ବାଲେଶ୍ୱର

ପଲିଥିନ ବ୍ୟବହାର ନେଇ କଟକଣା

ପଲିଥିନ ବ୍ୟବହାର ନେଇ କଟକଣା

ଯୋଡ଼ା, ୯।୨(ଡି.ଏନ.ଏ.)-ଯୋଡ଼ା ପୌରପାଳିକା ପକ୍ଷରୁ କଲ୍ୟାଣ ମଣ୍ଡପଠାରେ ସ୍ବଚ୍ଛତା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଯୋଡ଼ା ବିକାଶ ପରିଷଦ, ବ୍ୟବସାୟ କମିଟି, ବରିଷ୍ଠ ନାଗରିକ ମଞ୍ଚ, ମହିଳା ସଂଙ୍ଗଠନ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉଚ୍ଚତମ ନ୍ୟାୟାଳୟ ଏବଂ ଜଙ୍ଗଲ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ପ୍ଲାଷ୍ଟିକ ଆବର୍ଜନା ନିୟମ ୨୦୧୭ ଅନୁଯାୟୀ ପଲିଥିନକୁ ନିଷିଦ୍ଧ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଆୟୋଜିତ ସଚେତନାତା କାର୍ଯ୍ୟକ୍ରମରେ ବିଡିଓ ଅରୁଣ କୁମାର ମଲ୍ଲିକ, ପୌରପାଳିକା କାଯର୍‌ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀଙ୍କ ସମେତ କାଉନସିଲରମାନେ ଉପସ୍ଥିତ ଥିଲେ। ଆସନ୍ତା ଏପ୍ରେଲ ୧ତାରିଖରୁ ୫୦ ମାଇକ୍ରୋନଠାରୁ କମ ମୋଟେଇ ଥିବା ପଲିଥିନ ବିକ୍ରୟ ଗଚ୍ଛିତ ଓ ଆମଦାନୀ ଉପରେ କଟକଣା ଲଗାଯିବ। ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବ୍ୟବସାୟ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହରକୁ ଖୋଲା ମଳତ୍ୟାଗ ମୁକ୍ତ ଅଞ୍ଚଳ କରାଯିବାକୁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଚେତନ କରାଯାଇଥିଲା। ଯୋଡ଼ା ବଜାରରେ ପ୍ରତି ସ୍ଥାନରେ ଡଷ୍ଟବିନ ଲଗାଯିବାର ବନ୍ଦୋବସ୍ତ କରାଯିବାର ସ୍ଥିର କରାଯାଇଥିଲା।

All Right Reserved By
I&PR

Model This Week

ସନ୍ତୋଷ

ବାଲେଶ୍ୱର

ଓରାଳିରେ ଆଦିବାସୀ ମେଳା

ଓରାଳିରେ ଆଦିବାସୀ ମେଳା

ହାଟଡ଼ିହୀ, ୨୫।୫ (ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଓରାଳି ଜୁଆନ ଜୁମିତ ତାରସ କ୍ଲବ ପକ୍ଷରୁ ଆଦିବାସୀ ମେଳା ଅନୁଷ୍ଠିତ ହୋଇଯାଇଛି। ଓରାଳି ରାମନ୍ଦିର ପଡ଼ିଆରେ ଆୟୋଜକ ବୁବୁ ପଟ୍ଟନାୟକ ଅଧ୍ୟକ୍ଷତାରେ ଗଣଶିକ୍ଷାମନ୍ତ୍ରୀ ପ୍ରଫେସର ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ଏମ୍‌ପି ଶକୁନ୍ତଳା ଲାଗୁରୀ, ପୂର୍ବତନ ଏମପି ଯଶବନ୍ତ ଲାଗୁରୀ, ଆନନ୍ଦପୁର ବିଧାୟକ ମାୟାଧର ଯେନା, ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରାମାରାଇ ମୁଣ୍ଡିୟା, ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ପ୍ରମୁଖ ମେଳାକୁ ଉଦ୍‌ଘାଟନ କରିଥିଲେ। ବିଭିନ୍ନ ଜିଲାରୁ ଆସିଥିବା ଆଦିବାସୀମାନେ ନିଜ ନିଜର କଳା କୌଶଳ ପ୍ରଦର୍ଶନ କରିଥିଲେ।

