ସମ୍ପାଦକୀୟ |

ସତ୍‌ସଙ୍ଗ ଚାହେଁ ମଣିଷ

ସତ୍‌ସଙ୍ଗ ଚାହେଁ ମଣିଷ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ/
ଭାରତବର୍ଷକୁ ଧର୍ମଭୂମି ବା ଦେବଭୂମି କୁହାଯାଏ। ପ୍ରାଚୀନ ଭାରତୀୟ ସଂସ୍କୃତି ଥିଲା ଗୁରୁକୈନ୍ଦ୍ରିକ ବା ଆଦର୍ଶକୈନ୍ଦ୍ରିକ। ସେହି ଋଷିପ୍ରତୀମ ଗୁରୁମାନଙ୍କୁ ବାସ୍ତବ ଜୀବନରେ ଅନୁସରଣ କରି ଧର୍ମର ନୀତିନିୟମଗୁଡିକ ଭାରତୀୟମାନଙ୍କ ଜୀବନ ଏବଂ ଚରିତ୍ରରେ ବାସ୍ତବାୟିତ ହୋଇଉଠିଥିଲା। ଫଳରେ ସେମାନେ ସମ୍ପଦରେ, ସମୃଦ୍ଧିରେ, ଜ୍ଞାନରେ, ବିଜ୍ଞାନରେ, ଶୌର୍ଯ୍ୟ-ବୀର୍ଯ୍ୟରେ, ଆଚାର-ଆଚରଣରେ, ସର୍ବୋପରି ଚରିତ୍ରରେ ମହାନ୍‌ ହୋଇଉଠିଥିଲେ। କାରଣ ଧର୍ମ ହିଁ ଜୀବନକୁ ଧରି ରଖେ ଏବଂ ବୃଦ୍ଧିପଥରେ ନେଇଯାଏ, ତେଣୁ ଧର୍ମର ପାଳନ ଯଥାର୍ଥ ହେଲେ ଧର୍ମର ଅନୁଚର ଅର୍ଥାତ୍‌ ଅର୍ଥ, ଐଶ୍ୱର୍ଯ୍ୟ, ବୀର୍ଯ୍ୟ ଏବଂ ଅଭିବୃଦ୍ଧି ସ୍ବତଃ ହୋଇଉଠେ।
ଆଜି କିନ୍ତୁ ଆମେ ଯେଉଁ ପୂଜାଉପାସନା ଏବଂ ଅନୁଷ୍ଠାନ-ସର୍ବସ୍ବ ଧର୍ମକୁ ସମ୍ବଳ କରିନେଇଛୁ, ତାହାକୁ ପ୍ରକୃତ ଧର୍ମର ସ୍ବରୂପ କୁହାଯାଇ ନ ପାରେ। ତେଣୁ ଆମର ଜୀବନ ଏବଂ ସମାଜର ଏହି ଦୟନୀୟ ଅବସ୍ଥାର ପରିବର୍ତ୍ତନ ପାଇଁ ବହୁ ଚିନ୍ତା କରି ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ମଣିଷର ବ୍ୟକ୍ତିଗତ, ପାରିବାରିକ ଏବଂ ସାମାଜିକ ଜୀବନରେ ଧର୍ମ ବା ଜୀବନବର୍ଦ୍ଧନର ନୀତିନିୟମଗୁଡିକ ବାସ୍ତବାୟିତ କରିବା ଉଦ୍ଦେଶ୍ୟରେ ସତ୍‌ସଙ୍ଗ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେ କହିଛନ୍ତି- ”ଧର୍ମ ଯଦି ନ ଫୁଟିଲା ତୋର ଜୀବନର ପ୍ରତି କର୍ମେ/ବାତିଲ କରି ରଖିଲୁ ତାକୁ, କି ହେବ ସେପରି ଧର୍ମେ?“ ଆମ ଜୀବନର ଛୋଟ ଛୋଟ କଥା ଭିତରେ ଲୁଚିରହିଛି ଧର୍ମର ପ୍ରକୃତ ତତ୍ତ୍ୱ। ଉଦାହରଣ ସ୍ବରୂପ ନିଜର ମାତାପିତାଙ୍କୁ ଶ୍ରଦ୍ଧା, ଭକ୍ତି, ସେବାଯତ୍ନ କଲେ ମଣିଷ ନିଜର କୃତଜ୍ଞତା ଧର୍ମ ପାଳନ କରି ଉନ୍ନତ ଜୀବନ ଓ ଚରିତ୍ରର ଅଧିକାରୀ ହୁଏ, କିନ୍ତୁ ମାତାପିତାଙ୍କୁ ଅବଜ୍ଞା ବା ଅବହେଳା କଲେ ଅକୃତଜ୍ଞତା ଦୋଷରୁ ତାହାର