ରମ ହେଉଛି ା

ବେଆଇନ ଟୋଲ ଫି ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ବେଆଇନ ଟୋଲ ଫି ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

-ଆଡଭୋକେଟଙ୍କୁ ଫି ଛାଡ଼ ଲାଗି ମାମଲା ରୁଜୁ କଟକ ଅଫିସ, ୨୫।୫- ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଟୋଲ ପ୍ଲାଜାରେ ଟୋଲ ଫି ଆଦାୟ କରାଯାଉଛି। ଏହି ଟୋଲ ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏଥିସହିତ ଆଡଭୋକେଟମାନଙ୍କୁ ଟୋଲ ଫି ଛାଡ଼ କରାଯାଇ ସେମାନଙ୍କ ପାସ୍‌ ପ୍ରଦାନ ଲାଗି ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ସାମାଜିକ କର୍ମୀ ତଥା ଆଡଭୋକେଟ ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଉକ୍ତ ମାମଲା ରୁଜୁ ହୋଇଛି। ଆବେଦନକାରୀ ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ, ଆଇନ ସଚିବ, ପୂର୍ତ୍ତ ବିଭାଗ ସଚିବ ସମେତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି।

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ୱର, ୨୫।୫(ବ୍ୟୁରୋ)- ପାରଳା ଗଜପତି ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ପାରଳା ମହାରାଜା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୪ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏଜି ଛକଠାରେ ଥିବା ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମଞ୍ଚର ସଭ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ନୀରବ ପ୍ରାର୍ଥନା କରିଥିଲେ। ଏହାସହିତ ମହାରାଜାଙ୍କ ଅତୀତ ଜୀବନର ସ୍ମୃତିଚାରଣ କରିଥିଲେ।

ବିଜେବି କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ ନତାଶା ବେଷ୍ଟ ଗ୍ରାଜୁଏଟ୍‌

ବିଜେବି କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ ନତାଶା ବେଷ୍ଟ ଗ୍ରାଜୁଏଟ୍‌

-ବିଜ୍ଞାନ: ୯୩% -କଳା: ୮୧% -ବାଣିଜ୍ୟ: ୮୭% କଳାରେ ନିକିତା, ବାଣିଜ୍ୟରେ ଆଦିତ୍ୟ ଟପ୍ପର ଭୁବନେଶ୍ୱର, ୨୫ା୫(ବ୍ୟୁରୋ)- ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) ସ୍ବୟଂଶାସିତ କଲେଜର ଯୁକ୍ତ୩ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତବର୍ଷ ବିଜ୍ଞାନରେ ପାସ୍‌ହାର ୯୩% ରହିଥିବାବେଳେ କଳାରେ ୮୧% ଏବଂ ବାଣିଜ୍ୟ ପାସ୍‌ହାର ୮୭% ରହିଛି। ବିଜ୍ଞାନ ଛାତ୍ରୀ ନତାଶା ନାୟକ ସର୍ବାଧିକ ୮୭.୯୨% ନମ୍ବର ରଖି ବେଷ୍ଟ ଗ୍ରାଜୁଏଟ୍‌ ଆଖ୍ୟା ଅର୍ଜନ କରିଛନ୍ତି। ସେ ପଦାର୍ଥ ବିଜ୍ଞାନ ଅନର୍ସ ରଖିଥିବାବେଳେ ମୋଟ ୨୪୦୦ ମାର୍କରୁ ୨୧୧୦ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି।

