ଉପକୂଳ ଓଡିଶା

ପଥରଚାପାରେ ଗଲା ଆଉ ଏକ ଜୀବନ

ଯାଜପୁର ଅଫିସ/ଧର୍ମଶାଳା/ଚଡେଇଧରା(ଡି.ଏନ.ଏ.),୯।୨

ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୁସୁନପୁର ସଂରକ୍ଷିତ ଜଙ୍ଗଲର ନୂଆଗଡ ଗ୍ରାମର ବେଆଇନ ପଥର ଖାଦାନରେ ଶୁକ୍ରବାର ଭୋର ୫ଟାରେ ପଥର ଚାପାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ହେଲେ କଳିଙ୍ଗନଗର ଥାନା ଅନ୍ତର୍ଗତ ପିଙ୍ଗଳ ଗ୍ରାମର ଅଭିନ ବେହେରାଙ୍କ ପୁଅ ଗୁରୁଚରଣ(୨୫)। ତେବେ ଏହି ମର୍ମନ୍ତୁଦ ଘଟଣା ସମ୍ପର୍କରେ ଏଯାଏ ଜେନାପୁର ଥାନାରେ ଅଭିଯୋଗ ହୋଇ ନ ଥିବାରୁ କୌଣସି ମାମଲା ରୁଜୁ ହୋଇନାହିଁ କି ବେଆଇନ ଖାଦାନଧାରୀଙ୍କୁ ଗିରଫ କରାଯାଇ ନାହିଁ । ଇତିମଧ୍ୟରେ ମୃତ ପରିବାରବର୍ଗ ଓ ପଥର ମାଫିଆଙ୍କ ମଧ୍ୟରେ ସଲାସୁତୁରା ଚାଲିଥିବା ଜଣାପଡିଛି। ପଥର ଚାପାକୁ ଗାଡି ଦୁର୍ଘଟଣାର ରୂପ ଦେଇ ମାମଲାକୁ ରଫାଦଫା କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଶୁକ୍ରବାର ଘଟଣାକୁ ମିଶାଇଲେ ଗତ ୧୫ ମାସ ମଧ୍ୟରେ କେବଳ ଧର୍ମଶାଳା ତହସିଲ ଅଞ୍ଚଳର ପଥର ଖାଦାନରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚତ୍ଛି। ଏହି ବେଆଇନ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ସ୍ବତନ୍ତ୍ର ଫୋର୍ସ ଗଠନ କରିବାରେ ବିଳମ୍ବ କରୁଥିବାରୁ ଶ୍ରମିକଙ୍କ ଜୀବନ ଏଠାରେ ଏକ ପ୍ରକାର ବାଜି ଲାଗିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ପିଙ୍ଗଳ ଗ୍ରାମର ଗୁରୁଚରଣ ପଥର ଖାଦାନରେ ଶ୍ରମିକ କାମ କଲେ ତାଙ୍କ ପରିବାର ଚଳେ। ସବୁଦିନ ଭଳି ଗୁରୁଚରଣ କୁସୁନପୁର ସରଂକ୍ଷିତ ଜଙ୍ଗଲ ଭିତରରେ ଥିବା ନୂଆଗଡ ପଥର ଖାଦାନକୁ ଶ୍ରମିକ କାମ କରିବାକୁ ଯାଇଥିଲେ। ପଥର ମୁଣ୍ଡାଇ ଟ୍ରକରେ ଭର୍ତ୍ତି କରୁଥିବାବେଳେ ପାହାଡ଼ ଶିଖରରେ ଝୁଲି ରହିଥିବା ଏକ ପଥର ହଠାତ ତାଙ୍କ ଦେହରେ ପଡ଼ିଥିଲା। ଗୁରୁତର ଅବସ୍ଥାରେ ଏକ କାର ଯୋଗେ ତୁରନ୍ତ ଗୁରୁଚରଣଙ୍କୁ କଟକ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗତ ସେପ୍ଟେମ୍ବର ମାସରେ ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ ଜଙ୍ଗଲ ବିଭାଗ ପକ୍ଷରୁ ବେଆଇନ ଖାଦାନଗୁଡିକ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଥିଲା। ବଳରାମପୁରଗଡ଼ ଗ୍ରାମରେ ଏକ ଅସ୍ଥାୟୀ କ୍ୟାମ୍ପ କରି ଜଙ୍ଗଲ ବିଭାଗ କର୍ମଚାରୀମାନେ ଡେରା ବାନ୍ଧି ଥିଲେ। କିନ୍ତୁ ସଂପୃକ୍ତ କର୍ମଚାରୀମାନେ ଜଙ୍ଗଲ ସୁରକ୍ଷା କରିବାରେ ବିଫଳ ହୋଇଥିଲେ। ପୋଲିସ ସହଯୋଗ କରୁ ନ ଥିବା ଦର୍ଶାଇ ସେମାନେ ସେଠାରୁ ଅପସରି ଯାଇଥିଲେ । ଏହାପରେ କୁସୁନପୁର ସଂରକ୍ଷିତ ଜଙ୍ଗଲରେ ପୁଣି ବେଆଇନ ଖାଦାନ ଜୋରସୋରରେ ଚାଲି ଆସିଥିଲା । ନିକଟରେ ଭାଜପାର ଏକ ପ୍ରତିନିଧି ଦଳ ମଧ୍ୟ ବଳରାମପୁରଗଡ ଯାଇ ବେଆଇନ ଖାଦାନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଥିଲା । କିନ୍ତୁ ଜଙ୍ଗଲ, ରାଜସ୍ବ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଏହି ବେଆଇନ କାର୍ଯ୍ୟ ଚାଲିଥିବାରୁ ଜଣେ ପରେ ଜଣଙ୍କ ଜୀବନ ଯିବାରେ ଲାଗିଛି । ଅର୍ଥ ଲୋଭରେ ମଣିଷ ଜୀବନ ଏଠାରେ ନିଷ୍ପ୍ରଭ ହୋଇଥିବା ମନେ ହୋଇଛି। ଏପରିକି ଗୁରୁଚରଣ ମାମଲାରେ ପୋଲିସ ନିଜ ପକ୍ଷରୁ ମାମଲା ରୁଜୁ ନ କରି ପରିବାର ଲୋକଙ୍କ ଅଭିଯୋଗକୁ ଅପେକ୍ଷା କରିଛି । ଅନ୍ୟପକ୍ଷେ ମୃତ ଗୁରୁଚରଣଙ୍କ ପରିବାରବର୍ଗ ଅତି ଗରିବ ଶ୍ରେଣୀ ହୋଇଥିବାରୁ ପଥର ମାଫିଆଙ୍କ ପ୍ରଲୋଭନର ଶିକାର ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ପଦକ୍ଷେପ ଗ୍ରହଣ ନ କଲେ ଏହି ବେଆଇନ କାର୍ଯ୍ୟ ବନ୍ଦ ହେବ ନାହିଁ କି ନୀରିହ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏହି ବେଆଇନ କାର୍ଯ୍ୟରେ ଜଙ୍ଗଲ, ରାଜସ୍ବ ଓ ପୋଲିସ ବିଭାଗର ତଳ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକପ୍ରତିନିଧି ଓ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ସ୍ବାର୍ଥ ନିହିତ ଥିବାରୁ କୌଣସି ଠୋସ ପଦକ୍ଷେପ ନେବାରେ ସରକାର ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି। ଏସଂକ୍ରାନ୍ତରେ ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସଙ୍କୁ ପଚାରିବାରେ ପରିସ୍ଥିତି ଉପରେ ନଜର ରଖାଯାଇଛି। ହେଲେ ମୃତକଙ୍କ ପରିବାରବର୍ଗଙ୍କ ପକ୍ଷରୁ ଅଭିଯୋଗ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