ଜୀବନ ଏବଂ ଚରିତ୍ରରେ ଅବକ୍ଷୟ ଘଟିଥାଏ। ଈଶ୍ୱର ହେଲେ ଧର୍ମସ୍ବରୂପ ଏବଂ ଈଶ୍ୱରାନତ ଆଚାର୍ଯ୍ୟ ବା ସଦ୍‌ଗୁରୁ ହିଁ ତାଙ୍କର ବ୍ୟକ୍ତମୂର୍ତ୍ତି। ଶ୍ରୀଶ୍ରୀଠାକୁର ସହଜ ଭାବରେ ପ୍ରତିଟି ମଣିଷକୁ ଜୀବନ ଧର୍ମର ଶିକ୍ଷା ଦେଇଛନ୍ତି- ପୁତ୍ରକନ୍ୟାଙ୍କୁ ଶିଖାଇଛନ୍ତି ପିତୃମାତୃ ଭକ୍ତି, ମାତାପିତାଙ୍କୁ ଶିଖାଇଛନ୍ତି ସନ୍ତାନଚର୍ଯ୍ୟା, ସ୍ତ୍ରୀକୁ ଶିଖାଇଛନ୍ତି ସ୍ବାମିନିଷ୍ଠା, ସ୍ବାମୀକୁ ଶିଖାଇଛନ୍ତି ପତ୍ନୀପ୍ରେମ, ଛାତ୍ରକୁ ଶିଖାଇଛନ୍ତି ଗୁରୁଭକ୍ତି, ଶିକ୍ଷକକୁ ଶିଖାଇଛନ୍ତି ଶିକ୍ଷକତା, କୃଷକକୁ କୃଷି, ବ୍ୟବସାୟୀକୁ ବ୍ୟବସାୟ, ନେତାକୁ ରାଜନୀତି, ରାଷ୍ଟ୍ରନୀତି, ଅର୍ଥନୀତି, ବୈଜ୍ଞାନିକକୁ ବିଜ୍ଞାନ, ଶାସକକୁ ଶାସନ, ବିଚାରକକୁ ବିଚାର, ଗୁରୁକୁ ଗୁରୁତ୍ୱ, ଶିଷ୍ୟକୁ ଶିଷ୍ୟତ୍ୱ, ତାପସକୁ ଶିଖାଇଛନ୍ତି ତପସ୍ୟା, ଅଧ୍ୟାତ୍ମବାଦୀକୁ ଅଧ୍ୟାତ୍ମଜ୍ଞାନ- ଏହିପରି ସମସ୍ତଙ୍କୁ ସବୁକିଛି। ତାଙ୍କର ଧର୍ମ-ଆନ୍ଦୋଳନ ହେଲା- ଏକ ଯୁକ୍ତିଯୁକ୍ତ, ବାସ୍ତବଧର୍ମୀ, ବିଜ୍ଞାନସମ୍ମତ, ଉଦାର, ପାରସ୍ପରିକ ପ୍ରୀତିସୌହାର୍ଦ୍ଦ୍ୟପୂର୍ଣ୍ଣ ମାନବିକତାର ଆନ୍ଦୋଳନ। ସେଥିରେ ସଂକୀର୍ଣ୍ଣ ସାମ୍ପ୍ରଦାୟିକତା ବା ଭେଦବୁଦ୍ଧିର ସ୍ଥାନ ନାହିଁ।
ସେ କହନ୍ତି, ମହାପୁରୁଷମାନେ ସମ୍ପ୍ରଦାୟ ସୃଷ୍ଟି କରନ୍ତି ନାହିଁ-ସେମାନେ ଆସନ୍ତି ସ୍ଥାନ-କାଳ-ପାତ୍ର ନିର୍ବିଶେଷରେ ସବୁ ମଣିଷର ମଙ୍ଗଳ ସାଧନ ପାଇଁ। ସେମାନଙ୍କର ଉଦ୍ଦେଶ୍ୟ ଏବଂ ଆଦର୍ଶରେ କୌଣସି ଭେଦ ନ ଥାଏ। କିନ୍ତୁ ସେମାନେ ବିଦେହୀ ହେବା ପରେ ସେମାନଙ୍କର ଅନୁଗାମୀମାନେ ଅଜ୍ଞାନତା ଏବଂ ଅହଙ୍କାରର ବଶବର୍ତ୍ତୀ ହୋଇ ସେମାନଙ୍କ ନାମରେ ନାନା ସମ୍ପ୍ରଦାୟ ସୃଷ୍ଟି କରିଥାନ୍ତି। ତାଙ୍କ ମତରେ ଜଣେ ଯଥାର୍ଥ କୃଷ୍ଣଭକ୍ତ, ଜଣେ ଯଥାର୍ଥ ଖ୍ରୀଷ୍ଟଭକ୍ତ ଏବଂ ଜଣେ ଯଥାର୍ଥ ରସୁଲ ଭକ୍ତଙ୍କ ମଧ୍ୟରେ କୌଣସି ବିରୋଧ ନ ଥାଏ। ଶ୍ରୀଶ୍ରୀଠାକୁରଙ୍କର ଏହି ଉଦାର, ମାନବବାଦୀ ଆନ୍ଦୋଳନ ଆଜି ଦେଶରୁ ଦେଶାନ୍ତରକୁ ପ୍ରସାରିତ ହୋଇଚାଲିଛି ପୃଥିବୀର ପ୍ରତିଟି ମଣିଷକୁ ମଙ୍ଗଳର ପଥରେ ପରିଚାଳିତ କରିବା ପାଇଁ। ଆଜିର