ଅ।ସୁଛି ରଜ, ଦୋଳି ପାଇଁ କାଠ ଅଭାବ

ଅ।ସୁଛି ରଜ, ଦୋଳି ପାଇଁ କାଠ ଅଭାବ

କେନ୍ଦୁଝର, ୨୫ା୫(ସ୍ବ.ପ୍ର.): ରଜପର୍ବ ପାଇଁ ସବୁଠି ଚଳଚଞ୍ଚଳ। ରଜ ମହୋତ୍ସବ ଲାଗି ଚାଲିଛି ପ୍ରସ୍ତୁତି। ରଜପର୍ବରେ ଦୋଳି ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଗରୁ ଘର ଘର ଦୋଳି ହେଉଥିଲା। କାଠ ଉପରେ କଟକଣା ଯୋଗୁଁ ଉତ୍ସାହ କମୁଛି। କେନ୍ଦୁଝର ସହର ଢିପା ସାହିରେ ପ୍ରତିବର୍ଷ ରଜପର୍ବ ପାଳନ ହେଉଛି। ଦୋଳି ପାଇଁ କାଠ ଯୋଗାଇଦେବାକୁ ସ୍ଥାନୀୟ ମହିଳାମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି।

ଜୁଙ୍ଗା ପଞ୍ଚାୟତରେ ବଡ଼ଧରଣଣ ଦୁର୍ନୀତି

ଜୁଙ୍ଗା ପଞ୍ଚାୟତରେ ବଡ଼ଧରଣଣ ଦୁର୍ନୀତି

କେନ୍ଦୁଝର, ୨୫ା୫(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାମରେ ଦୁର୍ନୀତି ହୋଇଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଓ୍ବାର୍ଡ ମେମ୍ବର ଓ ଗ୍ରାମବାସୀମାନେ ତଦନ୍ତ ଦାବି କରିଛନ୍ତି। ଜଳଛତ୍ର ଓ ଆଡିବନ୍ଧ ନିର୍ମାଣରେ ଜାଲ କାଗଜପତ୍ର ପ୍ରସ୍ତୁତି ହୋଇଛି। ସେ ବାବଦକୁ ଖର୍ଚ୍ଚ ହୋଇଥିବା ଅର୍ଥ ହେରଫେର କରାଯାଇଛି। ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟରୁ ଜଣାପଡ଼ିଛି ବୋଲି ବଲାଣୀପଶି ଗ୍ରାମର ରମେଶ ମହାନ୍ତ କହିଛନ୍ତି।

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ପାଟଣା,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅନ୍ତର୍ଗତ ଘଟଗାଁ ପୋଇପାଣି ବାଲିସାହିର ଜଣେ ମହିଳା ଭାଲୁ ଆକ୍ରମଣରେ ଶୁକ୍ରବାର ସକାଳେ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେ ହେଲେ ଯୁଧିଷ୍ଠିର ନାଏକଙ୍କ ସ୍ତ୍ରୀ ବାଙ୍କି ନାଏକ। ପାଟଣା ବନାଞ୍ଚଳ ଅଧିକାରୀ ମୁକ୍ତିକାନ୍ତ ରାୟମହାପାତ୍ରଙ୍କ ସୂଚନା ଅନୁଯାୟୀ, ବାଙ୍କି ସକାଳେ ଘର ପଛ ପାର୍ଶ୍ୱକୁ ଛେଳି ଚରାଇବାକୁ ଯାଇଥିଲେ।

ଅନଶନ ବେଳେ ଗୁରୁତର ହୋଇପଡିଲେ ପୂର୍ବତନ ବିଧାୟକ

ଅନଶନ ବେଳେ ଗୁରୁତର ହୋଇପଡିଲେ ପୂର୍ବତନ ବିଧାୟକ

ସଜନାଗଡ଼, ୨୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ଘର କିଛି ଅଂଶ ଠାକୁରମାହାଲର ଜାଗା ଦର୍ଶାଇ ବିନା ନୋଟିସ୍‌ରେ ପ୍ରଶାସନ ପକ୍ଷରୁ ଗତ ବୁଧବାର ଭାଙ୍ଗି ଦିଆଯାଇଥିଲା। ଏହାର ପ୍ରତିବାଦରେ ଷଡ଼ଙ୍ଗୀ ବୁଧବାର ସନ୍ଧ୍ୟାରୁ ନୀଳଗିରି ମେଡ଼ିକାଲ ପରିସରରେ ଆମରଣ ଅନଶନରେ ବସିଥିଲେ। ଅନଶନ ତୃତୀୟ ଦିନରେ ଶୁକ୍ରବାର ଷଡ଼ଙ୍ଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ନୀଳଗିରି ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ମହିଳାଙ୍କ ମୃତଦେହ ଉଦ୍ଧାର