All Right Reserved By
I&PR

Model This Week

ସନ୍ତୋଷ

ଉପକୂଳ ଓଡିଶା

ଠାକୁରଙ୍କୁ ଲାଗିହେଲା ବ୍ରହ୍ମକମଳ

ଠାକୁରଙ୍କୁ ଲାଗିହେଲା ବ୍ରହ୍ମକମଳ

ଓଡଗାଁ,୨୫।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁ ବ୍ଲକ ଗୌଡପୁଟ ପଞ୍ଚାୟତ ଅନ୍ତର୍ଗତ ଗୋଠବଣ ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ମିଶ୍ରଙ୍କ ବାଡିରେ ବୁଧବାର ରାତିରେ ୨୪ଗୋଟି ଦୁଲ୍ଲଭ ବ୍ରହ୍ମକମଳ ଫୁଲ ଫୁଟିଥିବାବେଳେ ଗୁରୁବାର ରାତିରେ ୧୧ଟି ଫୁଟିଥିଲା। ଉଦୟନାଥ ବୁଧବାର ରାତିରେ ସ୍ବତନ୍ତ୍ର ଗାଡିରେ ୨୪ଗୋଟି ଫୁଲ ପୁରୀ ନେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଲାଗି କରିଥିଲେ।

କଳିଙ୍ଗ ନଗର ବିକାଶ ପାଇଁ ଆଲୋଚନା

ଯାଜପୁର ରୋଡ,୨୫।୫(ନି.ପ୍ର.)-କଳିଙ୍ଗ ନଗର ବିକାଶ ପାଇଁ ଯାଜପୁରରୋଡ ସ୍ଥିତ ଫେରୋକ୍ରମ ଅତିଥି ଶାଳାରେ ଆଲୋଚନା କରାଯାଇଥିଲା। ଏଥିରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ, ଅତିରିକ୍ତ ଜିଲାପାଳ କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଆଲୋଚନା କରିଥିଲେ।

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶ,୨୫।୫(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ୮୦/୧୮ରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ମିହିର କୁମାର ସିଂହ(୨୮)ଙ୍କୁ ଗିରଫ କରାଯାଇଛି।

ବ୍ଲକସ୍ତରୀୟ ମୋ ସ୍କୁଲ କାର୍ଯ୍ୟକ୍ରମ

ବ୍ଲକସ୍ତରୀୟ ମୋ ସ୍କୁଲ କାର୍ଯ୍ୟକ୍ରମ

ନୟାଗଡ ଅଫିସ,୨୫।୫-ନୟାଗଡ ବ୍ଲକ ସମ୍ମିଳନୀ କକ୍ଷରେ ମୋ ସ୍କୁଲ ଯୋଜନାର ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ବିଡିଓ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବ୍ଲକ ଶିକ୍ଷାଅଧିକାରୀ ଦାମୋଦର ଖିଲାର ଯୋଗଦେଇ ମୋ ସ୍କୁଲ ଯୋଜନାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ବ୍ଲକସ୍ତରୀୟ ମୋ ସ୍କୁଲ କାର୍ଯ୍ୟକ୍ରମ

ବ୍ଲକସ୍ତରୀୟ ମୋ ସ୍କୁଲ କାର୍ଯ୍ୟକ୍ରମ

ନୟାଗଡ ଅଫିସ,୨୫।୫-ନୟାଗଡ ବ୍ଲକ ସମ୍ମିଳନୀ କକ୍ଷରେ ମୋ ସ୍କୁଲ ଯୋଜନାର ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ବିଡିଓ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବ୍ଲକ ଶିକ୍ଷାଅଧିକାରୀ ଦାମୋଦର ଖିଲାର ଯୋଗଦେଇ ମୋ ସ୍କୁଲ ଯୋଜନାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ପାରାଦୀପ,୨୫ା୨(ସ୍ବ.ପ୍ର.): ଗତ ୧୬ ତାରିଖର ଝାରସୁଗୁଡ଼ା ଶୁଖାସୋଢ଼ା ଏବଂ ବରଗଡ଼ର ଚିଖିଲିରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ଶୁକ୍ରବାର ପାରାଦୀପ ସମୁଦ୍ର ବେଳାଭୂମିରେ ଉଦ୍‌ଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି କେନ୍ଦ୍ରର ଭାଜପା ସରକାର ଏବଂ ଓଡ଼ିଶାର ଭାଜପା ନେତାଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାର ଜୀବନରେଖା ମହାନଦୀର ଜଳପ୍ରବାହକୁ ଅବ୍ୟାହତ ରଖିବାକୁ ହେଲେ ଏହାର ସୁରକ୍ଷା ଅନିବାର୍ଯ୍ୟ। ଏହା ରାଜନୈତିକ ଅଭିସନ୍ଧି ନୁହେଁ।

ଆତ୍ମହତ୍ୟା ଉଦ୍ୟମ କରିଥିବା ଫେଲ୍‌ ଛାତ୍ରୀଙ୍କ ମୃତ୍ୟୁ

ଆତ୍ମହତ୍ୟା ଉଦ୍ୟମ କରିଥିବା ଫେଲ୍‌ ଛାତ୍ରୀଙ୍କ ମୃତ୍ୟୁ

ମାର୍ଶାଘାଇ,୨୫ା୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ କୁସୁନପୁର ଗ୍ରାମର ଭ୍ରମର ନାୟକଙ୍କ କନ୍ୟା ଶୁଭ୍ରତା ନାୟକ(୧୭) ମାର୍ଶାଘାଇ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଚଳିତବର୍ଷ ଯୁକ୍ତ ୨ ପରୀକ୍ଷାରେ ଫେଲ୍‌ ହେବାରୁ ଗତ ୧୯ ତାରିଖରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଗୋଷ୍ଠି ପରିଚାଳିତ ସମ୍ପୂର୍ଣ୍ଣ ପରିମଳ ପ୍ରଶିକ୍ଷଣ ଶିବିର