ହିଂସା-ଦ୍ୱେଷ-କ୍ଳିଷ୍ଟ, ବିଚ୍ଛିନ୍ନତା-ଦୁଷ୍ଟ ମାନବ ସମାଜରେ ଏକ ମହାମିଳନର ସେତୁ ରଚନା କରି ଭାଷା-ଜାତୀୟତା ଏବଂ ସମ୍ପ୍ରଦାୟ ନିର୍ବିଶେଷରେ ପ୍ରତି ମଣିଷକୁ ବଞ୍ଚିବା ବଢିବାର ଅମୃତମୟ ପଥରେ ପରିଚାଳିତ କରିଚାଲିଛି। ତାଙ୍କର ସତ୍‌ସଙ୍ଗ ଆନ୍ଦୋଳନର ଆଭିମୁଖ୍ୟ ବର୍ଣ୍ଣନା କରି ଗୋଟିଏ ବାଣୀରେ କହିଛନ୍ତି:-
”ସତ୍‌ସଙ୍ଗ ଚାହେଁ ମଣିଷ- ଈଶ୍ୱର ହିଁ କୁହ, ଖୋଦା ବି କୁହ, ଭଗବାନ୍‌ ବା ଗଡ୍‌ ହିଁ କୁହ, ଅସ୍ତିତ୍ୱ ହିଁ କୁହ- ଭୂତମହେଶ୍ୱର ଯିଏ ଏକ- ତାଙ୍କରି ନାମରେ; ବୁଝେନା ସେ ପ୍ରେରିତ ଓ ଅବତାର ପୁରୁଷଙ୍କ ନାମରେ ଗଣ୍ଡି ଟାଣି ପ୍ରତ୍ୟେକଙ୍କ ବିରୁଦ୍ଧରେ ଅନ୍ୟମାନଙ୍କଠାରୁ ନିଜକୁ ଗଣ୍ଡି-ନିପୀଡିତ କରି, ପାରସ୍ପରିକ ଅସହଯୋଗିତାରେ ନିବଦ୍ଧ କରି, ଆତ୍ମଘାତୀ ଆମନ୍ତ୍ରଣରେ ଗଣବିପର୍ଯ୍ୟୟୀ ବ୍ୟାହୃତିକୁ ସୃଷ୍ଟି କରେ- ଏଭଳି କେହି ବା କିଛିକୁ- ସେ ହିନ୍ଦୁ ହିଁ ହେଉ, ମୁସଲମାନ ହିଁ ହେଉ, ଜୈନ, ଶିଖ୍‌ ବା ବୌଦ୍ଧ ହିଁ ହେଉ, ଖ୍ରୀଷ୍ଟିଆନ ହିଁ ହେଉ ଆଉ ଯାହା କିଛି ବି ହେଉ; ସେ ବୁଝେ ପ୍ରତି-ପ୍ରତ୍ୟେକେ ତାଙ୍କରି ସନ୍ତାନ; ସେ ଆନତ କରି ତୋଳିବାକୁ ଚାହେଁ ସମସ୍ତଙ୍କୁ ସେହି ଜଣକ ପ୍ରତି; ସେ ପାକିସ୍ତାନ ବି ବୁଝେନା, ହିନ୍ଦୁସ୍ଥାନ ବି ବୁଝେନା, ରୁଷିଆ ବି ବୁଝେନା, ଚାଇନା ବି ବୁଝେନା, ୟୁରୋପ, ଆମେରିକା ବି ବୁଝେନା- ସେ ଚାହେଁ ମଣିଷ, ସେ ଚାହେଁ- ପ୍ରତିଟି ଲୋକ- ସେ ହିନ୍ଦୁ ହିଁ ହେଉ, ମୁସଲମାନ ହିଁ ହେଉ ବା ଯିଏ ଯାହାବି ହେଉନା କାହିଁକି- ଯେଭଳି ସମସ୍ତେ ବ୍ରତୀ ହୁଅନ୍ତି ତାଙ୍କରି ନାମରେ, ପାରସ୍ପରିକ ସହୃଦୟୀ ସହଯୋଗିତାରେ, ଶ୍ରମକୁଶଳ ଉଦ୍‌ବର୍ଦ୍ଧନୀ ଚଳନରେ- ଯାହା ଦ୍ୱାରା ଖଟିଖାଟି ପ୍ରତ୍ୟେକେ ମୁଠେ ଖାଇ, ଖଣ୍ଡେ ପିନ୍ଧି ବଞ୍ଚିପାରନ୍ତି, ସତ୍ତା ସ୍ବାତନ୍ତ୍ର୍ୟକୁ ବଜାୟ ରଖି, ସମ୍ବର୍ଦ୍ଧନାର ପଥରେ ଚାଲି, ପ୍ରତ୍ୟେକଟି ଲୋକ ଯେପରି ଛାତି ଫୁଲାଇ କହିପାରେ- ‘ମୁଁ ସମସ୍ତଙ୍କର, ସମସ୍ତେ ମୋର’-ସକ୍ରିୟ ସାହଚର୍ଯ୍ୟୀ ଅନୁରାଗ-ଉନ୍ମାଦନାରେ...“ (ଧୃତିବିଧାୟନା) (ମୋ-୯୪୩୭୨୮୭୯୬୪)

