ବାଣିଜ୍ୟ |

କମ୍ପାନୀଗୁଡିକର ସିଏସ୍‌ଆର୍‌ ବ୍ୟୟ ୪,୭୧୯ କୋଟି

କମ୍ପାନୀଗୁଡିକର ସିଏସ୍‌ଆର୍‌ ବ୍ୟୟ ୪,୭୧୯ କୋଟି

ନୂଆଦିଲ୍ଲୀ,୯-୨(ପି.ଟି.)
ଚଳିତ ଆର୍ଥିକବର୍ଷର ପ୍ରଥମ ୮ ମାସରେ କମ୍ପାନୀଗୁଡିକ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) କାର୍ଯ୍ୟରେ ୪,୭୧୯ କୋଟି ଟଙ୍କା ବ୍ୟୟ କରିଛନ୍ତି। ତେବେ ଏ କ୍ଷେତ୍ରରେ ଘରୋଇ କମ୍ପାନୀଗୁଡିକର ଅବଦାନ ଅଧିକ ରହିଥିବା କର୍ପୋରେଟ୍‌ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପି. ପି. ଚୌଧୁରୀ ଲୋକ ସଭାରେ ଲିଖିତ ଉତ୍ତରରେ ଜଣାଇଛନ୍ତି।
ସୂଚନାଯୋଗ୍ୟ, କମ୍ପାନୀ ଆଇନ ୨୦୧୩ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ବର୍ଗର କମ୍ପାନୀ ସେମାନଙ୍କ ୩ ବର୍ଷର ହାରାହାରି ବାର୍ଷିକ ନେଟ୍‌ ଲାଭର ଅତିକମ୍‌ରେ ୨% ସିଏସ୍‌ଆର୍‌ କାର୍ଯ୍ୟରେ ବ୍ୟୟ କରିବା ଆବଶ୍ୟକ।

All Right Reserved By
I&PR

Model This Week

ସନ୍ତୋଷ

ବାଣିଜ୍ୟ |

 ଚନ୍ଦା କୋଚ୍ଚରଙ୍କୁ ସେବିର ନୋଟିସ୍‌

ଚନ୍ଦା କୋଚ୍ଚରଙ୍କୁ ସେବିର ନୋଟିସ୍‌

ବମ୍ବେ,୨୬-୫(ପି.ଟି.) ଭିଡିଓକନ୍‌ ଏବଂ ଆଇସିଆଇସିଆଇ ବ୍ୟାଙ୍କ ଋଣ ମାମଲାରେ ବଜାର ନିୟାମକ ସେବି ବ୍ୟାଙ୍କ୍‌ର ସିଇଓ ତଥା ଏମ୍‌ଡି ଚନ୍ଦା କୋଚ୍ଚରଙ୍କୁ ନୋଟିସ୍‌ ଜାରି କରିଛି। ଭିଡିଓକନ୍‌ ଗ୍ରୁପ୍‌ ଏବଂ ଚନ୍ଦାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କ କମ୍ପାନୀ ନ୍ୟୁପାଓ୍ବାର ସହିତ ଆଇସିଆଇସିଆଇ ବ୍ୟାଙ୍କର ନେଣଦେଣକୁ ନେଇ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ଏହି ନୋଟିସ୍‌ ଜାରି କରିଥିବା ଆଇସିଆଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି। କୋଚ୍ଚରଙ୍କ ସହ ବ୍ୟାଙ୍କ ନିକଟକୁ ମଧ୍ୟ ଏକ ନୋଟିସ୍‌ ଆସିଛି। ଏହି ନୋଟିସ୍‌ର ଯଥାର୍ଥ ଉତ୍ତର ସେବି ନିକଟରେ ଦାଖଲ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଆର୍ଥିକ ଲକ୍ଷ୍ୟ ଅନୁସାରେ ନିବେଶ କରିବା ଉଚିତ