ସଜନାଗଡ଼, ୨୫।୫(ଡି.ଏନ.ଏ.)-ନୀଳଗିରି ବ୍ଲକ ବରହମପୁର ଥାନା ସରୁଚମ୍ପା ଗ୍ରାମ ଜାହିରା ରାସ୍ତା ପାର୍ଶ୍ୱସ୍ଥ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଛି। ସେ ହେଲେ ରୁପାଲି ବେସ୍ରା(୧୮)।

ନାଟକ ‘କାହ୍ନୁ’ ମନ ମୋହିଲା

ନାଟକ ‘କାହ୍ନୁ’ ମନ ମୋହିଲା

ଭଦ୍ରକ ଅଫିସ,୨୫।୫- ଭଦ୍ରକ ଶହୀଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ-୨୦୧୮ର ଦ୍ୱିତୀୟ ସନ୍ଧ୍ୟାରେ ନାଟକ ‘କାହ୍ନୁ’ ମଞ୍ଚସ୍ଥ ହୋଇଥିଲା। ରବୀନ୍ଦ୍ର ନାଥ ଦାସଙ୍କ ରଚିତ ତଥା ଜ୍ୟୋତି ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ନାଟକରେ ପୁଣ୍ୟ ଉତ୍କଳର କଳାକାରମାନଙ୍କ ଅଭିନୟ ମନଛୁଅଁ। ହୋଇପାରିଥିଲା।

ଶିକ୍ଷକଙ୍କ ସ୍ମୃତିଚାରଣ ସଭା

ବାସୁଦେବପୁର,୨୫।୫(ଡି.ଏନ.ଏ.)-ବାସୁଦେବପୁର ସହରସ୍ଥିତ ମିରାକିଲ ପବ୍ଲିକ ସ୍କୁଲ ପରିସରରେ ରାଜଘରପୋଖରୀ ଅଞ୍ଚଳର ଶିକ୍ଷକ ତଥା ସାହିତି୍ୟକ ପରମାନନ୍ଦ ରାଉତଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।

ଗାୟତ୍ରୀ ପୀଠରେ ଅଖଣ୍ଡ ନାମ ଜପ

ଧାମନଗର,୨୫।୫(ଡି.ଏନ.ଏ.)-ଧାମନଗର ବ୍ଲକ ଧୂଷୁରୀ ଗାୟତ୍ରୀ ପୀଠରେ ଆସନ୍ତା ଜୁନ ୩ ଏବଂ ୪ ତାରିଖରେ ପଞ୍ଚକୁଣ୍ଡୀୟ ବାର୍ଷିକ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ।

ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

ରେମୁଣା, ୨୫।୫(ଡି.ଏନ.ଏ.)-ଅବସରପ୍ରାପ୍ତ କର୍ମଚାରୀ ସଂଘ, ରେମୁଣା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଏକ ଦାବିପତ୍ର ଶୁକ୍ରବାର ରେମୁଣା ବିଡ଼ିଓ ସଞ୍ଜୟ କୁମାର ରାଉତଙ୍କୁ ପ୍ରଦାନ କରାଯାଇଛି । ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ କରିବା ସହିତ ପେନସନଭୋଗୀଙ୍କ ଅତିରିକ୍ତ ସୁବିଧା ୮୦ ବର୍ଷ ପରିବର୍ତ୍ତେ ୬୫ ବର୍ଷ କରିବା, ସ୍ବତନ୍ତ୍ର ଚିକିତ୍ସା ଭତ୍ତା ବ୍ୟବସ୍ଥା, ରେଳଯାତ୍ରା ପରି ବସ୍‌ ଯାତ୍ରାରେ ରିିହାତି ବ୍ୟବସ୍ଥା, ପେନସନ୍‌ଭୋଗୀଙ୍କ ସମସ୍ତ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯିବା, ପେନସନ୍‌ଭୋଗୀଙ୍କ ପାଇଁ ସ୍ବତନ୍ତ୍ର ବିଭାଗ ଖୋଲିବା, ପ୍ରତ୍ୟେକ ଜିଲାରେ ଜରାଶ୍ରମ ପ୍ରତିଷ୍ଠା, ରେମୁଣାର ବହୁ ଶିଳ୍ପ ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟ, ସରକାରୀ ମେଡିକାଲ କଲେଜ, ପଲିଟେକନିକ କଲେଜ ସହିତ ବହୁ ସରକାରୀ ଓ ବେସରକାରୀ ଅଫିସ କାର୍ଯ୍ୟ କରୁଥିବା ଯୋଗୁ ରେମୁଣାରେ ଏକ ଟାଉନହଲ ପ୍ରତିଷ୍ଠା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା।