All Right Reserved By
I&PR

Model This Week

ସନ୍ତୋଷ

ସମ୍ପାଦକୀୟ |

କାର୍ଯ୍ୟକାଳ ବୃଦ୍ଧି ସମ୍ଭାବନା

କାର୍ଯ୍ୟକାଳ ବୃଦ୍ଧି ସମ୍ଭାବନା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଜମ୍ମୁ-କଶ୍ମୀରର ମୁଖ୍ୟ ଶାସନ ସଚିବ ବି.ବି. ବ୍ୟାସଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁଛଅ ମାସ ବୃଦ୍ଧି କରାଯିବାର ସମ୍ଭାବନା ଦେଖାଦେଇଛି। ବ୍ୟାସ ଗତବର୍ଷ ନଭେମ୍ବର ମାସରେ ଅବସର ନେବାର ଥିଲା। କିନ୍ତୁ ତାଙ୍କୁ ଦୁଇଥର ତିନିମାସିଆ ସମ୍ପ୍ରସାରଣ ଦିଆଗଲା। ତାଙ୍କର ଦ୍ୱିତୀୟ ସମ୍ପ୍ରସାରିତ ଅବଧି ଚଳିତ ମାସରେ ପୂରିବାକୁ ଯାଉଛି। ପ୍ରାପ୍ତ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ସୁପାରିସକ୍ରମେ ରାଜ୍ୟ ସରକାର ୧୯୮୬ ବ୍ୟାଚ୍‌ର ଏହି ରାଜସ୍ଥାନ କ୍ୟାଡର ଅଫିସରଙ୍କୁ ଆଉ କିଛି କାଳ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରୁଛନ୍ତି। ଏହା ପୂର୍ବରୁ ବ୍ୟାସ କେନ୍ଦ୍ରୀୟ ଓ ଅନ୍ତର୍ଜାତୀୟ ଡେପୁଟେଶନରେ କାର୍ଯ୍ୟ ...

କଶ୍ମୀର ସମସ୍ୟା

କଶ୍ମୀର ସମସ୍ୟା

ଶରତ ଚନ୍ଦ୍ର ମିଶ୍ର କଶ୍ମୀର ଭାରତର ଏକ ପୁରାତନ ସମସ୍ୟା। ସ୍ବାଧୀନତା ପରେ ପରେ ୧୯୪୭ ମସିହାରେ ବ୍ରିଟିଶ୍‌ ସେନା ଅଫିସରଙ୍କ ସହାୟତାରେ ମୁସଲମାନ ସୈନ୍ୟମାନେ ବଲ୍‌ଟିକ ସ୍ଥାନ ଓ ଗିଲ୍‌ଗିଟ ଅଞ୍ଚଳରେ କଶ୍ମୀର ମହାରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରି ସେଇ ଅଞ୍ଚଳ ଦୁଇଟିକୁ ପାକିସ୍ତାନରେ ମିଶାଇ ଦେଇଥିଲେ। ପାକିସ୍ତାନୀ ଲୋକ ୧୯୪୮ ମସିହାରେ କଶ୍ମୀର ଆକ୍ରମଣ କରି କିଛି ଅଂଶ ଦଖଲ କରିନେଲେ ଓ ମୁଜାଫରବାଦକୁ ରାଜଧାନୀ କରି ଆଜାଦ କଶ୍ମୀର ସରକାର ସ୍ଥାପନ ହୋଇଛି। କଶ୍ମୀର ମହାରାଜା ତାଙ୍କ ରାଜ୍ୟକୁ ଭାରତରେ ମିଶାଇଲା ପରେ ଭାରତୀୟ ସୈନ୍ୟ ପାକିସ୍ତାନୀ ଆକ୍ରମଣକାରୀଙ୍କୁ ପରାସ୍ତ କଲେ। କିନ୍ତୁ ପାକିସ୍ତାନୀମାନେ କଶ୍ମୀରରୁ ସମ୍ପୂର୍ଣ୍ଣ ବିତାଡିତ ହେବା ପୂର୍ବରୁ ଜାତିସଂଘରେ ଭାରତ ଫେରାଦ ହେଲାରୁ ସ୍ଥିତାବସ୍ଥା ଜାରି ରହିଲା ଓ କଶ୍ମୀରର କିଛି ଅଂଶ ...

ସଂକଳ୍ପ ଗଡ଼ ଜିଣେ

ସଂକଳ୍ପ ଗଡ଼ ଜିଣେ

ମନ-ମାନଚିତ୍ର/ ଡ. ନରହରି ବେହେରା ଚେତନାର ଜାଗରଣ ହିଁ ସଭ୍ୟତା ଅଭ୍ୟୁଦୟର ମୂଳମନ୍ତ୍ର। ଚେତନାର ଉତ୍ତରଣ ବିନା ନୂତନ ସର୍ଜନା ଅସମ୍ଭବ। ଆଜି ସମାଜରେ ଯେଉଁ ସବୁ ପରିବର୍ତ୍ତନ ଘଟିଛି, ତାହା କେବଳ ସମ୍ଭବ ହୋଇଛି ଏହି ଚେତନାର ସ୍ବତଃସ୍ଫୂର୍ତ୍ତ ପରିପ୍ରକାଶ ଯୋଗୁ। ଏ ସଂସାର ହେଉଛି ଚେତନାର ଗନ୍ତାଘର। ମାତ୍ର ଏହା ସବୁବେଳେ ସବୁ ବ୍ୟକ୍ତିସତ୍ତାକୁ ସ୍ପର୍ଶ କରେନାହିଁ। କେବଳ ମନନଶୀଳ ଏବଂ ନିଃସ୍ବାର୍ଥପର ବ୍ୟକ୍ତିବିଶେଷଙ୍କୁ ହିଁ ଏହି ମହାଜାଗତିକ ଶକ୍ତି ଛୁଇଁଥାଏ। ପ୍ରଜ୍ୱଳିତ ଅଗ୍ନିକୁ ଜଳ ପ୍ରଶମିତ କରିବାପରି ହୃଦୟରେ ଥିବା ସକଳ ...

ଏଇ ଭାରତରେ

ଏଇ ଭାରତରେ

ସରକାର କାହାକୁ କ’ଣ ଜୀବନସାଥୀ ଦେଇପାରିବେ? କିନ୍ତୁ ରାଜସ୍ଥାନ ଆଜମେର ଜିଲାର ଜଣେ ଯୁବକ ସେମିତି ଦାବି ଉଠାଇଲେ ସରକାରୀ ଭାବେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରରେ। ଯୁବକଙ୍କ ଏଭଳି ଦାବି ଶୁଣି ଶିବିରରେ ଉପସ୍ଥିତ ଲୋକେ ନ ହସି ରହିପାରି ନ ଥିଲେ। ବତୀତଲୋରା ପଞ୍ଚାୟତର ମୁକେଶ ଭଟ୍ଟି ଜଣେ ବିବାହିତ ଯୁବକ। ଦୁଇବର୍ଷ ପୂର୍ବରୁ ସ୍ତ୍ରୀ ତାଙ୍କୁ ଛାଡି ଅନ୍ୟ ଜଣଙ୍କ ସହ ଫେରାର ହୋଇଯାଇଛନ୍ତି। ଏତେଦିନ ବିତିଯାଇଥିଲେ ମଧ୍ୟ ମୁକେଶ ଦ୍ୱିତୀୟ ବିବାହ ପାଇଁ ମନ ବଳାଇ ନ ଥିଲେ। ଏବେ ବାହା ହେବାକୁ ଚାହୁଁଥିଲେ ମଧ୍ୟ ଝିଅ ମିଳୁନାହାନ୍ତି। ତେଣୁ ସେ ଚାହୁଁଛନ୍ତି ତାଙ୍କର ପ୍ରଥମ ସ୍ତ୍ରୀକୁ ଫେରାଇ ଅଣାଯାଉ ନଚେତ୍‌ ଦ୍ୱିତୀୟ ବିବାହ ପାଇଁ ଝିଅଟିଏ ଖୋଜି ଦିଆଯାଉ। ଏଥିପାଇଁ ସେ ପ୍ରଥମେ ପଞ୍ଚାୟତ ବୈଠକରେ କଥା ପକାଇ ଲିଖିତ ଆବେଦନ ...

ଆଜିର ଅର୍ଥନୀତି/ ତୈଳ ବୋମା

ଆଜିର ଅର୍ଥନୀତି/ ତୈଳ ବୋମା

ଦେଶରେ ତୈଳ ଦର କ୍ରମାଗତଭାବେ ବୃଦ୍ଧି ପାଇଚାଲିଛି। ଏହାଦ୍ୱାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ପେଟ୍ରୋଲ ପମ୍ପକୁ ପେଟ୍ରୋଲ ବା ଡିଜେଲ ପକାଇବାକୁ ଗଲାବେଳେ ସାଧାରଣ ଗାଡ଼ିଚାଳକ ମନରେ ଖୁବ୍‌ କ୍ରୋଧ ସୃଷ୍ଟି ହେଉଛି, କିନ୍ତୁ ସେ ନିରୁପାୟ। ଗୁରୁବାର ସୁଦ୍ଧା ତୈଳ କମ୍ପାନୀଗୁଡ଼ିକ କ୍ରମାଗତ ଭାବେ ୧୧ ଦିନ ଧରି ତୈଳ ଦର ବୃଦ୍ଧି କରିଛନ୍ତି। ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ୭୭ ଓ ଡିଜେଲ ଦର ପ୍ରାୟ ୭୪ ଟଙ୍କା ହୋଇଛି। ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ ବ୍ୟବଧାନ ହ୍ରାସ ପାଇଛି, ଯାହା କି ଆଗରୁ ନ ଥିଲା। ଏହା ବିରୋଧରେ ଦେଶ ସାରା ଗରିବ ଧନୀ ନିର୍ବିଶେଷରେ ଖାଉଟିମାନେ ବିକ୍ଷୋଭ ଓ ପ୍ରତିବାଦ କଲେ ମଧ୍ୟ ଆଶ୍ଚର୍ଯ୍ୟଜନକଭାବେ ସରକାର ନୀରବ ରହିଛନ୍ତି। ଯଦି ସରକାର ତୁରନ୍ତ ଦର ହ୍ରାସ ନ କରନ୍ତି, ତେବେ ...

କୁନ୍ଦୁଲିରୁ କାଠୁଆ

କୁନ୍ଦୁଲିରୁ କାଠୁଆ

ଡ. ପ୍ରଫୁଲ୍ଲ କୁମାର ସାହୁ ୨୦୧୨ ମସିହା ଡିସେମ୍ବର ମାସରେ ଦେଶର ସାମୂହିକ ଗଣବିବେକକୁ ଦୋହଲେଇ ଦେଇଥିଲା ରାଜଧାନୀ ଦିଲ୍ଲୀର ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ଘଟଣା। ମହିଳା ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ସାରା ଦେଶର ଲୋକେ। ଏଭଳି ଜନ ଆକ୍ରୋଶର ତାତି ପୁଣି ଥରେ ଦେଖିବାକୁ ମିଳିଲା ଗତ ଏପ୍ରିଲ୍‌ ମାସରେ ଉତ୍ତରପ୍ରଦେଶର ଉନ୍ନାଓ ଓ ଜମ୍ମୁର କାଠୁଆ ଘଟଣା ଗଣମାଧ୍ୟମରେ ପ୍ରଘଟ ହେଲା ପରେ। ଏହାକୁ ନେଇ ରାଷ୍ଟ୍ରବ୍ୟାପୀ କ୍ରୋଧ ଓ ବିରୋଧ ପୃଷ୍ଠଭୂମିରେ ସରକାର ଆଣିଲେ ଶିଶୁ କନ୍ୟା ବଳାକତ୍ାରୀଙ୍କ ପାଇଁ ଫାଶୀ ଦଣ୍ଡବିଧାନର ଅଧ୍ୟାଦେଶ। ଏହି ଅଧ୍ୟାଦେଶ ଅନୁସାରେ ୧୨ବର୍ଷରୁ କମ୍‌ ବର୍ଷ ବୟସର ...

ପଞ୍ଚପୀର

ପଞ୍ଚପୀର

ଦେବଦତ୍ତ ପଟ୍ଟନାୟକ ଦକ୍ଷିଣ ଏସିଆରେ ଇସଲାମ ଧର୍ମରେ ଏକ ସ୍ବତନ୍ତ୍ର ଜିନିଷ ଦେଖିବାକୁ ମିଳେ। ତାହା ହେଉଛି ପାଞ୍ଚଜଣ ମହାପୁରୁଷ ବା ସନ୍ଥ (ଆଉଲିଆ) ଯାହାଙ୍କୁ କୁହାଯାଏ ପଞ୍ଚପୀର। ଅନେକ ସମୟରେ ପୀରବାବାଙ୍କ ସ୍ତୂପାକୃତି କବର ବା ମଜାର ଉପରେ ରଖାଯାଇଥିବା ହାତ ପାପୁଲି ଚିହ୍ନ ସେମାନଙ୍କର ପ୍ରତିନିଧିତ୍ୱ କରେ। ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଆମେ ପଞ୍ଚ ପୀରବାବାଙ୍କ ମଜାର ବା ଦରଘା ଦେଖିବାକୁ ପାଉ। ଅନେକ ସମୟରେ ସେମାନଙ୍କୁ ଶିଆ ଇସଲାମ ସମ୍ପ୍ରଦାୟର ପାଞ୍ଚଜଣ ମହାତ୍ମା ବୋଲି ଚିହ୍ନଟ କରାଯାଏ: ରସୁଲ ମହମ୍ମଦ, ତାଙ୍କ ଝିଅ, ତାଙ୍କ ଜାମାତା ଓ ତାଙ୍କର ଦୁଇଜଣ ନାତି। ଅନ୍ୟମାନେ ସେମାନଙ୍କୁ ...