ଆଜି ସିବିଏସ୍‌ଇ ଦ୍ୱାଦଶ ଫଳ

ଭୁବନେଶ୍ୱର, ୨୫।୫(ବ୍ୟୁରୋ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌ cbseresults.nic.in କିମ୍ବା cbse.nic.inରେ ଫଳାଫଳ ଉପଲବ୍ଧ ହେବ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୫ରୁ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୧୩ରେ ଶେଷ ହୋଇଥିଲା। ଦେଶରେ ୪,୧୩୮ ଓ ବିଦେଶରେ ୭୧ କେନ୍ଦ୍ରରେ ମୋଟ ୧୧,୮୬,୩୦୬ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିଲେ। ଚଳିତବର୍ଷ ଭୁବନେଶ୍ୱର ରିଜିଅନରୁ ଦ୍ୱାଦଶରେ ୬୬,୩୧୮ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୨୭,୮୮୩ ଛାତ୍ରୀ ଏବଂ ୩୮,୪୩୫ ଛାତ୍ର ଅଛନ୍ତି।

ବାଂଲାଦେଶରେ ଛପାଯାଉଛି ଜାଲ ଟଙ୍କା

ବାଂଲାଦେଶରେ ଛପାଯାଉଛି ଜାଲ ଟଙ୍କା

-ଖୋର୍ଦ୍ଧାରୋଡ୍‌ ଜଙ୍କ୍‌ଶନରୁ ୩ ଲକ୍ଷ ଟଙ୍କାର ଜାଲ୍‌ ନୋଟ ଜବତ -ବାଙ୍ଗାଲୋର ନେଇ ଯାଉଥିଲେ ଝାଡ଼ଖଣ୍ଡ ଯାତ୍ରୀ ଭୁବନେଶ୍ୱର, ୨୫ା୫(ବ୍ୟୁରୋ)- କେବଳ ଭାରତରେ ନୁହେଁ, ବିଦେଶରେ ବି ଭାରତୀୟ ନୋଟ୍‌ର ନକଲ କରାଯାଉଛି। ଜାଲ୍‌ ନୋଟ କାରବାର କରୁଥିବା ଚୋରା ବ୍ୟବସାୟୀମାନେ ସେଠାରୁ ଜାଲ୍‌ ଟଙ୍କା ଆଣି ଭାରତର ବିଭିନ୍ନ ରାଜ୍ୟରେ ବିକ୍ରି କରୁଛନ୍ତି। ଗୁରୁବାର ଅପରାହ୍ନରେ ଖୋର୍ଦ୍ଧାରୋଡ୍‌ ଜଙ୍କ୍‌ଶନରୁ ଝାଡ଼ଖଣ୍ଡର ଜଣେ ରେଳ ଯାତ୍ରୀଙ୍କଠାରୁ ୩ ଲକ୍ଷ ଟଙ୍କା ଅର୍ଥାତ ୧୫୦ ଖଣ୍ଡ ୨ ହଜାର ଟଙ୍କିଆ ଜାଲ୍‌ ନୋଟ୍‌ ଜବତ କରାଯିବା ପରେ ଏଭଳି ତଥ୍ୟ ପଦାକୁ ଆସିଛି।

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର +୩ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ +୩ କଳାରେ ୮୧% ଛାତ୍ରୀଛାତ୍ର ପାସ କରିଥିବା ବେଳେ, ବିଜ୍ଞାନରେ ୯୩%, ବାଣିଜ୍ୟରେ ୮୭% ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି।

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଦେଶରେ ଲଗାତାର ଭାବେ ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ପ୍ରତିବାଦ ମଧ୍ୟ କରାଯାଉଛି। ଏହି କ୍ରମରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଶୁକ୍ରବାର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୫୦ଟି ବିଜୁ ସେତୁ ନିର୍ମାଣ କରାଯିବ। ଏଥିସହ ୮ହଜାର କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଓ ୧୨୮୫ କିମି ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ କରାଯିବ ବୋଲି ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁକ୍ରବାର ସୂଚନା ଦେଇଛନ୍ତି।

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋମୁହାଁ ନୀତି ଧରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଗୋଟିଏ କଥା, ଦଳର ମୁଖ୍ୟ ହିସାବରେ ନବୀନ ବାବୁ ଭିନ୍ନ କଥା କହୁଥିବା ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି।