ଅନଗୁଳ-ଢେଙ୍କାନାଳ

ଟ୍ରେନ୍‌ ଲାଇନରେ ମହିଳାଙ୍କ ଆତ୍ମହତ୍ୟା

ଟ୍ରେନ୍‌ ଲାଇନରେ ମହିଳାଙ୍କ ଆତ୍ମହତ୍ୟା

ଅନୁଗୋଳ ଅଫିସ,୮।୨: ଅନୁଗୋଳ ଥାନା କୁଶାସିଙ୍ଗା ଗ୍ରାମାର ମୁନି ବେହେରା(୫୫)ନାମ୍ନୀ ଜଣେ ମହିଳା ବୁଧବାର ରାତିରେ ମଝିକା ମନ୍ଦିର ନିକଟସ୍ଥ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛିି। ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ, ମୁନି ନିଜର ସମସ୍ତ ସୁନା ଗହଣା ଗ୍ରାମର ଏକ ମହିଳା ସଂଘରେ ବନ୍ଧା ପକାଇ ଟଙ୍କା ଆଣି ତାଙ୍କ ବଡ଼ ଭଉଣୀର ପୁଅ(ପୁତୁରା)ଙ୍କୁ ଦେଇଥିଲେ। ପରବର୍ତ୍ତୀ ସମୟରେ ପୁତୁରା ନେଇଥିବା ଟଙ୍କା ଶୁଝି ନ ଥିଲେ। ମହିଳା ସଂଘ ବାରମ୍ବାର ଟଙ୍କା ମାଗିବାରୁ ସେ ଦେଇ ପାରି ନ ଥିଲେ। ଏ ନେଇ ପୁତୁରାଙ୍କୁ କହିଥିଲେ ମଧ୍ୟ ନିରାଶ ହୋଇଥିଲେ। ତେବେ ଘଟଣାକୁ ନେଇ ସେ ବିବ୍ରତ ହୋଇ ବୁଧବାର ଘରୁ ଚାଲି ଯାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

All Right Reserved By
I&PR

Model This Week

ସନ୍ତୋଷ

ଅନଗୁଳ-ଢେଙ୍କାନାଳ

ବିଜୁ ଯୁବ ବାହିନୀ କମିଟି  ଗଠନରେ ପକ୍ଷପାତିତା ଅଭିଯୋଗ

ବିଜୁ ଯୁବ ବାହିନୀ କମିଟି ଗଠନରେ ପକ୍ଷପାତିତା ଅଭିଯୋଗ

ବନ୍ତଳା, ୨୫ା୫(ଡି.ଏନ.ଏ.)- ଅନୁଗୋଳ ବ୍ଲକ ଇଙ୍କରବନ୍ଧ ପଞ୍ଚାୟତରେ ବିଜୁ ଯୁବ ବାହିନୀ କମିଟି ଗଠନରେ ପକ୍ଷପାତିତା ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପଞ୍ଚାୟତର ଯୁବକମାନେ ଶୁକ୍ରବାର ବିଡିଓ, ଜିପିଓ, ଜିଲା ବିଜୁ ଯୁବ ବାହିନୀ ସଂଯୋଜକଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଦେବୋତ୍ତର ବିଭାଗ ଜମିକୁ ନିଲାମ କଲା ପ୍ରଶାସନ

ଦେବୋତ୍ତର ବିଭାଗ ଜମିକୁ ନିଲାମ କଲା ପ୍ରଶାସନ

ବଇଣ୍ଡା, ୨୫ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଉରୁକୁଳା ଶ୍ରୀ ପତିତପାବନ ଜୀଉ ଦେବତ୍ର ବୋର୍ଡ(ଉରୁକୁଳା)ର ୭୨ ଏକର ଜମିକୁ ଆଠମଲ୍ଲିକ ଉପଜିଲାପାଳ ତଥା ଦେବୋତ୍ତର କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ ଶୁକ୍ରବାର ନିଲାମ କରିଛନ୍ତି। ଉରୁକୁଳା ପଞ୍ଚାୟତ ସଭାଗୃହ ପରିସରରେ ଉପଜିଲାପାଳ ସୁବାସ ଚନ୍ଦ୍ର ରାୟ ଏହି ଜମିକୁ ୩୬ ଜଣ ଭାଗଚାଷୀଙ୍କୁ ବର୍ଷେ ପାଇଁ ନିଲାମ ଦେଇଛନ୍ତି।

ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଧାରଣା

ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଧାରଣା

ତାଳଚେର, ୨୫ା୫(ନି.ପ୍ର.)- ତାଳଚେରଠାରେ ଏମ୍‌ସିଏଲ ପକ୍ଷରୁ ସ୍ଥାପନ କରାଯାଉଥିବା ମେଡ଼ିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ଦାବିରେ ଶୁକ୍ରବାର ତାଳଚେର ଖଣି ଖାଦାନ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣାଧାରଣା ଦିଆଯାଇଛି।

ମଦ ଦୋକାନ ସ୍ଥାନାନ୍ତର ଜିଦ୍‌ରେ ଆନ୍ଦୋଳନକାରୀ

ମଦ ଦୋକାନ ସ୍ଥାନାନ୍ତର ଜିଦ୍‌ରେ ଆନ୍ଦୋଳନକାରୀ

ବଅଁରପାଳ, ୨୫ା୫(ଡି.ଏନ.ଏ.)- ନାଲ୍‌କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଛକଠାରେ ଥିବା ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜିଦ୍‌ରେ ବସି ରହିଛନ୍ତି ମହିଳା ଆନ୍ଦୋଳନକାରୀ। ଦୀର୍ଘ ୧ ମାସ ଧରି ଏହି ଆନ୍ଦୋଳନ ଜାରି ରହିଥିଲେ ହେଁ ପୋଲିସ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଶୁକ୍ରବାର ଆନ୍ଦୋଳନସ୍ଥଳରେ ନାଲ୍‌କୋ ଥାନା ଅଧିକାରୀଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ମହିଳାମାନଙ୍କ ସହ ଆଲୋଚନା କରିଥିଲେ ହେଁ ସେମାନେ ଆନ୍ଦୋଳନରୁ ହଟି ନ ଥିବା ଜଣାପଡିଛି।

୩ ଦଫା ଦାବି ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

୩ ଦଫା ଦାବି ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ତାଳଚେର, ୨୫,୫(ନି.ପ୍ର.): ତାଳଚେରରେ ବାୟୁ, ପାଣି, ଶବ୍ଦ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏ ନେଇ ତୁରନ୍ତ ପଦକ୍ଷେପ ନିଆଯିବାକୁ ତାଳଚେର କଂଗ୍ରେସ ପକ୍ଷରୁ ଜିଲାପାଳଙ୍କୁ ଦାବି କରାଯାଇଛି।