ଏଇ ଭାରତରେ

ଏଇ ଭାରତରେ

ସମ୍ଭବତଃ କିଛି ଭଲ କାମ ଲୋକଙ୍କ ଆଖିରେ ଯାଏନାହିଁ। ଏପରି କି ନିଜ ପରିବାର ପରିଜନ ସମାଲୋଚନା କରିବାକୁ ପଛାନ୍ତି ନାହିଁ। କେତେକେ ତ ପାଗଳର ଆଖ୍ୟା ଦେଇ ଦିଅନ୍ତି। ମଧ୍ୟପ୍ରଦେଶର ଭୋପାଳ ଅଞ୍ଚଳର ଡା. ଡି.ପି. କନୌଜିୟାଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ମୋଟାଅଙ୍କର ଦରମାରେ ସରକାରୀ ଚାକିରିରେ ଥିବା କନୌଜିୟା ଦୀର୍ଘ ୩୦ବର୍ଷ ଧରି ଗଛର ଯତ୍ନ ପାଇଁ ଯେଉଁଭଳି କାର୍ଯ୍ୟ କରିଆସିଛନ୍ତି ତାହା ଯେ କେହି ବ୍ୟକ୍ତିକୁ ଆଶ୍ଚର୍ଯ୍ୟ କରିବ। କନୌଜିୟାଙ୍କୁ ଇତିମଧ୍ୟରେ ହେଲାଣି ୭୭ବର୍ଷ। ସେ ଯେତେବେଳେ ୪୭ ବର୍ଷର ହୋଇଥିଲେ ସେବେଠାରୁ ତାଙ୍କର ଗଛ ଲଗାଇବାର ନିଶା ଘାରିଲା। ସେ ଭୋପାଳ ନିକଟବର୍ତ୍ତୀ ଏକ ବା ଜମିରେ ଆରମ୍ଭ କଲେ ଚାରାରୋପଣ। ବିଭିନ୍ନ ପ୍ରଜାତିର ପ୍ରାୟ ୬୦ ଚାରା ଆଣି ସେ ସେଠାରେ ଲଗାଇଥିଲେ। ଗାଈଗୋରୁ, ...

ପ୍ରାଣୀଙ୍କ ଉପରେ ପରୀକ୍ଷା

ପ୍ରାଣୀଙ୍କ ଉପରେ ପରୀକ୍ଷା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆପଣ ଯେତେବେଳେ ଜର୍ମାନ୍‌ କାର୍‌ କିଣୁଛନ୍ତି, ସେତେବେଳେ ସେମାନଙ୍କ ମାଙ୍କଡ଼ ଓ ମଣିଷ ମାରିବା ଓ ଆହତ କରିବାକୁ ସମର୍ଥନ ଦେଉଛନ୍ତି। ଡିଜେଲ ଧୂଆଁ ଆଘ୍ରାଣ କଲେ ମାଙ୍କଡ଼ ଓ ମଣିଷଙ୍କ ଉପରେ କି ପ୍ରଭାବ ପଡ଼ୁଛି, ତା’ ଉପରେ ଅନୁଧ୍ୟାନ କରିବା ପାଇଁ ଜର୍ମାନ୍‌ କାର୍‌ ନିର୍ମାତାମାନେ ପାଣ୍ଠି ଯୋଗାଇଛନ୍ତି। ନ୍ୟୁୟର୍କ ଟାଇମ୍ସ ଓ ବିଭିନ୍ନ ଜର୍ମାନ୍‌ ଖବରକାଗଜରେ ପ୍ରକାଶ ପାଇଛି ଯେ, ଭକ୍ସଓ୍ବାଗନ୍‌, ବିଏମ୍‌ଡବ୍‌ଲ୍ୟୁ ଓ ଡେମ୍ଲର ୨୦୧୪ରେ ଅନୁଷ୍ଠିତ ଏକ ଅନୁଧ୍ୟାନ ପାଇଁ ପାଣ୍ଠି ଯୋଗାଇଥିଲେ। ପରିବହନ କ୍ଷେତ୍ର (ଇୟୁଜିଟି) ବା କାର୍‌ ଶିଳ୍ପର ପରିବେଶ ଓ ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପଡ଼ୁଛି ତାହା ଉପରେ ୟୁରୋପୀୟ ରିସର୍ଚ୍ଚ ଗ୍ରୁପ୍‌ ଏହି ଅନୁଧ୍ୟାନ...

ଅମଳ ରଖିବାକୁ ଜାଗା କାହିଁ

ଅମଳ ରଖିବାକୁ ଜାଗା କାହିଁ

ବିଚିତ୍ର ବିଶ୍ୱାଳ ତିନିମାସ ତଳେ ଟମାଟୋ କିଲୋ ଟଙ୍କାଟିଏ ହୋଇଥିଲା ଆମ ରାଜ୍ୟରେ। ବ୍ରହ୍ମପୁରରେ ଚାଷୀମାନେ ଟମାଟୋ କିଲୋ ପ୍ରତି ଏକଟଙ୍କାରେ ବିକିବାରୁ ବିରୋଧୀଦଳମାନେ ବିଧାନସଭା ବି ଅଚଳ କରିଦେଇଥିଲେ। ବଲାଙ୍ଗୀର ଓ ବରଗଡ଼ରେ ଚାଷୀମାନେ ଟମାଟୋ ଜମିରେ ଗୋରୁ ଚରେଇଦେଲେ। କାରଣ ଏତେ କଷ୍ଟରେ ଚାଷ କରି ଟମାଟୋ ଫଳେଇବା ସତ୍ତ୍ୱେ ତା’ର ମୂଲ୍ୟ ଯଦି ମାତ୍ର ଟଙ୍କାଟିଏ ହେବ ତା’ହେଲେ ତାକୁ ଅମଳ କରିବା ଅପେକ୍ଷା ଗୋରୁ ଖୁଆଇଦେଲେ ଅନ୍ତତଃପକ୍ଷେ ତୋଳିବାର ପରିଶ୍ରମ ତ ପଡ଼ିବ ...