ଆର୍ଥିକ ଲକ୍ଷ୍ୟ ଅନୁସାରେ ନିବେଶ କରିବା ଉଚିତ

ଭୁବନେଶ୍ୱର,୨୬-୫ ନିଜର ଆର୍ଥିକ ଲକ୍ଷ୍ୟ ଅନୁସାରେ ଲୋକମାନେ ନିବେଶ ଯୋଜନା କରିବା ଆବଶ୍ୟକ। କମ୍‌ ସମୟରେ ଅଧିକ ଲାଭ ଆଶାରେ କୌଣସି ପ୍ରକାର ଅନିୟନ୍ତ୍ରିତ ଫାଇନାନ୍ସିଆଲ୍‌ ପ୍ରଡକ୍ଟ କ୍ରୟ କରିବା ଅନୁଚିତ। ଓଡିଶାରେ ଆର୍ଥିକ ସାକ୍ଷରତା ହାର ଜାତୀୟ ହାରଠାରୁ ଯଥେଷ୍ଟ କମ୍‌ ରହିଥିବା ବେଳେ ଗରିବ ଲୋକମାନେ ଚିଟ୍‌ ଫଣ୍ଡ୍‌ ଭଳି ଆର୍ଥିକ ଠକେଇର ଶିକାର ହୋଇଛନ୍ତି। ସୁନ୍ଦରରାମ ମ୍ୟୁଚୁଆଲ୍‌ ଫଣ୍ଡ, ଓ୍ବେଲ୍‌ଥ ଷ୍ଟ୍ରିଟ୍‌ ଏବଂ ମେରାଇ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଭଳି ଜାତୀୟ ସ୍ତରୀୟ ଆର୍ଥିକ ସେବାପ୍ରଦାନକାରୀ ସଂସ୍ଥା ପକ୍ଷରୁ ଏଭଳି କୁହାଯାଇଛି।

୧୩ ଦିନରେ  ୩ ଟଙ୍କା ବଢିଲାଣି ତୈଳ ଦର

୧୩ ଦିନରେ ୩ ଟଙ୍କା ବଢିଲାଣି ତୈଳ ଦର

ଭୁବନେଶ୍ୱର, ୨୬-୫(ବ୍ୟୁରୋ) ମେ ୧୪ରୁ ୨୬ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୩ ଟଙ୍କା ୧୪ ପଇସା ବଢିଥିବା ବେଳେ ଡିଜେଲ ଦର ୨ଟଙ୍କା ୯୮ ପଇସା ବୃଦ୍ଧି ପାଇଛି। ଶୁକ୍ରବାର ପେଟ୍ରୋଲରେ ୧୪ ପଇସା ବଢିଥିବା ବେଳେ ଡିଜେଲ୍‌ରେ ୧୬ ପଇସା ବୃଦ୍ଧି ପାଇଛି। କ୍ରମାଗତ ଦୀର୍ଘ ୧୩ ଦିନ ହେଲା ଉଭୟ ଦର ବଢିଚାଲିଥିବା ବେଳେ କମିବାର ନଁା ଧରୁନି। ସୂଚନା ଅନୁସାରେ ୨୦ ତାରିଖରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ୭୫ ଟଙ୍କା ଟପି ଥିବା ବେଳେ ୨୪ ରେ ୭୬ ଟଙ୍କା ଟପିଥିଲା।

ପେଟ୍ରୋଲିୟମ ଉତ୍ପାଦ ଜିଏସ୍‌ଟି ଭିତରେ ରହୁ:କେନ୍ଦ୍ର

ପେଟ୍ରୋଲିୟମ ଉତ୍ପାଦ ଜିଏସ୍‌ଟି ଭିତରେ ରହୁ:କେନ୍ଦ୍ର

ନୂଆଦିଲ୍ଲୀ,୨୬-୫ ପେଟ୍ରୋଲ, ଡିଜେଲ ଆଦି ତୈଳଜାତ ଦ୍ରବ୍ୟକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିସରଭୁକ୍ତ କରିବା ସପକ୍ଷରେ କେନ୍ଦ୍ର ସରକାର ଶୁକ୍ରବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡକରି କହିଛନ୍ତି, ପେଟ୍ରୋଲ ଡିଜେଲକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କଲେ ଏହା ରାଜ୍ୟଗୁଡିକ ପାଇଁ ମଙ୍ଗଳମୟ ହେବ। ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଜିଏସ୍‌ଟି ପରିଷଦ ଯଦି ଏହି ନିଷ୍ପତ୍ତି ଗ୍ରହଣ କରେ ତେବେ କେନ୍ଦ୍ର ସରକାର ଏହାକୁ ସ୍ବାଗତ କରିବେ।

ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଏକ୍ସପର୍ଟ ଗ୍ରୁପ୍‌ ଗଠିତ

ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଏକ୍ସପର୍ଟ ଗ୍ରୁପ୍‌ ଗଠିତ

ନୂଆଦିଲ୍ଲୀ,୨୫-୫(ପି.ଟି.) ଦେଶର ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ପକ୍ଷରୁ ଏକ ଏକ୍ସପର୍ଟ ଗ୍ରୁପ୍‌ ଗଠିତ ହୋଇଛି। ଏହି ଗ୍ରୁପ୍‌ର ଆବାହକ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ରହିବେ। ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ମେଦାନ୍ତ ସିଟି ହସ୍‌ପିଟାଲ୍‌ର ଡ. ନରେଶ ତ୍ରେହାନ୍‌, ବାଙ୍ଗାଲୋରସ୍ଥିତ ନାରାୟଣ ହେଲ୍‌ଥ ସିଟିର ଅଧ୍ୟକ୍ଷ ଡ. ଦେବୀ ସେଟ୍ଟି ଏବଂ କଲିକତାସ୍ଥିତ ଆର୍‌. ଜି. କର ମେଡିକାଲ୍‌ କଲେଜ୍‌ର କୋର୍ଡିଓ ଥୋରେସିସ୍‌ ସର୍ଜରୀ ବିଭାଗର ଏଚ୍‌ଓଡି ଡ. ଭାବାତୋଷ ବିଶ୍ୱାସ ଆଦି ଅଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୧୨.୪ କୋଟି ଟଙ୍କା ଦରମା ନେଲେ ଟିସିଏସ୍‌ ସିଇଓ

୧୨.୪ କୋଟି ଟଙ୍କା ଦରମା ନେଲେ ଟିସିଏସ୍‌ ସିଇଓ

ନୂଆଦିଲ୍ଲୀ,୨୫-୫(ପି.ଟି.) ୨୦୧୭-୧୮ ଆର୍ଥିକବର୍ଷରେ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ରାଜେଶ ଗୋପିନାଥନ୍‌ ୧୨.୪୯ କୋଟି ଟଙ୍କା ଦରମା ନେଇଛନ୍ତି। ପୂର୍ବରୁ ଗୋପିନାଥନ୍‌ କମ୍ପାନୀର ମୁଖ୍ୟ ବିତ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ସମୟରେ ଏନ୍‌. ଚନ୍ଦ୍ରଶେଖରନ୍‌ କମ୍ପାନୀର ସିଇଓ ଥିଲେ

ପିଏନ୍‌ବି ଠକେଇ:ନୀରବଙ୍କ ବିରୋଧରେ ଇଡିର ଚାର୍ଜଶିଟ

ପିଏନ୍‌ବି ଠକେଇ:ନୀରବଙ୍କ ବିରୋଧରେ ଇଡିର ଚାର୍ଜଶିଟ

ବମ୍ବେ,୨୫ା୫(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି)ରେ ହୋଇଥିବା ୧୩,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହାର ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଛି। ୧୨,୦୦୦ ପୃଷ୍ଠାବିଶିଷ୍ଠ ଏହି ଚାର୍ଜଶିଟ୍‌ରେ ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ଏବଂ ତାଙ୍କର କେତେକ ସହଯୋଗୀଙ୍କ ନାମ ଉଲ୍ଲେଖ କରାଯାଇଛି।

୨୦ ଧନୀ ହରାଇଲେ ୧୭.୮୫ ବିଲିୟନ ଡଲାର: ପ୍ରଭାବିତ ଗୌତମ ଆଦାନୀ

୨୦ ଧନୀ ହରାଇଲେ ୧୭.୮୫ ବିଲିୟନ ଡଲାର: ପ୍ରଭାବିତ ଗୌତମ ଆଦାନୀ

ନୂଆଦିଲ୍ଲୀ,୨୫-୫ ଚଳିତ ବର୍ଷ ଆରମ୍ଭରୁ ହିଁ ଦେଶର କୋଟିପତିମାନଙ୍କ ନେଟ୍‌ ସମ୍ପତ୍ତିରେ ବିପୁଳ ପରିମାଣର ହ୍ରାସ ଘଟିଲାଣି। ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଶ୍ରେଷ୍ଠ ୨୦ ଧନୀ ବ୍ୟକ୍ତିଙ୍କ ମିଳିତ କ୍ଷତି ୧୭.୮୫ ବିଲିୟନ ଡଲାରରେ ପହଞ୍ଚିଲାଣି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶର ଶ୍ରେଷ୍ଠ ୫ ଜଣ ଧନୀ ବ୍ୟକ୍ତି ଏକାକୀ ୧୫ ବିଲିୟନ ଡଲାର ହରାଇଛନ୍ତି। ବ୍ଲୁମ୍‌ବର୍ଗ ବିଲିୟନେୟାର୍‌ ସୂଚୀରୁ ଏହା ପ୍ରକାଶ।