ଗୋଷ୍ଠି ପରିଚାଳିତ ସମ୍ପୂର୍ଣ୍ଣ ପରିମଳ ପ୍ରଶିକ୍ଷଣ ଶିବିର

ରାଜନଗର,୨୫ା୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଜଳ ଓ ପରିମଳ ମିଶନ ପକ୍ଷରୁୁ ୫ ଦିନିଆ ଗୋଷ୍ଠି ପରିଚାଳିତ ସମ୍ପୂର୍ଣ୍ଣ ପରିମଳ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି।

ଆଳିର ୪ ବେଆଇନ କରତକଳ ଉପରେ ଚଢ଼ାଉ

ଆଳିର ୪ ବେଆଇନ କରତକଳ ଉପରେ ଚଢ଼ାଉ

ଆଳି,୨୫ା୨(ଡି.ଏନ୍‌.ଏ.): ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ୪ କରତକଳ ଉପରେ ଶୁକ୍ରବାର ଭୋର ୫ଟାରେ ରାଜନଗର ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି। ୪ଟିର ଯନ୍ତ୍ରାଶ ଓ କାଠଗୁଡିକୁ ବନବିଭାଗ ପକ୍ଷରୁ ଜବତ କରାଯାଇଛି।

ବ୍ରାହ୍ମଣୀ ନଦୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବ୍ରାହ୍ମଣୀ ନଦୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଯାଜପୁର ଅଫିସ, ୨୫।୫: ଯାଜପୁର ଜିଲା ଜେନାପୁର ଥାନା ଅର୍ନ୍ତଗତ ବ୍ରାହ୍ମଣୀ ନଦୀର ରେଲୱେ ବ୍ରିଜ ନିକଟରୁ ଶୁକ୍ରବାର ସକାଳେ ଏକ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନଟିଲୋ ଗ୍ରାମର ୧୭ ବର୍ଷର ଛାତ୍ର ବବ୍‌ଲୁ ସାହୁ। ଗୁରୁବାର ପୁର୍ବାହ୍ନରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବବଲୁ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।

କୁସୁମୀ ନଦୀ ଶାଖା ଆମ୍ବନାଳର ପୁନରୁଦ୍ଧାର ପାଇଁ ଅର୍ଥ ମଞ୍ଜୁର

କୁସୁମୀ ନଦୀ ଶାଖା ଆମ୍ବନାଳର ପୁନରୁଦ୍ଧାର ପାଇଁ ଅର୍ଥ ମଞ୍ଜୁର

ଖଣ୍ଡପଡା,୨୫ା୫(ସ୍ବ.ପ୍ର.)-ଖଣ୍ଡପଡା ସହରାଞ୍ଚଳ ନିକଟରେ ପ୍ରବାହିତ କୁସୁମୀ ନଦୀର ଶାଖା ଆମ୍ବନାଳର ପୁନଃରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଗୁରୁବାର ଅପରାହ୍ନରେ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଦ୍ୱାରା ଏହି କାର୍ଯ୍ୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଖଣ୍ଡପଡା ବ୍ଲକ ରାଣୀଛେଲି ପଞ୍ଚାୟତର କଳପଙ୍ଗୀ ଗ୍ରାମଠାରେ ଆୟୋଜିତ ଉତ୍ସବରେ ଖୋର୍ଦ୍ଧା ଡ୍ରେନେଜ୍‌ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ସୌରଭ ସାହୁ ଓ ସହକାରୀ ଯନ୍ତ୍ରୀ ଦେବେନ୍ଦ୍ର ନାରାୟଣ ଷଡଙ୍ଗୀ ଯୋଗଦେଇଥିଲେ। ଆସନ୍ତା ୬ମାସ ମଧ୍ୟରେ ଆମ୍ବନାଳର ପୁନରୁଦ୍ଧାର ସହ ନାଳର ଉଭୟ ପାର୍ଶ୍ୱରେ ପଥର ପ୍ୟାକିଂ କାର୍ଯ୍ୟ ଶେଷ ହେବ ବୋଲି ବିଭାଗୀୟ ନିର୍ବାହୀଯନ୍ତ୍ରୀ ସୂଚନା ଦେଇଛନ୍ତି। ରାଣୀଛେଲି ପଞ୍ଚାୟତ ବିଜେଡି ସଭାପତି ଦାମୋଦର ପ୍ରଧାନ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କଣ୍ଟିଲୋ ରାମଲୀଳା: ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କଲେ ରାମଚନ୍ଦ୍ର