ବିଭିନ୍ନ ବନଖଣ୍ଡର କାର୍ଯ୍ୟ ସମୀକ୍ଷା କଲେ ପିସିସିଏଫ୍‌

ବିଭିନ୍ନ ବନଖଣ୍ଡର କାର୍ଯ୍ୟ ସମୀକ୍ଷା କଲେ ପିସିସିଏଫ୍‌

ବନ୍ତଳା,୨୫।୫(ଡି.ଏନ.ଏ.):ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ଦେବବ୍ରତ ସ୍ବାଇଁ ୨ ଦିନିଆ ଅନୁଗୋଳ ଓ ଢେଙ୍କାନାଳ ଜିଲା ଗସ୍ତରେ ଆସି ବିଭିନ୍ନ ବନଖଣ୍ଡର କାର୍ଯ୍ୟ ସମୀକ୍ଷା କରିଛନ୍ତି। ବୁଧବାର ଦୁଇ ଜିଲାର ବିଭିନ୍ନ ଜଙ୍ଗଲ ବୁଲିବା ସହ କରାଯାଇଥିବା ଓ ହେବାକୁ ଥିବା କାର୍ଯ୍ୟର ତଦାରଖ କରିଥିଲେ। ଗୁରୁବାର ଅନୁଗୋଳସ୍ଥିତ ରେଞ୍ଜର୍ସ କଲେଜରେ ପହଞ୍ଚି କଲେଜ ନିର୍ଦ୍ଦେଶକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ଟ୍ରେନିଂ ପାଇଁ ଆସିଥିବା ରେଞ୍ଜରମାନଙ୍କ ସହିତ ମତ ବିନିମୟ କରିଥିଲେ। ଏଥିସହ ହାଇଟେକ ନର୍ସରୀ ବୁଲି ଦେଖିଥିଲେ। ତାଙ୍କ ସହିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ସୁଦର୍ଶନ ପଣ୍ଡା, ସାତକୋଶିଆ ଡିଏଫ୍‌ଓ ଏସ୍‌ଏମ୍‌ଡିଟି ରହମାନ, ଅନୁଗୋଳ ଡିଏଫ୍‌ଓ ଭି. କାର୍ତ୍ତିକ, ଆଠମଲ୍ଲିକ ଡିଏଫ୍‌ଓ ସୌମ୍ୟକ ସାମନ୍ତରାଏ, ଓ୍ବାର୍କିଂ ପ୍ଲାନ ଡିଏଫ୍‌ଓ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ

ଅନୁଗୋଳ ଅଫିସ,୨୫।୫:ମହାନଦୀ ସହ ଏହାର ଉପନଦୀ ଇବ୍‌, ତେଲ୍‌, ବୈତରଣୀ ଓ ବ୍ରାହ୍ମଣୀରେ ଜଳର ମାତ୍ରା ଦିନକୁ ଦିନ କମିବାରେ ଲାଗିଛି। ଫଳରେ ଜୀବନ ଜୀବିକା, ପାନୀୟ ଜଳ, ଜୈବ ବିବିଧତା ଉପରେ କୁପ୍ରଭାବ ପଡ଼ୁଛି। ତେଣୁ ମଧ୍ୟପ୍ରଦେଶ ସରକାରଙ୍କ ନର୍ମଦା ବଞ୍ଚାଅ ଅଭିଯାନ ଭଳି ନଦୀର ଜଳ ଧାରଣା କ୍ଷମତା ବୃଦ୍ଧି ନିମନ୍ତେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ବ୍ୟାପକ ବୃକ୍ଷରୋପଣ ସାଙ୍ଗକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେଇଛି। ନଦୀଗୁଡିକର ଚିରସ୍ରୋତା ଧାରାକୁ ବଜାୟ ରଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଚଳିତବର୍ଷ ମହାନଦୀ, ତେଲ ଓ ଇବ୍‌ ନଦୀର ଉଭୟ ପାର୍ଶ୍ୱରେ ଜଳପତ୍ତନଠାରୁ ଗୋଟିଏ କିଲୋମିଟର ଦୂରରେ ସବୁଜ ବଳୟ ସୃଷ୍ଟି କରାଯିବ। ପରବର୍ତ୍ତୀ ସମୟରେ ଏପରି ପଦକ୍ଷେପ ଅନ୍ୟ ନଦୀ କ୍ଷେତ୍ରରେ ମଧ୍ୟ ନିଆଯିବ।