ଓଡ଼ିଶା ଓ ମାଓବାଦ

ଓଡ଼ିଶା ଓ ମାଓବାଦ

ଯଶୋବନ୍ତ ସେଠୀ ଦୀର୍ଘ ଷାଠିଏ ଦଶକରେ ନକ୍ସଲବାଡ଼ିରୁ ଅଙ୍କୁରୋଦ୍‌ଗମ ହୋଇଥିବା ଚାରୁ ମଜୁମଦାରଙ୍କ ନକ୍ସଲବାଦ ରୂପକ ଚାରାଗଛଟି ଆଜି ହିଂସ୍ର ମାଓବାଦ ରୂପକ ପୂର୍ଣ୍ଣ ବୟସ୍କ ବୃକ୍ଷରେ ପରିଣତ ହୋଇଯାଇଛି। ମାଓ ସେ ତୁଙ୍ଗଙ୍କର ମୌଳିକ ତତ୍ତ୍ୱକୁ ଅତିରଞ୍ଜିତ କରି ଆଜିର ତଥାକଥିତ ମାଓବାଦୀ ବୋଲାଉଥିବା ଏହି ସଂଗଠନର ପ୍ରତିଟି କାର୍ଯ୍ୟକଳାପକୁ ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଳେଷଣ କରି ଦେଖିଲେ ଆତଙ୍କବାଦୀ, ସନ୍ତ୍ରାସବାଦୀ ଓ ମାଓବାଦୀଙ୍କ ଭିତରେ ବିଶେଷ କିଛି ଫରକ ମିଳିବ ନାହିଁ। ଦେଶର ଅନ୍ତଃସୁରକ୍ଷା ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଥିବା ଏହି ନିଷିଦ୍ଧ ସଂଗଠନ ବରଂ ଆତଙ୍କବାଦଠାରୁ ବହୁ ଗୁଣରେ ଅଧିକ କ୍ଷତିକାରକ ବୋଲି ପ୍ରମାଣିତ ହୋଇ ...

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷା ଗ୍ରହଣରେ କୌଣସି ବୟସର ପ୍ରତିବନ୍ଧକ ନାହିଁ। ପରିଣତ ବୟସରେ ବ୍ୟକ୍ତି ମଧ୍ୟ ସ୍କୁଲ, କଲେଜ ଶିକ୍ଷା ସମ୍ପୂର୍ଣ୍ଣ କରିବା ପାଇଁ ବ୍ୟଗ୍ରତା ଦେଖାଉଥିବାର ନଜିର ରହିଛି। ହରିୟାଣା ଫତେହାବାଦ ଜିଲା ଗୋରଖପୁର ଗ୍ରାମର ଦିବ୍ୟାଙ୍ଗ ମହିଳା ସୁନୀତା ଯାହା କରି ଦେଖାଇଛନ୍ତି ତାହା ଅନନ୍ୟ। ଜଣେ ଦିନମଜୁରିଆଙ୍କ ସ୍ତ୍ରୀ ସୁନୀତା। ଅଳ୍ପ ବୟସରୁ ବିବାହ ହୋଇଯାଇଥିବାରୁ ପାଠପଢାରେ ଡୋରି ବନ୍ଧାଯାଇଥିଲା। କିନ୍ତୁ ପାଠ ପ୍ରତି ତାଙ୍କର ଥିଲା ପ୍ରବଳ ଆଗ୍ରହ। ଦୁଇ ସନ୍ତାନର ମା’ ସୁନୀତାଙ୍କର ଏଭଳି ଆଗ୍ରହ ଦେଖି ସ୍ବାମୀ ତାଙ୍କୁ ସୁଯୋଗ ଦେଲେ। ଗାଁ ସ୍କୁଲରେ ନା ଲେଖାଇଲେ ସୁନୀତା। ପୁଅ ଝିଅଙ୍କ ସହ ସ୍କୁଲ ଗଲେ। ବଡ ଝିଅ ଜେବିକା ଷଷ୍ଠ ଏବଂ ସାନ ପୁଅ ଡେବିଡ ତୃତୀୟ ଶ୍ରେଣୀରେ ପଢୁଛନ୍ତି। ସୁନୀତା ଦିବ୍ୟାଙ୍ଗ ହୋଇଥିବାରୁ ପ୍ରତିଦିନ ସ୍ବାମୀ ତାଙ୍କର ସ୍ତ୍ରୀ, ପୁଅ, ଝିଅଙ୍କୁ ସ୍କୁଲ ଛାଡିବାକୁ ...