ପେନସନ୍‌ ଉପଭୋକ୍ତାଙ୍କ ଲାଗି ଋଣ ମେଳା

ପେନସନ୍‌ ଉପଭୋକ୍ତାଙ୍କ ଲାଗି ଋଣ ମେଳା

ଭୋଗରାଇ, ୨୫।୫(ଡି.ଏନ.ଏ.)-ଭୋଗରାଇ ଥାନା ଛକ ଦେହୁର୍ଦ୍ଦା ଷ୍ଟେଟ୍‌ ବ୍ୟାଙ୍କ ଶାଖା ପକ୍ଷରୁ ଶୁକ୍ରବାର ପେନସନ୍‌ ଉପଭୋକ୍ତାଙ୍କର ଋଣମେଳା ଓ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଋଣମେଳା ଓ ସ୍ବାସ୍ଥ୍ୟ ପରୀକ୍ଷା ଶିବିରକୁ ଷ୍ଟେଟ୍‌ ବ୍ୟାଙ୍କର ଶାଖା ପରିଚାଳକ ନିରଞ୍ଜନ ମହାପାତ୍ର ଉଦ୍‌ଘାଟନ କରିଥିଲେ। ମହାପାତ୍ର ତାଙ୍କ ବକ୍ତବ୍ୟରେ ପେନସନ୍‌ ଉପଭୋକ୍ତାଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ସୁଧାରିବାରେ ଷ୍ଟେଟ୍‌ ବ୍ୟାଙ୍କ ଅଭିନବ ପ୍ରୟାସ ଜାରି ରଖିଛି। ଏଥିପାଇଁ ଷ୍ଟେଟ୍‌ ବ୍ୟାଙ୍କ ପେନସନ୍‌ ଭୋଗୀଙ୍କ ପାଇଁ ସରଳ ଭାବେ ଋଣ ପ୍ରଦାନ ଓ ସ୍ବାସ୍ଥ୍ୟ ପରୀକ୍ଷାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ବୋଲି ମତପ୍ରକାଶ କରିଥିଲେ।

ରାଉତପଡ଼ାରେ ‘ଆମ ପୋଲିସ ସମିତି’ ବୈଠକ

ରାଉତପଡ଼ାରେ ‘ଆମ ପୋଲିସ ସମିତି’ ବୈଠକ

ରୂପ୍‌‌ସା,୨୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ପୋଲିସ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ରାଉତପଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ‘ଆମ ପୋଲିସ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଅଧ୍ୟକ୍ଷତା କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ପୋଲିସ-ଜନତାଙ୍କ ମଧ୍ୟରେ ସୁ-ସମ୍ପର୍କ ରହିବା ଜରୁରୀ ବୋଲି କହିଥିଲେ। ଏମ୍‌ପି ପ୍ରତିନିଧି ମହାଦେବ ଦାସ, ସରପଞ୍ଚ ମାୟାଧର ମଣି, ସମିତିସଭ୍ୟା ସୁଧାରାଣୀ ପାଳ, ନାଏବ ସରପଞ୍ଚ କ୍ରୀଷ୍ଣା ମହାନ୍ତି ପ୍ରମୁଖ ମଞ୍ଚାସୀନ ହୋଇ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା, ଅପରାଧିକ କାର୍ଯ୍ୟକଳାପ ବନ୍ଦ ଦିଗରେ ପଦକ୍ଷେପ ନେବା, ସାଧାରଣ ଲୋକଙ୍କୁ ପୋଲିସ ଦୁର୍ବ୍ୟବହାର ନ କରିବା, ଥାନା ଅଞ୍ଚଳରେ ନିଶା କାରବାରକୁ ପ୍ରୋତ୍ସାହନ ଦିଆ ନ ଯିବା ତଥା ଜନସାଧାରଣଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦିଆଯିବା ସମ୍ପର୍କରେ ପୋଲିସ୍‌ର ଦୃଷ୍ଟି ଆକର୍ଷଣ କରିଥିଲେ।