କ୍ୟାନ୍‌ସର ଆକ୍ରାନ୍ତ ସହଦେବଙ୍କ କଷ୍ଟ ସରୁନି:ଡାହାଣ ଗୋଡ଼ ହରାଇଥିଲେ, କଟାଯିବ ବାମ

କ୍ୟାନ୍‌ସର ଆକ୍ରାନ୍ତ ସହଦେବଙ୍କ କଷ୍ଟ ସରୁନି:ଡାହାଣ ଗୋଡ଼ ହରାଇଥିଲେ, କଟାଯିବ ବାମ

କାମାକ୍ଷାନଗର, ୨୫।୫(ଡି.ଏନ୍‌.ଏ.):ଦୁର୍ଭାଗ୍ୟ ଏକୁଟିଆ ଆସେନାହିଁ। ବନ୍ଧୁବର୍ଗଙ୍କୁ ସାଥି କରି ଏହା ଆସେ। ଏବେ ସହଦେବ ନାୟକଙ୍କ ଜୀବନ ସେଭଳି ଦୁଃଖମୟ ହୋଇଯାଇଛି। କ୍ୟାନ୍‌ସର ଆକ୍ରାନ୍ତ ସହଦେବ ପୂର୍ବରୁ ହରାଇଛନ୍ତ ଡାହାଣ ଗୋଡ଼। ଏବେ ବାମ ଗୋଡ଼କୁ ବ୍ୟାପିଲାଣି ଜୀବାଣୁ। ତୁରନ୍ତ ଗୋଡ଼ କଟା ନ ଗଲେ ଜୀବନ ବଞ୍ଚାଇବା ମୁସ୍କିଲ ହୋଇଯିବ ବୋଲି ସତର୍କ କରାଇଲେଣି ଡାକ୍ତର। ଏହାପରେ ତାଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। କଲବଲ କରୁଥିବା ରୋଗରୁ ମୁକ୍ତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିବା ପରେ ଗୁରୁବାର ସେ ପ୍ରଶାସନର ଦ୍ୱାରସ୍ଥ ହୋଇ ସହାୟତା ଭିକ୍ଷା କରିଛନ୍ତି। ସହଦେବଙ୍କ ଘର ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତ ସମାଟାଙ୍ଗୀ ଗ୍ରାମରେ। ସ୍ତ୍ରୀ ଅଞ୍ଜନା, ୪ ବର୍ଷର ଝିଅ ପ୍ରଭାସିନୀ ଏବଂ ୨ବର୍ଷର ପୁଅ ଗୁରୁଦେବଙ୍କୁ ନେଇ ଗଡ଼ି ଚାଲିଥିଲା ତାଙ୍କ ସଂସାର ରଥ।

ଖୋଲିଲା ସରକାରୀ ଆମ୍ବ ବଜାର

ଖୋଲିଲା ସରକାରୀ ଆମ୍ବ ବଜାର

ଅନୁଗୋଳ ଅଫିସ, ୨୫।୫:ଅନୁଗୋଳ ଜିଲାରେ ଉତ୍ତମ କିସମର ଆମ୍ବ ପ୍ରଦର୍ଶନ ସହ ତାହାକୁ ସୁଲଭ ଦରରେ ବିକ୍ରି କରାଯିବା ଉଦ୍ଦେଶ୍ୟରେ ଗୁରୁବାର ଅନୁଗୋଳ ଷ୍ଟାଡିୟମ ପାର୍ଶ୍ୱରେ ଏକ ସରକାରୀ ଆମ୍ବ ବଜାର ଖୋଲାଯାଇଛି। ଜିଲାପାଳ ଅନିଲ କୁମାର ସାମଲ ଏହାକୁ ଉଦ୍‌ଘାଟନ କରିଥିଲେ। ଏଥିସହ ଚାଷୀମାନେ ଭଲ କିସମର ଆମ୍ବକୁ ଉଚିତ୍‌ ମୂଲ୍ୟରେ ବିକ୍ରି କରି ସ୍ବାବଲମ୍ବୀ ହେବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲାରେ ୨ୟ ଥର ପାଇଁ ଖୋଲାଯାଇଥିବା ଏହି ଆମ୍ବ ବଜାର ଉଭୟ ଖାଉଟି, ଚାଷୀ ଓ ସ୍ବୟଂସହାୟକ ଗୋଷ୍ଠୀମାନଙ୍କ ପାଇଁ ଫଳପ୍ରଦ ହେବ ବୋଲି ଜିଲାପାଳ ମତବ୍ୟକ୍ତ କରିଥିଲେ। ଏହି ବଜାରରେ ଗୁଲାବ ଖାସ, ହେମସାଗର, ମହୁ ଲେଙ୍ଗଡ଼ା, ବମ୍ବେ ଗ୍ରିନ, ବାଇଗଣ ପଲ୍ଲି, ଆଲଫନ ସେ, ଦଶେରୀ, ଲେଙ୍ଗଡ଼ା, ସୁବର୍ଣ୍ଣରେଖା ଓ ମଲ୍ଲିକା ଆଦି ୧୦ କିସମର ଆମ୍ବ ପ୍ରଦର୍ଶିତ ଓ ବିକ୍ରି କରାଯାଉଛି।

ଜରପଡାରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ: ଭାଜପାର ଆନ୍ଦୋଳନ ଚେତାବନୀ

ଛେଣ୍ଡିପଦା,୨୪ା୫(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଜରପଡାସ୍ଥିତ ସରକାରୀ ଡାକ୍ତରଖାନା ବହୁ ସମସ୍ୟା ଦେଇ ଗତି କରୁଛି। ଏଠାରେ ବହୁ ପଦବୀ ଖାଲି ପଡିଥିବାରୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଯାଇପାରୁନାହିଁ। ବିଶେଷ କରି ଏଠାରେ ଡ୍ରେସର,ଏଏନଏମ ୱାର୍କର, ସହାୟକ, ନର୍ସ ଆଦି ପଦବୀ ଖାଲି ପଡିଛି।

ଧାର ଟଙ୍କାକୁ କେନ୍ଦ୍ର କରି ହତ୍ୟାକାଣ୍ଡ:  ମୁଖ୍ୟ ଅଭିଯୁକ୍ତ ଗିରଫ

ଧାର ଟଙ୍କାକୁ କେନ୍ଦ୍ର କରି ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଗିରଫ

ବଇଣ୍ଡା,୨୪।୫(ଡି.ଏନ.ଏ)- ଅନୁଗୋଳ ଜିଲା ହଣ୍ଡପା ଥାନା କଟରଙ୍ଗା ଗ୍ରାମରେ ବୁଧବାର ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କହ୍ନେଇ ସେଠୀଙ୍କୁ ପୋଲିସ ଗୁରୁବାର ଗିରଫ କରି ଆଠମଲ୍ଲିକ କୋର୍ଟଚାଲାଣ କରିଛି। ଧାର ଟଙ୍କା ନ ଫେରାଇବାକୁ କେନ୍ଦ୍ର କରି ସେବକ ସାହୁ(୪୪)ଙ୍କୁ କହ୍ନେଇ କଟୁରିରେ ହାଣି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ନଂ. ୭୫/୧୮ରେ ମାମଲା ରୁଜୁ ହୋଇଥିଲା।

କାର୍ଯ୍ୟକ୍ଷମ ହେଉନି ଜଳଯୋଗାଣ ପ୍ରକଳ୍ପ

ଛେଣ୍ଡିପଦା,୨୪ା୫(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ବାଗେଡିଆ ଗ୍ରାମରେ ଜଳ ସଙ୍କଟ ପରିସ୍ଥିତି ସତ୍ତ୍ୱେ ସେଠାରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଉନାହିଁ। ଦୀର୍ଘବର୍ଷ ହେଲା ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଏହା ଅଚଳ ହୋଇ ପଡି ରହିଛି। ଖରା ଦିନ ଯୋଗୁ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ହେଁ ଏଥିପ୍ରତି କେହି ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।