କଣ୍ଟିଲୋ ରାମଲୀଳା: ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କଲେ ରାମଚନ୍ଦ୍ର

ଖଣ୍ଡପଡା,୨୫ା୫(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ମାଧବଚୌଧୁରୀପାଟଣା ଉନ୍ନୟନ ପରିଷଦ ପକ୍ଷରୁ ପୁରାଣ କଥାବସ୍ତୁକୁ ନେଇ ବୁଧବାର ଶ୍ରୀ ରଘୁନାଥ ଜୀଉ ନାଟ୍ୟ ସମିତି ଦ୍ୱାରା ପରିବେଷିତ ରାମଲୀଳାରେ ‘ଶିବଧନୁ ଭଗ୍ନ ଓ ସୀତା ବିବାହ’ ପ୍ରସଙ୍ଗ ମଞ୍ଚସ୍ଥ ହୋଇଥିଲା। ଜନକଙ୍କ କନ୍ୟା ଜାନକୀଙ୍କ ସ୍ବୟମ୍ବର ଆୟୋଜନ ହୋଇଥାଏ ା ଯିଏ ଶିବଧନୁ ଭାଙ୍ଗିବ ସୀତା ତାଙ୍କ ଗଳାରେ ବରଣମାଳା ଦେବେ ା ଲଙ୍କା ନରେଶ ରାବଣ ମଧ୍ୟ ଏହି ସ୍ବୟମ୍ବର ସଭାକୁ ଆସିଥିଲେ। ନିଜକୁ ପ୍ରବଳ ପ୍ରତାପୀ ବୋଲି କହୁଥିବା ରାବଣ ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିବେ ବୋଲି ନିଶ୍ଚିତ ଥିଲେ। ହେଲେ ଶିବ ଭଗବାନ ତାଙ୍କ ଗର୍ବ ରଖିଲେ ନାହିଁ ା ଶିବଧନୁ ଭାଙ୍ଗିବା ଦୂରେ ଥାଉ ଉଠାଇ ବି ପାରିଲେ ନାହିଁ ା ଏଥିରେ ଲଜ୍ୟା ଓ ଅପମାନ ଅନୁଭବ କରି ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଅନ୍ୟ କେହି କାଳେ ଶିବ ଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିବେ ତେଣୁ ରାବଣ ରାହୁଙ୍କୁ ଧନୁ ଉପରେ ବସିବାକୁ ନିର୍ଦ୍ଦେଶ ଦେଇଥିଲେ ା ଯାହା ଫଳରେ ଉପସ୍ଥିତ ଜଣେ ବି କେହି ରାଜା ଧନୁକୁ ଉଠାଇ ନ ପାରି ଫେରିଯାଇଥିଲେ ା ତ୍ରିକାଳଦର୍ଶୀ ଋଶି ବିଶ୍ୱାମିତ୍ର ଏସବୁ ଜାଣିଥାନ୍ତି ା ସମସ୍ତ ରାଜା ସେଠାରୁ ପ୍ରତ୍ତ୍ୟାବର୍ତ୍ତନ କରୁଥିବା ବେଳେ ଧନୁ ଉପରେ ବସିଥିବା ରାହୁ ସମସ୍ତେ ତ ଚାଲିଗଲେଣି ମୁଁ ଆଉ କାହିଁକି ବସି ରହିବି ଭାବି ଉଠି ଚାଲିଗଲେ ା ଏହି ସମୟରେ ବିଶ୍ୱାମିତ୍ର ଶିବଧନୁ ଉଠାଇବା ପାଇଁ ରାମଚନ୍ଦ୍ରଙ୍କୁ ନିର୍ଦ୍ଦେଶ ଦିଅନ୍ତେ ରାମଚନ୍ଦ୍ର ଗୁରୁଙ୍କ ନିର୍ଦ୍ଦେଶ ମାନି ଶିବଧନୁ ଉଠାଇ ଧନୁଭଗ୍ନ କରି ସୀତାଙ୍କୁ ବିବାହ କରିଥିଲେ ା ଏହି ଦୃଶ୍ୟକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। ରାମ, ଲକ୍ଷ୍ମଣ ଓ ସୀତା ଭୂମିକାରେ ଶିଶୁ କଳାକାର ଯଥାକ୍ରମେ ବିଶ୍ୱନାଥ, ଗୁଡୁ ଓ ରତିକାନ୍ତଙ୍କ ଅଭିନୟ ବେଶ୍‌ ହୃଦୟସ୍ପର୍ଶୀ ହୋଇପାରିଥିଲା ା