୯ ଲକ୍ଷରୁ ଊର୍ଦ୍ଧ୍ୱ ଯାନ ଡେଲିଭରୀ କଲା ଫକ୍ସଓ୍ବାଗନ୍‌

୯ ଲକ୍ଷରୁ ଊର୍ଦ୍ଧ୍ୱ ଯାନ ଡେଲିଭରୀ କଲା ଫକ୍ସଓ୍ବାଗନ୍‌

ଭୁବନେଶ୍ୱର,୨୫-୫ ଚଳିତ କ୍ୟାଲେଣ୍ଡର ବର୍ଷର ଏପ୍ରିଲ ମାସରେ ଫକ୍ସଓ୍ବାଗନ୍‌ ଗ୍ରୁପ୍‌ ୯,୨୭,୨୦୦ ୟୁନିଟ୍‌ ଯାନର ଡେଲିଭରୀ କରିଛି। ଗତବର୍ଷ ଏପ୍ରିଲ ତୁଳନାରେ ଏଥିରେ ୧୦.୨% ବୃଦ୍ଧି ଘଟିଛି। ଚଳିତ ବର୍ଷର ପ୍ରଥମ ୪ ମାସରେ କମ୍ପାନୀ ୩.୬ ନିୟୁତରୁ ଊର୍ଦ୍ଧ୍ୱ ଯାନ ଡେଲିଭରୀ କରିଛି, ଯାହାକି ପୂର୍ବବର୍ଷ ତୁଳନାରେ ୮.୧% ଅଧିକ। ୟୁରୋପୀୟ ବଜାରରେ ଉତ୍ସାହ, ଜର୍ମାନୀ ଏବଂ ଦକ୍ଷିଣ ଆମେରିକାରେ ଚାହିଦା ବୃଦ୍ଧି କମ୍ପାନୀ ପାଇଁ ସକାରାତ୍ମକ ସାବ୍ୟସ୍ତ ହୋଇଛି। କମ୍ପାନୀ ଏହାର ବ୍ରାଣ୍ଡଗୁଡିକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଜାରି ରଖିବ ବୋଲି ଫକ୍ସଓ୍ବାଗନ୍‌ ଆକ୍‌ତିଏଞ୍ଜ୍‌ସେଲ୍‌ସଚାଫ୍ଟର ମୁଖ୍ୟ(ଗ୍ରୁପ୍‌ ସେଲ୍‌ସ) ଫେଡ୍‌ କ୍ୟାପ୍‌ଲର୍‌ ପ୍ରକାଶ କରିଛନ୍ତି।

ଆଦିତ୍ୟ ହ୍ୟୁଣ୍ଡାଇରେ ନ୍ୟୁ ୨୦୧୮ କ୍ରେଟା

ଆଦିତ୍ୟ ହ୍ୟୁଣ୍ଡାଇରେ ନ୍ୟୁ ୨୦୧୮ କ୍ରେଟା

ଭୁବନେଶ୍ୱର,୨୫-୫ ରାଜ୍ୟର ପ୍ରମୁଖ କାର୍‌ ଡିଲର୍‌ ଆଦିତ୍ୟ ହ୍ୟୁଣ୍ଡାଇ ପକ୍ଷରୁ ଏହାର ଟମାଣ୍ଡୋସ୍ଥିତ ଶୋ’ରୁମ୍‌ରେ ନ୍ୟୁ ୨୦୧୮ କ୍ରେଟାର ବଜାର ପ୍ରବେଶ କରାଯାଇଛି। ଏହି ଅବସରରେ ଏଚ୍‌ଡିଏଫ୍‌ସି କାର୍‌ ଲୋନ୍‌ ବିଭାଗ ଏଏସ୍‌ଏମ୍‌ ଶକ୍ତି ରଞ୍ଜନ ସ୍ବାଇଁ, ଆଦିତ୍ୟ ହ୍ୟୁଣ୍ଡାଇର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପାତ୍ର, ହ୍ୟୁଣ୍ଡାଇ ମୋଟର୍‌ ଇଣ୍ଡିଆ ଲିମିଟେଡ୍‌ର ଏପିଏସ୍‌ଏମ୍‌ ସୌମ୍ୟ ଘୋଷ ଏବଂ ଆଦିତ୍ୟ ହ୍ୟୁଣ୍ଡାଇର ସହ ଉପସଭାପତି ହର୍‌ମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନ୍ୟୁ ୨୦୧୮ କ୍ରେଟାରେ ଷ୍ଟାଇଲ୍‌ ଏବଂ ପ୍ରଦର୍ଶନ ଉଭୟକୁ ସମ ପରିମାଣରେ ପ୍ରାଧାନ୍ୟ ଦିଆଯାଇଛି। ଏହା ଜରିଆରେ ହ୍ୟୁଣ୍ଡାଇ ଏସ୍‌ୟୁଭି ସେଗ୍‌ମେଣ୍ଟରେ ଏହାର ପଦଚିହ୍ନକୁ ଆହୁରି ସୁଦୃଢ଼ କରିବାର ଲକ୍ଷ୍ୟ ରଖିଛି।

ସାମ୍‌ସଙ୍ଗ୍‌ ଅନ୍‌ଲାଇନ୍‌ ଶପ୍‌ ସମର୍‌ ଫେଷ୍ଟ୍‌

ସାମ୍‌ସଙ୍ଗ୍‌ ଅନ୍‌ଲାଇନ୍‌ ଶପ୍‌ ସମର୍‌ ଫେଷ୍ଟ୍‌

ଗୁର୍‌ଗାଓଁ,୨୫-୫ ଦେଶର ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ଏବଂ ମୋବାଇଲ୍‌ ଫୋନ୍‌ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ ଇଣ୍ଡିଆ ପକ୍ଷରୁ ଏହାର ଅନଲାଇନ୍‌ ଷ୍ଟୋର୍‌ ସାମସଙ୍ଗ ଅନଲାଇନ୍‌ ଶପ୍‌ରେ ‘ସମର୍‌ ଫେଷ୍ଟ୍‌ ୨୦୧୮’ ଆରମ୍ଭ ହୋଇଛି। ମେ’ ୨୨ରୁ ଆରମ୍ଭ ହୋଇଥିବା ଏହି ଫେଷ୍ଟ୍‌ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଗା ସେଲ୍‌ ମାଧ୍ୟମରେ ଗ୍ରାହକ ସାମସଙ୍ଗ ମୋବାଇଲ୍‌, ଟେଲିଭିଜନ୍‌, ଏୟାର କଣ୍ଡିଶନର, ମାଇକ୍ରୋୱେଭ୍‌, ଓ୍ବେରେବଲ୍‌ ଏବଂ ମୋବାଇଲ୍‌ ଆସେସରିଜ୍‌ ଉପରେ ସ୍ବତନ୍ତ୍ର ଡିଲ୍‌ ପାଇପାରିବେ।

ଟିଭିଏସ୍‌ ସ୍ପୋର୍ଟ ସିଲ୍‌ଭର୍‌ ଆଲୟ ଏଡିଶନ୍‌

ଟିଭିଏସ୍‌ ସ୍ପୋର୍ଟ ସିଲ୍‌ଭର୍‌ ଆଲୟ ଏଡିଶନ୍‌

ଭୁବନେଶ୍ୱର, ୨୫-୫ ଟିଭିଏସ ମୋଟର କମ୍ପାନୀ ପକ୍ଷରୁ ଟିଭିଏସ୍‌ ସ୍ପୋର୍ଟ ସିଲଭର ଆଲୟ ଏଡିଶନ୍‌ର ବଜାର ପ୍ରବେଶ କରାଯାଇଛି ା ସିଲ୍‌ଭର ଆଲୟ ହ୍ବିଲସ୍‌ ମୁଖ୍ୟତଃ ଦୁଇଟି ରଙ୍ଗ ଯଥା, ବ୍ଲାକ୍‌ ସିଲଭର ଏବଂ ଭୋଲକାନୋ ରେଡ୍‌ରେ ଉପଲବ୍ଧ ହେବ ା